Year: 2025

  • ତକ୍ଷଶିଳା ଇଣ୍ଟରନାସନାଲ ସ୍କୁଲର ବାର୍ଷିକ ଉତ୍ସବ ନବ ଉର୍ଜା ପାଳିତ

    ତକ୍ଷଶିଳା ଇଣ୍ଟରନାସନାଲ ସ୍କୁଲର ବାର୍ଷିକ ଉତ୍ସବ ନବ ଉର୍ଜା ପାଳିତ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ସ୍ଥିତ ତକ୍ଷଶିଳା ଇଣ୍ଟରନେସନାଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ ନବ ଉର୍ଜା ମହାସମାରୋହରେ ପାଳନ ହୋଇଯାଇଛି ।

    ଶିକ୍ଷାବିତ୍ ହରିପ୍ରସାଦ ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ,ମୁଖ୍ୟ ବକ୍ତା ଯୁବ ସଂଗଠକ ବିଭୁ ଭୁଷଣ ରାଉତ, ସ୍ୱତନ୍ତ୍ର ଅତିଥି ଭାବରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବ ସମାଜସେବୀ ସବ୍ୟସାଚୀ ବଳ ସାମନ୍ତ ସମ୍ମାନିତ ଅତିଥି ସଂସ୍କୃତି ସୁତ୍ରଧର ଅଖଣ୍ଡାନନ୍ଦ ସରସ୍ୱତୀ,ଆନନ୍ଦପୁର ପୂର୍ବତନ ବିଇଓ ଶରତ କୁମାର ରାଉତ ଙ୍କସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

    ନିର୍ଦ୍ଦେଶକ ଆକାଶ ରଥ ଅଭିଭାବକ ଙ୍କୁ ଶିକ୍ଷା ସମ୍ବନ୍ଧରେ ସମ୍ବୋଧନ କରିଥିଲେ ।ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବାବାଜୀ ଚରଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।

    ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମିଶ୍ର,ବିଜୟ କୁମାର ସାହୁ ,ନକୁଳ ନାୟକ ,ରାଜେଶ ଜେନା ,ରୂପକ ସିଂ , ଅଭିନୟ ଅଧିକାରୀ , ସୁରଜ୍ ସମାନୀ ଓ ଶିକ୍ଷୟତ୍ରୀ ରଶ୍ମିତା ଚକ୍ର ,ପ୍ରଭାତୀ ଓଝା,ସସ୍ମିତା ଓଝା, କାବେରୀ ପାତ୍ର,ରଶ୍ମିତା ଖୁଣ୍ଟିଆ ପ୍ରଭାତୀ ଜେନା,ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।

  • ଜଳିଗଲା ଡଷ୍ଟ ବୋଝେଇ ହାଇୱା; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

    ଜଳିଗଲା ଡଷ୍ଟ ବୋଝେଇ ହାଇୱା; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

    ଯାଜପୁର ରୋଡ଼ ଥାନା ଖରଡ଼ି ଛକ ନିକଟରେ ଜଳିଗଲା ଡ଼ଷ୍ଟ ବୋଝେଇ ହାଇୱା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ସୂଚନା ମୁତାବକ ହାଇୱାଟି ରାସ୍ତାକଡରେ ଠିଆ ହୋଇରହିଥିବା ବେଳେ ହଠାତ ଜଳି ଉଠିଥିଲା।

    ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦାନଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୩ଟି ଟିମ ନିୟୋଜିତ ହୋଇଥିଲେ। ହେଲେ ନିଆଁ ଲିଭିବା ବେଳେକୁ ହାଇୱାଟି ସମ୍ପୂର୍ଣ୍ଣ ଜଳିଯାଇଛି।

    ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଜଖପୁରା-ମିଲେଟାରି ଛକ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଯାଜପୁର ରୋଡ଼ ଥାନା ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ବରଗଡ଼ ଜିଲ୍ଲା ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଲା ସ୍କୋର୍ପିଓ l ଜଣେ ମୃତ ୪ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l

