Year: 2026

  • ମୟୂରଭଞ୍ଜରେ ରହସ୍ୟଜନକ ମୃତ୍ୟୁ,କଣ୍ଟାବଣି ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

    ମୟୂରଭଞ୍ଜରେ ରହସ୍ୟଜନକ ମୃତ୍ୟୁ,କଣ୍ଟାବଣି ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

    ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଜଙ୍ଗଲରୁ ସୋମବାର ସକାଳେ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି।

    ସୂଚନା ଅନୁସାରେ, ପ୍ରଭାତୀ ସୈଚ୍ଚ ପାଇଁ ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକ ମାନେ ଏକ ଗଛରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଝୁଲନ୍ତା ଦେହକୁ ଦେଖି ଡରିଯାଇଥିଲେ । ପ୍ଲାଷ୍ଟିକ ଦୋଉଡିରେ ବେକରେ ବନ୍ଧା ଦେହଟି ପରେ ତଳକୁ ଖସି ପଡ଼ିଥିବା ଚିତ୍ର ଦେଖାଯାଇଛି । ମୃତଦେହରେ କେବଳ ଗୋଟିଏ ଫୁଲ୍ ପେଣ୍ଟ ଥିଲା, ଯାହା ଘଟଣାକୁ ଆଉ ଅଧିକ ସନ୍ଦେହଜନକ କରିଛି ।

    ଘଟଣା ସ୍ଥଳକୁ ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ରାଇରଙ୍ଗପୁର ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

    ପୋଲିସଙ୍କ କହିବା ଅନୁଯାୟୀ,ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଏହା ଆତ୍ମହତ୍ୟା କି ହତ୍ୟା, ସେଥି ପାଇଁ ପ୍ରାଥମିକ ତଦନ୍ତ ଚାଲିଛି। ଦୋଉଡି ସହିତ ଦେହଖସି ପଡ଼ିବା ଘଟଣାରୁ ବହୁତ ସନ୍ଦେହ କରୁଛନ୍ତି | ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଘଟଣାକୁ ନେଇ ନାନା ଜୁଆଞ୍ଚ ଏବଂ ଚର୍ଚ୍ଚା ଚାଲିଛି। ପୋଲିସ ପରିବାରକୁ ଚିହ୍ନଟ କରିବା ଏବଂ ମୃତ୍ୟୁର କାରଣ ଉଦ୍ଘାଟନ ପାଇଁ ବିସ୍ତୃତ ତଦନ୍ତ କରୁଛି।

  • ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ଯାତାୟାତ ସୁଧାର ପାଇଁ ପୁରୀ ପୋଲିସର କାର୍ଯ୍ୟ

    ପୁରୀର ସର୍ବସାଧାରଣ ରାସ୍ତାଗୁଡ଼ିକୁ ବ୍ୟବସ୍ଥିତ କରି ଯାତାୟାତ ଜାମ ହ୍ରାସ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି | ଏହି ଅଭିଯାନରେ ସହରର ବିଭିନ୍ନ ଛକ, ବଜାର ଓ ବ୍ୟସ୍ତ ରାସ୍ତାରୁ ଦୀର୍ଘ ସମୟ ଧରି ପାର୍କ କରି ରଖାଯାଇଥିବା ୨୬ଟି ପୁରୁଣା ଓ ଅବ୍ୟବହୃତ ଯାନବାହନକୁ ହଟାଯାଇଛି। ସବୁ ଯାନଗୁଡ଼ିକ ମଧ୍ୟରୁ ଅନେକ ଯାନ ଅଚଳ ଅବସ୍ଥାରେ ଥିଲେ, ଯାହା ଯାତାୟାତରେ ବିକଳ୍ପହୀନ ବାଧା ସୃଷ୍ଟି କରୁଥିଲା। ବିଶେଷତଃ ଧାର୍ମିକ ଓ ପର୍ଯ୍ୟଟନ ସହର ପୁରୀ ଦିନକୁ ଦିନ ଭିଡ଼ ବୃଦ୍ଧି ପାଉଥିବାରୁ ଏହି ଅବ୍ୟବସ୍ଥିତ ଯାନପାର୍କିଂ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ପରି ଆପତ୍କାଳୀନ ସେବାକୁ ମଧ୍ୟ ବାଧା ସୃଷ୍ଟି କରୁଥିଲା |

