Year: 2025

  • ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏହି ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ, ପରଦା ଉଠାଇଲା BCCI

    ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏହି ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ, ପରଦା ଉଠାଇଲା BCCI

    ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ । ଫେବୃଆରୀ ୬ ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ । ଏହି ODI ସିରିଜରେ ଟିମ ଇଣ୍ଡିଆକୁ ବିସିସିଆଇ ଉନ୍ମୋଚନ କରିଥିବା ଏକ ନୂଆ ଜର୍ସିରେ ଦେଖିବାକୁ ମିଳିବ। ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହୋଇଥିବା ଫଟୋସୁଟ୍ ରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ନୂଆ ଟ୍ରାଇ ରଙ୍ଗର ଜର୍ସିରେ ଦେଖିବାକୁ ମିଳିଥିଲା ​​ଯେଉଁଥିରେ କାନ୍ଧରେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା, ଯାହାର ଫଟୋ ବୋର୍ଡ ଦ୍ୱାରା ଏହାର ଅଫିସିଆଲ୍ ଆକାଉଣ୍ଟରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା ।

    କୋହଲି ଏବଂ ଗିଲଙ୍କ ସମେତ ଏହି ଖେଳାଳିମାନେ ନୂଆ ଜର୍ସିରେ ନଜର ଆସିଲେ
    ବିସିସିଆଇ ତରଫରୁ ଟିମ୍ ଇଣ୍ଡିଆର ନୂଆ ODI ଜର୍ସିର ଫଟୋସୁଟରେ ବିରାଟ କୋହଲି, ଶୁଭମାନ ଗିଲ, ଶ୍ରେୟସ ଆୟର, ଯଶାସୀ ଜୈସୱାଲ, କୁଲଦୀପ ଯାଦବ, ଆକ୍ସର ପଟେଲ, ହର୍ଷିତ ରାଣା ଏବଂ ଅନ୍ୟାନ୍ୟ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ନୂଆ ଜର୍ସି ସହିତ ଫଟୋ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ଯେଉଁଥିପାଇଁ ସମସ୍ତ ଭାରତୀୟ କ୍ରିକେଟ୍ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

    ଗତ ବର୍ଷ ନିଜେ ବିସିସିଆଇ ଏହି ନୂଆ ODI ଜର୍ସି ଉନ୍ମୋଚନ କରିଥିଲା, ଯାହା ଭାରତୀୟ ଦଳ ବର୍ତ୍ତମାନ ପଡ଼ିଆରେ ଖେଳିବା ପାଇଁ ପିନ୍ଧିବ। ଟିମ୍ ଇଣ୍ଡିଆର ନୂଆ ODI ଜର୍ସିରେ ତ୍ରିରଙ୍ଗାକୁ ଉଭୟ କାନ୍ଧରେ ଦେଖିବାକୁ ମିଳିଥିବାବେଳେ ଜର୍ସିରେ ଥିବା ବିସିସିଆଇ ଲୋଗୋରେ ମଧ୍ୟ ଦୁଇଟି ତାରକା ରହିଛି । ଏହି ଦୁଇ ତାରକା ଟିମ୍ ଇଣ୍ଡିଆକୁ ଦୁଇଥର ODI ରେ ବିଶ୍ୱ ଚାମ୍ପିଅନ୍ ହେବାର ଦର୍ଶାଉଛି, ଯେତେବେଳେ ୧୯୮୩ ମସିହାରେ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା ଏବଂ ଦ୍ୱିତୀୟ ଥର ପାଇଁ ୨୦୧୧ ମସିହାରେ ବିଶ୍ୱକପ୍ ଟ୍ରଫି ଜିତିଟିମ୍ ଇଣ୍ଡିଆ ନିଜ ନାମରେ କରିଥିଲା ​​।

    ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଏହି ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ
    ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପରେ ଭାରତୀୟ ଦଳକୁ ଫେବୃଆରୀ ୧୯ ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାଗ ନେବାକୁ ପଡିବ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ମଧ୍ୟ ଏହି ନୂଆ ଜର୍ସିରେ ଦେଖିବାକୁ ମିଳିବ। ଭାରତୀୟ ଦଳ ଏହାର ତିନୋଟି ଗ୍ରୁପ୍ ମ୍ୟାଚ୍ ଦୁବାଇ ପଡିଆରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିବ, ଯେଉଁଥିରେ ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ, ଦ୍ୱିତୀୟ ଫେବୃଆରୀ ୨୩ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୨ ମାର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଦଳ ବିପକ୍ଷରେ ଖେଳାଯିବ। ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲରେ ଏବଂ ତା’ପରେ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରେ, ତେବେ ଦୁବାଇ ପଡ଼ିଆରେ ଏହା ଉଭୟ ମ୍ୟାଚ୍ ଖେଳିବ ।

  • ବିଲାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ

    ବିଲାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଂଚାୟତର ବିଲାପୁଟ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଛି | ପ୍ରଥମ ପିତାଗୁଡାରୁ ଆଡିଥିବା ଦୁଇ ହଜାର ଲୋକ କଳସ ଯାତ୍ରାରେ ସାମିଲ ହୋଇଥିଲେ | ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ପରେ ସମସ୍ତଙ୍କ ପାଇଁ ଦିବା ରାତ୍ର ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା |

    ଚତୁର୍ଦ୍ଧାମୂର୍ତ୍ତୀଙ୍କ ସିଂହାସନ ବିଜେ ଦିନ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢୀ ଉପସ୍ଥିତ ରହିଥିଲେ | ସମାପନ ଦିନ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ଯୋଗ ଦେଇଥିଲେ | ଏକ ପାକୃତିକ ପରିବେଶରେ ପାହାଡରେ ଆବୃତ ସ୍ଥାନରେ ମନ୍ଦିର ଦଣ୍ଡାୟମାନ ହୋଇଥିବାବେଳେ ଭକ୍ତ ମାନେ, ଗ୍ରାମବାସୀ ଓ ପ୍ରଶାସନ ସହଯୋଗରେ ମନ୍ଦିର ନିର୍ମାଣ ହୋଇଛି |

    ସମସ୍ତେ ମୁକ୍ତ ହସ୍ତରେ ମନ୍ଦିରକୁ ଦାନ କରିବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି |

    ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ | ଅନ୍ୟମାନଙ୍କ ମଧ୍ଯରେ ପ୍ରଫୁଲ୍ଲ ପାଂଗୀ,ରାଜେନ୍ଦ୍ର କୁମାର ପାତ୍ର, ଏମ.ଏମ.ଅଗ୍ରୱାଲ, ଶ୍ରୀଯୁକ୍ତ ପାଣି, ଆନନ୍ଦ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ | ଗ୍ରାମର ମନ୍ଦିର କମିଟି ସମସ୍ତ ଦାୟିତ୍ବ ସୂଚାରୁ ରୂପେ ପାଳନ କରିଥିଲେ |

  • ଦୁଧାରି ପଞ୍ଚାୟତରେ 5ଟି ଅଙ୍ଗନବାଡି କେନ୍ଦ୍ରରେ ସମିତିସଭ୍ୟାଙ୍କ ପରିଦର୍ଶନ

    ଦୁଧାରି ପଞ୍ଚାୟତରେ 5ଟି ଅଙ୍ଗନବାଡି କେନ୍ଦ୍ରରେ ସମିତିସଭ୍ୟାଙ୍କ ପରିଦର୍ଶନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରି ପଂଚାୟତର ଅଙ୍ଗନବାଡି ସେକ୍ଟର, ଶୁଣ୍ଢୀପୁଟ, ୱାର୍ଡ, ମନ୍ଦାରଗୁଡ଼ା, ଦୁଧାରି ଗ୍ରାମରେ ଜନ୍ମରୁ 6 ମାସ ଶିଶୁ, 7ମାସରୁ 3ବର୍ଷ ଶିଶୁ ଏବଂ 11ବର୍ଷରୁ 14 ବର୍ଷର କିଶୋରୀ ଓ 18 ରୁ 19 ବର୍ଷ ପିଲାଙ୍କ ସୁବିଧା, ଗର୍ଭବତି ମହିଳା, ପ୍ରସୂତି, ଦୃଷ୍ଟିହୀନ ଶିଶୁ ଏବଂ ଅଙ୍ଗନବାଡି କେନ୍ଦ୍ରରେ ସରକାର ଯୋଗାଉଥିବା ସୁବିଧା ଅଣ୍ଡା, ଚଣା, ଛତୁଆ, ମୁଡି, ଲଡ଼ୁ, ସୁଜି ଆଦି ଗାଁ କଲ୍ୟାଣ ସମିତିର ଅନୁଦାନ ଉପରେ ନେଇ ଦୁଧାରି ପଂଚାୟତ ସମିତି ସଭ୍ୟା, ସୁଷମା ପାଙ୍ଗି ଯାଇ ସ୍ଥିତି ଅନୁଧ୍ୟାନ କରି ତଦାରଖ କରିଥିଲେ |

    ଏହାସହ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷା, ଗୀତ, ନାଚ, ଦୁର୍ବଳ ଥିବା ନେଇ ସେମିଳିଗୁଡା ସିଡିପିଓ, ବିନୋଦିନୀ ବେହେରା ଏବଂ ସେକ୍ଟର ଇନଚାର୍ଜ ଉମାରାଣୀ ଘୋସଙ୍କୁ ସାକ୍ଷାତ କରି ଅଙ୍ଗନବାଡି କେନ୍ଦ୍ରରେ ପରିଦର୍ଶନ କରିବା ପାଇଁ କହିଥିଲେ |

  • ଭାଲୁ ଆକ୍ରମଣରେ ମହିଳା ଗୁରୁତର

    ଭାଲୁ ଆକ୍ରମଣରେ ମହିଳା ଗୁରୁତର

    କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଲିମାଟି ଗାଁର ସୁକାନ୍ତି ବେହେରା ନାମକ ଜଣେ ମହିଳା ଗାଁ ନିକଟସ୍ଥ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଅଚାନକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ମହିଳାଙ୍କୁ କାମୁଡି କ୍ଷତାକ୍ତ କରିବା ପରେ ସୌଭାଗ୍ୟବଶତଃ ସେ ସେଠାରୁ ଖସି ଆସିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।

  • ବିଷମକଟକରେ ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ବିଷମକଟକରେ ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ବିଷମକଟକ : ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ସହ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ପରିଦର୍ଶନ କରିଥିଲେ |

    ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧାସଳଖ କଥାବାର୍ତ୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା |

    ଏହା ପୂର୍ବରୁ ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ଯା ବିଷୟରେ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି |

    ତାଙ୍କ ଏହି ଗସ୍ତ ବେଳେ, ସେ ସାନସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କୁ ସାକ୍ଷାତ କରିଥିଲେ | ଯିଏ ଦଦରା କୁଡ଼ିଆ ରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ।

  • ଓଡ଼ିଶା ଡ୍ରାଇଭର ମହାସଂଘ କୃତିବାସପୁର ଶାଖାର ବନ୍ଧୁ ମିଳନ

    ଓଡ଼ିଶା ଡ୍ରାଇଭର ମହାସଂଘ କୃତିବାସପୁର ଶାଖାର ବନ୍ଧୁ ମିଳନ

    ଆଠମଲ୍ଲିକ/ଠାକୁରଗଡ଼ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତିବାସପୁର ଶାଖାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ପ୍ରଦୀପ ବେହେରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ କୁମାର ମେଣ୍ଡୁଲି, ସମ୍ମାନିତ ଅତିଥି ଭାବେ ଠାକୁରଗଡ଼ ଥାନା ଇନ୍ସପେକ୍ଟର ନଟବର ନନ୍ଦ, କୃତିବାସପୁର ପଞ୍ଚାୟତ ସରପଞ୍ଚ ଜୟନ୍ତ କୁମାର ସାହୁ, ପୂର୍ବତନ ସରପଂଚ ତଥା ପାକ୍ସର ସଭାପତି ସିଦ୍ଧେଶ୍ୱର ସାହୁ ଯୋଗ ଦେଇଥିଲେ |

    ଡ୍ରାଇଭର ମାନଙ୍କର ଅଭାବ, ଅସୁବିଧା ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିବା ସହ ମଦ୍ୟ ପାନ କରି ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇଥିଲେ। ଗୋଲେଖ ବିହାରୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୪ଟି ପଞ୍ଚାୟତ ଶାଖାର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ।

    ଅନୁଗୁଳ ଜିଲ୍ଲା ଡ୍ରାଇଭର ସଂଘର ଉପ ସଭାପତି ମନୋଜ୍ କୁମାର ସାହୁ ସଂଘର ଅତୀତ ଓ ବର୍ତ୍ତମାନର କାର୍ଯ୍ୟପନ୍ଥା ନେଇ ଡ୍ରାଇଭର ମାନଙ୍କୁ ଅବଗତ କରାଇ ଥିଲେ।

  • ବିଶ୍ଵ କର୍କଟ ଦିବସରେ ସଚେତନତା

    ବିଶ୍ଵ କର୍କଟ ଦିବସରେ ସଚେତନତା

    ବରଗଡ ଜିଲ୍ଲା ବରପାଲି ଠାରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ବରଗଡ ଫାଇଟର ଗ୍ରୁପ, ସାମ୍ବାଦିକ ସଂଘ , ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ଜୁନିୟର ରେଡ୍‌କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ବରପାଲି ସାମ୍ବାଦିକ ସଂଘ ଏବଂ ବରପାଲି ମହାବିଦ୍ୟାଳୟର ଏନ୍‌ଏସ ଏସ୍ ଦଳ ମିଳିତଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରୁ କର୍କଟ ରୋଗର ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର ଆରମ୍ଭ ହୋଇ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

    ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା. ରାଜେଶ କୁମାର ବେହେରା ଓ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ,ବରପାଲି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇଥିଲେ ।

    ଏହି ଯାତ୍ରା ସ୍ଳୋଗାନ ସହ ଷ୍ଟେଟବ୍ୟାଙ୍କ ଛକ ଦେଇ ଶ୍ୟାମାଛକ,ଡାକ୍ତରଖାନା ଛକ, ଅଶୋକ କ୍ଳବ ଦେଇ ଗାନ୍ଧିଛକଠାରେ ପହୁଞ୍ଚିଥିଲା ।ଏଥିରେ ସୁନିତା ମୁଣ୍ଡ, ନିବେଦିତା ସାହୁ,ମଧୁସ୍ମିତା ମୁଣ୍ଡ, ବାଲକିଶୋର ଖାଡଙ୍ଗା,ପଦ୍ମଲୋଚନ ସାହୁ, ସୂର୍ଯ୍ୟ ନାରାୟଣ ଦାଶ,ଦୁଷ୍ମନ୍ତ ମିଶ୍ର, ଅଶୋକ ବରାଇ,ବ୍ରଜକିଶୋର ମେହେର,ସୁଦାମ ଦିପ,ସୁବୋଧ ସାହୁ,ଦୟାସାଗର ନନ୍ଦ,ଧୀରେନ୍ଦ୍ର ପତି, ପଦ୍ମ ଲୋଚନ ଦାଶ, ଆଦିତ୍ୟ ପ୍ରସାଦ କର, ହେମାନନ୍ଦ କହ୍ନେଇ, ପୁରନ୍ଦର ସିଂହ, ଦେବେନ୍ଦ୍ର କୁମାର ମହାପାତ୍ର, ସରୋଜ ପଧାନ, ନିମାଇଁ ଥଇତ୍ ,ରୀତାଞ୍ଜଳି ଭୋଇ, ପ୍ରଶାନ୍ତ କୁମାର ସାହୁ, ସ୍ୱାଗତିକା ସାହୁ , ସ୍ଵର୍ଣ୍ଣପ୍ରଭା ପଧାନ, ସିଟିଓ ମିଲ୍କୀ ବାରିକ,ଆଦି ସହଯୋଗ କରିଥିଲେ ।

  • ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ତାଙ୍କ ସାଥେ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ବିଷମକଟକ ପରିଦର୍ଶନ କରିଥିଲେ। ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧା ସଳଖ କଥାବାର୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା I ଏଥିପୂର୍ବରୁ ଏଭଳି ବସ୍ତିକୁ ପ୍ରବେଶ କରିବାକୁ ମଧ୍ୟ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି I

    ତାଙ୍କ ଏହି ଗସ୍ତ ବେଳେ, ଶ୍ରୀମତୀ ପାଟୱାରୀ ସାନ ସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧ ମହିଳାଙ୍କୁ ସାକ୍ଷାତ କରିଥିଲେ I ଯିଏ ଦୟନୀୟ ଅବସ୍ଥାରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ। ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ଶ୍ରୀମତୀ ପାଟୱାରୀ ମଧ୍ୟ ତାଙ୍କ ପ୍ରଶାସନର ଯୁବ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅସହାୟଙ୍କ ସକ୍ରିୟ ପଦକ୍ଷେପ ପାଇଁ ଉତ୍ସାହିତ କରିଥିଲେ।

  • ଟି-୨୦ ରେ ରସିଦ ଖାନଙ୍କ ରେକର୍ଡ, ସର୍ବକାଳୀନ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍ ରେ ସୃଷ୍ଟି କଲେ ଇତିହାସ

    ଟି-୨୦ ରେ ରସିଦ ଖାନଙ୍କ ରେକର୍ଡ, ସର୍ବକାଳୀନ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍ ରେ ସୃଷ୍ଟି କଲେ ଇତିହାସ

    ଆଫଗାନିସ୍ତାନର ଭେଟେରାନ ସ୍ପିନର ରସିଦ ଖାନ ଟି -୨୦ ରେ ଇତିହାସ ସୃଷ୍ଟି କରିଛନ୍ତି। ରସିଦ ବର୍ତ୍ତମାନ ଟି -୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ଡୱେନ ବ୍ରାଭୋଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି। ବ୍ରାଭୋ ଟି -୨୦ ରେ ୬୩୧ ୱିକେଟ୍ ନେଇଥିଲେ। ବର୍ତ୍ତମାନ ରସିଦ ଖାନ ୬୩୨ ୱିକେଟ୍ ନେଇ ଟି -୨୦ ରେ ସର୍ବାଧିକ ୱିକେଟ୍ ଦଖଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଖେଳୁଥିବା ରସିଦ ବ୍ୟାଟ୍ସମ୍ୟାନ୍ ଡୁନିଥଙ୍କୁ ଆଉଟ କରି ଟି -୨୦ କ୍ୟାରିୟରରେ ୬୩୨ ୱିକେଟ୍ ପୂରଣ କରିଛନ୍ତି। ଜଣାଇଦେଉଛୁ କି ବର୍ତ୍ତମାନ ସୁଦ୍ଧା ଟି -୨୦ ରେ ରସିଦଙ୍କ ମୋଟ ୬୩୩ ୱିକେଟ୍ ହୋଇଯାଇଛି ।

    ବର୍ତ୍ତମାନ ପର୍ଯ୍ୟନ୍ତ ରସିଦ ତାଙ୍କ ଟି -୨୦ କ୍ୟାରିୟରରେ ୪୬୧ ମ୍ୟାଚ୍ ଖେଳି ସାରିଛନ୍ତି ଯେଉଁଥିରେ ସେ ୬୩୩ ୱିକେଟ୍ ନେବାରେ ସଫଳ ହୋଇଛନ୍ତି | ଆପଣଙ୍କୁ କହି ଦେବାକୁ ଚାହୁଁ ଯେ ବ୍ରାଭୋ ତାଙ୍କ ଟି -୨୦ କ୍ୟାରିୟରରେ ୫୮୨ ଟି ମ୍ୟାଚ୍ ଖେଳି ମୋଟ ୬୩୧ ୱିକେଟ୍ ନେବାରେ ସଫଳ ହୋଇଥିଲେ। ବର୍ତ୍ତମାନ ରସିଦ୍ ଟି -୨୦ ର ନୂତନ କିଙ୍ଗ ହୋଇ ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି | ସବୁ ଆଡୁ ରସିଦଙ୍କ ବୋଲିଂକୁ ପ୍ରଶଂସା କରାଯାଉଛି।

    ରସିଦ ଯେଉଁ ଅନ୍ଦାଜ ରେ ବୋଲିଂ କରୁଛନ୍ତି ଏବଂ ଦ୍ରୁତ ଗତିରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛନ୍ତି ତାକୁ ଦେଖି ଆଶା କରାଯାଉଛି ଯେ ଆଗାମୀ ଦିନରେ ସେ ଟି -୨୦ ରେ ୧୦୦୦ ୱିକେଟ୍ ନେଇ ବିଶ୍ୱର ପ୍ରଥମ ବୋଲର ହୋଇପାରନ୍ତି ।

  • ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ମଙ୍ଗଳବାର ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ। ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ ବୋଲି ସେ ଏହି ଅବସରରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ | ଏହା ସହ ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ |

    ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀ ମାନଙ୍କ ଜରିଆରେ ଶିଳ୍ପଉପଯୋଗୀ କରିବାପାଇଁ ଷ୍ଟାଇପେଣ୍ଡ ସହ internship ର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶରେ ନୂତନ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି। ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ଵାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ।

    ସେ ପୁଣି କହିଥିଲେ, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାରଙ୍କ ଯୋଜନା ରହିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ।

    କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ South Asian Combat Championship ରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସ ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

    କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେଯେ, ବିଶିଷ୍ଟ ସମାଜସେବୀ ସୁରଜମଲ ସାହା, ସାହସ, ତ୍ୟାଗ, ସମର୍ପଣ ଓ ତିତିକ୍ଷାର ପ୍ରତୀକ ଥିଲେ। ସେ ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟିତ ଥିଲେ। ଏହି ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ହେଉଛନ୍ତି, ଜାତୀୟ ସ୍ତରର ଖେଳାଳୀ, ଏହା ଏକ ଗୌରବର କଥା। ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେଯେ, ରାଜ୍ୟର ବିକାଶ ଓ ସମୃଦ୍ଧି, ତୁମକୁ ମାନଙ୍କ ଉପରେ ନିର୍ଭର କରୁଛି। ନିଜର ଉଜ୍ଜ୍ୱଳ ଭବିଷ୍ୟତ ଜରିଆରେ ରାଜ୍ୟ ତଥା ଦେଶର ବିକାଶ ପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

    କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ପିଲା ମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ଦେବା ସହିତ, ଆଗାମୀ ଭବିଷ୍ୟତରେ ନିଜ ଶିକ୍ଷା ମହତ୍ୱକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବା ପାଇଁ କହିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇଥିଲେ।

    ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ବ୍ରହ୍ମ।ନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧ୍ୟାପକ ନଳିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।