Year: 2025

  • ଯାଜପୁର ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଦେବଜାନୀ ପ୍ରଧାନ ସମ୍ବର୍ଦ୍ଧିତ

    ଯାଜପୁର ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଦେବଜାନୀ ପ୍ରଧାନ ସମ୍ବର୍ଦ୍ଧିତ

    ଯାଜପୁରର ନୂତନ ଜିଲ୍ଲା ସଭାପତି ଶ୍ରୀମତି ଦେବଜାନୀ ପ୍ରଧାନଙ୍କ ଲାଗି ଅନୁଷ୍ଠିତ ହୋଇଛି ସମ୍ବର୍ଦ୍ଧନା ସଭା | ଯାଜପୁର କୁଆଖିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି |

    ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁରର ସାଂସଦ ରବି ନାରାୟଣ ବେହେରା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗ ଦେଇଥିଲେ |

    କୋରେଇ ବିଧାୟକ ଆକାଶ ଦାସ ନାୟକ,ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ,ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି,ବରୀର ଯୁବନେତା ଉମେଶ ଜେନା, ବିଞ୍ଝାରପୁର ନେତ୍ରୀ ବବିତା ମଲିକ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

    ପ୍ରତି ୬ ବର୍ଷରେ ଥରେ ନୂତନ ଜିଲ୍ଲା ସଭାପତି ଚୟନ କରାଯାଏ | ଏଥର ଜିଲ୍ଲା ସଭାପତି ଭାବେ ଶ୍ରୀମତି ଦେବଜାନୀ ପ୍ରଧାନଙ୍କୁ ଚୟନ କରାଯାଇଛି | ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏହି ଭବ୍ଯ ଉତ୍ସବ କରାଯାଇଛି |

    ଏହି କ୍ରମରେ ଯାଜପୁର ଜିଲ୍ଲାର ପ୍ରଗତି ଓ ସମୃଦ୍ଧି ଦିଗରେ ଆଗେଇ ନେବାର ତାଙ୍କର ଅପାର ସଫଳତା କାମନା କରୁଛି ବୋଲି ଯାଜପୁରର ସାଂସଦ ରବି ନାରାୟଣ ବେହେରା କହିଛନ୍ତି |

  • ଲଣ୍ଡନ-ଅହମ୍ମଦାବାଦର ପ୍ରତିଶୋଧ ଦୁବାଇରେ ନିଆଗଲା, ୧୫ ମାସ ପରେ ଅଷ୍ଟ୍ରେଲିଆକୁ ଟ୍ରଫିରୁ ବିଦା କଲା ଭାରତ

    ଲଣ୍ଡନ-ଅହମ୍ମଦାବାଦର ପ୍ରତିଶୋଧ ଦୁବାଇରେ ନିଆଗଲା, ୧୫ ମାସ ପରେ ଅଷ୍ଟ୍ରେଲିଆକୁ ଟ୍ରଫିରୁ ବିଦା କଲା ଭାରତ

    ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରିଛି। ଏହିପରି ଭାବରେ, ଟିମ୍ ଇଣ୍ଡିଆ ପ୍ରାୟ ୧୫ ମାସ ପୂର୍ବେ ODI ବିଶ୍ୱକପ୍ 2023 ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଥିଲା। ସେତେବେଳେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଫାଇନାଲ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା, କିନ୍ତୁ ଏବେ ଭାରତୀୟ ଦଳ ଦୁବାଇରେ ଅହମ୍ମଦାବାଦର ପ୍ରତିଶୋଧ ନେଇଛି।

    ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୪ ରନ କରିଥିଲା। ଏହିପରି ଭାବରେ, ଭାରତୀୟ ଦଳ ସମ୍ମୁଖରେ ୨୬୫ ରନର ଟାର୍ଗେଟ ଥିଲା। ଟିମ୍ ଇଣ୍ଡିଆ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା। ତଥାପି, ଆଜି ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିଥିବା ଦଳ ରବିବାର ଭାରତ ବିପକ୍ଷରେ ଖେଳିବ।

    ପ୍ରକୃତରେ, ଗତ ୨୧ ମାସ ମଧ୍ୟରେ, ଅଷ୍ଟ୍ରେଲିଆ ଦୁଇଥର ICC ଟୁର୍ଣ୍ଣାମେଣ୍ଟ ଜିତିବାର ଭାରତର ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଜୁନ୍ ୨୦୨୩ ରେ ଖେଳାଯିବ। ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଏହା ପରେ, ଅଷ୍ଟ୍ରେଲିଆ ୨୦୨୩ ODI ବିଶ୍ୱକପର ଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଏପର୍ଯ୍ୟନ୍ତ ଭାରତୀୟ ପ୍ରଶଂସକଙ୍କ ମନରେ ବିଶ୍ୱକପ୍ ଫାଇନାଲର ସ୍ମୃତି ତାଜା ଥିଲା, କିନ୍ତୁ ରୋହିତ ବ୍ରିଗେଡ୍ ଏକ ଚମତ୍କାର ଢଙ୍ଗରେ କଙ୍ଗାରୁଙ୍କଠାରୁ ପ୍ରତିଶୋଧ ନେଇଥିଲା।

    ଆପଣଙ୍କୁ କହିରଖୁଛୁ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସମସ୍ତ ଦଳକୁ ପରାସ୍ତ କରିଛି। ଭାରତ ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିଥିଲା। ଏହା ପରେ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଗ୍ରୁପ୍ ପର୍ଯ୍ୟାୟରେ ପରାସ୍ତ ହୋଇଥିଲେ। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ, ଏବେ ସେମାନେ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି।

  • ଆସୁଛି କାନ୍ତାରା ଚାପ୍ଟର – ୧

    ଆସୁଛି କାନ୍ତାରା ଚାପ୍ଟର – ୧

    କମ୍ପିବ ସିନେମା ହଲ । ଆଗକୁ ଆସୁଛି ବହୁ ପ୍ରତିକ୍ଷିତ ଚଳଚିତ୍ର କାନ୍ତାରା ଚାପ୍ଟର – ୧ । କାନ୍ତାରା ଚାପ୍ଟର – ୧ ରିଲିଜ ହେବା ଶୁଣି ଉତ୍କଣ୍ଠାର୍ ସହ ଚାହିଁ ବସିଛନ୍ତି ଫ୍ୟାନସ । ପୂର୍ବରୁ ବଲିଉଡ ସିନେମା ସିନେପ୍ରେମୀଙ୍କୁ ଆକୃଷ୍ଟ କରୁଥିବା ବେଳେ ବର୍ତ୍ତମାନ ସାଉଥ୍ ସିନେମା ପ୍ରତି ଆକୃଷ୍ଟ ହେଉଛନ୍ତି ସିନେପ୍ରେମୀ । ସାଉଥ୍ ଇଣ୍ଡଷ୍ଟ୍ରୀ ସବୁଥର କିଛି ନୂଆ ଧରଣର କାହାଣୀ ନେଇ ସିନେପ୍ରେମୀଙ୍କ ଆଗକୁ ଆସୁଛି ଏବଂ ଲୋକଙ୍କଠାରୁ ଖୁବ୍ ପ୍ରଶଂସା ମଧ୍ୟ ସାଉଁଟୁଛି । କାହାଣୀ , ଥ୍ରୀଲର୍ , ରୋମାନ୍ସ , ଆକ୍ସନ୍ ସବୁର ମସାଲାକୁ ନେଇ ପ୍ରସ୍ତୁତ ହେଉଛି ସାଉଥ୍ ସିନେମା । ଯେଉଥିପାଇଁ ସାଉଥ ସିନେମା ରିଲିଜ ହେଲେ ହଲରେ ଦର୍ଶକଙ୍କ ଭିଡ ଜମୁଛି । କମ ବଜେଟ ସିନେମାର ଏତେ ଚାହିଦା ରହୁଛି ଯେ ଏହାରି ଭିତରେ ଦବି ଯାଉଛି ଭଲ ଭଲ ସିନେମା । ଚଳିତ ବର୍ଷ ମଧ୍ୟ ଏମିତି ଅନେକ ସାଉଥ ଫିଲ୍ମ ରିଲିଜ ହେବାର ଅଛି ଯାହାର ସୁଟିଂ ଶେଷ ହୋଇ ସାରିଛି|