    ଏସ୍‌ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଟ୍ରାଫିକ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ସେ ଜଣାଇଛନ୍ତି ଯେ, ସହରର ଯାତାୟାତ ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ ଏପରି ଅଭିଯାନ ନିୟମିତ ଭାବରେ ଜାରି ରହିବ।

    ପୁରୀ ପୋଲିସ ନାଗରିକଙ୍କୁ ଅନୁରୋଧ କରିଛି ଯେ , ଦୀର୍ଘ ସମୟ ପର୍ଯ୍ୟନ୍ତ ସାର୍ବଜନିକ ରାସ୍ତାରେ ଯାନବାହନ ପାର୍କ କରି ରଖିବେ ନାହିଁ। କୌଣସି ଯାନ ଦୀର୍ଘ ସମୟ ଧରି ରାସ୍ତାରେ ରହିଥିଲେ, ସେଥିପାଇଁ ସହରବାସୀ 9438916388 ନମ୍ବରରେ ଟ୍ରାଫିକ ଥାନାକୁ ସୂଚନା ଦେଇପାରିବେ। ପୋଲିସର ମତାନୁସାରେ, ସମସ୍ତଙ୍କ ସହଯୋଗ ଦ୍ୱାରା ପୁରୀକୁ ଆହୁରି ସୁଚାରୁ, ସୁରକ୍ଷିତ ଓ ଯାତାୟାତମୁକ୍ତ ସହର ରୂପେ ଗଢ଼ି ତୋଳାଯାଇପାରିବ।

  • ମାହାଙ୍ଗା ପନ୍ଦର ବାଟିଆରେ ଜଳ ନିକାଶ ପ୍ରଣାଳୀର ଉନ୍ନତି ଆରମ୍ଭ — ଚାଷୀମାନଙ୍କ ଆଶାକୁ ନୂତନ ଆଶ୍ୱାସ

    ମାହାଙ୍ଗା ପନ୍ଦର ବାଟିଆରେ ଜଳ ନିକାଶ ପ୍ରଣାଳୀର ଉନ୍ନତି ଆରମ୍ଭ — ଚାଷୀମାନଙ୍କ ଆଶାକୁ ନୂତନ ଆଶ୍ୱାସ

    ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଉଁରିଆ ପଞ୍ଚାୟତର ପନ୍ଦର ବାଟିଆ ସେତୁ ନିକଟରେ ଗୋବରୀ ଜଳ ନିକାଶ ପ୍ରଣାଳୀର ସଂଯୋଗ ନାଳୀ ଉନ୍ନତିକରଣ କାର୍ଯ୍ୟର ଶୁଭଭିତ୍ଷ ପ୍ରସ୍ତର ସ୍ଥାପନ ଆଜି ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ସାରଦା ପ୍ରସାଦ ପ୍ରଧାନଙ୍କ କରକମଳରେ ସମ୍ପନ୍ନ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ଚାଷୀମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।

    କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ସମ୍ବୋଧିତ କରି ମାହାଙ୍ଗାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ ଏହି ୨୭ କିଲୋମିଟର ଲମ୍ବା ସଂଯୋଗ ପାଟ ନାଳୀ ମାଧ୍ୟମରେ ୧୯ଟି ପଞ୍ଚାୟତ ସରାସରି ଲାଭାନ୍ୱିତ ହେବ। ଏହା ଦ୍ୱାରା ଏଲାକାର ଶତାଧିକ ଚାଷୀ ଜଳ ନିଷ୍କାସନ ସମସ୍ୟାରୁ ମୁକ୍ତି ପାଇ ଭଲ ଫସଲ ଉପଜାଇ ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

    ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ନାଳୀ ପ୍ରକଳ୍ପର ଅନୁମାନିତ ଖର୍ଚ୍ଚ ପ୍ରାୟ ୯ କୋଟି ଟଙ୍କା, ଯାହା ଦୀର୍ଘଦିନ ଧରି ଚାଷୀମାନଙ୍କ ଦାବି ଥିଲା। ତଳିଆ ଅଞ୍ଚଳରେ ନିର୍ମଳ ଜଳ ନିଷ୍କାସନ ନଥିବାରୁ ବହୁ ଚାଷୀ ଧାନ ଉପଜାଇପାରୁ ନଥିଲେ। ନାଳୀ ଖୋଳା, ମରାମତି ଓ ବିକାଶ ହେବା ପରେ ବର୍ତ୍ତମାନ ଚାଷୀମାନେ ସମୟମତେ ସେଚନ କରି ଲାଭାନ୍ଵିତ ହେବେ ବୋଲି ସେ ଉଲ୍ଲେଖ କରିଥିଲେ।