    ଯାତ୍ରୀ ମାନେ ଛତିଶଗଡ଼ ରାଜ୍ୟ ରାୟଗଡର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି l ଗାଡ଼ିରେ ଦୁଇ ମହିଳା ଓ ଦୁଇ ଶିଶୁଙ୍କ ସମେତ ସମୁଦାୟ 5 ଜଣ ଥିବା ସୂଚନା ମିଳିଛି l ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ସ୍ଥାନୀୟ ଲୋକେ l

  • ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପସ ଅଧିକାରୀ; ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିଲେ ୩ ହଜାର ଟଙ୍କା

    ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପସ ଅଧିକାରୀ; ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିଲେ ୩ ହଜାର ଟଙ୍କା

    ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ୍ସ ଅଧିକାରୀ ସତ୍ୟ ନାରାୟଣ ଚାଲାଣ | କୋରାପୁଟ ଜିଲ୍ଲାର ଚାଷୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଲ୍ୟାମ୍ପ ଅଧିକାରୀ । ଲାଞ୍ଚ ନେବା ବେଳେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ଭିଜିଲାନସ୍ ହାତରେ ଧର ପଡିଛନ୍ତି। ଚାଷୀ ବିକ୍ରୟ କରିଥିବା ମାଣ୍ଡିଆର ବିଲ କରାଇବାକୁ ନେଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ଜାଲରେ ଫସିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ।

    ଜଣେ ଚାଷୀଙ୍କୁ ମାଣ୍ଡିଆ କିଣିବା ବିଲ ପାଶ କରିବା ପାଇଁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ । ଦୁଧାରି ଗ୍ରାମର ଚାଷୀ ତୁଳସୀ ମଣ୍ଡଳ ନାୟକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନସ୍ । ଲାଞ୍ଚୁଆ ଅଧିକାରୀଙ୍କ ଘର ଓ ଅଫିସରେ ଭିଜିଲାନସ୍ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

  • ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଦୁଇ ମୃତ, ଜଣେ ଆହତ

    ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଦୁଇ ମୃତ, ଜଣେ ଆହତ

    କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଦୁରୁର୍ବା ଗ୍ରାମର ଆନ୍ଧାରି ଗାଡ଼ ବୁଲାଣିଆ ଠାରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ, ସେମିଳିଗୁଡା ବ୍ଲକ ସାଡ଼ାମ ପଂଚାୟତର କେନାଲଗୁଡ଼ା ଗ୍ରାମର ତିନି ଜଣ ଯୁବକ ପୁର୍ଣଚନ୍ଦ୍ର ଗେମେଲ, ଗଙ୍ଗାଧର ଖରା ଓ ତ୍ରିପତି ଖରା, ଗତକାଲି ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମରେ ଶିବରାତ୍ରି ଯାତ୍ରା ଦେଖି ଓଡି 10ଏମ 0967 ସ୍ପଲେଣ୍ଡାର ଦୁଇ ଚକିଆ ମଟର ସାଇକେଲରେ ଫେରୁଥିଲେ |

    ଏତିକିବେଳେ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ଭାରସାମ୍ୟ ହରାଇ ଦୁରୁବା ବ୍ରିଜ ତଳକୁ ଖସିପଡ଼ିଥିଲେ |

    ଏହି ଦୁର୍ଘଟଣାରେ ପୂର୍ଣ୍ଣଚନ୍ଦ୍ର ଗେମେଲ ଓ ଗଙ୍ଗାଧର ଖରାଙ୍କର ମୃତ୍ୟୁ ଘଟିଥିବାବେଳେ ତ୍ରିପତି ଖରାଙ୍କୁ ଆହତ ଅବସ୍ଥାରେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ଏହି ଘଟଣାରେ ପାଡୁଆ ପୋଲିସ 28/2025ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି |

  • ସ୍କୁଲ ପାଚେରି ଭାଙ୍ଗି ଟାଙ୍କର ଦୁର୍ଘଟଣା

    ସ୍କୁଲ ପାଚେରି ଭାଙ୍ଗି ଟାଙ୍କର ଦୁର୍ଘଟଣା

    ଆନ୍ଧ୍ରପ୍ରଦେଶର କାକିନଡା ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀର ଏକ ଟାଙ୍କର ଆଜି ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ଆଶ୍ରମ ସ୍କୁଲ ପାଚେରି ଭାଙ୍ଗି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

    ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ଡ୍ରାଇଭର ପବନ୍ ସିଙ୍ଗ୍ ଚାପିହୋଇ ରହିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍କର ଡ୍ରାଇଭରକୁ ଉଦ୍ଧାର କରି ବିଷମକଟକ ହସ୍ପିଟାଲକୁ ପଠେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଜଣଙ୍କ ସୁସ୍ଥ ଥିବା ବେଳେ ଭାରସାମ୍ୟ ହରାଇ ଟାଙ୍କରଟି ଏଭଳି ଦୁର୍ଘଟଣା ଘଟିଥିବା ବୋଲି ଡ୍ରାଇଭର ସୂଚନା ଦେଇଛନ୍ତି ।

  • ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଶେଷ ହୋଇଛି ମହାକୁମ୍ଭ ମେଳା |ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ମେଳା । ଦୀର୍ଘ ୪୫ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ପ୍ରାୟ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ମହାକୁମ୍ଭକୁ ୫୦ ରୁ ଅଧିକ ଦେଶରୁ ଆସିଥିଲେ ଭକ୍ତ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ ।

    ତ୍ରିବେଣୀ ସଙ୍ଗମର ସଫଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାକୁମ୍ଭ ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ଲଗାଇଛନ୍ତି । ଏହାସହିତ ଗଙ୍ଗା ନଦୀରୁ ଅଳିଆ ସଫା କରିଛନ୍ତି । ଯୋଗୀ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆଯିବ ବୋଲି କହିଛନ୍ତି । ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ ବୋଲି କହିଛନ୍ତି । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶ ସରକାର ୨୦୨୫ ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ସମନ୍ବିତ ସ୍ବଚ୍ଛତା ଅଭିଯାନ ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

  • ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ଫ୍ଲପ୍ ପରେ ସୁପରହିଟ୍ । ବକ୍ସ ଅଫିସରେ କମାଲ କରୁଛି ସନମ୍ ତେରୀ କସମ । ୯ ବର୍ଷ ପରେ ପୁଣି ସିନେମା ହଲ ରେ ରିଲିଜ ହୋଇଛି ସନମ୍ ତେରୀ କସମ । ଏମିତି ଅନେକ ସିନେମା ଅଛି ଯାହାକି ବକ୍ସ ଅଫିସରେ ହିଟ୍ ହୋଇନାହିଁ କି ଅଧିକ ଟଙ୍କା କଲେକ୍ଶନ କରିନାହିଁ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ହୃଦୟକୁ ଛୁଇଁଛି । ସେଥିମଧ୍ୟରୁ ସନମ ତେରି କସମ ଚଳଚିତ୍ରଟି ଅନ୍ୟତମ । ଏହି ଫିଲ୍ମ ୯ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ହେଲେ ସେ ସମୟରେ ଏତେ ହିଟ୍ ହୋଇପାରିନଥିଲା । ଯାହା ଏବେ ପୁଣିଥରେ ଫେବୃୟାରୀ ୭ ରେ ସିନେମା ହଲରେ ରିଲିଜ ହୋଇଥିଲା । ପୁଣିଥରେ ଏହା ରିଲିଜ୍ ପରେ ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

    ତେବେ ଏହି ଫିଲ୍ମଟି ୯ ବର୍ଷ ପୁର୍ବରୁ ବକ୍ସ ଅଫିସରେ ଫ୍ଲପ ହୋଇଥିବା ବେଳେ ଏବେ ଆୟରେ ରେକର୍ଡ ଭାଙ୍ଗିଛି । ହର୍ଷବର୍ଦ୍ଧନ ରଣା ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ସନମ ତେରି କସମକୁ ଫ୍ୟାନସ ମାନେ ଖୁବ ପ୍ରଶଂସା କରିଥିବା ବେଳେ ଏହାର ସିକ୍ୱେଲ ଅର୍ଥାତ ସନମ ତେରୀ କସମ ୨ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସନମ ତେରି କସମ୍-୨ ଘୋଷଣା ସହିତ ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ଚାଲିଛି | ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଚର୍ଚା ହେଉଛି । ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ । ଏହି ବୟାନ ପରେ ଏବେ ଲୋକଙ୍କର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି ।

    ଏହାକୁ ନେଇ ପ୍ରସଂଶକ ମାନେ ବେଶ ଖୁସି ଅଛନ୍ତି ।ଫ୍ୟାନସ ମାନେ ଶ୍ରଦ୍ଧା ଏବଂ ହର୍ଷବର୍ଦ୍ଧନଙ୍କୁ ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହି ଖବରରେ ବହୁତ ଖୁସି କିନ୍ତୁ ସେହି ସମୟରେ ଫିଲ୍ମର କିଛି ପ୍ରଶଂସକ ଏହି କାଷ୍ଟିଂରେ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ଜଣ ପଡୁଛି । ଶ୍ରଦ୍ଧା ପୂର୍ବରୁ ଆଶିକି ୨ ଏବଂ ଏକ ଭିଲେନ୍ ଭଳି ଭାବପ୍ରବଣ ପ୍ରେମ କାହାଣୀରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି । ତେଣୁ ସେ ସନମ୍ ତେରୀ କସମ୍ ୨ରେ ମଧ୍ୟ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବେ । ଏହାକୁ ନେଇ ପ୍ରଶଂସକ ମାନେ କହିଛନ୍ତି ଶ୍ରଦ୍ଧା ଏବଂ ହର୍ଷଙ୍କ ଯୋଡ଼ି ସୁପରହିଟ୍ ହେବ | କିଛି ଲୋକ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରି ଲେଖିଛନ୍ତି, ନା ଆମେ କେବଳ ମାୱରା ଏବଂ ହର୍ଷଙ୍କୁ ଚାହୁଁ ନଚେତ୍ ଫିଲ୍ମଟି ଫ୍ଲପ୍ ହୋଇଯିବ ।

  • ବିବାଦରେ ପିୟୁଷ ତ୍ରିପାଠୀ, ଗାଡ଼ି ନେଲେ, ଟଙ୍କା ନେଲେ,ଏବେ କରୁଛନ୍ତି ମନା

    ବିବାଦରେ ପିୟୁଷ ତ୍ରିପାଠୀ, ଗାଡ଼ି ନେଲେ, ଟଙ୍କା ନେଲେ,ଏବେ କରୁଛନ୍ତି ମନା

    ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଟଙ୍କା ନେଲେ, ଗାଡ଼ି ନେଲେ ଏବଂ ଜଗନ୍ନାଥଙ୍କ ପାଖରେ ଶପଥ ମଧ୍ୟ କଲେ ହେଲେ ଏବେ ମନା କରୁଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ଗତକାଲି ଯାତ୍ରା ସିଂହବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ । ଏ ନେଇ ମୁହଁ ଖୋଲିଛନ୍ତି ପିୟୁଷ ତ୍ରିପାଠୀ, ପିୟୁଷ କହିଛନ୍ତି, ମୁଁ କେବେ ବି ସିଂହବାହିନୀକୁ ଯିବି ନାହିଁ । ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବୁଝାମଣାର ଘୋର ଅଭାବ ରହିଲା। ସେଥିପାଇଁ କେବଳ ଆସନ୍ତାବର୍ଷ ନୁହଁ, ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ । ମୁଁ ସୂର୍ଯ୍ୟ ମନ୍ଦିରରେ ଥିଲି, ଅଛି ଓ ଆସନ୍ତାବର୍ଷ ମଧ୍ୟ ରହିବି।

    ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି କହିଛନ୍ତି, ପିୟୁଷ ବାବୁ ଗତ ନଭେମ୍ବରରେ ହଠାତ୍ ମୋତେ ଫୋନ କରି କଲେ । ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି । ମାତ୍ର ମୁଁ କହି ରଖିବାକୁ ଚାହୁଁଛି କି ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଡିକ୍ଲାର ହୋଇଥିଲା । ଏହା ସତ୍ତେ୍ବ ଏକ ହୋଟେଲରେ ଆଲୋଚନା ହେଲା । ସେଠି ଫାଇନାଲ୍ ହୋଇଥିଲା, ସେ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ ରହିବେ । ଏହାପରେ ସେଠାରେ ଏଗ୍ରିମେଣ୍ଟ କଲେ । ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ । ଏହାସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବାକୁ କହିଥିଲେ । ସେ ଗାଡ଼ି ଆମ ସଂସ୍ଥା ନାଁରେ ଅଛି । ୧୧ଡିସେମ୍ବରରେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ୫୫ଲକ୍ଷ ଟଙ୍କା ଦେଇଛି । ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି । ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି । ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇଛି । ୫ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ଅଛି । ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି ।

    ଖଣ୍ଡଗିରି ମେଳାରେ ସେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ । ସେ କାଲି ମୋ ଫୋନ ଉଠାଇନଥିଲେ । ବର୍ତ୍ତମାନ ଇଜ୍ଜତର କଥା ମୋର । ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ । ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏବେ ଅପେକ୍ଷା ଆସନ୍ତା ବର୍ଷ ପିୟୁଷ କେଉଁ ପାର୍ଟିକୁ ଯିବେ । ଯାତ୍ରା ଜଗତରେ ଟଙ୍କା ନେଣଦେଣ ଏହା କିଛି ନୂଆ ନୁହେଁ । ମାତ୍ର ପିୟୁଷ କ୍ଷେତ୍ରରେ ଦେଖାଦେଇଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସମସ୍ତ ଦର୍ଶକଙ୍କ ନଜର ପିୟୁଷଙ୍କ ଭବିଷ୍ୟତ ଉପରେ । ତାଙ୍କ ଉପରେ ଲାଗିଥିବା ଏହି କଳଙ୍କ କେମିତି ଆଡ଼େଇବେ ତାହା ଏବେ ଦେଖିବାକୁ ବାକି ରହିଲା ।

  • କଳିଙ୍ଗ ହର୍ବାଲ୍ ମେଳା, ସାଂସଦ ଅନନ୍ତ ନାୟକଙ୍କ ଦ୍ୱାରା ଉଦଘାଟନ

    କଳିଙ୍ଗ ହର୍ବାଲ୍ ମେଳା, ସାଂସଦ ଅନନ୍ତ ନାୟକଙ୍କ ଦ୍ୱାରା ଉଦଘାଟନ

    କେନ୍ଦୁଝର କାଳୀପଡ଼ିଆରେ ୫ଦିନ ଧରି ଚାଲିବାକୁ ଥିବା ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ଉଦଘାଟିତ ହୋଇଛି । କେନ୍ଦୁଝର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ବୋର୍ଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ମେଳାକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିଲେ । ଏଠାରେ ଲୋକମାନଙ୍କୁ ବୈଦ୍ୟମାନଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯିବ । ଏହି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ବୈଦ୍ୟମାନଙ୍କୁ ୭୫ଟି ଷ୍ଟଲ୍ ମାଧ୍ୟମରେ ସେମାନଙ୍କର ଜଡ଼ିବୁଟି ଓ ବନୌଷଧିର ପ୍ରଦର୍ଶନୀ ଓ ବିକ୍ରି ସୁବିଧା ଯୋଗାଇ ଦିଆଯାଇଛି । ୨୮ ତାରିଖରେ ଏହି ମେଳାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେବାକୁ ଥିବା ବେଳେ, ଆସନ୍ତା ୨ତାରିଖରେ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ସୂଚନା ମିଳିଛି । ଏହି ମେଳାରୁ ସହରବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକେ ଲାଭ ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଡ଼ିଏଫଓ।