    ଏହି ସିନେମା ଭିତରୁ ଗୋଟିଏ ହେଉଛି ୪୦୦ କୋଟି ରୋଜଗାର କରିଥିବା ଫିଲ୍ମ‘କାନ୍ତାରା ଚ୍ୟାପ୍ଟର – ୧’| ଯାହାର ମେକିଙ୍ଗରେ ମାତ୍ର ୧୬ କୋଟି ଖର୍ଚ ହୋଇଥିବା ବେଳେ ୪୦୦ କୋଟି ଟଙ୍କା ଆୟ କରିଥିଲା | ଏହି ମୁଭିରେ ଲମ୍ବା ସମୟ ଧରି ରିଶବ ସେଟି ଲିଡ଼ ଭାବରେ କାମ କରୁଛନ୍ତି | ତେବେ ଏହି ମୁଭିରେ ଏପରି ଏକ ଫାଇଟ ସିନ ଅଛି ଯେଉଁଥିପାଇଁ ମୁଭି ମେକର୍ଷ ୫୦୦ ଜଣ ତାଲିମ ପ୍ରାପ୍ତ ଫାଇଟର୍ସ ନିଯୁକ୍ତ ହୋଇଛନ୍ତି ଓ ୪୦,୦୦୦ ସକୋୟାର ଫୁଟର ଏକ ସେଟ ନିର୍ମାଣ କରାଯାଇଛି | ଏହି ସିନ ଏପରି ତିଆରି ହୋଇଛି ଯାହାକୁ ଦେଖିଲେ ଦର୍ଶକ ଚକିତ ହୋଇଯିବେ | ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨ ରେ ରିଲିଜ ହେବାକୁ ଥିବାବେଳେ ବଡ ପରଦାରେ ବ୍ଲକ ବଷ୍ଟର ହେବ ବୋଲି କୁହାଯାଉଛି |

  • ବାଲିଆପାଳ ଥାନାରେ ନୂଆ କ୍ରିମିନାଲ ଆଇନ ସମ୍ପର୍କରେ ଅପରାଧ ସଚେତନତା କାର୍ଯ୍ୟକ୍ରମ

    ବାଲିଆପାଳ ଥାନାରେ ନୂଆ କ୍ରିମିନାଲ ଆଇନ ସମ୍ପର୍କରେ ଅପରାଧ ସଚେତନତା କାର୍ଯ୍ୟକ୍ରମ

    ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ବାଲିଆପାଳ ଥାନା ପରିସରରେ ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ । ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍ (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ (ଆଇଇଏ) ବଦଳରେ ଯଥାକ୍ରମେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ । ଏହି ପ୍ରରିପ୍ରେକ୍ଷୀରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଆଲୋଚନା ।

    ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ଏସ୍ ଆଇ ବିଶ୍ବମ୍ବର ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ବାଲିଆପାଳ ଅଞ୍ଚଳର ସମାଜସେବୀ, ନିର୍ବାଚିତ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜିବି ଉପସ୍ଥିତ ଥିଲେ । ଆଲୋଚନା କାର୍ଯ୍ୟକ୍ରମ ରେ ବିଶେଷ କରି ଭାରତୀୟ ନ୍ୟାୟ ସଙ୍ଗୀତା,ଭାରତୀୟ ସାକ୍ଷ୍ୟ ସଙ୍ଗୀତା, ଭାରତୀୟ ନାଗରିକ ସୁରକ୍ଷା ସଙ୍ଗିତା ରେ ରେ ଥିବା ବିଭିନ୍ନ ଦଫା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଗାଁ ଏବଂ ଗୋଷ୍ଠୀ ସ୍ତରରେ ଲୋକଙ୍କୁ ସଚେତନ କରାଇ ଅପରାଧ ନିୟନ୍ତ୍ରିତ କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦେଶ୍ୟ ବୋଲି ଏସ,ଆଇ, ଶ୍ରୀ ଚକ୍ରବର୍ତ୍ତୀ ଏସ,ଆଇ ଲିଲି ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଏ,ଏସ ଆଇ ପ୍ରବୋଧ କୁମାର ମଲ୍ଲିକ, ଉପେନ୍ଦ୍ର ନାଥ ବେହେରା ସହଯୋଗ କରିଥିଲେ। ସରପଞ୍ଚ ଜଗନ୍ନାଥ ବିଶ୍ୱାଳ , ମଧୁସୂଦନ ବାରିକ, ଅରବିନ୍ଦ ବେହେରା, ବିନୋଦ କୁମାର ଜେନା, ଜଗନ୍ନାଥ ବାରିକ, ଅରୁଣ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ଜେନା, ସଦାଶିବ ସେଠି, ଚନ୍ଦନ ଜେନା, ସାମ୍ବାଦିକା ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

  • ମୁନିଗୁଡ଼ା ଇଣ୍ଡିଆନ୍ ଗ୍ୟାସ ଓ ଭୈରବୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

    ମୁନିଗୁଡ଼ା ଇଣ୍ଡିଆନ୍ ଗ୍ୟାସ ଓ ଭୈରବୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

    ସନ୍ଧ୍ୟା ୬ଟା ୩୦ ଘଣ୍ଟା ସମୟରେ ସ୍ଥାନୀୟ ମୁନିଗୁଡା ଭୈରବୀ ମନ୍ଦିର ଓ ଇଣ୍ଡିଆନ ଗ୍ୟାସ ନିକଟରେ ଦୁଇଟି ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ୟୁ । ୨ଜଣ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତ୍ବ ଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ୍ଯୁବରଣ କରିବାଥିବା ଯୁବକ ହେଲେ ଲିଟିଗୁଡା ଗ୍ରାମର ମୁରଲି କୁସୁଲିଆଙ୍କ ପୁଅ ରାହୁଲ କୁସୁଲିଆ, ବୟସ (୧୬) ଏବଂ ଲିଟିଗୁଡା ଗ୍ରାମର ଆଉଜଣେ ପୂର୍ଣ୍ଣ ଡଙ୍ଗରୀଙ୍କ ପୁଅ, ରୀତିକି ଡଙ୍ଗରୀ, ବୟସ (୨୨)। ଗୋଟିଏ ଗ୍ରାମର ଦୁଇ ଜଣଙ୍କ ଓ ମୃତ ହୋଇଥିବା ବେଳେ ଅନ୍ୟ ଆଉଜଣେ ରାମନାକୁପୁଲି ଗ୍ରାମର ଅମର ମୁଣ୍ଡିକାଙ୍କ ପୁଅ ସଦାନନ୍ଦ ମୁଣ୍ଡିକା,ବୟସ (୨୪) ବୋଲି ଜଣାପଡ଼ିଛି।

    ଅନ୍ୟ ଗୁରୁତର ଆହତ ବ୍ୟକ୍ତି ହେଲେ କ୍ଷୀରୋଦ ଦୁର୍ଗା, ପୁରୁଷୋତ୍ତମ ପ୍ରଟିକା ଏମାନଙ୍କ ଘର ଲିଟିଗୁଡା ଓ ରାମନାକୁପୁଲି ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଦୁଇଜଣ ସାଙ୍ଗ ହୋଇ ଗୋଟିଏ ରେସିଂ ବାଇକରେ କୈାଣସି କାରଣରୁ ମୁନିଗୁଡ଼ା ଆସି ଘରକୁ ଫେରିବା ସମୟରେ ଦୁଇଟି ବାଇକ୍ ପିଟାପିଟି ହୋଇ ଦୁର୍ଘଟଣା ଘଟିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଓ ଆଉଜଣେ ଯୁବକକୁ ପ୍ରାଥମିକ ଚିକିତ୍ସା କଲାପରେ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡ଼ାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସା ଳୟକୁ ପଠାଇ ଦେଇଥିଲେ । ଯାହାଫଳରେ ବିଷମକଟକ ରାସ୍ତାରେ ହିଁ ଯୁବକଙ୍କ ମୃତ ହୋଇ ଥିବା ଜଣାପଡ଼ିଛି। ମୁନିଗୁଡା – ହୁକୁମତୋଳା ମଝି ଇଣ୍ଡିଆନ ଗ୍ୟାସ ଷ୍ଟୋର ନିକଟ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ବିପରିତ ଦିଗରୁ ବାଇକରେ ୩ ଜଣ ମୁନିଗୁଡାରୁ ମାର୍କେଟିଂ କରି ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଦୁଇଟି ବାଇକ୍ ମଧ୍ୟରେ ଉଭୟ ପିଟା ପିଟି ହୋଇ ଛିଡିକି ପଡ଼ି ଯାଇଥିଲେ, ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲା। ଖବରପାଇ ସଙ୍ଗେସଙ୍ଗେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ପ୍ରଥମେ ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଭୈରବୀ ମନ୍ଦିର ନିକଟରେ ସ୍କୁଟି ସହ ବୁଲେଟର ଧକ୍କା ଫଳରେ ଆହାତ ହୋଇଥିଲେ। ସେମାନେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ହୋଇ ଭଲ ଚିକିତ୍ସା ନିମନ୍ତେ ଅନ୍ୟତ୍ର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।  

  • ପ୍ରେସ କ୍ଲବ୍ ସମ୍ମୁଖରୁ ଓକିଲଙ୍କ ବାଇକ ଚୋରି: ପୋଲିସକୁ ଖୋଲା ଚାଲେଞ୍ଜ

    ପ୍ରେସ କ୍ଲବ୍ ସମ୍ମୁଖରୁ ଓକିଲଙ୍କ ବାଇକ ଚୋରି: ପୋଲିସକୁ ଖୋଲା ଚାଲେଞ୍ଜ

    ବଢୁଛି ଚୋରି ଆସ୍ଥା ହରାଉଛି ପୋଲିସ | କେନ୍ଦୁଝର ଜିଲ୍ଲାର ଉପାନ୍ତ ଚମ୍ପୁଆରେ ଏବେ ଚୋରି ରାହାଜାନୀ ବୣଦ୍ଧି ପାଇଥିବା ବେଳେ ଦିନକୁ ଦିନ ଅସୁରକ୍ଷିତ ହୋଇସାରିଛି ସାଧାରଣ ଜନତାଙ୍କର ଧନଜୀବନ | ଚୋରି ରୋକିବାରେ କିମ୍ବା ଚୋର ଧରିବାରେ ଚମ୍ପୁଆ ପୋଲିସ ସମ୍ପୂର୍ଣ୍ଣ ବିଫଳ ହେଉଥିବାରୁ ପୋଲିସ ମଧ୍ୟ ଲୋକଙ୍କ ଭରସା ହରାଇ ସାରିଛି |

    ଏପଟେ ଦିନ ଦ୍ଵିପ୍ରହରରେ ଚୋରି କରି ଚୋର ପୋଲିସକୁ ଖୋଲା ଚାଲେଞ୍ଜ ମଧ୍ୟ ଦେଉଛନ୍ତି | ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟ ପରିସରରୁ ଜଣେ ଓକିଲଙ୍କ ବାଇକ ଚୋରି ହେବା ଘଟଣା ଏବେ ଚମ୍ପୁଆରେ ଚୋରଙ୍କ ମନୋବଳକୁ ବୣଦ୍ଧି କରିଥିବା ଆଲୋଚନା ହେଉଛି |

    ଗତକାଲି ଚମ୍ପୁଆର ଯୁବ ଓକିଲ ସଞ୍ଜୟ ଗିରି ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟକୁ ଆସିଥିଲେ |

    ନିଜର ପଲସର ବାଇକଟିକୁ କାର୍ଯ୍ୟାଳୟ ବାହାରେ ରଖି ସମ୍ମିଳନୀରେ ଅଂଶଗ୍ରହଣ କରି ବାହାରକୁ ଆସିବା ବେଳେ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ |

    ଏ ନେଇ ଚମ୍ପୁଆ ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ମଧ୍ୟ ଘଟଣା ଘଟିବାର ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଚୋରି ସାମଗ୍ରୀ କିମ୍ବା ଚୋରର କୌଣସି ସୁରାକ ପାଇ ପାରିନାହିଁ |

  • ବୈତରଣୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

    ବୈତରଣୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

    ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ଖେଳ ପଡିଆରେ 51ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ପାଳିତ ହୋଇଯାଇଛି | ଉଦୟ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତକରିଥିଲେ |

    ବରୁଣ୍ଡେଇରେ ଏକ ଭଲ ମିନିଷ୍ଟାଡ଼ିଅମ ନ ଥିବାରୁ ନିଜ ବିଧାୟକ ପାଣ୍ଠିରୁ ଖୁବଶୀଘ୍ର ଏକ ମିନି ଷ୍ଟାଡ଼ିଅମ ନିର୍ମାଣ କରିବା ନେଇ ପଂଚାୟତବାସୀଙ୍କୁ ପ୍ରତିଶୃତି ଦେଇଥିଲେ |

    ଗ୍ରାମାଞ୍ଚଳରେ ତିନିଦିନ ଧରି ଏଭଳି ଏକ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚର ଆୟୋଜନ କରିଥିବାରୁ କର୍ମକର୍ତାମାନଙ୍କୁ ବିଧାୟକ ଧନ୍ୟବାଦ ଦେଇଥିଲେ | ଆଜିର ଏହି ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ଖଡ଼କପୁର ଟିମ କୁ ହରାଇ ବାରିପଦା ଟିମ ଚମ୍ପିୟାନ ହୋଇଥିଲା | ଉଭୟ ଦଳଙ୍କୁ ଆଥଲେଟିକ ଆସୋସିଏସନ ତରଫରୁ ଚମ୍ପିୟାନ ଓ ରନର୍ସ ଟ୍ରଫି ପ୍ରଦାନ କରିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା |

    ଏହି ଟୁର୍ଣ୍ଣାମେଣ୍ଟରେ ଆଥଲେଟିକ ସମ୍ପାଦକ ଅଭୟ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଆଶ୍ସୋସିଏସନ ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ | ଏଭଳି ଏକ ଚିତାକର୍ଷକ ମ୍ୟାଚକୁ ଉପଭୋଗ କରିବା ପାଇଁ ପଡିଆ ରେ ହଜାର ହଜାର ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |

  • ଅଙ୍ଗନବାଡ଼ି ପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ

    ଅଙ୍ଗନବାଡ଼ି ପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ

    ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ବୃଦ୍ଧି କରିଛନ୍ତି । ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନଥବା କର୍ମୀମାନେ ପୂର୍ବରୁ ଅଭିଯୋଗ କରିଥିଲେ । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା ।

    ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଥିଲେ । ବଜାରରେ ଗୋଟିଏ ଅଣ୍ଡାର ଦାମ୍‌ ୮ ଟଙ୍କା ଥିବାବେଳେ ସରକାର ଏ ବାବଦରେ ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା । ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନଓ୍ବାଡ଼ି ଦିଦି କେଉଁଠି ୮ଟି ତ ଆଉ କେଉଁଠି ୯ଟି ଅଣ୍ଡା ଦେଉଥିବା ଅଭିଯୋଗ ହୋଇଥିଲା । ଶେଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି ହୋଇଛି । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ୍ସ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

  • ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ

    ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ

    ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ କିରଣ କୁମାରୀ ଦାସ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଉପାଧକ୍ଷ ଏସ.ସାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ମଞ୍ଚାସିନ ଥିଲେ । ବ୍ଲକ୍ ଜିପିଡିଓ ବିଳାସିନୀ ସେନାପତି ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ ,ଅଧ୍ୟକ୍ଷା, କିରଣି କୁମାରୀ ଦାସ ,ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

    ପୂର୍ବ ପଞ୍ଚାୟତ ଅଧିବେଶନ ରେ ଯେଉଁ ଭଳି ଭାବେ ସମସ୍ତ ଅଧିକାରୀ ମାନେ ଏହି ବୈଠକ ରେ ଅନୁପସ୍ଥିତ ଥିଲେ ହେଲେ ଆଜି ସମସ୍ତ ଅଧିକାରୀ ମାନେ ଦଶମ ଅଧିବେଶନ ବୈଠକ ରେ ଉପସ୍ଥିତ ଥିଲେ। ଆଜି ଅଧିବେଶନ ଆରମ୍ଭ ରୁ PWD ଓ RD ଏବଂ ସମସ୍ତ ଲାଇନ୍ ଅଧିକାରୀ ମାନଙ୍କୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଗିଦ୍ କରିବା ପରେ ଏବେ ସମସ୍ତେ କାମ ଆରମ୍ଭ କରିବେ ବୋଲି ଆଜି ଉପସ୍ଥାପନ କରିଛନ୍ତି । ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଅଭିଯୋଗ କ୍ରମେ ବିଧାୟକ ନିଜେ କହିଛନ୍ତି ମିଳିମିଶି କାମ କରିବା ଏବଂ ଲୋକଙ୍କ ସମସ୍ୟା ବୁଝିବା ବୋଲି ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ କହିଛନ୍ତି । ନିର୍ବାଚିତ ପ୍ରତିନଧିଙ୍କ ପଦ ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ । ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହେବ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ସରପଞ୍ଚ,ସମିତିସଭ୍ୟ ,ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଉପସ୍ଥିତ ଥିଲେ ।

  • ଦନ୍ତା ଆତଙ୍କରେ ଭୟଭୀତ ଗ୍ରାମବାସୀ

    ଦନ୍ତା ଆତଙ୍କରେ ଭୟଭୀତ ଗ୍ରାମବାସୀ

    ଗାଁରେ ପଶିଲା ଗୋଠଛଡା ଦନ୍ତା, ଲୋକେ ଆତଙ୍କିତ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଗଡବାନ୍ଦୋଗଡା ଗାଁ ଭିତକୁ ଆଜି ସକାଳୁ ସକାଳୁ ପଶିଆସିଛି ଏକ ଗୋଠଛଡା ଦନ୍ତା | ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ହାତୀ ଟି ଗାଁ ଭିତରକୁ ପଶିଆସୁଥିବା ସମୟରେ ଲୋକେ ଦେଖିଥିଲେ | ଖବର ପ୍ରଚାରିତ ହେବାପରେ ହାତୀ କୁ ଘଉଡାଇବାକୁ ବହୁ ସଂଖ୍ୟାରେ ଲୋକେ ହାତୀ ପଛରେ ଗୋଡାଇଥିଲେ |

    ପରେପରେ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀଟିକୁ ଘୈଡାଇବାରୁ ନିକଟସ୍ଥ ପଟିଲୋ ଜଙ୍ଗଲ ମଧ୍ଯକୁ ପଳାଇଛି ହାତୀ | ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଏହି ଦନ୍ତା ହାତୀ ଟି ଆସିଥିବା ଅନୁମାନ କରାଯାଉଛି |