    ସେ ଅଧିକ କହିଛନ୍ତି ଯେ, ସମସ୍ତ ଉନ୍ନତି କାମର ସହିତ ନାଳୀ ଖନନ ଓ ମରାମତି କାର୍ଯ୍ୟର ସଠିକ୍ ନିର୍ବାହ ପାଇଁ ସମ୍ପର୍କିତ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ତଦାରଖ କରିବା ଆବଶ୍ୟକ। ଏହି ପ୍ରକଳ୍ପ ସଫଳ ହେଲେ ମାହାଙ୍ଗାର ଚାଷୀମାନଙ୍କ ଜୀବନମାନରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ସ୍ଥାନୀୟ ଲୋକମାନେ ଓ ଚାଷୀମାନେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଥାଇ, ଆଗାମୀ ଦିନରେ ମଧ୍ୟ ଏପରି ଉନ୍ନୟନ କାମ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

  • କୋରେଇର ବିକାଶ ପାଇଁ ‘କୋରେଇ ଭିଜନ ସମ୍ମିଳନୀ’ — ସମାଜିକ ଓ ପ୍ରାଶାସନିକ ସହଯୋଗର ପ୍ରତିଶ୍ରୁତି

    କୋରେଇର ବିକାଶ ପାଇଁ ‘କୋରେଇ ଭିଜନ ସମ୍ମିଳନୀ’ — ସମାଜିକ ଓ ପ୍ରାଶାସନିକ ସହଯୋଗର ପ୍ରତିଶ୍ରୁତି

    କୋରେଇ ଉନ୍ନୟନ ପରିଷଦର ମିଳିତ ପ୍ରୟାସରେ ଯାଜପୁର ରୋଡ଼ ର ‘ହୋଟେଲ୍ ରୟାଲ୍ କଳିଙ୍ଗ’ ପରିସରରେ କୋରେଇ ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ମୁଖ୍ୟ ଉପଦେଷ୍ଟା ମନୋଜ ଜେନାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସମ୍ମିଳନୀରେ କୋରେଇର ବିକାଶ, ଅବହେଳିତ ଗ୍ରାମଞ୍ଚଳ, ଓ ସମାଜର ପଛୁଆ ଶ୍ରେଣୀକୁ ସୁବିଧା ସୁଯୋଗ ଦେବା ବିଷୟରେ ଗଭୀର ଆଲୋଚନା କରାଯାଇଛି |

    ଅତିଥି ଭାବେ ଯୋଗ ଦେଇଥିବା କଟକ ବାରବାଟୀର ପୂର୍ବତନ ବିଧାୟକ ମହମଦ ମୋକିମ, ଓଡ଼ିଶା ସୂଚନା ଅଧିକାର ଆନ୍ଦୋଳନର ମୁଖ୍ୟ ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ ଓ କୋରେଇ ଉନ୍ନୟନ ପରିଷଦର ସଭାପତି ଶ୍ରୀଧର ଦାସ ଉପସ୍ଥିତ ଥିଲେ।ସମ୍ମିଳନୀରେ କୋରେଇର ପଛପଡ଼ା ବ୍ୟବସ୍ଥା, ଅବହେଳିତ ଅଞ୍ଚଳରେ ସରକାରୀ ଯୋଜନାର ଅଭାବ, ଶିକ୍ଷା,ସ୍ୱାସ୍ଥ୍ୟ,ଯାତାୟାତ ଓ ଯୁବ ଉନ୍ନତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତପ୍ରକାଶ ପାଇଥିଲା |

    ମୁଖ୍ୟ ଉପଦେଷ୍ଟା ମନୋଜ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, କୋରେଇର ଅନେକ ଗାଁ ବହୁ ବର୍ଷ ଧରି ଅବହେଳିତ ହେଉଛନ୍ତି ଏବଂ ଏହି ଅଞ୍ଚଳର ହକର ଲଢ଼େଇ ଆଗାମୀ ଦିନରେ ଆଉ ବି ଯୋରଦାର ହେବ। ପୂର୍ବତନ ବିଧାୟକ ମହମଦ ମୋକିମ କହିଥିଲେ ଯେ, କୋରେଇ ଓ ପାଶ୍ୱର୍ବତୀ ଅଞ୍ଚଳର ଅବହେଳା ସଂପର୍କରେ ସରକାରକୁ ଉଚିତ ଉତ୍ତର ଦେବା ଆବଶ୍ୟକ। ସେ କୋରେଇବାସୀଙ୍କୁ ନିଜ ହକ ପାଇଁ ଏକତାବଦ୍ଧ ହେବା ପରାମର୍ଶ ଦେଇଥିଲେ।

    ଅତିଥିମାନେ ଏକ ସ୍ୱରରେ କହିଥିଲେ ଯେ, ସାଧାରଣ ଲୋକଙ୍କ ସେବା ଓ ସମାଜିକ ଦାୟିତ୍ୱ ପାଳନ ହିଁ ରାଜନୀତି ଓ ସଂଗଠନର ପ୍ରଥମ କର୍ତ୍ତବ୍ୟ। କୋରେଇର ପାଇଁ ଜାରି ଥିବା ଆନ୍ଦୋଳନ ଓ ଉନ୍ନୟନ ଧାରାକୁ ଆଗାମୀ ଦିନରେ ଆଉ ଶକ୍ତିଶାଳୀ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି। କୋରେଇ ଉନ୍ନୟନ ପରିଷଦ ଜଣାଇଛି ଯେ, ଅଞ୍ଚଳର ବିକାଶ ପାଇଁ ଗଠନାତ୍ମକ ପ୍ରୟାସ, ନୂଆ ଯୋଜନା ଓ ସାମୁଦାୟିକ ସହଯୋଗ ଜାରି ରହିବ।

  • ରଶ୍ମିକା–ବିଜୟ ଯୋଡିକୁ ନେଇ ଆଉଥରେ ନୂଆ ଚର୍ଚ୍ଚା: ଫ୍ୟାନମାନଙ୍କ ମଧ୍ୟରେ ବଢ଼ିଲା ‘VIROSH’ ଉତ୍ସାହ

    ରଶ୍ମିକା–ବିଜୟ ଯୋଡିକୁ ନେଇ ଆଉଥରେ ନୂଆ ଚର୍ଚ୍ଚା: ଫ୍ୟାନମାନଙ୍କ ମଧ୍ୟରେ ବଢ଼ିଲା ‘VIROSH’ ଉତ୍ସାହ

    ତେଲୁଗୁ ସିନେମା ଜଗତର ଲୋକପ୍ରିୟ ଯୋଡି Rashmika Mandanna ଓ Vijay Deverakonda ବିଷୟରେ ଦୀର୍ଘଦିନ ଧରି ଚାଲୁଥିବା ଚର୍ଚ୍ଚା ମଧ୍ୟରେ ଆଉ ଥରେ ନୂଆ ଖବର ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ସେମାନଙ୍କ ନିକଟତା ଓ ଫ୍ୟାନମାନଙ୍କ ଉତ୍ସାହକୁ ଦେଖି ଅନେକ ଲୋକ ଦୁହେଁଙ୍କ ସମ୍ପର୍କକୁ ନେଇ ଅନୁମାନ କରୁଛନ୍ତି। କିଛି ସୂତ୍ରରୁ ମଧ୍ୟ ଜଣାପଡୁଛି ଯେ ସେମାନେ ନିଜ ଜୀବନର ଆଗାମୀ ପର୍ଯ୍ୟାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

    ଫ୍ୟାନମାନେ ବହୁ ବର୍ଷଧରି ଏହି ଯୋଡିକୁ “VIROSH” ନାମରେ ଡାକୁଥିବାରୁ ସେମାନଙ୍କ ସୋସିଆଲ୍ ମିଡିଆରେ ତାଙ୍କଯୋଡି ଅନେକ ଥର ଭାଇରାଲ୍ ହୋଇଛି। ଯଦିଓ ଦୁହେଁ କେବେ ମଧ୍ୟ ସମ୍ପର୍କ ବିଷୟରେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି, ଫ୍ୟାନମାନଙ୍କ ପ୍ରେମ ଓ ସମର୍ଥନ ସଦା ସେମାନଙ୍କୁ ଆଲୋଚନାର କେନ୍ଦ୍ରବିନ୍ଦୁରେ ଟାଣିଆଣିଛି | ଦୁହେଁଙ୍କ ଅନ-ସ୍କ୍ରିନ୍ ଯୋଡି Geetha Govindam ଏବଂ Dear Comrade ଫିଲ୍ମରେ ଦର୍ଶକମାନଙ୍କ ମନକୁ ଜିତିଥିଲା। ସେଠାରୁ ଆରମ୍ଭ କରି ତାଙ୍କ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଜୋରଦାର ହୋଇଥିଲା, କିନ୍ତୁ ସବୁ କିଛି ଅନୁମାନ କରାଯାଉଥିଲା | ଏପର୍ଯ୍ୟନ୍ତ ଦୁହେଁଙ୍କ ପକ୍ଷରୁ ବିବାହ, ସମ୍ପର୍କ ସ୍ୱୀକୃତି କିମ୍ବା ଯେକୌଣସି ପ୍ରାଇଭେଟ୍ ଅନୁଷ୍ଠାନ ସମ୍ବନ୍ଧିତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ତଥାପି ଫ୍ୟାନମାନେ ତାଙ୍କ ପ୍ରିୟ ଯୋଡିକୁ ନେଇ ଉତ୍ସାହିତ ରହିଛନ୍ତି ଏବଂ ଯେକୌଣସି ଖୁସିଖବର ପାଇବା ଅପେକ୍ଷାରେ ରହିଛନ୍ତି |

  • ଦ୍ବିତୀୟ ବିବାହ କ୍ରିକେଟର୍‌ମାନେ: ଧାୱନ ଓ ଅନ୍ୟଙ୍କ ଜୀବନ ଶୈଳୀ

    ଦ୍ବିତୀୟ ବିବାହ କ୍ରିକେଟର୍‌ମାନେ: ଧାୱନ ଓ ଅନ୍ୟଙ୍କ ଜୀବନ ଶୈଳୀ

    ଶିଖର ଧାୱନଙ୍କ ଦ୍ବିତୀୟ ବିବାହ ଆୟର୍ଲାଣ୍ଡ୍‌ର ସୋଫି ସାଇନଙ୍କ ସହ ହେବା ପରେ ମଧ୍ୟ ଚର୍ଚ୍ଚା ଚାଲିଛି। ଯଦିଓ ଏହା ତାଙ୍କ ପାଇଁ ନୂଆ, କିନ୍ତୁ ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ଦ୍ବିତୀୟ ବିବାହ କାର୍ଯ୍ୟ ଅପରିଚିତ ନୁହେଁ।

    ବିନୋଦ କାମ୍ବଲୀ, ଜଭାଗାଲ ଶ୍ରୀନାଥ, ମହମ୍ମଦ ଆଜାରୁଦ୍ଦିନ୍‌, ଅନିଲ କୁମ୍ବଲେ, ଦିନେଶ କାର୍ତିକ, ଆରୁଣ ଲାଲ, ଯୋଗରାଜ ସିଂହ, ମନୋଜ ପ୍ରଭାକର ପୂର୍ବରୁ ଦ୍ବିତୀୟ ବିବାହ କରିଥିବାର ଦୃଷ୍ଟାନ୍ତ ରହିଛି। ହାର୍ଦିକ ପାଣ୍ଡ୍ୟା, ଯୁଜ୍‌ବେନ୍ଦ୍ର ଚହଲ ପରେ ଏହି ତାଲିକାକୁ ଅଧିକ ବୃହତ କରିପାରିବେ।

    ବିଶ୍ୱ କ୍ରିକେଟର୍‌ମାନଙ୍କ ମଧ୍ୟରୁ ଇମ୍ରାନ୍‌ ଖାନ୍‌, ସନଥ ଜୟସୁରିୟା, ମାହେଲା ଜୟବର୍ଦ୍ଧନେ, ତିଲକରତ୍ନେ ଦିଲସାନ୍‌, ସୋଏବ ମଲ୍ଲିକ, ସୁନିଲ ନାରାୟଣ, ବ୍ରେଟ୍‌ ଲି, ଜଣ୍ଟି ରୋଡ୍ସ, ଗ୍ଲେନ୍‌ ମ୍ୟାକ୍‌ଗ୍ରା ପ୍ରମୁଖଙ୍କ ମଧ୍ୟରେ ଦ୍ବିତୀୟ ବିବାହ କରିଥିବା ଦୃଷ୍ଟାନ୍ତ ରହିଛି। ସୋଏବ ମଲ୍ଲିକ ଓ ଇମ୍ରାନ୍‌ ଖାନ୍‌ ୩ଥର ବିବାହ କରିଥିବାର ନିଜସ୍ୱ ଉଦାହରଣ ଦେଇଛନ୍ତି।

  • ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବହୁତ ଲୋକ ଡେରିରେ ଘରକୁ ଫେରିବା, କାର୍ଯ୍ୟଚାପ, କ୍ଲବ୍‌ ଓ ମନୋରଞ୍ଜନ ପରେ ରାତ୍ରିରେ ବହୁ ଡେରିରେ ଖାଦ୍ୟ ଖାଉଛନ୍ତି | ଏହି ଅଭ୍ୟାସ ଦେଖିବାକୁ ସାଧାରଣ ଲାଗିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ଆପଣ ରାତିରେ କ’ଣ ଖାଉଛନ୍ତି ସେଥିରେ ଯେତେ ଗୁରୁତ୍ୱ ରହିଛି, କେତେବେଳେ ଖାଉଛନ୍ତି ସେଥିରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଶୋଇବା ପୂର୍ବରୁ ଅଧିକ ଡେରିରେ ଭୋଜନ କରିଲେ ଶରୀରକୁ ଖାଦ୍ୟ ହଜମ କରିବା ପାଇଁ ପ୍ରୟାପ୍ତ ସମୟ ମିଳେନାହିଁ। ଫଳରେ ଅମ୍ଳପିତ୍ତ, ଗ୍ୟାସ୍‌, ଅଜୀର୍ଣ୍ଣ, ନିଦ୍ରାହୀନତା ପରି ସମସ୍ୟା ଦେଖାଦେଇପାରେ।

    ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ, ଶୋଇବାର ଅତି କମରେ ୨ ରୁ ୩ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବା ଉଚିତ। ହାଲୁକା ଓ ସହଜ ପାଚ୍ୟ ଖାଦ୍ୟ ଗ୍ରହଣ କଲେ ନିଦ୍ରା ଭଲ ହୁଏ ଓ ସକାଳେ ଉଠିବାବେଳେ ତାଜା ଅନୁଭବ ହୁଏ। ଅନେକ ଲୋକ ୮ ଘଣ୍ଟା ଶୋଇଥିଲେ ମଧ୍ୟ ସକାଳେ କ୍ଳାନ୍ତ ଲାଗୁଥିବା କଥା କହନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଦେରରେ ଭୋଜନ ଏହାର ମୂଳ କାରଣ ହୋଇପାରେ। ଏହା ଶରୀରର ମେଟାବଲିଜମ୍‌କୁ ପ୍ରଭାବିତ କରି ଓଜନ ବୃଦ୍ଧିର ସମସ୍ୟା ମଧ୍ୟ ସୃଷ୍ଟି କରେ। ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପାରେ ପୀଡ଼ିତ ଲୋକମାନଙ୍କ ପାଇଁ ସଅଳ ରାତ୍ରିଭୋଜନ ଅତ୍ୟନ୍ତ ଉପକାରୀ। ସମୟରେ ଓ ସୀମିତ ପରିମାଣରେ ଭୋଜନ କରିବା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଏକାଗ୍ରତା ବଢ଼ାଇଥାଏ।

    ସେଥିପାଇଁ କଣ କରିବେ ଆପଣ ଆସନ୍ତୁ ଜାଣିବା | ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଭୋଜନ ଶେଷ କରନ୍ତୁ , ତାହା ସହ ହାଲୁକା ଓ କାମ ତେଲିଆ ଖାଦ୍ୟ ଖାଆନ୍ତୁ | ଶୋଇବା ପୂର୍ବରୁ ଭାରି ଖାଦ୍ୟ ଓ ମିଠା ଗ୍ରହଣ କରନ୍ତୁ | ସୁସ୍ଥ ରହିବାକୁ କେବଳ ଉପଯୁକ୍ତ ଖାଦ୍ୟ ନୁହେଁ, ଠିକ୍‌ ସମୟରେ ଖାଇବା ମଧ୍ୟ ସମାନ ଭାବେ ଆବଶ୍ୟକ।

  • English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    ବାପା ମା ପିଲା କୁ ଭଲ ସ୍କୁଲରେ ପଢେଇବାକୁ ଚାହୁଁଛନ୍ତି ହେଲେ କେବେ ଏହିଭଳି ଘଟଣା ଶୁଣିଛନ୍ତି କି, ଶିକ୍ଷକ ପାଲଟି ଗଲା ନର ରାକ୍ଷସ, ଚତୁର୍ଥ କ୍ଲାସ ଛାତ୍ରୀଙ୍କ ସହ କରିଥିଲେ ଅମାନୁଷିକ କାଣ୍ଡ | ଲଜ୍ଜ୍ୟା ନୃଶଂସ ଜଘନ୍ୟ ଘଟଣା ଘଟାଇ ଚର୍ଚ୍ଚାରେ ନାଳୁଆ ଶିକ୍ଷକ ସହ ପିଅନ। 4ବର୍ଷ ଲଗାତାର ଛାତ୍ରୀଙ୍କୁ ଦୁଷ୍କର୍ମ କରି ଦେଉଥିଲେ ଯୌନ ଶୋଷଣ | English medium ସ୍କୁଲ ରେ ଘଟିଛି ଏହିଭଳି ଘଟଣା, 4ର୍ଥ କ୍ଲାସ ରୁ ଛାତ୍ରୀ ଙ୍କ ସହ ରଥିଥିଲେ ସମ୍ପର୍କ ସପ୍ତମକ୍ଲାସ ପର୍ଯ୍ୟନ୍ତ ବି ଶିକ୍ଷକ କୁକର୍ମ୍ ଘଟାଇବାକୁ ପଛାଉ ନଥିଲେ, ଶିକ୍ଷକଙ୍କୁ ସାଥ ଦେଉଥିଲେ ସେହି ସ୍କୁଲର ଅଲଗା ସବୁ ଶିକ୍ଷକ ତାଙ୍କ ଭିତରେ ମିଡ଼ିଲ ମ୍ୟାନ୍ ଥିଲେ ଜଣେ ଶିକ୍ଷୟତ୍ରୀ।

    ସୂଚନା ଅନୁଯାୟୀ, ଏହିଭଳି ଘଟଣା ଆସିଛି କେନ୍ଦ୍ରାପଡ଼ା ଆଳି ଥାନା ଅଞ୍ଚଳରୁ | ଯୋଉଠି ବିବ୍ୟା ଗ୍ରହଣ କରାଯାଏ ସେଠୀ ନୃଶଂସ ପାଲଟିଛନ୍ତି ଅନେକ ଶିକ୍ଷକ ସହ ଶିକ୍ଷୟତ୍ରୀ ପିଅନ,, ଯାହା ସାରା ଭାରତରେ ଏହି ଖବର ଚହଳ ପକାଇଛି | ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସବୁ ଶତ ବାହାରୁଚି ଆଳୀ ରେ ଥିବା ଘରୋଇ English medium ସ୍କୁଲ୍ ରୁ |

    ଛାତ୍ରୀ ଜଣକ ଆଜିକୁ 5ବର୍ଷ ଦୁଷ୍କର୍ମର ଶିକାର ହେବ ପରେ ବି ଘର ଲୋକଙ୍କୁ କିଛି କହିନଥିଲେ , କାହିଁକି ନା ସେହି ସ୍କୁଲ ରେ ଛାତ୍ରୀର ସାନ ଭାଇ ପଢୁଥିବା ବେଳେ ଶିକ୍ଷକ ତାକୁ ମାରି ଦବାକୁ ଧମକ ଦେଉଥିଲେ ହେଲେ ଜାନୁଆରୀ 14 ତାରିଖରେ ପୀଡ଼ିତା ଛାତ୍ରୀ ସବୁ ଗୋଟି ଗୋଟି ମାଆ ଙ୍କୁ କହିଦେଇଥିଲେ
    ଯେତେବେଳେ ମାଆ ସ୍କୁଲ କୁ ଯାଇ ହେଡ଼ ସାର୍ ଙ୍କୁ କହିଛନ୍ତି , ହେ ଜ୍ଞାନ କରିଦେଲ ହେଡ ସାର୍, ଶେଷରେ ମା ଆଳୀ ଥାନାକୁ ଯାଇ ସବୁ କହିଥିବା ବେଳେ ପୀଡ଼ିତା ର ବୟାନ ରେକର୍ଡ କରିଛି ପୋଲିସ, ପ୍ରାଥମିକ ତଦନ୍ତ କରି ପୋଲିସ ସବୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଥାନାରେ ଅଟକ ରଖିବା ସହ , କେସ କୁ ପୁରା ହାତକୁ ନେଇଛନ୍ତି କେନ୍ଦ୍ରାପଡ଼ା ଏସପି, ଏବେ ସ୍କୁଲ ର ଇତିହାସ ଖୋଲୁଛି ପୋଲିସ , ଏହିଭଳି ନୃଶଂସ ଶିକ୍ଷକ ମାନଙ୍କୁ କି ଦଣ୍ଡ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

  • ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ: ଯୁବତୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

    ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ: ଯୁବତୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

    ଚାକିରି ନମିଳିବାକୁ ନେଇ ଜଣେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

    ସୂଚନା ଅନୁସାରେ, ଯୁବତୀ ଜଣକ ‘ଡିପ୍ଲୋମା ଇନ୍ ଅର୍ଲି ଚାଇଲ୍ଡ କେୟାର ଏଜୁକେଶନ’ କୋର୍ସ ସମ୍ପୂର୍ଣ୍ଣ କରିଥିଲେ ଏବଂ ଶିଶୁ ବାଟିକାରେ ଚାକିରି ପାଇବା ଆଶା ରଖିଥିଲେ। କିନ୍ତୁ ଏହି କୋର୍ସ ଅନୁସାରେ ନିଯୁକ୍ତି ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିବା ବିଷୟରେ ସେ ସୂଚନା ପାଇଥିବା କୁହାଯାଉଛି।ଏନେଇ ଅସନ୍ତୋଷ ପ୍ରକାଶ କରିବା ଓ ନ୍ୟାୟ ଦାବିରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ଯୁବତୀ ନିଜ ଡ୍ରେସ୍‌ରେ ଦିଆସିଲି ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଖବର ମିଳିଛି।

    ତୁରନ୍ତ ସ୍ଥାନୀୟ ଲୋକ ଓ ପୁଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିନି। ଘଟଣା ପରେ ଭଦ୍ରକ ଏସ୍‌ପି ହସ୍ପିଟାଲକୁ ପହଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପୁଣିଥରେ ଚାକିରି ସମସ୍ୟା ଓ ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି।

  • ସେବାୟତ ବିବାଦର ପ୍ରଭାବ: ନୀତିକାନ୍ତି ବନ୍ଦ, ଉପାସରେ କପିଳେଶ୍ୱର

    ସେବାୟତ ବିବାଦର ପ୍ରଭାବ: ନୀତିକାନ୍ତି ବନ୍ଦ, ଉପାସରେ କପିଳେଶ୍ୱର

    କପିଳେଶ୍ୱର ମନ୍ଦିର ରେ ଗତକାଲି ରାତିରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ସେବାୟତମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହି ପରିସ୍ଥିତି ଉଦ୍ଭବ ହୋଇଛି।

    ଖବର ଅନୁଯାୟୀ , ଗତକାଲି ଶ୍ରୀଲିଙ୍ଗରାଜ ମନ୍ଦିର ରେ ହାଣ୍ଡିଭଙ୍ଗା ଯାତ ହୋଇନଥିବାରୁ ଏହାର ପ୍ରଭାବ କପିଳେଶ୍ୱରଙ୍କ ନୀତିକାନ୍ତି ଉପରେ ପଡ଼ିଛି। ଫଳରେ ଗତ ରାତିରୁ ଠାକୁରଙ୍କ ସମସ୍ତ ପାରମ୍ପରିକ ନୀତି ବନ୍ଦ ରହିଛି।

    ଆଜି ସକାଳୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଓ ତଡ଼ପଲାଗି ପର୍ଯ୍ୟନ୍ତ କୌଣସି ନୀତି ପାଳନ ହୋଇନାହିଁ। ଖୁଣ୍ଟିଆ ସେବାୟତମାନେ ନୀତି କରିନଥିବା ବେଳେ ମଲିଆମାନେ ମଧ୍ୟ ଠାକୁରଙ୍କ ସେବାରେ ଅଂଶ ନେଇନାହାନ୍ତି। ଏହି ପରିସ୍ଥିତିରେ ଠାକୁର କପିଳେଶ୍ୱରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ବ୍ୟକ୍ତ ହେଉଛି। ବିବାଦ ସମାଧାନ ପରେ ନୀତିକାନ୍ତି ପୁନର୍ବାର ଆରମ୍ଭ ହେବ ବୋଲି ଆଶା କରାଯାଉଛି।