ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି ଗ୍ରାମରେ ଘଟିଯାଇଛି ବଡ ଅଘଟଣ | ବେକରେ ରଶି ଦେଇ ଝୁଲିପଡ଼ିଲେ ସ୍ବାମୀ ସ୍ତ୍ରୀ | ମୃତକ ଦ୍ୱୟ ହେଲେ କୋଠା ସାହି ଗାଁର ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) | ସୂଚନା ଅନୁସାରେ, ବାଙ୍ଗାଲୋରରେ ରହୁଥିବା ବିଜୟଙ୍କ ପୁଅ ଆଜି ସକାଳୁ ଘରକୁ ଫୋନ କରିଥିଲେ। କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ଘରକୁ ଯିବା ପାଇଁ କହିଥିଲେ। ସେଠାରେ ଯାଇ ଠାକୁର ଘରେ ଦୁହିଁଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମବରଦା ପୋଲିସ ସାଇଣ୍ଟିଫିକ ଟିମ ସହାୟତାର ତଦନ୍ତ ଆରମ୍ଭ କରିଛି। ତେବେ ଘରର କାନ୍ଥରେ ତିନି ଭଉଣୀଙ୍କ ପାଇଁ ଜୀବନ ହାରିଲେ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଋଣ ଗ୍ରସ୍ଥ ହୋଇ ମାନସିକ ଭାରସାମ୍ୟ ହରାଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି |
Year: 2025
-

ଫାଇନାନ୍ସ ସଂସ୍ଥା କର୍ମଚାରୀ ଲୋନ ଆଦାୟ ଟଙ୍କା ନେଇ ଫେରାର
କେନ୍ଦୁଝର : ଘରୋଇ ଫାଇନାନ୍ସ ସଂସ୍ଥା କର୍ମଚାରୀ ବିଭିନ୍ନ ଗାଁରୁ ଲକ୍ଷାଧିକ ଲୋନ ଆଦାୟ ଟଙ୍କା ଧରି ଫେରାର ହୋଇଯିବା ପରେ ଚିନ୍ତାରେ ଲୋନ ନେଇଥିବା ମହିଳା। ଘଟଣାକୁ କେନ୍ଦ୍ରକରି ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟରେ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଘଷିପୁରା ମୁଖ୍ୟ ବଜାରରେ ଥିବା ମୁଥୁଟ ମାଇକ୍ରୋ ଫିନ କାର୍ଯ୍ୟାଳୟରେ ଲୋନ ନେଇଥିବା ମହିଳାଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। ଲୋନ ଟଙ୍କାକୁ ସୁଧ ସହିତ ମହିଳା ମାନେ ପରିଶୋଧ କରିବା ପରେ ଟଙ୍କା ଧରି ଫାଇନାନ୍ସ କର୍ମଚାରୀ କେଉଁ ଆଡେ ଦୀର୍ଘ ଦିନ ଧରି ଫେରାର ହୋଇ ଯାଇଛନ୍ତି। ଏପଟେ ଲୋନ କରିଥିବା ମହିଳା ମାନେ ନିଜ ଟଙ୍କା ସୁଝି ସାରିଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀ ସେମାନଙ୍କୁ ଆଉଥରେ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି। ସେମାନଙ୍କ ସିବିଲ ସ୍କୋର ଖରାପ ହେଇଯାଇଥିବାରୁ ଅନ୍ୟ କେଉଁଠୁ ଲୋନ ଉଠାଇବାକୁ ମଧ୍ୟ ସେମାନେ ଯୋଗ୍ୟ ହେଉନାହାନ୍ତି। ଘଟଣାକୁ ନେଇ ଫାଇନାନ୍ସ କମ୍ପାନୀର ପରିଚାଳକଙ୍କ କହିବା କଥା ଫେରାର କର୍ମଚାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯାଇଛି। ଫଇସଲା ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ।
-

ସରସ୍ବତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ
ପବିତ୍ର ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଅବସରରେ ସରସ୍ବତୀ ଶିଶୁ ମନ୍ଦିର, କଳିଙ୍ଗନଗର, ସୋଲେଇରେ ସାମୁହିକ ମାତୃ ସମ୍ମିଳନୀ ଓ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭିକ ପ୍ରଯ୍ୟାୟରେ ପ୍ରଦୀପ ପ୍ରଜ୍ବଳନ ପରେ, ସାମୁହିକ ବନ୍ଦନା ଗାନ କରି ପାଠଚକ୍ର ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆକାଶବାଣୀ ଓ ଦୂରଦର୍ଶନର ପ୍ରବକ୍ତା ଯୋଗ ଦେଇ ଜଣେ ଶିଶୁକୁ କିପରି ଭଲ ମଣିଷ କରି ଗଢିହେବ ସେ ବିଷୟରେ ବିସ୍ତୃତ ଭାବେ ସୁନ୍ଦର ଉଦାହରଣ ମାନ ଦେଇ ଉପସ୍ଥିତ ମା ମାନଙ୍କୁ ବୁଝାଇ କହିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ସୁବାଷ ଚନ୍ଦ୍ର ବଳ ସାମନ୍ତ, ସମ୍ପାଦକ ମନମୋହନ ଆଇଚ, କୋଷାଧକ୍ଷ ସରୋଜ କୁମାର ପୃଷ୍ଟି, ସହ ସମ୍ପାଦକ ଅରୁଣ କୁମାର ମହାରଣା, ଉପ ସଭାପତି ମହେଶ୍ୱର ଦାସ ପ୍ରମୁଖ ମଞ୍ଚାସିନ ଥିଲେ, ଏହିମାତୃ ସମ୍ମିଳନୀରେ ଶତାଧିକ ମା ମାନେ ଯୋଗ ଦେଇଥିଲେ | ଶେଷରେ ବିଦ୍ୟାଳୟର ଗୁରୁଜୀ ଶରଣ ମଲ୍ଲିକ ଧନ୍ୟବାଦ ଦେଇଥିଲେ | ବିଦ୍ୟାଳୟର ମାତୃଭାରତୀ ମଣ୍ଡଳୀ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ମାତୃ ସମ୍ମିଳନୀ ସମାପନ ହୋଇଥିଲା |
-

ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୀ ଉତ୍ସବ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ବ ଦେବାସହ ଉତ୍ସାହିତ କରିଥିଲେ । ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ଦୂରେଇବା ପାଇଁ ଚେଷ୍ଟା କରାଯିବ ଏବଂ ସ୍କୁଲର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ପ୍ରକାଶ କରିବା ସହ କୃଷ୍ଣଚୁଡା ପୁସ୍ତକ ଉନ୍ମୋଚନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ନରସିଂହ ସେଠି, ମୁଖ୍ୟ ବକ୍ତା ଅଜୟ ଜେନା, ବିଦ୍ୟାଳୟର ସଭାପତି ଚିରଞ୍ଜିବି ପରିଚ୍ଛା, ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦିକା ବିଦ୍ୟୁତଲତା ଜେନା, ଉପସଭାପତି ବିଜୟକୁମାର ହନ୍ତାଲ, କୋଷାଧ୍ୟକ୍ଷ ଜ୍ଞାନେନ୍ଦ୍ର ଖୁଣ୍ଟିଆ , ପୂର୍ବତନ କୋଷାଧ୍ୟକ୍ଷ ଭୀମସେନ ସିଧୁ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରସ୍ବତୀ ଶଶୁ ବିଦ୍ୟା ମନ୍ଦିରର ଗୁରମା ମାନେ ସହଯୋଗ କରିଥଲେ।
-

ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଯୁବ ସମାଜସେବୀ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ସଭାପତି ଅର୍ଜୁନ ସାହୁଙ୍କ ନେତୃତ୍ଵରେ ଆଠମଲ୍ଲିକ ସର୍କିଟ ହାଉସ ପରିସର ମଧ୍ୟରେ ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଉପଖଣ୍ଡର ୪ ଗୋଟି ପ୍ରଗଣା ଯଥା ଷୋଳପଦା, ପଇଁଚିକୂଳ, ବାଇଶିପାଲି, ଚୌରଶି ଅଞ୍ଚଳର ସମସ୍ତ ପଞ୍ଚାୟତର ଶିକ୍ଷିତ ବୁଦ୍ଧଜୀବୀ ମାନେ ଉପସ୍ଥିତ ରହି ଆଠମଲ୍ଲିକ ବିଭିନ୍ନ ପ୍ରକାର ଲୋକ କଳା ଦଣ୍ଡ, ଘୁଡୁକି, ପାଲା, ବିଭିନ୍ନ ସଂପ୍ରଦାୟର ନୃତ୍ୟ ସଙ୍ଗୀତ, ଚିତ୍ର କଳାକୁ ଓଡ଼ିଶାର ତଥା ଦେଶ ବିଦେଶର କୋଣ ଅନୁକୋଣରେ ଲୋକ ମହୋତ୍ସବ ମାଧ୍ୟମରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଧୁମଧାମରେ ସଫଳ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କ ଧନ ମନ ତନ ଦେଇ ସହଯୋଗ ରହିବ ବୋଲି ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ପାଇଁ ୫୦ ଜଣଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି ।
-

ଚଳିତ ବର୍ଷ ବଡ ପରଦାରେ ନଜର ଆସିବେ ୭ ନୂଆ ଯୋଡି, ପ୍ରଶଂସକଙ୍କ ପସନ୍ଦ ଉପରେ ନିର୍ଭର କରେ ସେମାନଙ୍କ କ୍ୟାରିୟର

୨୦୨୪ ବଲିଉଡ ପାଇଁ କିଛି ଖାସ ପ୍ରଭାବ ପକାଇନାହିଁ । ଗତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ରେ ସାଉଥ୍ ସିନେମା ବାଜି ମାରି ନେଇଥିଲା । ଚଳିତ ବର୍ଷ ୨୦୨୫, ପାଇଁ ଅଣ୍ଟା ଭିଡିଲାଣି ବଲିଉଡ । ଚଳିତ ବର୍ଷ ୭ ଟି ନୂଆ ଯୋଡି ଅନସ୍କ୍ରିନରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଯୋଡିରେ କିଛି ନୂତନ ଅଭିନେତାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଡେବ୍ୟୁ କରିବାକୁ ଯାଉଛନ୍ତି । କିଛି କଳାକାର ଅଛନ୍ତି ଯେଉଁମାନେ ପୂର୍ବରୁ ହିଟ୍ ଫିଲ୍ମ ଦେଇସାରିଛନ୍ତି କିନ୍ତୁ ବର୍ତ୍ତମାନ ନୂଆ ଯୋଡିଙ୍କ ସହିତ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ଆପଣଙ୍କୁ ଏପରି ୭ ଜଣ କଳାକାରଙ୍କ ଯୋଡି ବିଷୟରେ କହୁଛୁ ଯେଉଁମାନେ ଚଳିତ ବର୍ଷ ଅନସ୍କ୍ରିନରେ ରୋମାନ୍ସ କରିବାକୁ ଯାଉଛନ୍ତି ।

ଜୁନେଦ ଖାନ ଏବଂ ଖୁସୀ କପୁରଙ୍କ ଫିଲ୍ମ ଲଭୟପା
ଲଭୟପା ଖୁସୀ କପୁର (ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ) ସହିତ ଜୁନାଦ ଖାନ (ଆମୀର ଖାନଙ୍କ ପୁଅ) ଅଭିନୟ କରିଛନ୍ତି । ଏହି ରୋମାଣ୍ଟିକ୍ ଡ୍ରାମା ଆଧୁନିକ ସମ୍ପର୍କର କାହାଣୀ ବର୍ଣନା କରିଛି । ନୂତନ ଚେହେରା ଏବଂ ଯୁବ ଶକ୍ତି ସହିତ, ଏହି ଯୋଡି ଅନସ୍କ୍ରିନରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

ଇନ ଗଲିଓ ମେ – ଅବନ୍ତିକା ଦାସାନି ଏବଂ ବିବାନ୍ ଶାହା
ନୂତନ ପିଢ଼ି ଏବଂ ସେମାନଙ୍କର ଜଟିଳ ପ୍ରେମ କାହାଣୀ ଉପରେ ଫୋକସ ଦେଉଥିବା ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ପାଇଁ ପ୍ରସ୍ତୁତ । ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ର ଆଜିର ଦୁନିଆରେ ପ୍ରେମ ଏବଂ ସୋସିଆଲ୍ ମିଡିଆ କିପରି ଜଡିତ ତାହା ଅନୁସନ୍ଧାନ କରେ । ଏହି ଚିନ୍ତାଧାରା ଚଳଚ୍ଚିତ୍ର ଅବନ୍ତିକା ଦାସାନୀ ବିବାନ୍ ଶାହାଙ୍କ ସହିତ ବଡ ପରଦାରେ ଡେବ୍ୟୁ କରିଛନ୍ତି ।ଏହି ଚଳଚ୍ଚିତ୍ରଟି ବିନୋଦ ଯାଦବ ଏବଂ ନେରୁ ଯାଦବଙ୍କ ଦ୍ୱାରା ନିର୍ମିତ ଏବଂ ଆଲକୋର ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ। ଇନ ଗଲିଓ ମେ ୨୮ ଫେବୃଆରୀ ୨୦୨୫ ରେ ମୁକ୍ତିଲାଭ କରିବ । ବିବାନ୍ ଶାହା ଭେଟେରାନ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ପୁଅ ।

ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ – ଧଡକ-୨
ବ୍ଲକବଷ୍ଟର ଧଡକର ପରବର୍ତ୍ତୀ ଭାଗ ଧଡକ-୨ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରଟି ପ୍ରେମ ଏବଂ ଦ୍ୱନ୍ଦ୍ୱର ଗଭୀର ଭାବପ୍ରବଣ ସ୍ତର ସହିତ ଏକ କାହାଣୀ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ସିକ୍ୱେଲରେ ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ବଡ଼ ପରଦାରେ ନଜର ଆସିବେ । ଏହା ପୂର୍ବରୁ ଏହି ଯୋଡି କେବେ ଏକାଠି ନଜର ଆସିନାହାଁନ୍ତି।

ଖୁସି କପୁର ଏବଂ ଇବ୍ରାହିମ୍ ଅଲି ଖାନ୍ – ନାଦାନିଆ
ନାଦାନିଆ ଚଳଚ୍ଚିତ୍ର ଖୁସୀ କପୁର ଏବଂ ଇବ୍ରାହିମ ଅଲି ଖାନଙ୍କୁ ଏକ ପାରିବାରିକ ନାଟକ ଜଗତରେ ଭ୍ରମଣ କରାଇବ । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ର କରଣ ଜୋହରଙ୍କ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି।

ଅନନ୍ୟା ପାଣ୍ଡେ ଏବଂ ଲକ୍ଷ – ଚାନ୍ଦ ମେରା ଦିଲ୍
ଏହି ହୃଦୟସ୍ପର୍ଶୀ ରୋମାଣ୍ଟିକ କାହାଣୀରେ ଅନନ୍ୟା ପାଣ୍ଡେ ଲକ୍ଷଙ୍କ ସହ ମିଶି କାମ କରିଛନ୍ତି । ଅନନ୍ୟାଙ୍କ ସହ ଲକ୍ଷଙ୍କ ଯୋଡି ମଧ୍ୟ ଖୁବ ଜମିଛି । ତେବେ ଦେଖିବାକୁ ବାକି ରହିଲା ଏହି ଯୋଡି ନିଜ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ କେତେ ପ୍ରଭାବିତ କରିବାରେ ସକ୍ଷମ ହୋଇପାରୁଛନ୍ତି ।

ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ବାମିକା ଗବବି -ଦିଲ କା ଦରୱାଜା ଖୋଲନା ଡର୍ଲିଙ୍ଗ
ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ବାମିକା ଗବବି ଏହି ତୀବ୍ର ରହସ୍ୟ-ରୋମାନ୍ସରେ ଉତ୍ସାହ, ରହସ୍ୟ ଏବଂ ମାନବ ସମ୍ପର୍କର ବିଷୟବସ୍ତୁ ଅନୁସନ୍ଧାନ କରନ୍ତି । ଏହି ଯୋଡି ଦର୍ଶକଙ୍କୁ ଏକ ଭାବପ୍ରବଣ ରୂପରେ ସମୃଦ୍ଧ ଅନୁଭୂତିର ପ୍ରତିଜ୍ଞା କରନ୍ତି । ଟିପ୍ସ ଫିଲ୍ମ, ରମେଶ ତୌରାନୀ ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଜୟା ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ପରମ ସୁନ୍ଦରୀ – ସିଦ୍ଧାର୍ଥ ମଲହୋତ୍ରା- ଜାନଭୀ କପୁର
ନିର୍ଦ୍ଦେଶକ ତୁଷାର ଜାଲୋଟାଙ୍କ ‘ପରମ ସୁନ୍ଦରାରୀ’ର ପ୍ରଥମ ଝଲକ ସମ୍ନାକୁ ଆସିଛି ଏବଂ ପ୍ରଶଂସକମାନେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କୁ ଦେଖିବାକୁ ପାଉଛନ୍ତି । ଏହି ଚଳଚ୍ଚିତ୍ର ଜୁଲାଇରେ ମୁକ୍ତିଲାଭ କରିବ। ଫିଲ୍ମ ପୂର୍ବରୁ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଉଛି ।
-
ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ

ଯାଜପୁର : ଆସନ୍ତା ଫେବୃଆରୀ ୮ ତାରିଖ ଦିନ ଯାଜପୁର ଗସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସେଦିନ ୧୧ ଟା ସମୟରେ ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ବ୍ୟାସନଗରର ବ୍ୟାସ ସରୋବରରେ ପହଞ୍ଚିବେ। ସେଠାରେ ବ୍ୟାସ ସରୋବର ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଲି ମାଧ୍ୟମରେ ବ୍ୟାସନଗର ଟାଉନ ହଲ ରେ ପହଂଚି ଟାଉନ ହଲର ଶୁଭ ଉଦ୍ଘାଟନ କରିବେ। ୩ୟରେ ବ୍ୟାସନଗର ଚାନ୍ଦାମା ପଡିଆରେ ପହଂଚି ସଭାରେ ଯୋଗଦେଇ ମହିଳା ହିତାଧିକାରୀ ମାନଙ୍କୁ ସୁଭଦ୍ରା ରାଶି ପ୍ରଦାନ କରିବେ। ପରିଶେଷରେ ସଠିପୁର ଠାରେ ସାଇଁସ ପାର୍କର ଉଦ୍ଘାଟନ ,ମେଡ଼ିକାଲ କଲେଜ ଉଦ୍ଘାଟନ ଓ ପରେ ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।


