Month: January 2024

  • ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ଚଉଦ ବର୍ଷର ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ। ତା ଉପରେ ଲୋଲୁପ ଦୃଷ୍ଟି ରଖିଥିବା ମଣିଷ ରୂପି ରାକ୍ଷସ ତା ସମ୍ପର୍କୀୟ ଭାଇ କିପରି ତାକୁ ଅପହରଣ କରିଥିଲା ଓ କିପରି ତା କବଳରୁ ରକ୍ଷା ପାଇ ନୂଆ ଜୀବନ ପାଇଲା ସେ ସବୁ ବଖାଣିଛି ନାବାଳିକା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବସପୁର ନାରହରିପୁର ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଉପରେ ପଡୋଶୀ ଘରର ଚାଳିଶ ବର୍ଷୀୟ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା। ବିଭିନ୍ନ ସମୟରେ ତାକୁ ବିବାହ କରିବାକୁ କହୁଥିଲା। ସେ ଘରେ ଏ ବିଷୟରେ କହିଥିଲେ ବି ଘର ଲୋକ କହୁଥିଲେ ମଜାରେ ଚନ୍ଦନ ଏମିତି କହୁଥିବା। ତେଣୁ ଏହି କଥାକୁ ଗୁରୁତ୍ବ ଦେଉନଥିଲେ ନାବାଳିକାର ପରିବାର ଲୋକେ। ହେଲେ ଜାନୁଆରୀ ୧୬ ତାରିଖରେ ନାବାଳିକା ସ୍କୁଲରୁ ଫେରୁଥିବା ସମୟରେ ତାକୁ ଚନ୍ଦନ ଓ ତା ସହଯୋଗୀମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ।

    ଏନେଇ ନାବାଳିକାର ପରିବାର ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିଲା। ଚନ୍ଦନ ସେଠାରେ ନାବାଳିକା ସହ ଖରାପ ଆଚରଣ କରିଥିବା ନାବାଳିକା କହିଥିବା ବେଳେ ଚନ୍ଦର କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ମାଙ୍କୁ ଫୋନ କରି ସବୁ କଥା କହିଥିଲେ। ପରିବାର ଲୋକ ଝିଅ ଫୋନ କରି ଉଦ୍ଧାର କରିବାକୁ ଗୁହାରି କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଚନ୍ଦନର ଫୋନ ଟ୍ରାକ୍ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣ କାରି ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦ୍ଧାର ପରେ ନାବାଳିକା ଏହି ସବୁ କଥା ନିଜ ମୁହଁରେ ବଖାଣିଛି।

  • ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ()ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଫଳରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି କୁହୁଡି ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।ସେହିଭଳି ଏହି ଘନ କୁହୁଡି ଯୋଗୁଁ ଜି.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଛି । ଗାଡିରେ ଥିବା ତିନି ଜଣଙ୍କୁ ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିବା ଜଣା ପଡିଛି । କାର ମାଲିକ ଅଭିଷେକ ଗିରି ନିଜେ କାର ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ । ସୂଚନା ପ୍ରକାରେ ଜି.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ “ଅଦୃଶ୍ୟ”ର ସୁଟିଂ ଚାଲିଅଛି । ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି।

    ତେବେ ସେମାନେ ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରେଇ ଏକ ଗାର୍ଡ ୱାଲ କୁ ମାଡ଼ ହୋଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଧନୁଯାତ୍ରାର ୮ମ ସନ୍ଧ୍ୟା: କଂସ ରାଜାଙ୍କ ସ୍ବର୍ଗ ବିଜୟ, ଗୋପପୁରରେ ଅକ୍ରୁର

    ଧନୁଯାତ୍ରାର ୮ମ ସନ୍ଧ୍ୟା: କଂସ ରାଜାଙ୍କ ସ୍ବର୍ଗ ବିଜୟ, ଗୋପପୁରରେ ଅକ୍ରୁର

    ବରଗଡ ମୁକ୍ତାକାଶ ରଙ୍ଗ ମଞ୍ଚରେ ଧନୁଯାତ୍ରାର ୮ମ ରଜନୀରେ ମହାରାଜା କଂସ ଓ ରାକ୍ଷସ ରାକ୍ଷସୀଙ୍କ ଅଟ୍ଟହାସ୍ୟରେ କମ୍ପିଥିଲା ସମଗ୍ର ମଥୁରାନଗରୀ । କପଟ ଧନୁଯାତ୍ରା ଆଳରେ ବାଳ କୃଷ୍ଣ, ବଳରାମଙ୍କୁ ମଥୁରା ଆଣି ହତ୍ୟା କରିବାକୁ ମହାରାଜା କଂସଙ୍କ ଆଦେଶରେ ଗୋପପୁର ଯାଇଛନ୍ତି ମନ୍ତ୍ରୀ ଅକ୍ରୁର। ନନ୍ଦରାଜାଙ୍କୁ କଂସଙ୍କ ଚିଟାଉ ଦେଇ ଦୁଇ ଭାଇଙ୍କୁ ଘେନିଆସିବେ ମଥୁରା । ତେବେ ଗୋପପୁର ଯିବା ବେଳେ ଯମୁନା ନଦୀରେ ଶ୍ରକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଅକ୍ରୁ ନିଜକୁ ଧନ୍ୟ ମନେ କରିଛନ୍ତି । ଯମୁନା ନଦୀରେ ଶ୍ରୀକୃଷ୍ଣ ଓ ବଳରାମ ସଖା ସହୋଦରଙ୍କ ସହ ନାଚଗୀତ କରୁଥିବା ବେଳେ ଶଙ୍ଖଚୁଡ଼ ନାଗକୁ ଦଳନ କରିବା ସହ ଅନ୍ଧ ବ୍ରାହ୍ମଣଙ୍କୁ ଚକ୍ଷୁଦାନ କରିଛନ୍ତି, ଯେଉଁଥିପାଇଁ ବ୍ରାହ୍ମଣୀମାନେ ଦେଇଛନ୍ତି ଭୁରି ଭୋଜନ । ସେପଟେ ମଥୁରାନଗରୀରେ ମହାରାଜା କଂସ ସ୍ବର୍ଗପୁର ଆକ୍ରମଣ କରି ଇନ୍ଦ୍ରଙ୍କୁ ଓ ଯମପୁରରେ ଯମରାଜଙ୍କୁ ପରାସ୍ତ କରି ମଦମତ୍ତ ମହାରାଜା କଂସ ନାଚଗୀତରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟର ବିଭିନ୍ନ ସମସ୍ୟା ବୁଝି ବ୍ୟାଙ୍କ, ଡାକଘର ଅଧିକାରୀଙ୍କୁ ନାନା ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ।

    ସେପଟେ, ମହାରାଜଙ୍କ ଦରବାରରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନକାର୍ଯ୍ୟକୁ ରାଜା କଂସଙ୍କ ସମ୍ମୁଖରେ ଉପସ୍ଥାନ କରିଛନ୍ତି। କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରିବାରୁ ମହାରାଜା କଂସ 50 ଲକ୍ଷ ସ୍ବର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଛନ୍ତି। ସେପଟେ ଧନୁଯାତ୍ରାର ୮ ରଜନୀକୁ ଉପଭୋଗ କରିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

    ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ପ୍ରବଳ ଗହଳି। ଆଖପାଖ ଅଞ୍ଚଳରୁ ଲୋକେ ବରଗଡ ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଘରେ ବନ୍ଧୁବାନ୍ଧବ ପକାଇଛନ୍ତି ଡେରା। ସାରା ବରଗଡ ଏବେ ଲାଗୁଛି ଦ୍ବାପର ଯୁଗ ପରି ।

  • ରାହୁଲ ଗାନ୍ଧୀଙ୍କୁ ଆସାମର ମନ୍ଦିର ପ୍ରବେଶ  ବାରଣ, ପଚାରିଲେ – “ମୋର ଅପରାଧ କ’ଣ?”

    ରାହୁଲ ଗାନ୍ଧୀଙ୍କୁ ଆସାମର ମନ୍ଦିର ପ୍ରବେଶ ବାରଣ, ପଚାରିଲେ – “ମୋର ଅପରାଧ କ’ଣ?”

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିକାଲି ଭାରତ-ଯୋଡୋ ଗସ୍ତରେ ଅଛନ୍ତି, ଆସାମ ଗସ୍ତ ସମୟରେ ଆଜି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଆସାମର ଅଧିକାରୀମାନେ ତାଙ୍କୁ ମନ୍ଦିର ପରିଦର୍ଶନ କରିବାରେ ଅଟକାଉଛନ୍ତି। ସେ ଆସାମରେ ମନ୍ଦିରକୁ ଯିବାକୁ ଚାହୁଁଥିଲେ, କିନ୍ତୁ ଅଧିକାରୀମାନେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଉନାହାଁନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ମୁଁ କୌଣସି ଅପରାଧ କରି ନାହିଁ, ତେବେ କାହିଁକି ମନ୍ଦିରକୁ ଯିବା ବନ୍ଦ କରାଯାଉଛି? ସେ କହିଛନ୍ତି ଯେ ଆମେ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନାହୁଁ, ଆମେ କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛୁ।

  • ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ()ପାଟକୁରା କୁଦାନାଗରୀ ଥାନା ଅନ୍ତର୍ଗତ ପଳଶୁଡ଼ା ବିଲେଇଶୁଣି ମକର ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଗଳା କାଟି ଫେରାର ହେଲେ ଦୁର୍ବୁତ୍ତ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର। ମହିଳାଙ୍କ ଘର କ୍ରିଷ୍ନା ନନ୍ଦ ପୁର ଥାନା ଅନ୍ତର୍ଗତ ଗଇଠି ପୁର ହୋଇଥିବା ବେଳେ ଆକ୍ରମଣ ର କାରଣ ଜଣା ପଡିନାହିଁ । ସୁଚନା ଅନୁଯାୟୀ କନିମୁଳ ପଞ୍ଚାୟତ ଗଈଠିପୁର ଗ୍ରାମର ଗଗନ ସେଠିଙ୍କ ପତ୍ନୀ ଜିନତା ସେଠି ଗତକାଲି ପଳଶୁଧା ଗ୍ରାମ ସ୍ଥିତ ବିଲେଇସୁଣୀ ମକର ଯାତ୍ରା ଦେଖିବାକୁ ଯାଇଥିଲେ । ନିକଟସ୍ଥ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ଜିନତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ କାଟି ଦେଇଥିଲା ।

    ମେଳା ଦେଖିବାକୁ ଆସିଥିବା କିଛି ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଜିନତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପରେ ଜିନତାଙ୍କୁ କଟକ ଏସ.ସି.ବି କୁ ସ୍ଥାନାନ୍ତର କରାଯାଇଛି । କ୍ରିସ୍ନାନନ୍ଦପୁର ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

  • ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    () ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ । ସୁଚନା ଅନୁଯାୟୀ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଲେଖ ଦାସ ଓ ବିଜୟ ଦାସଙ୍କ ୬ବଖରା ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି । ପରବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଜାଳିବାରୁ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ ।

    ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନ ଥିଲେ । ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ନିଆଁରେ ଆଁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

  • ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛି ।

  • ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଅନ୍ଧବିଶ୍ୱାସର କୁପରିଣତି । ଗୁଣି ଗାରେଡି ସନ୍ଦେହ ପାଇଁ ପଡୋଶୀଙ୍କ ନିର୍ଯାତନାରେ ଭୟଭୀତ ୫ ପ୍ରାଣୀ କୁଟୁମ୍ବ । ଜୀବନ ବିକଳରେ ଏବେ ଆଶ୍ରୟ ନେଇଛି ଜ୍ବାଇଁଙ୍କ ଘରେ। ସେପଟେ ଗାଁରେ ଥିବା ପୁଅ ମୃତ୍ୟୁକୁ ଆପଣେଇ ନେଇଥିବା ବେଳେ ପୁଅକୁ ହତ୍ୟା କରାଯାଇଥିବା ହେଉଛି ଅଭିଯୋଗ। ଏପରି ଏକ ଅମାନୁଷିକ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତ ରୁଗୁଡି ସାହିର ଗହ୍ମା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସୁନାମଣୀ ୫ ସନ୍ତାନଙ୍କୁ ନେଇ ରହୁଥିଲେ। ହେଲେ ଏହି ଗରିବ ଆଦିବାସୀ ଦମ୍ପତି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ ପଡୋଶୀ । ଗହ୍ମା ମୁଣ୍ଡାଙ୍କର ଜଣେ ବୃଦ୍ଧା ପଡ଼ୋଶୀଙ୍କର ଯେତେବେଳେ ଜ୍ଵରରେ ମୃତ୍ୟୁ ହେଲା ଏହି ସନ୍ଦେହ ନେଇଥିଲା ଉତ୍କଟ ରୂପ । ଏହି ଦମ୍ପତି ଗୁଣି କରି ବୃଦ୍ଧାଙ୍କୁ ମାରିଦେଇଥିବା ସନ୍ଦେହରେ ଦିଆଗଲା ନାନା ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏମିତି କି ଗହ୍ମା ମୁଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ୫ ମାସ ତଳେ ଗ୍ରାମବାସୀଙ୍କ ଆକ୍ରମଣରେ ଗହ୍ମା ମୁଣ୍ଡା ଓ ସୁନାମଣୀ ଆହତ ହୋଇଥିଲେ। ଏହା ପରେବାଂଶପାଳ ବ୍ଲକ ଫୁଲଝର ରୁଗୁଡ଼ି ମୁଣ୍ଡାସାହିରେ ଥିବା ସେମାନଙ୍କ ଜ୍ୱାଇଁ ସେମାନଙ୍କୁ ଚିକିତ୍ସା କରାଇବା ପରେ ସେମାନେ ଭଲ ହେଲେ। କିନ୍ତୁ ଭୟରେ ଆଉ ଗାଁକୁ ଯିବାକୁ ଚାହିଁନଥିଲେ। ତେଣୁ ଜ୍ବାଇଁ ନିଜ ଗାଁକୁ ଗହ୍ମା, ସୁନାମଣୀ ଓ ତାଙ୍କ ନାବାଳକ ୩ ପୁଅ ଝିଅଙ୍କୁ ଧରି ନିଜ ଘରକୁ ଚାଲିଆସିଥିଲେ। ହେଲେ ରୁଗୁଡି ସାହିରେ ବଡ ପୁଅ ତାର ପରିବାରକୁ ନେଇ ରହୁଥିଲା। କିନ୍ତୁ ତିନି ମାସ ପୂର୍ବେ ବଡ ପୁଅ ଗାଁରେ ମରିଗଲା। କିନ୍ତୁ ପୁଅକୁ ଗାଁ ଲୋକେ ମିଶି ମାରି ଅପ୍ରାକୃତିକ ମୃତ୍ୟୁର ରୂପ ଦେଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ଗହ୍ମାଙ୍କ ପରିବାର।

    ଏମିତିକି ନିଜ ଉପରେ ହୋଇଥିବା ଆକ୍ରମଣରେ ପୋଲିସରେ ଅଭିଯୋଗ କରିନଥିଲେ ଗ୍ରାମବାସୀଙ୍କ ଭୟରେ। ଗ୍ରାମବାସୀ ଧମକ ଦେଇଥିଲେ ପୋଲିସକୁ ଗଲେ ସମସ୍ତଙ୍କୁ ମାରିଦେବେ। ସେହି ଭୟରେ ପୁଅ ମରିଥିଲେ ମଧ୍ୟ ବାପା, ମାଆ ଭୟରେ ଆଉ ଗାଁକୁ ଫେରି ନ ଥିଲେ। ନିକଟରେ ଜ୍ବାଇଁଙ୍କ ଗ୍ରାମଲୋକେ ନିଜ ନିଜ ସାଧ୍ୟମତେ ସାହାଯ୍ୟ କରି ଶୁଦ୍ଧିକ୍ରିୟା କରିଛନ୍ତି। ଏବେ ଏହି ମୁଣ୍ଡାସାହି ଗ୍ରାମବାସୀ ଗ୍ରାମବାସୀ କହୁଛନ୍ତି କି, ଏହି ପରିବାର ଜୀବନ ପ୍ରତି ବିପଦ ରହିଛି। ପୋଲିସ ଏମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ସହ ପୁଅ ମୃତ୍ୟୁର ତଦନ୍ତ କରି ଏମାନଙ୍କୁ ନ୍ୟାୟ ଦେଉ।

    ସେପଟେ ବଡ ପୁଅର ସ୍ତ୍ରୀ ଓ ପିଲାମାନେ ସେମାନଙ୍କ ନିଜ ଗାଁରେ ରହୁଥିବାରୁ ଗହ୍ମା ମୁଣ୍ଡା ଓ ସୁନାମଣି ଚିନ୍ତାରେ। ଏତେବଡ ଘଟଣାଟିଏ ଘଟିଯାଇଥିଲେ ବି ପୋଲିସ ନିକଟରେ କିପରି ଖବର ନାହିଁ ତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

  • କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    ଆଜି ସକାଳୁ ଆସିଥିଲା ଏମତି ଏକ ଖବର ଯାହା ପୂରା ଓଲିଉଡକୁ ଦୋହଲାଇ ଦେଇଥିଲା । ସିନେପ୍ରେମୀଙ୍କୁ ଆହତ କରିଥିଲା । ବାସ୍ତବରେ ଘଟଣାଟି ହେଉଛି କଟକ ମଙ୍ଗୁଳି ଛକ ନିକଟର । ଅଚାନକ ଖବର ଆସିଲା ଯେ, ଓଲିଉଡ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସୁଧାକର ବାରିପଦାରୁ ଫେରୁଥିବା ବେଳେ ମଙ୍ଗୁଳି ଛକ ଠାରେ ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ତାଙ୍କ କାର୍‌ । ତୁରନ୍ତ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌କୁ କାଟି ସେଥିରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । କାରରେ ଡ୍ରାଭରଙ୍କ ସମେତ ତିନି ଜଣ ଥିବା ବେଳେ ସୁଧାକର ଆଗ ସିଟରେ ବସିଥିଲେ ଏବଂ ତାଙ୍କ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ । ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଥିବା ବେଳେ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ପଛ ସିଟରେ ବସିଥିବା ରଘୁଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଶୋଇପଡିଥିବାରୁ ସେ ଏ ବାବଦରେ ବିଶେଷ କିଛି ଜାଣିନଥିବା କହିଥିଲେ ।

    ତେବେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ତେବେ କିଛି ଫ୍ଲମ କଳାକାରଙ୍କ ମତରେ,
    ଡ୍ରାଇଭରଙ୍କ କହିବା ମୁତାବକ, କାରର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ପାଖକୁ ମୋଡି ଦେଇଥିଲେ । ଫଳରେ ପାଖରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ।

  • ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଗୁରୁତର ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ (SCBMCH) ରେ ଭର୍ତ୍ତି କରାଯାଇଛି ।

    ପ୍ରାଥମିକ ସୂଚନା ଅନୁସାରେ, ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୁଧାକର ବସନ୍ତଙ୍କ କାର୍‌ (OD17 D4891) କୁ ମଙ୍ଗୁଳି ଛକରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି କାର୍‌କୁ କାଟି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।