Year: 2025

  • ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ବହିଷ୍କୃତ

    ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶ କ୍ରମେ ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦ର ଧାରା ୫୩ ଅନୁଯାୟୀ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେl ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେl କିନ୍ତୁ ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେl ତାହାଅନୁଯାୟୀ, ପୌରାଧ୍ୟକ୍ଷl ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ l ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୫ରିଖ ଦିନ ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷlଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲାl କିନ୍ତୁ, ପୌରାଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ରିଖ ଦିନଠାରୁ ବହିଷ୍କାର କରାଯାଇଛିl

  • ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

    କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ନାୟକ,ମୁଖ୍ୟ ବକ୍ତା ଆନନ୍ଦପୁର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶରତ ରାଉତ, ସମ୍ମାନିତ ଅତିଥି ଭଣ୍ଡାରିଡିହା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ , ଦେଓଗାଁ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା, ବଳରାମପୁର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଅଜୟ ପଟ୍ଟନାୟକ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁଦର୍ଶନ ଭଞ୍ଜ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମୋହନ ରାଉତ , ଭଣ୍ଡାରିଡିହା ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବାସ୍, ସିଆରସିସି ଭଣ୍ଡାରିଡିହା ସତ୍ୟଶିବ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସମାଜସେବୀ ଯୁଧିଷ୍ଠିର ନାୟକ ଦଶମ ଶ୍ରେଣୀର ଟପ୍ପର ଙ୍କୁ ୧୦୦୦ ହଜାର ଟଙ୍କା ଓ ଗଣିତ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ୫୦୦ ଶହ ଟଙ୍କା ପ୍ରତିବର୍ଷ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସରପଞ୍ଚ କୃଷ୍ଣ ଚନ୍ଦ୍ର ରାଉତ ବିଦ୍ୟାଳୟ ରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶିକ୍ଷକ ସୌମ୍ୟରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସନାତନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ଟିଟୁ ପାତ୍ର ଙ୍କ ପରିଚାଳନା ରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

  • ତୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରିଆ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍କୁଲ ଘର ଗୁଡିକ ନୂତନ ଭାବେ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁତ୍ବାରୋପ କରିଥିଲେ |

    କାର୍ଯକ୍ରମରେ ସମ୍ମାନିତ ଅଥିତି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସାମାଜିକ ସେଵୀ ରୋଞ୍ଜିତ ପାଙ୍ଗି, ପ୍ରଧାନ ଶିକ୍ଷକ କୃପା ପ୍ରସାଦ ଜାନି, ଜିଲ୍ଲା ମଙ୍ଗଳ ଅଧିକାରି ସୁନୀଲ କୁମାର ତାଣ୍ଡି, ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ବ୍ଲକ ମଙ୍ଗଳ ଅଧିକାରୀ, ଅନିଲ ସେଠୀ, ଏସ ଏମ ସି କମିଟି ସଭାପତି ଗଦ୍ରୁ ଖରା ଯୋଗ ଦେଇଥିଲେ | ଶେଷରେ ଆୟୋଜିତ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |

  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

    ଗଞ୍ଜାମ/ଭଞ୍ଜନଗର : ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉଦଯାପନୀ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶିକ୍ଷାର ଅଭିବୃଦ୍ଧି ପାଇଁ ପିଲାଙ୍କର ପାଠ ପଢିବା ସହିତ ସେମାନଙ୍କର ସାଠର ମଧ୍ୟ ଆବଶ୍ୟକତା ରହିଅଛି । ତେଣୁ ପ୍ରତ୍ୟେକ ବର୍ଷ ଆରମ୍ଭରୁ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନ ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ କରିଥଲେ । ବିଦ୍ୟାଳୟର ଯେଉଁ ସବୁ ଅସୁବିଧା ରହିଛି ତାହା କିପରି ଭାବେ ସୁବିଧା ହେଇ ପାରିବ ସେହି ଉପରେ ପ୍ରଧାନ ଶିକ୍ଷକ ନିଜର ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସୁସ୍ମିତା ସାହୁ, ଗୋଷ୍ଠି ସ୍ବାସ୍ଥ୍ୟ ବିଭାଗ ରାହୁଲ୍ ରାଓ ଦୋରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବୃନ୍ଦାବନ ପାଣିଗ୍ରାହୀ, ସଭାପତି ବଟକୃଷ୍ଣ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଶିକ୍ଷା ହିଁ ସୁମାର୍ଗ ଶିକ୍ଷା ହିଁ ମଣିଷ ଜୀବନର ଆଲୋକ ଏଭଳି କିଛି ବକ୍ତବ୍ୟ ରଖିଥିଲେ ଗେରେଡ଼ା କ୍ଲଷ୍ଟର CRCC ମାଧବାନନ୍ଦ ସ୍ୱାଇଁ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଛି । ଏହି ବିଦ୍ୟାଳୟରେ ୨୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ବେଶ୍ ଖୁସି ଜଣାପଡୁଥିବା ଦେଖିବାକୁ ମିଳିଛି ।

  • ଏ କି ପ୍ରକାରର ଜାତୀୟ ପତକାକୁ ସମ୍ମାନ!

    ଏ କି ପ୍ରକାରର ଜାତୀୟ ପତକାକୁ ସମ୍ମାନ!

    ସାରାଦେଶ ୭୬ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ସମୟରେ ଜାତୀୟ ପତାକା ଉତ୍ତୋଳନ ନେଇ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପତାକା ଉତ୍ତୋଳନ ଅଧାରେ ରହିଲା | ଏଭଳି ଘଟଣା ଘଟିଛି ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ରେ ।

    ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ତଥା ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅନୁଗତ ଅନନ୍ତ କୁମାର ସିଂହ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଅଚାନକ ଅସୁରେଶ୍ଵର ଆଥଲଟିକ୍ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ବିଜୟ କୁମାର ବଳ ଜାତୀୟ ପତାକା ଉତ୍ତୋଳନକୁ ବିରୋଧ କରିଥିଲେ । ପରେ, ରାଗିଯାଇ ବାଉଁଶ ଏବଂ ଜାତୀୟ ପତକାକୁ ଉପାଡି ଫିଙ୍ଗି ଦେଇଥିଲେ ବଳ ।

    ବିଜେପି ନେତା ଏବଂ ବିଧାୟକଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । କେବଳ ସେତିକି ନୁହେଁ ହାତାହାତି ଯାଏଁ ମଧ୍ୟ କଥା ଯାଇଛି । ଜାତୀୟ ପତାକାକୁ ଅସମ୍ମାନ, ଦୁଇ ନେତାଙ୍କ ମଧ୍ୟରେ ଟଣା ଓଟରାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଜନସାଧାରଣ ନିନ୍ଦା କରିଛନ୍ତି । ତେବେ, ଏ ନେଇ ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଅନନ୍ତ ରାମ ସିଂହ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

  • ଡିପୋଜିଟ୍ ଫର୍ମରେ ଏମିତି କଣ ଲେଖିଲେ ମହିଳା…

    ଡିପୋଜିଟ୍ ଫର୍ମରେ ଏମିତି କଣ ଲେଖିଲେ ମହିଳା…

    ଚର୍ଚ୍ଚାରେ ଭାଇରାଲ ବ୍ୟାଙ୍କ ଡିପୋଜିଟ୍ ଫର୍ମ । ବ୍ୟାଙ୍କ୍ ଫର୍ମରେ ଲେଖାଥିବା କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିପୋଜିଟ୍ ଫର୍ମରେ ଟଙ୍କା ଜାଗାରେ ଲେଖାଅଛି- ସ୍ବାମୀଙ୍କ ସହ ମେଳା ବୁଲିବାକୁ ଯିବାର ଅଛି ଏବଂ ଆମାଉଣ୍ଟ ସ୍ଥାନରେ ଲେଖାଅଛି କୁମ୍ଭ ମେଳା । ଏହି ଡିପୋଜିଟ୍ ଫର୍ମକୁ ଦେଖି ବ୍ୟାଙ୍କ କର୍ମଚାରୀ ହସିହସି ବେଦମ ହେଇଥିବା ବେଳେ ଏହି ଫର୍ମଟି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

    ସତକଥା ତେବେ ସୋସିଆଲ ମିଡ଼ିଆରେ କିଏ କେତେବେଳେ ଭାଇରାଲ ହେଇଯିବ ତାହା କହିହେବନି । ତେବେ ଭାଇରାଲ ହେଉଥିବା ଏହି ଫର୍ମରେ ଖାତାଧାରୀଙ୍କ ନାଁ ରାଧିକା ଶର୍ମା ଲେଖା ହୋଇଛି। ସିଏ ୧୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଫର୍ମ ଭରିଥିଲେ, ମାତ୍ର ଟଙ୍କା ବିବରଣୀ ସ୍ଥାନରେ ସ୍ବାମୀଙ୍କ ସହ ମେଳା ବୁଲି ଯିବାକୁ ଚାହୁଁଛି ଲେଖି ବେଶ ଭାଇରାଲ ହୋଇଛନ୍ତି । ତେବେ ଖାତାଧାରୀଙ୍କ ନାଁ ଜଣା ପଡିଥିଲେ ବି ଏହା କେଉଁ ଅଞ୍ଚଳର କିମ୍ବା କେଉଁ ବ୍ୟାଙ୍କ ଅଧିନରେ ଏହା ଘଟିଛି ତାହା ଜଣାପଡିନାହିଁ । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି ପବ୍ଲିକ। କିଏ ଥଟା କରୁଛନ୍ତି ତ ଆଉ କିଏ ସାବାସ ବୋଲି କହୁଛନ୍ତି ।

  • ହଠାତ ଆସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

    ହଠାତ ଆସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

    ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ, ଯାଜପୁର ବ୍ଲକ ବିଚିତ୍ରପୁରର ବ୍ୟବସାୟୀ ଦିଜେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ଚଣ୍ଡିଖୋଲରୁ ନିଜ କାମ ସାରି ବାରବାଟୀ ସ୍ଥିତ ଗଣେଶ ବଜାରର ଜଣେ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି ଘରକୁ ଫେରୁଥିବାବେଳେ ବାରବାଟୀ ବାଇପାସ ରାସ୍ତାରେ କାଲି ରାତି ପ୍ରାୟ ୯ ଟା ୧୫ ମିନିଟ ସମୟରେ ଏକ କ୍ୟାମ୍ପରରେ ୨ ଜଣ ଯୁବକ ଆସି ଶ୍ରୀ ଦାସଙ୍କ ଗାଡିକୁ ଆଡା ପକାଇ ଅଟକାଇ ଥିଲେ | ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ ଏବଂ ପାଖରେ ରଖିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ | ସାଙ୍ଗରେ ଆଣିଥିବା କ୍ୟାମ୍ପର ଗାଡିକୁ ଛାଡି ଚାଲିଯାଇଥିବାବେଲେ ଗୁଳି ଫୁଟା ଶବ୍ଦ ଶୁଣି ଅକ୍ଷପାଖର ଲୋକମାନେ ପହଁଚି ପୋଲିସକୁ ଖବର ଦେଇଥିଲେ |ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l

  • ମହାକୁମ୍ବ ଦଳାଚକଟାରେ ବଢିପାରେ ମୃତ୍ୟୁସଂଖ୍ୟା, ସରକାର ଏପର୍ଯ୍ୟନ୍ତ ଦେଇନାହାଁନ୍ତି ସରକାରୀ ବିବୃତ୍ତି

    ମହାକୁମ୍ବ ଦଳାଚକଟାରେ ବଢିପାରେ ମୃତ୍ୟୁସଂଖ୍ୟା, ସରକାର ଏପର୍ଯ୍ୟନ୍ତ ଦେଇନାହାଁନ୍ତି ସରକାରୀ ବିବୃତ୍ତି

    ପ୍ରୟାଗରାଜ ମହାକମ୍ବୁରେ ବିଳମ୍ବିତ ରାତିରେ ମୋୖନି ଅମାବାସ୍ୟା ରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଜମିବା କାରଣରୁ ବିଳମ୍ବିତ ରାତିରେ ତ୍ରିବେଣୀରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ କାରଣରୁ କିଛି ମହିଳା ଶ୍ୱାସରୁଦ୍ଧ ହୋଇ ଆହତ ହୋଇଥିଲେ। ଅନେକ ଆହତଙ୍କ ପରିସ୍ଥିତି ଭୟାଭୟ କରାଯାଉଛି। ତ୍ରିବେଣୀର ଦୃଶ୍ୟ ଏବଂ ଭିଡିଓରେ ମହିଳାଙ୍କ ଚପଲ ଏବଂ ଜିନିଷଗୁଡିକ ଛିନ୍ନଛତ୍ର ହୋଇଥିବାର ଦେଖାଯାଏ | କେତେ ଲୋକ ଆହତ ହୋଇଛନ୍ତି ସେନେଇ ମେଳା ପ୍ରଶାସନ ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ। ହଠାତ୍ ଖରାପ ଅବସ୍ଥାକୁ ନିୟନ୍ତ୍ରଣ କରି ମେଳା ପ୍ରଶାସନ ସବୁଜ କରିଡର ତିଆରି କରି ଆହତ ମହିଳାମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

    ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ପଚାରି ବୁଝୁଛନ୍ତି। ମୌନି ଅମାବାସ୍ୟାରେ, ଶ୍ରଦ୍ଧାଳୁଙ୍କ କ୍ଷମତା ବାହାରେ ଯାହା ଅଣାୟତ୍ତ ହୋଇପଡ଼ିଥିଲା ତେଣୁ ସେମାନଙ୍କ ଅମୃତ ସ୍ନାନକୁ ସ୍ଥଗିତ ରଖିବିକୁ ପଡିଥିଲା | ତେବେ ସାଧାରଣ ଭକ୍ତମାନେ ସଙ୍ଗମରେ ସ୍ନାନ ଜାରି ରଖିଛନ୍ତି। ରେକର୍ଡ ସଂଖ୍ୟକ ଭକ୍ତ ମୋୖନି ଅମାବାସ୍ୟାରେ ପବିତ୍ର ସ୍ନାନ ପାଇଁ ପ୍ରୟାଗରେ ପହଞ୍ଚିଛନ୍ତି | ଆଠରୁ ଦଶ କୋଟି ଭକ୍ତ ଆଜି ପ୍ରୟାଗରରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

    ପ୍ରୟାଗରାଜରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ।
    ମହାକୁମ୍ଭ ପୋଲିସ୍ ମୁଖ୍ୟ ବୈଭବ କୃଷ୍ଣ କହିଛନ୍ତି ଯେ ଅଖଡା ମାର୍ଗ ଆମର ପ୍ରସ୍ତୁତ ସରିଛି । କିଛି ସମୟ ପରେ ସେମାନେ ସାନ୍ନ କରିବାକୁ ଆସିବେ ଆମେ ଅଖଡାକୁ ଜଣାଇଛୁ ଯେ ଆମେ ପ୍ରସ୍ତୁତ |

    ଆଜି ମୋୖନି ଅମାବାସ୍ୟାରେ ପ୍ରୟାଗରାଜ ମହାକୁମ୍ବରେ ଥିବା ଅଖଡାରେ ହେବ ନାହିଁ ଅମୃତ ସ୍ନାନ | ଦେବତାମାନଙ୍କୁ କେବଳ ସାଙ୍କେତିକ ଭାବରେ ସ୍ନାନ କରାଯିବ | କେବଳ ପରମ୍ପରାର ନିର୍ବନ୍ହ ପାଳନ କରାଯିବ | ସର୍ବାଧିକ ପଚିଶରୁ ତିରିଶ ସନ୍ୟାସୀ ଦେବତାଙ୍କ ସହିତ ସରଳତା ସହିତ ସଙ୍ଗମକୁ ଯିବେ | ବଡ ସାଧୁ ଏବଂ ମହାତ୍ମା ଯିବେ ନାହିଁ | ସେଠାରେ କୌଣସି ରାଜକୀୟ ରଥ ଏବଂ ବାଦ୍ୟଯନ୍ତ୍ର ରହିବ ନାହିଁ | ଅଖଡା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀଙ୍କ କହିବା ଅନୁଯାୟୀ ଦେବତାଙ୍କ ସ୍ନାନରେ ସନ୍ଥ ମହାତ୍ମା ନିଜ ସ୍ନାନ ଉପଭୋଗ କରିବେ।

  • ୩ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା !

    କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରାରେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଓ ସେହି ଗାଁର ଚନ୍ଦନ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ରହିଥିଲା | ସେହି ବିବାଦକୁ ନେଇ ଶ୍ରୀତମ ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ରାଗ ଜର୍ଜର ରେ ଶ୍ରୀତମ ଚନ୍ଦନ ମୁଣ୍ଡାର ୩ବର୍ଷର ଶିଶୁପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା।

    ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଶ୍ରିତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣସ୍ଥଳରେ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

  • କେନ୍ଦୁଝରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସଧାରଣତନ୍ତ୍ର ଦିବସ ପାଳିତ

    ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୟଗାନ କରିବା ସହିତ ଶ୍ରୀଅରବିନ୍ଦ ତଥା ଶ୍ରୀମାଙ୍କର ପାଦପଦ୍ମ ତଳେ ପ୍ରାର୍ଥନା ଓ ନୀରବ ଧ୍ୟାନ ସହ ଶିକ୍ଷାନୁଷ୍ଠାନର ଅପାଭାଇ ମାନେ ସାଧାରଣତନ୍ତ୍ର ଦିବସକୁ ଆଗେଇ ନେଇଥିଲେ।

    ବିଦ୍ୟାଳୟର ସମ୍ପାଦକ ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ରାଜ୍ୟ ସମାନ ଦିଆଯାଇଥିଲା, ପରେ ପରେ ବିଦ୍ୟାଳୟର ସମ୍ପାଦକ ସାଧାରଣତନ୍ତ୍ର ଦେଶଭକ୍ତି, ତ୍ୟାଗ ଓ ବଳିଦାନ ଛାତ୍ରଛାତ୍ରୀଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ଅଭିଭାଷଣ କରିଥିଲେ।