Year: 2025

  • ରାଷ୍ଟ୍ର ଭାଷାର ବିବାଦୀୟ ମତ ଦେଇ ଫସିଲେ ପୂର୍ବତନ କ୍ରିକେଟର!

    ରାଷ୍ଟ୍ର ଭାଷାର ବିବାଦୀୟ ମତ ଦେଇ ଫସିଲେ ପୂର୍ବତନ କ୍ରିକେଟର!

    ବିବାଦରେ ଭାରତୀୟ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନୀ । ଅଶ୍ବିନୀ କ୍ରିକେଟରୁ ସମସ୍ତ ଫର୍ମା‌ଟ୍‌ରୁ ଅବସର ନେବାର ମାସେ ବି ହୋଇନାହିଁ ହେଲେ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ


    ଅଶ୍ବିନୀ ହିନ୍ଦୀ ଭାଷାକୁ ନେଇ ଦେଇଥିବା ବୟାନ ଏବେ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇ ଅଶ୍ବିନୀ କହିଥିଲେ ଏଠାରେ କେତେଜଣ ପିଲା ଇଂଲିଶ ବୁଝୁଛନ୍ତି ଏବଂ କେତେଜଣ ହିନ୍ଦୀ ବୁଝୁଛନ୍ତି । ଏହାପରେ କମ୍ ପିଲା ହିନ୍ଦୀ ବୁଝୁଥିବାର ସେ ଜାଣିଲେ। ପରେ ପରେ ଅଶ୍ବିନୀ ହସି ହସି କହିଥିଲେ, ହିନ୍ଦୀ ଆମର ରାଷ୍ଟ୍ର ଭାଷା ନୁହେଁ ବରଂ ସରକାରୀ ଭାଷା । ଏହି ବୟାନ ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଶ୍ବିନୀ ।

    ଚେନ୍ନାଈର ଏକ ଇଞ୍ଜିନିୟରିଂ କଲେଜର କାଯ୍ୟକ୍ରମରେ ଅଶ୍ବିନୀ ଛାତ୍ରଛାତ୍ରୀଙ୍କୁ କହିଥିଲେ, ଆପଣ ମାନଙ୍କ ଭିତରୁ କିଏ ହିନ୍ଦୀରେ ପ୍ରଶ୍ନ ପଚାରିବାରେ ଆଗ୍ରହୀ କି ? ପରେ ଅଶ୍ବନୀ କହିଥିଲେ, ମୋ ମତରେ ହିନ୍ଦୀ ଦେଶର ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ଏକ ସରକାରୀ ଭାଷା । ତେବେ ଅଶ୍ବିନୀଙ୍କ ଏହି ବୟାନ ସତେବେଳେ ଆସିଥିଲା ଯେତେବେଳେ ଦେଶ ୧୦ ଜାନୁଆରୀକୁ ‘ବିଶ୍ବ ହିନ୍ଦୀ ଦିବସ’ ରୁପେ ପାଳନ କରୁଥିଲା । ଅଶ୍ବିନୀଙ୍କ ଏହି ବୟାନ ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

    ଜଣେ ଇଞ୍ଜିନିୟରରୁ କ୍ରିକେଟର ପାଲଟିଥିବା ଅଶ୍ବିନୀ ହିନ୍ଦୀ ଭାଷାକୁ ନେଇ ଏପରି ମନ୍ତବ୍ୟ ଦେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସମାନେ । ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ପରେ କ୍ରିକେଟରୁ ଅବସର ନେଇଥିଲେ ରବିଚନ୍ଦ୍ରନ ଅଶ୍ବିନୀ ।

  • ଦୁଇଦିନ ଜାଡ଼ ସହ ଦାଉ ସାଜିବ କୁହୁଡ଼ି

    ଦୁଇଦିନ ଜାଡ଼ ସହ ଦାଉ ସାଜିବ କୁହୁଡ଼ି

    ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି । ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଛି । ଯାହାଫଳରେ ସକାଳେ ଯାତାୟତ କରୁଥିବା ଲୋକମନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦିନ ହେବ ରାଜ୍ୟରେ ଘନକୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି । କୁହୁଡି ନେଇ ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଗଜପତିରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । କୁହୁଡି ପାଇଁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।କିଛି ଦିନ ବ୍ୟବଧାନରେ ଭୁବନେଶ୍ବର ଓ କଟକ ସହରର ପାରଦ ୧୩ ଡିଗ୍ରି ତଳକୁ ଖସିଛି। ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ସିମିଳିଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୬, ରାଉରକେଲାରେ ୭.୯, କିରେଇ ଓ ଚିପିଲିମାରେ ୮.୮, ଦାରିଙ୍ଗବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳରେ ୯.୬, କେନ୍ଦୁଝରଗଡ଼ରେ ୯.୯, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦ ଡିଗ୍ରି ଲେଖାଏଁ ରହିଥିଲା।

  • ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ଜୀବନ ଜୀବିକାର ଅନ୍ୟ ନାମ ସଂଘର୍ଷ,ଆଉ ସେଇ ସଂଘର୍ଷମୟ ଜୀବନ ଭିତରେ ହସ ସାଉଣ୍ଟିବା , ସମାଜ ପ୍ରତି କର୍ତଵ୍ୟ ଏବଂ ପରିବାର ମୁହଁରେ ହସ ଫୁଟାଇବା ହିଁ ହେଉଛି ମୂଳ ଲକ୍ଷ । ସେବା ଦ୍ୱାରା ଈଶ୍ୱର ପ୍ରାପ୍ତି ତଥା ଭାଗବାନ ପ୍ରସନ୍ନ ହେବେ ବୋଲି ତାଙ୍କର ବିଶ୍ୱାସ, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସି ଚାଲି ଯାଆନ୍ତୁ ମୋ ପିଠିରେ, କବିଙ୍କର ଏହି ଉକ୍ତି କୁ ପାଥେୟ କରି ଦୈନନ୍ଦିନ ଜୀବନରେ ଦୁଃଖୀ ଗରିବଙ୍କୁ ସେବା କରି ଆଗେଇ ଚାଲିଛନ୍ତି ବାସୁଦେବପୁରର ରତିକାନ୍ତ ପ୍ରଧାନ।

    ନିଜ ଅଞ୍ଚଳ ତଥା ଆଖ ପାଖ ଅଂଚଳରେ ସମସ୍ତେ ତାଙ୍କୁ ପିଣ୍ଟୁ ବାବୁ ବୋଲି ଡାକିଥାନ୍ତି । ରମାକାନ୍ତ ପ୍ରଧାନ ଓ ସୀତା ମଣି ପ୍ରଧାନ ଙ୍କ ସାନ ପୁଅ ହେଉଛନ୍ତି ପିଣ୍ଟୁ । ପିଲାଟି ଦିନରୁ ସେ ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି । ସେବା କାର୍ଯ୍ୟ କଲେ ପ୍ରକୃତ ରେ ଆନନ୍ଦ ମିଳେ, ଖୁସି ମିଳେ ବୋଲି ସେ ଅନୁଭବ କରି ଆଜକୁ ଅନେକ ଦିନ ଧରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ରୋଜଗାରର ସର୍ବାଧିକ ଭାଗ ସେ ସମାଜ ପାଇଁ ଉତ୍ସର୍ଗ କରିଥାନ୍ତି ।

    ରତିକାନ୍ତ ସକାଳୁ ନିଜ ନିତ୍ୟ କର୍ମ ସାରି କର୍ମ କ୍ଷେତ୍ରକୁ ବାହାରିଯାନ୍ତି ଦୁଃଖୀ ଦରିଦ୍ର, ଅସହାୟ ଲୋକ ଙ୍କୁ ଯେଉଁଠି ଦେଖନ୍ତି ସେଇଠି ଅଟକି ଯାଆନ୍ତି ସେ ଖାଲି ନିଜ ଅଞ୍ଚଳରେ ନୁହେଁ ଯେଉଁଠାରୁ ବି ଅସହାୟଙ୍କ ଖବର ମିଳେ ସେ ସେଠାରେ ତତକ୍ଷଣାତ ପହଞ୍ଚି ଯାଆନ୍ତି, ରତିକାନ୍ତଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା।

    ନୂଆବର୍ଷ ଆସିଲେ ଯୁବ ପୀଢ଼ି ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ ନାଚଗୀତ , ଭୋଜି ଭାତ , ମଜାମସ୍ତିରେ ଅନେକ ନୂଆ ବର୍ଷ ପାଳନ କରିଥାନ୍ତି | ହେଲେ ରତିକାନ୍ତ କିନ୍ତୁ ନିଆରା ଢଙ୍ଗରେ ନୂଆ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶହ ଶହ ବୃଦ୍ଧ ବୃଦ୍ଧା ମାନଙ୍କ ଘରକୁ ଯାଇ ସେମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ, ଭଗବାନ ତାଙ୍କୁ ଆର୍ଶୀବାଦ କରନ୍ତୁ, ଅନେକ ନିଆରା କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

  • INDIA ମେଣ୍ଟର ଏକ୍ସପାଇରୀ ଡେଟ! କାହିଁକି ମୁହଁ ବୁଲାଉଛନ୍ତି ନେତାମାନେ ? ପଢ଼ନ୍ତୁ କଣ ରହିଛି ଏହା ପଛର କାହାଣୀ

    INDIA ମେଣ୍ଟର ଏକ୍ସପାଇରୀ ଡେଟ! କାହିଁକି ମୁହଁ ବୁଲାଉଛନ୍ତି ନେତାମାନେ ? ପଢ଼ନ୍ତୁ କଣ ରହିଛି ଏହା ପଛର କାହାଣୀ

    ଗତ କିଛି ଦିନ ହେବ ଇଣ୍ଡିଆ ମେଣ୍ଟରେ ସମୟ କିଛି ଠିକ ଚାଲୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଏବେ ଏହି ମେଣ୍ଟ ଅଧୀନରେ ଥିବା ସମସ୍ତ ଦଳର ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଏହି ନେତାମାନେ ମେଣ୍ଟର ‘ଦୁର୍ବଳ’ ସ୍ଥିତି ପାଇଁ କିଛି ପରିମାଣରେ କଂଗ୍ରେସକୁ ମଧ୍ୟ ଦାୟୀ କରୁଛନ୍ତି। ସେମାନଙ୍କ ବିଶ୍ୱାସ ଯେ କଂଗ୍ରେସ ଯୋଗୁଁ, ମେଣ୍ଟ ପୂର୍ବ ପରି ଗୋଟିଏ ପତାକା ତଳେ ଦୃଢ଼ ଭାବରେ ଛିଡ଼ା ହେଉଥିବା ପରି ମନେ ହେଉନାହିଁ। କିଛି ଦିନ ପୂର୍ବରୁ ଓମର ଅବଦୁଲ୍ଲା କହିଥିଲେ ଯେ ମେଣ୍ଟକୁ ମଜବୁତ ରଖିବା ପାଇଁ ପୁଣି ଥରେ ଏକ ବୈଠକ ଡକାଯିବା ଉଚିତ।

    ଚିନ୍ତାରେ ବରିଷ୍ଠ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ
    ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବରିଷ୍ଠ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ମଧ୍ୟ ଇଣ୍ଡିଆ ମେଣ୍ଟ ବୈଠକ ନ ହେବା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଆମେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲୁ। ସେହି ନିର୍ବାଚନରେ ​​ଆମେ ଭଲ ଫଳାଫଳ ମଧ୍ୟ ପାଇଲୁ। ଲୋକସଭା ନିର୍ବାଚନ ପରେ, ଭାରତ ମେଣ୍ଟକୁ ମଜବୁତ କରିବା ପାଇଁ କାମ କରିବା ଆମର ଦାୟିତ୍ୱ ଏବଂ ବିଶେଷକରି କଂଗ୍ରେସର ଦାୟିତ୍ୱ ଥିଲା। ଯାହା ହେବା ଉଚିତ ଥିଲା ତାହା ହେଉଛି ସେମାନେ ଏକାଠି ବସି ଆଗକୁ ଯିବାର ରାସ୍ତା ଦେଖାଇବା ଏବଂ ଏପରି ଯୋଜନା କରିବା ଉଚିତ ଥିଲା। କିନ୍ତୁ ଲୋକସଭା ନିର୍ବାଚନ ପରଠାରୁ, ମେଣ୍ଟର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ। ଏହା ମେଣ୍ଟ ପାଇଁ ଠିକ୍ ନୁହେଁ। ଯଦି ମେଣ୍ଟ ଭିତରେ ଥିବା ଦଳଗୁଡ଼ିକ ମଧ୍ୟରେ ଦୂରତା ଅଛି, ତେବେ ଏଥିପାଇଁ କିଛି ପରିମାଣରେ କଂଗ୍ରେସ ଦାୟୀ। ଏହାର କାରଣ ହେଉଛି କୌଣସି ସମନ୍ୱୟ କିମ୍ବା ଆଲୋଚନା ହେଉନାହିଁ।

    ଦିଲ୍ଲୀରେ ମଧ୍ୟ ଫାଟ
    ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା ସହିତ ଇଣ୍ଡିଆ ମେଣ୍ଟ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି। ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଦିଲ୍ଲୀ ବିଧାନସଭା ନିର୍ବାଚନ ପୃଥକ ଭାବରେ ଲଢ଼ୁଥିବା ବେଳେ, ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳ କଂଗ୍ରେସ ପରିବର୍ତ୍ତେ ଆମ ଆଦମୀ ପାର୍ଟିକୁ ସମର୍ଥନ କରୁଥିବା ଦେଖାଯାଉଛି। କିଛି ଦିନ ପୂର୍ବରୁ ସମାଜବାଦୀ ପାର୍ଟି ଏବଂ ଟିଏମସି ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟିକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲେ। ଏହି ଦିଲ୍ଲୀ ନିର୍ବାଚନରେ, କଂଗ୍ରେସ ନିଜ ଶକ୍ତିରେ ନିର୍ବାଚନ ଲଢ଼ୁଛି ସତ କିନ୍ତୁ ଯଦି ଆମେ ମେଣ୍ଟ ବିଷୟରେ କଥା ହେବା, ତେବେ ଅନ୍ୟମାନେ ଅଲଗା ଅଲଗା ପରି ମନେ ହେଉଛି।

    ଓମାର ଅବଦୁଲ୍ଲା ମଧ୍ୟ ବହୁତ କିଛି କହିଥିଲେ
    ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କିଛି ଦିନ ପୂର୍ବରୁ କହିଥିଲେ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ସେ ସମସ୍ତ ମେଣ୍ଟ ସଦସ୍ୟଙ୍କ ସହିତ ଏକ ବୈଠକ ଡାକିବା ଉଚିତ। ଯଦି ଏହି ମେଣ୍ଟ କେବଳ ସଂସଦୀୟ ନିର୍ବାଚନ ପାଇଁ ଥିଲା, ତେବେ ଏହାକୁ ସମାପ୍ତ କରିବା ଉଚିତ। ଏବଂ ମେଣ୍ଟ ଭାଙ୍ଗିବା ପରେ, ଆମକୁ ଅଲଗା ଭାବରେ କାମ କରିବା ଉଚିତ। ଏବଂ ଯଦି ଏହା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ, ତେବେ ଆମକୁ ଏକାଠି ବସି ଭବିଷ୍ୟତ ଯୋଜନା ଉପରେ କାମ କରିବାକୁ ପଡିବ।

    କେଜରିୱାଲ ମଧ୍ୟ ଦେଇଥିଲେ ଏକ ବିବୃତ୍ତି
    କିଛି ଦିନ ପୂର୍ବେ, ଆମ ଆଦମୀ ପାର୍ଟିର ସଂଯୋଜକ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳର ଘୋଷଣା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ସମୟରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏହି ନିର୍ବାଚନରେ ​​କଂଗ୍ରେସକୁ କିପରି ଦେଖନ୍ତି, ସେ ତାଙ୍କ ଉତ୍ତର ରଖିଥିଲେ ଯେ ଆପଣମାନେ (ମିଡିଆ) କଂଗ୍ରେସକୁ ସିରିଅସ ସହିତ ନିଅନ୍ତି, ଜନତା ବହୁତ ପୂର୍ବରୁ କଂଗ୍ରେସକୁ ଗମ୍ଭୀରତାର ସହିତ ନେବା ଛାଡି ସାରିଛନ୍ତି ।

  • ଅମିତାଭ ବଚ୍ଚନଙ୍କଠାରୁ ପୁନମ ପାଣ୍ଡେ ଏବଂ ଶିଳ୍ପା ସେଟ୍ଟୀ ପର୍ଯ୍ୟନ୍ତ, କୁମ୍ଭରେ ବୁଡ଼ ପକାଇସାରିଛନ୍ତି ଏହି ସେଲିବ୍ରିଟିମାନେ

    ଅମିତାଭ ବଚ୍ଚନଙ୍କଠାରୁ ପୁନମ ପାଣ୍ଡେ ଏବଂ ଶିଳ୍ପା ସେଟ୍ଟୀ ପର୍ଯ୍ୟନ୍ତ, କୁମ୍ଭରେ ବୁଡ଼ ପକାଇସାରିଛନ୍ତି ଏହି ସେଲିବ୍ରିଟିମାନେ

    ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯାଉଛି। କୁମ୍ଭରେ ଯୋଗଦେବା ପାଇଁ ଅନେକ ବଲିଉଡ ସେଲିବ୍ରିଟି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଅନେକ ସେଲିବ୍ରିଟି କୁମ୍ଭରେ ସ୍ନାନ ମଧ୍ୟ କରିସାରିଛନ୍ତି।

    ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଲୋକମାନେ କୁମ୍ଭରେ ସ୍ନାନ କରିବା ପାଇଁ ଯୋଜନା କରିସାରିଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ କୁମ୍ଭରେ ପହଞ୍ଚିବାକୁ ଯାଉଛନ୍ତି ଏବଂ ଅନେକ ଷ୍ଟାର କୁମ୍ଭରେ ବୁଡ଼ ପକାଇ ସାରିଛନ୍ତି।

    ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ମହାକୁମ୍ଭରେ ସାମିଲ ହୋଇ ସାରିଲେଣି । ସେ କୁମ୍ଭରେ ବୁଡ଼ ପକାଇ ସାରିଛନ୍ତି ଏବଂ ଚଳିତ ବର୍ଷ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିସାରିଛନ୍ତି।

    ମନୋରଞ୍ଜନ କ୍ୱିନ୍ ରାଖୀ ସାୱନ୍ତ ମଧ୍ୟ କୁମ୍ଭରେ ଯୋଗ ଦେଇଛନ୍ତି। କୁମ୍ଭରେ ଯୋଗଦେବାର ତାଙ୍କର ଫଟୋ ଭାଇରାଲ ହୋଇଥିଲା।

    ବଲିଉଡ ଅଭିନେତା ବିବେକ ଓବେରୟ ମଧ୍ୟ କୁମ୍ଭରେ ସାମିଲ ହୋଇଛନ୍ତି। ସେ ସ୍ୱାମୀ ଚିନ୍ଦାନନ୍ଦଙ୍କ ଆଶ୍ରମକୁ ଆସିଥିଲେ। ତାଙ୍କ ବ୍ୟତୀତ, ଆହୁରି ଅନେକ ସେଲିବ୍ରିଟି ମଧ୍ୟ ଏହି ଆଶ୍ରମକୁ ଆସିଥିଲେ।

    ପ୍ରୀତି ଜିଣ୍ଟା ୨୦୧୩ରେ କୁମ୍ଭମେଳା ପରିଦର୍ଶନ କରିଥିଲେ ଏବଂ ସଙ୍ଗମରେ ବୁଡ଼ ପକାଇଥିଲେ। ତାଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

    ଶିଳ୍ପା ସେଟ୍ଟି ଜଣେ ଧାର୍ମିକ ବ୍ୟକ୍ତି। ସେ ପ୍ରତ୍ୟେକ ପର୍ବକୁ ବହୁତ ଧୁମଧାମରେ ​​ପାଳନ କରନ୍ତି। ଶିଳ୍ପା ୨୦୧୩ରେ କୁମ୍ଭରେ ମଧ୍ୟ ସ୍ନାନ କରିଥିଲେ।

    ପୁନମ ପାଣ୍ଡେ ମଧ୍ୟ କୁମ୍ଭ ପରିଦର୍ଶନ କରି ସ୍ନାନ କରିସାରିଛନ୍ତି। ସେ ନିଜେ କୁମ୍ଭରେ ସ୍ନାନ କରିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।

  • ‘ଜୁଲୁ’କୁ ଝୁରୁଛି ‘ପମ୍ପେଟା’

    ‘ଜୁଲୁ’କୁ ଝୁରୁଛି ‘ପମ୍ପେଟା’

    ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଢା ସିମ୍ପାଞ୍ଜି ଆଖି ବୁଝିଲା ପରେ ବୁଢ଼ୀ ଝୁରୁଥିବା ଭଳି ସ୍ପର୍ଶକାତର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ଘରେ I ଗତ ଡିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ପରିବାରର ମୁଖିଆ ୩୬ ବର୍ଷିୟ ବୁଢା ‘ଜୁଲୁ’ ବାର୍ଦ୍ଧକ୍ୟ ଜନିତ କାରଣରୁ ସବୁଦିନ ପାଇଁ ବିଦାୟ ନେଇଛି I ଜୁଲୁ ଚାଲିଯିବା ପରେ ତାର ଜୀବନ ସାଥୀ ବୁଢ଼ୀ ସିମ୍ପାଞ୍ଜି ‘ପମ୍ପେଟା’ ତାକୁ ଝୁରି ହେଉଛି I ଆଗ ଭଳି ଖୁଆଡ଼ ଆଗ ପାଖ ହତାକୁ ଆସିବାକୁ ଇଛା କରୁନାହିଁ I ଆଖି ଛଳ ଛଳ କରି ଏଣେ ତେଣେ ଚାହୁଁଛି,ମୁଣ୍ଡରେ ହାତ ଦେଇ ବସୁଛି I

    ବନ୍ୟପ୍ରାଣୀ ହେଲେ ବି, ଭାବ ଭଙ୍ଗରୁ ସ୍ପଷ୍ଟ ଭାବେ ତା ଅନ୍ତରର ଭାବ ଆବେଗ ବାରି ହୋଇପଡୁଛି ସେ କେତେ ଦୁଖୀ I ଦେଖିଲେ ଲାଗୁଛି ‘ଜୁଲୁ’ ସହିତ ନନ୍ଦନକାନନରେ ବିତାଇ ଥିବା ଦୀର୍ଘ ୩୨ ବର୍ଷର ଅତୀତକୁ ଭୁଲି ନପାରି ମନେ ପକାଉଛି I ଜୁଲୁ ସହ ମିଳନରୁ ୯ ଥର ଗର୍ଭଧାରଣ କରି ଶାବକ ଜନ୍ମ ଦେଇଛି I

    ରେ ସମସ୍ତ ଜନ୍ମିତ ୧୨ ଶାବକ ଜୁଲୁ ଓ ପମ୍ପେଟାଙ୍କ ରକ୍ତଜ I ଏମାନଙ୍କ ମଧ୍ୟରୁ କାର୍ତ୍ତିକ ଓ ସୁଭଦ୍ରା ଜିରାଫ ବଦଳରେ ପାଟନା ଯାଇଥିବାବେଳେ ବର୍ଷା, ଜିନ ଓ କୁଇନ ମୃତ୍ୟୁ ହୋଇ ଥିଲା ଏବେ ଜୁଲୁର ମୃତ୍ୟୁ ପରେ ୩୫ବର୍ଷିୟ ପମ୍ପେଟା ପରିବାରର ମୁଖିଆ I ତା ଉପରେ ପରିବାରର ବୋଝ ୫ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ ଏକମାତ୍ର ୪ ବର୍ଷର ଅଣ୍ଡିରା ‘ରାଜା’ ନିୟନ୍ତ୍ରଣ କରି ପରିବାରକୁ ସମ୍ଭାଳିବ ଓ ଆଗକୁ ବଢାଇବାର ଦାୟିତ୍ୱ ପମ୍ପେଟା ଉପରେ I

    ସୂଚନାନୁଯାୟୀ ନନ୍ଦନକାନନରେ ଏବେ ୭ଟି (୫ ମାଈ,୧ ଅଣ୍ଡିରା ଓ ଗୋଟେ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ) ସିମ୍ପାଞ୍ଜି ରହିଛନ୍ତି I ଗତ ୧୯୯୪ ମସିହା ଜୁନ ୧୬ ତାରିଖରେ ୪ ବର୍ଷର ହୋଇଥିବା ଜୁଲୁ ଓ ୩ ବର୍ଷର ହୋଇଥିବା ଅବସ୍ଥାରେ ପମ୍ପେଟାକୁ ସିଙ୍ଗାପୁର ଚିଡ଼ିଆଖାନାରୁ ନଦନକାନନକୁ ଅଣାଯାଇଥିଲା I

  • ପ୍ରବାସୀ ଭାରତୀୟ ଦିବସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନହେବା ଓଡିଶାକୁ ଅସମ୍ମାନ

    ପ୍ରବାସୀ ଭାରତୀୟ ଦିବସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନହେବା ଓଡିଶାକୁ ଅସମ୍ମାନ

    ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାର ଜାତୀୟତାକୁ ସମ୍ମାନ ଜଣାଇ ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତ ଗାନ କରାଯାଇନଥିବାରୁ ଓଡିଶା ପ୍ରତି ଘୋର ଅସମ୍ମାନ ହୋଇଛି ବୋଲି ସିପିଆଇ(ଏମ) ଓଡିଶା ରାଜ୍ୟ କମିଟି ଅଭିଯୋଗ କରିଛି I ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାରର ଏହା ସଂକୀର୍ଣ୍ଣ ମାନସିକତା ବୋଲି କହିଛନ୍ତି I

    ‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତକୁ ଭୁଲିଯାଇ ପ୍ରବାସୀ ଭାରତୀୟଙ୍କ ସଂଗୀତକୁ ଅଗ୍ରାଧିକାର ଦିଆଯିବା, ପ୍ରତି ଓଡ଼ିଆଙ୍କର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି I ପ୍ରବାସୀ ଭାରତୀୟଙ୍କ ଅସଲ ଉଦେଶ୍ୟ, ଆମ ରାଜ୍ୟର ଖଣିଜ ସମ୍ପଦକୁ କପୋର୍ରେଟ ହାଉସ ହାତରେ ଶସ୍ତା ଦରରେ ଟେକିଦେବା Iସମ୍ମେଳନରେ ଓଡିଶା ପ୍ରତି ଅସମ୍ମାନ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ସିପିଆଇ(ଏମ) ଦାବି କରିଛି I

  • ଖୁବଶୀଘ୍ର କମିସନରେଟ ପୋଲିସ ହାତରେ ଧରାପଡିବ ଲକ୍ଷ୍ମୀଧର

    ଖୁବଶୀଘ୍ର କମିସନରେଟ ପୋଲିସ ହାତରେ ଧରାପଡିବ ଲକ୍ଷ୍ମୀଧର

    ବହୁଚର୍ଚ୍ଚିତ ସହଦେଵ ନାୟକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଲକ୍ଷ୍ମୀଧରକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି କମିସନରେଟ ପୋଲିସ । ଏଥିପାଇଁ ଦୟାନଦୀ କୂଳରେ ହତ୍ୟାକାଣ୍ଡରେ ବ୍ୟବହୃତ ବ୍ୟାଗକୁ ପ୍ରଦର୍ଶିତ କରିଥିଲା ଲକ୍ଷ୍ମୀଧର । କୁହାଯାଉଛି, ଏହି ବ୍ୟାଗରେ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଲୁଚାଇରଖି ଲିପିକା ଓ ଲକ୍ଷ୍ମୀଧର ଦୟାନଦୀରେ ଫିଙ୍ଗି ଦେଇଥିଲା ।

  • ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ କଲା ଇସ୍ରୋ

    ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ କଲା ଇସ୍ରୋ

    ଇସ୍ରୋର ପ୍ରଥମ ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ। ଦୁଇ ସାଟେଲାଇଟ ମଧ୍ଯରେ ଗତିଜନିତ ସମସ୍ଯା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଇସ୍ରୋ। ଗତ ଜାନୁଆରୀ ୭ରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା ହେଲେ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଭବିଷ୍ୟତର ଅନେକ ମିଶନ ସମେତ ଚନ୍ଦ୍ରଯାନ-୪ ଦିଗରେ ଏହି ଅଭିଯାନ ସହାୟତା କରିବ ବୋଲି ଲକ୍ଷ୍ଯ ରହିଛି। ସ୍ପେସ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି କହିଥିଲା ଇସ୍ରୋ । ଗତ ଡିସେମ୍ବର ୩୦ରେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିଲା ଦୁଇଟି ଚେଜର ଓ ଟାର୍ଗେଟ ସ୍ପେଡେସ୍କ ସାଟେଲାଇଟ ।

    ସ୍ପେଡେକ୍ସ ଲଞ୍ଚ ହେବା ପରେ ଏହାର ଡକିଂ ଉପରେ ଗୁରୁତ୍ବ ଦିଆଯାଉଥିଲା ଯାହାକି ବିଭିନ୍ନ ପର୍ଯ୍ୟାୟ ଉପରେ ନିର୍ଭର କରିଥାନ୍ତା । ଦୁଇଟି ଯାକ ସାଟେଲାଇଟକୁ ମନିଟରିଂ କରିବା ଲାଗି ବିଭିନ୍ନ ଗ୍ରାଉଣ୍ଡ ଷ୍ଟେସନକୁ ବ୍ୟବହାର କରାଯାଇଥାନ୍ତା । ସେକଣ୍ଡ ପ୍ରତି ୧୦ ମିଲିମିଟର ଗତିରେ ଚେଜର ସାଟେଲାଇଟ ଟାର୍ଗେଟ ସାଟେଲାଇଟରେ ପ୍ରବେଶ କରିବା ଲକ୍ଷ୍ଯ ରହିଥିଲା । ଥରେ ଦୁଇଟି ଯାକ ଉପଗ୍ରହ ପରସ୍ପର ସହ ସଂଯୁକ୍ତ ହେଲେ ଏହା ଏକ ସିଙ୍ଗଲ ୟୁନିଟରେ ପରିଣତ ହୋଇଥାନ୍ତା। ହେଲେ ଏହି ଅଭିଯାନକୁ ସ୍ତଗିତ ରଖାଯାଇଛି।

  • ଜଳୁଛି ଜଙ୍ଗଲ, ଜଙ୍ଗଲରେ କାୟା ମେଲାଇଛି ନିଆଁ

    ଜଳୁଛି ଜଙ୍ଗଲ, ଜଙ୍ଗଲରେ କାୟା ମେଲାଇଛି ନିଆଁ

    ଆମେରିକା କାଲିଫର୍ଣ୍ଣିଆରେ ହୁତୁହୁତୁ ହୋଇ ଜଳୁଛି ଲସ୍ ଏଞ୍ଜଲ୍ସ ଜଙ୍ଗଲ । ଧିରେ ଧିରେ ନିଆଁ ସହର ଆଡକୁ ବ୍ଯାପିବାରେ ଲାଗିଲାଣି । ଏହି ଜଙ୍ଗଲ ପୋଡିରେ ବର୍ତ୍ତମାନ ପର୍ଯ୍ଯନ୍ତ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନେକ ଆହାତ ହୋଇଛନ୍ତି । ପାଖାପାଖି ୭୦ ହଜାର ଲୋକଙ୍କୁ ରେସକ୍ଯୁ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନିଆଁ ପ୍ରାୟ 5 ହଜାର ଏକର ଜଙ୍ଗଲରେ କାୟା ମେଲାଇଛି । ଏକ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅତ୍ଯାଧିକ ପବନ ପାଇଁ ନିଆଁ ଚାରିଆଡେ ବ୍ଯାପିବାରେ ଲାଗିଛି , ଫଳରେ ଅଗ୍ନୀଶମ ବାହୀନିକୁ ନିଆଁ ଲିଭଆଇବାରେ ଅସୁବିଧା ହେଉଛି । ମାତ୍ର ସମସ୍ତ କର୍ମଚାରୀ ପ୍ରାଣପଣେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ଜଳୁଥଇବା ନିଆଁରେ ଅନେକ ଗୁଡିଏ ଜଙ୍ଗଲୀ ଜନ୍ତୁଙ୍କର ଜୀବନ ମଧ୍ଯ ଗଲାଣି । ତେବେ ନିଆଁର ଏତେ ଦୃତ୍ତଗତିରେ ବ୍ଯାପୁଛିଯେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି …