Year: 2025

  • ସ୍କାନ ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର

    ସ୍କାନ ଷ୍ଟିଲ ପକ୍ଷରୁ ରକ୍ତଦାନ ଶିବିର

    ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ କାରଖାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ୍ତ୍ୱ ପୁର୍ଣ୍ଣ୍ୟ ସେହି ଉଦେଶ୍ୟରେ ପ୍ରତିବର୍ଷ ପରି ଏହିବର୍ଷ ସ୍କାନ ଷ୍ଟିଲ ପକ୍ଷରୁ କାରଖାନା ପରିସରରେ ଅନୁଷ୍ଠିତ କରାଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ କାରଖାନାର ପରିଚାଳନା ନିର୍ଦେଶକ ରାଜେଶ କୁମାର ଗଡ଼ୋଡ଼ିଆ ଫେକ୍ଟ୍ରି ପରିଚାଳକ ବିନୀତ କୁମାର ଗଡ଼ୋଡ଼ିଆଙ୍କ ଉପସ୍ଥିତିରେ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଟନିକ ଭାବେ ଉଦଘାଟନ କରିଥିଲେ।

    ଏହି ରକ୍ତଦାନ ଶିବିରକୁ ରାଉରକେଲା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏମ. ସୋରେନଙ୍କ ନେତୃତ୍ୱରେ ପବିତ୍ର କୁମାର ପଳାଇ, ସୂବେନ୍ଧୁ କୁମାର ସାହୁ, ଦିଲ୍ଲୀପ କୁମାର ପୁଥାଳ, ଓ ବିରେନ କୁମାର ସିଂଙ୍କ ସହଯୋଗରେ କାରଖାନା ର କାର୍ଯ୍ୟନିର୍ବାହୀ ଶ୍ରମିକ ମାନଙ୍କ ଠାରୁ ରିପୋର୍ଟ ଲେଖିବା ମଧ୍ୟରେ ୭୦ ୟୁନିଟ ସଂଗ୍ରହ କରିଥିବା ଜାଣିବାକୁ ମିଳିଥିଲା ଓ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରଶଂସା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିର ରେ କାରଖାନାର ଆର. ଆଇ. ସୁବ୍ରତ କୁମାର ନାୟକ, ହେଚଆର ମୂଖ୍ୟ ହରିଓମ ମିଶ୍ର, ଅତିରିକ୍ତ ହେଚ.ଆର ଶ୍ରୀବତ୍ସ ନାଥ ନାୟକ, ଶ୍ରୁତି ରଞ୍ଜନ ନାୟକ, ଯଜ୍ଞବ୍ରତ ଦାସ, ସରୋଜ କୁମାର ଗୋପ, ଭଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

  • ପ୍ରାଚୀନ କାଳରୁ ପ୍ରସିଦ୍ଧ ବାବା ବଳାନାଥଙ୍କ ଶୈବପୀଠ; ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଭକ୍ତ

    ପ୍ରାଚୀନ କାଳରୁ ପ୍ରସିଦ୍ଧ ବାବା ବଳାନାଥଙ୍କ ଶୈବପୀଠ; ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଭକ୍ତ

    ଯୁଗ ଯୁଗାନ୍ତର ଏହି ବାବା ବଳା ଶଙ୍କରଙ୍କ ଶୈବପୀଠ। ସ୍ରୋତସ୍ଵିନୀ ଧାରାରେ ବହି ଆସୁଛି ବଂଶଧାରା, ପଲପଲିଆ, ଚାଉଳଦୁଆଁ ଏହି ୩ ନଦୀ। ତେଣୁ ଏହାକୁ ତ୍ରିବେଣୀ ସଙ୍ଗମ ବାବା ବଲେନାଥଙ୍କ ପ୍ରସିଦ୍ଧ ଶୈବପୀଠ ବୋଲି ମଧ୍ୟ କୁହାଯାଏ। ଏହି ଭଳି ଏକ ଶୈବପୀଠ ରହିଛି ବହୁ ପରିଚିତ ଶ୍ରୀ ମିନାଝୋଲା ବାବା ମହାଦେବଙ୍କ ଶୈବପୀଠ।

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଶ୍ରୀ ମିନାଝୋଲା ଶୈବପୀଠ ହେଉଛି ବହୁ ପୂରାତନ ଶୈବପୀଠ। ଅନନ୍ତ କାଳରୁ ଦେବ ଦେବ ମହାଦେବ,ବାବା ବଲେନାଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଖରୁ ପୂଜା ପାଇଆସୁଛନ୍ତି। ଆମ ରାଜ୍ୟ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏଭଳି ବିଭିନ୍ନ ରାଜ୍ୟରୁ ଭକ୍ତଙ୍କ ଭିଡ଼ ସମାଗମ ମଧ୍ୟ ବେଶ୍ ଦେଖିବାକୁ ମିଳେ। ଏହି ପୂରାତନ ଶୈବପୀଠକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼େଇ ଆଗକୁ ଆଣିଛି ଚନ୍ଦ୍ରପୁର ପ୍ରେସ କ୍ଲବ୍। ସେନେଇ ଆଜି ତ୍ରିବେଣୀ ସଙ୍ଗମ ଶୈବପୀଠ ଠାରେ ମହା ଶିବରାତ୍ରି ଉପଲକ୍ଷେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ତୃତୀୟ ତ୍ରିବେଣୀ ମହୋତ୍ସବ।

    ଚନ୍ଦ୍ରପୁର ପ୍ରେସ କ୍ଲବ୍ ତରଫରୁ ଏକ ମହତ୍ୱ ଜନ କଲ୍ୟାଣ ପାଇଁ ସଚେତନ ଦେବା ସହ ଭକ୍ତଙ୍କ ପାଇଁ ଭଜନର ମଧ୍ୟ ଆୟୋଜନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆୟୋଜନ ବାବା ଜନକା ନନ୍ଦ ଜନ କଲ୍ଯାଣ ଆଶ୍ରମ ଠାରେ ଅନୁଷ୍ଠିତ କରାଯାଇଛି। ବାବା ବଲେନାଥଙ୍କ ଦର୍ଶନ ପାଇ ମଜା ନେଉଛନ୍ତି ଶହ ଶହ ଭକ୍ତ ତୃତୀୟ ତ୍ରିବେଣୀ ମହୋତ୍ସବ କାର୍ଯ୍ୟକ୍ରମ ଠାରେ। ଏହି ଅବସରରେ ଏଠାରେ ମହା ଶିବରାତ୍ରି ଠାରୁ ୭ ଦିନ ଧରି ଜାଗର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ଭଜନ ତର୍ପଣ ସନ୍ଧ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ସବୁଦିନ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଛି।

    ପୁରୀରୁ ଆସିଥିବା ଅବଢ଼ା ପ୍ରସାଦ ଭୋଗ ମଧ୍ୟ ଆସିଥିବା ଭକ୍ତ ମାନଙ୍କୁ ଦିଆଯାଉଛି। ଐତିହାସିକ ଶ୍ରୀ ମିନାଝୋଲା ତ୍ରିବେଣୀ ସଙ୍ଗମ ଶୈବପୀଠ ନୀଳକଣ୍ଠେଶ୍ଵର ନଦୀ ଭିତରେ ଭୋଳାବାବାଙ୍କୁ ଦର୍ଶନ କଲେ ମନ ପ୍ରସନ୍ନ ହୋଇଥାଏ ବୋଲି ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଠାରେ ଶୁଣିବାକୁ ମିଳୁଛି। ମହାଶିବରାତ୍ରି ନୁହେଁ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଦର୍ଶନ କରିବାକୁ ବହୁତ ଭଲଲାଗେ ବୋଲି ବହୁ ପରିଚିତ ଶ୍ରୀ ମିନାଝୋଲା ଶୈବପୀଠ।

  • ୫୨୦ ଲିଟର ଦେଶୀ ମଦ ସହ କାର ଜବତ ଓ ଦୁଇ ଗିରଫ

    ୫୨୦ ଲିଟର ଦେଶୀ ମଦ ସହ କାର ଜବତ ଓ ଦୁଇ ଗିରଫ

    ଗୋଟେ ପରେ ଗୋଟେ ସଫଳତା ସାଉଁଟୁଛନ୍ତି ଡୋଲୀପୁର ଅବକାରୀ ବିଭାଗ | ଦିନ ରାତି ପରିଶ୍ରମ କରି ଚୋରା ମଦ ବେପାରୀଙ୍କ ନିଦ ହଜାଇଦେଉଛନ୍ତି ଡୋଲୀପୁର ଅବକାରୀ ଅଧିକାରୀ | ଡୋଲୀପୁର ଅବକାରୀ ଅଫିସର ସମସ୍ତ କର୍ମଚାରୀ ଏବେ ଚୋରା ବେପାରୀଙ୍କ ଉପରେ କଡା ନଜର ରଖିଥିବା ଦେଖିବାକୁ ମିଳୁଛି | ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଦିବ୍ୟକିଶୋର ତଣ୍ଡେଲଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ସୁପେରିଟେଣ୍ଡେଣ୍ଟ ଅନିତା ଓଝାଙ୍କ ତତ୍ଵାବଧାନରେ ଡୋଲୀପୁର ଅବକାରୀ ଅଧିକାରୀ ଶ୍ରୀକାନ୍ତ କୁମାର ପଣ୍ଡା ଏବଂ ତାଙ୍କ ଟିମ ସହ ରଗଡି ଛକରେ ପାଟ୍ରୋଲିଂ କରୁଥିଲେ |

    ଏତିକିବେଳେ ଆନନ୍ଦପୁର ଆଡୁ ଯାଜପୁର ଅଭିମୁଖେ ଆସୁଥିବା ଏକ ହ୍ୟୁଣ୍ଡାଇ କାର ଯାହାର ନମ୍ବର 0D16C9100 ରେ ଦେଶୀ ମଦ ଆସୁଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ | ଏହି ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରୁ 520ଲିଟର ଦେଶୀ ମଦ ଜବତ କରିଥିଲେ | ଏଥିସହିତ ଦୁଇ ଅଭିଯୁକ୍ତ ଗିରଫ କରି କେଶ ନମ୍ବର 270/24-25ରେ କୋର୍ଟ ଚାଲାଣ କରାଯାଇଅଛି | ଏହି ଚଢ଼ାଉରେ ଡୋଲୀପୁର ଅବକାରୀ ବିଭାଗର ଏ ଏସ ଆଇ ରଞ୍ଜନ ପାତ୍ର, ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ଚଗଲା ମଲିକ ପ୍ରମୁଖ ସାମିଲ ହୋଇଥିଲେ | ଏଭଳି ଚଢ଼ାଉ ଆଗକୁ ଆହୁରି ଜୋରଦାର ହେବ ବୋଲି ଶ୍ରୀକାନ୍ତ ପଣ୍ଡା କହିଛନ୍ତି |

  • ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ‌ ଘଟିଛି ଏକ ବଡ଼ ଅଘଟଣ। ଆଇନ ଓର୍ ନେବାପାଇଁ ଆସିଥିବା ବାରବାଦୋସର ଏକ ଜାହାଜ ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଚିଫ୍ ଅଫିସର ଜଣଙ୍କ ଶ୍ରୀଲଙ୍କା ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଆସେଲା ଆସଙ୍କା ମୋହନ (ASELA ASANKA MOHANA ) ।

    ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଜାହାଜଟି ଆଇରନ ଓର୍ ନେବାପାଇଁ MPB ବର୍ଥ ରେ ଲାଗିଛି । ଅଫିସର ଜଣଙ୍କ ଜାହାଜର ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିବା ବେଳେ ହଠାତ୍ ତଳକୁ ଖସିପଡିଥିଲେ ଏବଂ ଅନ୍ୟ ଷ୍ଟାଫଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବନ୍ଦର ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ତାଙ୍କର ଅଣ୍ଟାରେ ଗଭୀର ଆଘାତ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ସୂଚନା ମିଳିଛି।

  • ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ରି ଅବସରରେ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି | ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ଅନ୍ତର୍ଗତ ବଟେଶ୍ଵର ମନ୍ଦିରରେ ପ୍ରତିବର୍ଷର ରେକର୍ଡ ଭାଙ୍ଗିଛି | ପୂର୍ବ ବର୍ଷ ତୁଳନା ଅନୁଯାୟୀ ଚଳିତ ବର୍ଷ ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ହଜାର ହଜାର ଭକ୍ତ ପ୍ରଥମ ଥର ପାଇଁ ସମାଗମ ହୋଇଥିଲା | ଯେଉଁଥିପାଇଁ ଟ୍ରାଫିକ ବ୍ୟବସ୍ଥା ଏବଂ ଭକ୍ତଙ୍କୁ କୌଣସି ଅସୁବିଧା ହେବନାହିଁ ତାହା ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା |

    ସେହିପରି ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳରେ ବିଜେ କାଶୀ ବିଶ୍ୱନାଥ, ଖଣ୍ଡେଶ୍ଵର, ରାମେଶ୍ଵର, ଆଖଣ୍ଡଳମଣି ପ୍ରମୁଖ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା | ଶ୍ରଦ୍ଧାଳୁମାନେ ଅଷ୍ଟଶମ୍ଭୁ ଦର୍ଶନ କରିବା ପାଇଁ ବିଭିନ୍ନ ଶୈବପୀଠ ଭ୍ରମଣ କରିଥିଲେ | ଦେବଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଶେଖ କରି ପୂଣ୍ୟ ଅର୍ଜନ ପାଇଁ କାଉଡ଼ିଆମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଲକ୍ଷ୍ୟ କରାଯାଇଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଅଷ୍ଟ ପ୍ରହର ନାମଯଜ୍ଞ ଓ଼ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା | ମନ୍ଦିର ପୂଜକଙ୍କ ମୁଖ ନିଃସୃତ ଦେବମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |

  • ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ

    ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ

    ଆନନ୍ଦପୁର – ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଆଜି ଘଟିଛି ଏକ ମିନିଟ୍ରକ୍ ଦୁର୍ଘଟଣା। ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଗୋଟିଏ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମରକାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା। ସେ ନିଜ ବାପା ମା ଙ୍କ ସହ ସଙ୍କଟ ପାଲିଆ ଗାଁ କୁ ବୁଲିବାକୁ ଆସିଥିଲା। ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ଧକ୍କା ଦେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ସୋସୋ ଥାନା ପୁଲିସ ପହଞ୍ଚି ଉତ୍ୟେକ୍ତ ଳୋକଙ୍କୁ ବୁଝାସୁଝା କରୁଛି।

  • ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି | କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥ୍‌ଙ୍କ ମଧ୍ଯରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ,ଜିଲାପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ,ବ୍ଳକ ଅଧ୍ଯକ୍ଷ ସୁଶାନ୍ତି କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଉନ୍ନୟନ ଅଧୂକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଅତିରିକୁ ଜିଲାପାଳ ରମେଶ ଚନ୍ଦ୍ର ଜେନା ବିବରଣୀ ପଠନ କରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ସହ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ ହଳଦୀ, ଅଦା, କଫି, ପନିପରିବା ଆଦି ସମ୍ପର୍କରେ ଉପସ୍ଥିତ ପୁଞ୍ଜି ନିବେଶକାରୀ ଓ ନିମନ୍ତ୍ରିତ ଅତିଥ୍‌ଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ିର ବିକାଶ ତଥା ଅଞ୍ଚଳବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ । କରିବା ପାଇଁ କୃଷି, ପର୍ଯ୍ୟଟନକ୍ଷେତ୍ର ସମେତ ସରକାରୀ-ଶିଳ୍ପ ସଂଳାପ,ବିଭିନ୍ନ କ୍ଷେତ୍ରରେ ଆତିଥ୍ଯ ବ୍ୟବସ୍ଥା,କ୍ଷେତ୍ରରେ ହିତାଧୂକାରୀ ନେଟୱାର୍କିଂ ବିଭିନ୍ନ ବ୍ୟବସାୟିକ କ୍ଷେ ସୁଯୋଗ, ଏଗ୍ରୋ-ଟୁରିଜିମ୍‌ରେ ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା।

  • ହେ ଭଗବାନ.. ୩୭ ବର୍ଷ ପରେ ମହାକୁମ୍ଭରେ ଭେଟିଲେ ୨ ପୁରୁଣା ବନ୍ଧୁ, ଭାଇରାଲ ହେଲା ଇମୋସନାଲ ଭିଡିଓ

    ହେ ଭଗବାନ.. ୩୭ ବର୍ଷ ପରେ ମହାକୁମ୍ଭରେ ଭେଟିଲେ ୨ ପୁରୁଣା ବନ୍ଧୁ, ଭାଇରାଲ ହେଲା ଇମୋସନାଲ ଭିଡିଓ

    ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା, ଯେତେବେଳେ ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ସିଂହ ୩୭ ବର୍ଷ ପରେ ତାଙ୍କ କଲେଜ ବନ୍ଧୁ ରଶ୍ମି ଗୁପ୍ତାକୁ ଭେଟିବାର ସୁଯୋଗ ପାଇଲେ। ଦୁହେଁ ୧୯୮୮ ବ୍ୟାଚର ସହପାଠୀ ଥିଲେ ଏବଂ ଏତେ ବର୍ଷ ପରେ ପରସ୍ପରକୁ ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଭାଇରାଲ ହୋଇଗଲା ଏବଂ ଦର୍ଶକେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

    ଭିଡିଓରେ ସଞ୍ଜୀବ ତାଙ୍କ ପୁରୁଣା ବନ୍ଧୁଙ୍କୁ ପରିଚୟ କରାଇ କହୁଛନ୍ତି, “ଏ ହେଉଛନ୍ତି ମୋର ସହପାଠୀ ରଶ୍ମି। ଆମେ ୧୯୮୮ ବ୍ୟାଚର ଛାତ୍ର ଥିଲୁ ଏବଂ ୩୭ ବର୍ଷ ପରେ ମହାକୁମ୍ଭରେ ପ୍ରଥମ ଥର ପାଇଁ ଭେଟିଥିଲୁ। ଏବେ ସେ ଲକ୍ଷ୍ନୌର ଏକ କଲେଜରେ ପାଠ ପଢ଼ାନ୍ତି।” ଏହି ସ୍ମରଣୀୟ ସାକ୍ଷାତରେ ରଶ୍ମି ମଧ୍ୟ ବହୁତ ଖୁସି ଦେଖାଯାଉଥିଲେ। ସେ କହିଲେ, “ଏଠାକାର ପରିବେଶ ବହୁତ ଭଲ, ବ୍ୟବସ୍ଥା ଉତ୍କୃଷ୍ଟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ବର୍ଷ ପରେ ମୋ ବନ୍ଧୁଙ୍କୁ ଭେଟିବା ସ୍ୱପ୍ନଠାରୁ କମ୍ ନୁହେଁ।”

    ରଶ୍ମି ମଧ୍ୟ ମଜା କରି ସଞ୍ଜୀବଙ୍କ ପୁରୁଣା ସ୍ମୃତିକୁ ତାଜା କଲେ। ସେ ହସି ହସି କହିଲେ, “ଆମର କଲେଜ ସମୟରେ ସଞ୍ଜୀବ ବହୁତ ଶାନ୍ତ ଏବଂ ଅନ୍ତର୍ମୁଖୀ ଥିଲେ, କିନ୍ତୁ ଏବେ ତାଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ବଦଳି ଯାଇଛି।” ସଞ୍ଜୀବ ଏହାର ଉତ୍ତର ହସି ହସି କହିଲେ, “ରଶ୍ମି ଏବଂ ତାଙ୍କ ଦଳ ମୋ କଲେଜ ସମୟରେ ମୋ ସହିତ କଥା ମଧ୍ୟ ହୋଇନଥିଲେ।” ତା’ପରେ ସେ ମଜାରେ କହିଲେ, “କିନ୍ତୁ ଏବେ ମୁଁ ତୁମର ମିଛ ପ୍ରଶଂସାକୁ ଗ୍ରହଣ କରୁଛି।”

    ଏହି ସମୟରେ, ମହାଶିବରାତ୍ରି ଅବସରରେ, ଲକ୍ଷ ଲକ୍ଷ ଭକ୍ତ ପବିତ୍ର ସ୍ନାନ କରିବା ପାଇଁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପହଞ୍ଚିଥିଲେ। ୧୩ ଜାନୁଆରୀ, ୨୦୨୫ ରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆଜି ଶେଷ ଆଡକୁ ଯାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ, ଯେଉଁଥିରେ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସିଥାନ୍ତି ।

    ସଞ୍ଜୀବ ଏବଂ ରଶ୍ମିଙ୍କ ଭାବପ୍ରବଣ ପୁନର୍ମିଳନର ଏହି ଭିଡିଓ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଅନେକ ବ୍ୟବହାରକାରୀ “ଅତୀତର ଏକ ସ୍ମରଣକାରୀ” ହୋଇଗଲେ ଏବଂ ମନ୍ତବ୍ୟରେ ସେମାନଙ୍କର ପୁରୁଣା ସ୍ମୃତି ବାଣ୍ଟିବା ଆରମ୍ଭ କଲେ। ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, “ଏହା ହେଉଛି ବନ୍ଧୁତାର ପ୍ରକୃତ ଅର୍ଥ।” ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଏପରି ଏକ ପୁନର୍ମିଳନ ଦେଖି ମୋର ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଗଲା। ସମୟ ଯେତେ ବିତିଗଲେ ମଧ୍ୟ, ପ୍ରକୃତ ବନ୍ଧୁତା ସବୁଦିନ ପାଇଁ ରହିଥାଏ।”

  • ଇଦରେ ସ୍କ୍ରିନ ଫାଡିବାକୁ ପ୍ରସ୍ତୁତ ଭାଇଜାନ, ସିକନ୍ଦରରୁ ପ୍ରଶଂସକଙ୍କୁ ଏହି ଉପହାର ଦେବେ ସଲମାନ ଖାନ

    ଇଦରେ ସ୍କ୍ରିନ ଫାଡିବାକୁ ପ୍ରସ୍ତୁତ ଭାଇଜାନ, ସିକନ୍ଦରରୁ ପ୍ରଶଂସକଙ୍କୁ ଏହି ଉପହାର ଦେବେ ସଲମାନ ଖାନ

    ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ସିକନ୍ଦରର ପ୍ରଥମ ଟିଜର ରିଲିଜ୍ ହୋଇଛି। ଏହି ଆକ୍ସନ ଡ୍ରାମାରେ ପୁଣିଥରେ ଭାଇଜାନଙ୍କୁ ଆକ୍ସନ କରୁଥିବାର ଦେଖିବାକୁ ମିଳିଛି।

    ସଲମାନ ଖାନଙ୍କ ଫିଲ୍ମ ସିକନ୍ଦରର ପ୍ରଥମ ଟିଜର ରିଲିଜ୍ ହୋଇଯାଇଛି। ଏହି ଆକ୍ସନ ଡ୍ରାମାରେ ପୁଣିଥରେ ଭାଇଜାନଙ୍କୁ ଆକ୍ସନ କରୁଥିବାର ଦେଖିବାକୁ ମିଳିଛି। ସିକନ୍ଦରର ଅନେକ ପୋଷ୍ଟର ଏପର୍ଯ୍ୟନ୍ତ ରିଲିଜ୍ ହୋଇସାରିଛି। ଯେଉଁଥିରେ ସଲମାନ ଖାନଙ୍କ ଲୁକ୍ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି । ଏବେ ସିକନ୍ଦରର ଟିଜରରେ ଭାଇଜାନଙ୍କ ଆକ୍ସନ ଅବତାର ମଧ୍ୟ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିପାରେ। ଟିଜରଟି ସଲମାନ ଖାନଙ୍କ ପ୍ରବେଶରୁ ଆରମ୍ଭ ହୁଏ। ଏହା ପରେ, ଟିଜରରେ ତାଙ୍କର ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି।

    ସିକନ୍ଦରଙ୍କ ଟିଜରରେ ସଲମାନ ଖାନ ତାଙ୍କର ପୁରା ଫର୍ମରେ ନଜର ଆସିଛନ୍ତି, ଏବଂ ତାଙ୍କ ସହିତ ରଶ୍ମିକା ମନ୍ଦାନାଙ୍କ ଯୋଡ଼ି ମଧ୍ୟ ପୁରା ଫ୍ରେଶ ଲାଗୁଛି। ଏହି ଫିଲ୍ମଟି ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଏ.ଆର. ମୁରୁଗଦସ ଦ୍ୱାରା ନିର୍ଦ୍ଦେଶିତ ଏହାକୁ ଏକ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସିକନ୍ଦର ପ୍ରଥମ ଦୃଶ୍ୟରୁ ହିଁ ଆପଣଙ୍କୁ କଏଦ କରିଦିଏ। ସଲମାନ ଖାନଙ୍କ ଶକ୍ତିଶାଳୀ ସ୍କ୍ରିନ୍ ଉପସ୍ଥିତି ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ତରରେ ଅଛି – ତାଙ୍କର ଶକ୍ତିଶାଳୀ ସଂଳାପ ଏବଂ ବିସ୍ଫୋରକ ଆକ୍ସନ୍ ସିକ୍ୱେନ୍ସ ଆପଣଙ୍କୁ ଆପଣଙ୍କ ସିଟ୍ ରୁ ଡେଇଁ ପଡ଼ିବାକୁ ବାଧ୍ୟ କରିବ। ଭାଇଙ୍କ ଶକ୍ତି, ଚମତ୍କାର ପୃଷ୍ଠଭୂମି ସ୍କୋର ସହିତ ମିଶି, ଏପରି ଏକ ପରିବେଶ ସୃଷ୍ଟି କରେ ଯାହା ଆପଣଙ୍କୁ ହସରେ ଚମକାଇ ଦେବ। ଏହି ଫିଲ୍ମଟି କେବଳ ଏକ ଆକ୍ସନ୍ ମନୋରଞ୍ଜନକାରୀ ନୁହେଁ, ବରଂ ଏହା ଏକ ଅଭିଜ୍ଞତା ହେବାକୁ ଯାଉଛି ଯାହା ବର୍ଷ ବର୍ଷ ଧରି ମନେ ରହିବ।

    ସିକନ୍ଦରର ଟିଜରରେ ଦେଖାଯାଇଥିବା ଭାଇଜାନଙ୍କ କରିସ୍ମା କୌଣସି ଧମାକାଠାରୁ କମ୍ ନୁହେଁ! ସଲମାନ ଖାନ ପରଦାରେ ଆସିବା ମାତ୍ରେ ତାଙ୍କର ଶକ୍ତିଶାଳୀ ସଂଳାପ ଆପଣଙ୍କୁ ହସରେ ଚମକାଇ ଦେବ । ‘ମୁଁ ନ୍ୟାୟ ପାଇଁ ଆସିନାହିଁ, ବରଂ ସଫା କରିବାକୁ ଆସିଛି!’ ଏହା କେବଳ ଆଇନ ପାଇଁ ଲଢ଼େଇ ନୁହେଁ, ବରଂ ବ୍ୟବସ୍ଥାକୁ ସଫା କରିବା ପାଇଁ ଏକ ଘୋଷଣା। ଏବଂ ତା’ପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ସଂଳାପ ଆସେ, ‘ନିୟମ ମଧ୍ୟରେ ରୁହ… ଲାଭଦାୟକ ରୁହ।’ ନଚେତ୍ ଶ୍ମଶାନ କିମ୍ବା ଶ୍ମଶାନରେ ରୁହ!’ ମୋ ଭାଇର ଏହି କଥାଟି ସିଧା ମୋ ହୃଦୟକୁ ଯାଏ। ସିକନ୍ଦର ସ୍ପଷ୍ଟ କରିଛନ୍ତି ଯେ ନ୍ୟାୟ କେବଳ ଆଇନ ପାଳନ କରିବା ବିଷୟରେ ନୁହେଁ, ବରଂ ଏହା ସଠିକ୍ ନିଷ୍ପତ୍ତି ନେବାର ଆଗ୍ରହ ମଧ୍ୟ।

  • ପୁରୁଷ ନୁହଁ, ମଦ ପିଇବା ପାଇଁ ହାଁ ହାଁ ହେଉଛନ୍ତି ମହିଳା

    ପୁରୁଷ ନୁହଁ, ମଦ ପିଇବା ପାଇଁ ହାଁ ହାଁ ହେଉଛନ୍ତି ମହିଳା

    ମଦ ପିଇବାକୁ ହଙ୍କ ହଙ୍କ ମହିଳା, ଢକ ଢକ କରି ପିଇଯାଉଛନ୍ତି ମଦ, ଯେମିତି ଅମୃତ ହିଁ ଝରିପଡୁଛି, ହଁ ଆଜ୍ଞା, ଆଗରୁ ଘରେ ପିଉଥିଲେ, ଏବେ ରାସ୍ତାଘାଟରେ ଅନ୍ଧାର ରାତିରେ, ତାହା ପୁଣି ଅନ୍ୟ ପୁରୁଷ ସହ ବସି ପେଗ ପରେ ପେଗ ପିଇଯାଉଛନ୍ତି |ଯୁବକଙ୍କ ସହ ନିଶାରେ ବୁଡ଼ିଥିବା ମହିଳାଙ୍କର ସମ୍ପର୍କ କ’ଣ ? ଏ ବିଷୟରେ ଗ୍ରାମବାସୀ ପଚାରିବାରୁ ଚିହିଁକି ଉଠି ଯୁବକ କହିଥିଲେ ଏ ମୋ ସ୍ତ୍ରୀ, କିନ୍ତୁ ଗାଁ ଲୋକେ କହିଥିଲେ, ତୁମ ସ୍ତ୍ରୀ ଯଦି ଘରେ ବସି କିମ୍ବା କେଉଁ ହୋଟେଲରେ ପିଇଲନି ଅନ୍ୟ ଗାଁରେ ଆସି କାହିଁକି ପିଉଛ | ଦର୍ଶକବନ୍ଧୁ, ବାଲେଶ୍ବର ଜିଲ୍ଲା ବାଲିଆପାଳରୁ ଆସିଛି ଏଭଳି ଦୃଶ୍ୟ, ସର୍ବସଧରଣ ସ୍ଥାନରେ ମଦ ପିଇବାକୁ ବିରୋଧ କରୁଥିବା ଲୋକଙ୍କୁ ମଦ ପିଉଥିବା ମହିଳା ଜଣକ କହୁଛନ୍ତି ‘ଆମ ଇଚ୍ଛା, ଆମେ ଯୋଉଠି ପିଇଲେ ତୁମର କଣ ଗଲା, ଥରେ ଶୁଣନ୍ତୁ କଣ କହୁଛନ୍ତି ନିଶାରେ ଉବୁଟୁବୁ ମହିଳା

    ଶୁଣିଲେ ତ, ବିରୋଧ କରୁଥିବା ଗାଁ ଲୋକଙ୍କୁ କେମିତି ନାଲିଆଖି ଦେଖାଉଛନ୍ତି ନିଶାଗ୍ରସ୍ତ ମହିଳା ଜଣକ, ନା ଅଛି ଭୟ ନା ଡର, ଖୋଲାମ ଖୋଲା ପବ୍ଲିକ ପ୍ଲେସରେ ମହିଳା ଓ ଯୁବକ ଜଣକ ମିଶି ଗଡାଇ ଚାଲିଛନ୍ତି ପେଗ ପରେ ପେଗ | ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏଭଳି କାର୍ଯକୁ ଘୋର ନିନ୍ଦା କରାଯାଇଛି |

    ସୂଚନା ଅନୁସରେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଏହି ଯୁବକ ବୋଲି ଜଣାପଡିଛି | ରାତି ଅଧରେ ମହିଳାଙ୍କ ସହିତ କଣ ଚାଲିଥିଲା | ବାସ୍ତବରେ ଏହି ଯୁବକ ଏବଂ ମହିଳା ଉଭୟେ ସ୍ବାମୀ ସ୍ତ୍ରୀ ନା ଅନ୍ୟ କିଛି | ଏଭଳି ଅସାମାଜିକଙ୍କ ପାଇଁ ସମାଜ କଳଙ୍କିତ ହେବାକୁ ବସିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି |