Month: August 2023

  • ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ କଟକ ଜିଲ୍ଲା ଗସ୍ତରେ । ଆଜି ପ୍ରଥମେ ସେ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ନିଜ ସମ୍ବୋଧନରେ ଫାଇଭ ଟି ସଚିବ କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଆଯିବ । ୮ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ । ମନ୍ଦିର, ମସଜିଦ ଓ ଚର୍ଚ୍ଚ କାମ ୭ ଦିନ ମଧ୍ୟରେ ଶେଷ ହେବ । ୧୬ ତାରିଖ ସୁଦ୍ଧା ଏଥିପାଇଁ ପ୍ରଥମ କିସ୍ତି ପାଇବେ । ଫାଇଭ୍ ଟି ସଚିବ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମକୁ ନିଜ କାମ ଭଳି ଭାବ । ସେମିତି ଭାବିଲେ ଓଡ଼ିଶାର ଉନ୍ନତି ଦୌଡିବ ।

    ଏଥିସହ ସେ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମ ମଧୁବାବୁ ଭତ୍ତା ନିଜ ପଞ୍ଚାୟତରୁ ପାଇବେ । ବ୍ୟାଙ୍କ ଯିବାକୁ ପଡିବନି । ଅଗଷ୍ଟ ୧୫ ତାରିଖରୁ ଏହା ଲାଗୁ ହେବ । ଆଠଗଡ଼ ପରେ ନରସିଂହପୁର ହସ୍ପିଟାଲରେ ଡାଇଲିସିସ ସେଣ୍ଟର ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବେ । ଏହାପରେ ଚୌଦ୍ୱାରରେ ପହଞ୍ଚି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଅଞ୍ଚଳବାସୀ ତାଙ୍କୁ ଭେଟିବେ । ନିଶ୍ଚିନ୍ତକୋଇଲି କୁଳିଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ବି ରହିଛି । ସେଠାରୁ କଟକ ସହର ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚି କଟକ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ।

  • ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ DEOଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

    ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ହେଲେ ଏଣିକି ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ। ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ।

    ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ଅପଡେଟ୍‌…

    UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ
    ଏହାପରେ ‘My Aadhaar’ ମେନ୍ୟୁକୁ ଯାଆନ୍ତୁ
    Update Your Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଏହାପରେ ‘Update demographics data online’ ଚୟନ କରି ‘Proceed to update Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ captcha ଭେରିଫିକେସନ୍‌ କରନ୍ତୁ
    ଏହାପରେ ‘Send OTP’ ଦେଇ ‘Update Demographics Data’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଅପଡେଟ୍‌ ଡିଟେଲ୍ସ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ
    ଶେଷରେ OTP ଦେଇ ଅପଡେଟ୍‌ କରନ୍ତୁ

  • ଡନ-୩ରେ ନୂଆ ଡନ ସାଜିବେ ରଣବୀର ସିଂ

    ଡନ-୩ରେ ନୂଆ ଡନ ସାଜିବେ ରଣବୀର ସିଂ

    ଫରହାନ ଅଖତରଙ୍କ ସୋସିଆଲ ମିଡିଆରେ ‘ଡନ୍‌-୩’ ଚଳଚ୍ଚିତ୍ର ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ପରେ ଝଡ଼ ସୃଷ୍ଟି ହୋଇଛି। ସେ ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କ ସ୍ଥାନ‌ ରଣବୀର ସିଂହ ନେଉଥିବା ଅନୁମାନ କରାଯାଉଥିବା ବେଳେ ପ୍ରଶଂସକମାନେ ଏବେ ‘ନୋ ଶାହରୁଖ ନୋ ଡ଼ନ’’ ଲେଖି ବିରୋଧ ଜାରି ରଖିଛନ୍ତି।

    ‘ଡନ୍‌’ ଓ ‘ଡନ୍‌-୨’ରେ କିଙ୍ଗ୍‌ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ପ୍ରଶଂଶକଙ୍କୁ ଆନନ୍ଦିତ କରିଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ କେଉଁ ବି କଳାକାରଙ୍କୁ ଦେଖିବାକୁ ଚାହାନ୍ତିନି ସେମାନେ । ‘ଡନ୍‌’ରେ ରଣବୀରଙ୍କ ପ୍ରବେଶ ଶାହରୁଖ୍‌ ପ୍ରେମୀଙ୍କୁ ନିରାଶ କରିଛି। ଟ୍ବିଟର୍‌ରେ ଏବେ ହ୍ୟାସ୍‌ ଟ୍ୟାଗ୍‌ ‘ନୋ ଶାହରୁଖ ନୋ ଡ଼ନ’’ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ବିଭିନ୍ନ ମଜାଦାର ମିମ୍‌ ବି ସବୁ ଦେଖିବାକୁ ମିଳୁଛି ଏହାକୁ ନେଇ।

    ଫରହାନ ଅଖତର ପ୍ରଥମ ଦୁଇଟି ‘ଡନ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ବୋମାନ ଇରାନୀଙ୍କ ସହ ଶାହରୁଖ ଖାନ୍‌ ଟାଇଟଲ ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ‘ଡନ୍’ ଅମିତାଭ ବଚ୍ଚନଙ୍କ ୧୯୭୮ ମସିହା ଫିଲ୍ମର ରିମେକ୍‌ ଥିଲା। ବିଗ୍‌ ବିଙ୍କ ଫିଲ୍ମ ପରି କିଙ୍ଗ୍‌ ଖାନ୍‌ଙ୍କର ବି ଦୁଇଟି ଯାକ ଫିଲ୍ମ ବେଶ୍‌ ହିଟ୍‌ ହୋଇଥିଲା।

    ୨୦୧୧ ମସିହାରେ ‘ଡନ୍‌-୨’ ରିଲିଜ୍‌ ହେବା ପରଠାରୁ ପ୍ରଶଂସକମାନେ ‘ଡନ୍‌-୩’ ନିର୍ମାଣ କରିବାକୁ ନିର୍ଦ୍ଦେଶକଙ୍କୁ ନିବେଦନ କରିଥିଲେ। ତେବେ କୁହାଯାଉଛି ଯେ ଫର୍‌ହାନ୍‌ ଫିଲ୍ମ‌‌ରେ ଶାହରୁଖ୍‌ଙ୍କୁ ନେବାକୁ ଇଚ୍ଛା ରଖିଥିଲେ। ସେ ଶାହରୁଖ୍‌ଙ୍କ ‘ଡନ୍‌-୩’ ପ୍ରସ୍ତାବ ‌ବି ଦେଇଥିଲେ। ହେଲେ କିଙ୍ଗ୍‌ ଖାନ୍‌ କିଛି ବଡ଼ ପ୍ରକଳ୍ପରେ ବ୍ୟସ୍ତ ଥିବାରୁ ଫର୍‌ହାନ୍‌ଙ୍କୁ ସମୟ ଦେବାକୁ ମନା କରିଦେବା ପରେ ସେ ରଣବୀରଙ୍କୁ ବାଛିଛନ୍ତି। ଏହା କେବଳ ଶୁଣାଯାଉଛି, ଶାହରୁଖ୍‌ କିମ୍ବା ଫର୍‌ହାନ୍‌ କେହି ବି ଏ ନେଇ ସ୍ପଷ୍ଟ କରିନାହାନ୍ତି।

  • ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ପାରିବାରିକ କଳହରୁ ମହାନଦୀକୁ ଡେଇଁ ମହିଳାଙ୍କ ଜୀବନ ହାରିବା ଉଦ୍ୟମ ପଣ୍ଡ। ଭାସି ଭାସି ୫ କିଲୋମିଟର ଦୂରରୁ ସୁରକ୍ଷିତ ଉଦ୍ଧାର। ଏପରି ଘଟଣା ଘଟିଛି ପାରାଦୀପ ନେହେରୁବଙ୍ଗଳା ଅଞ୍ଚଳରେ। ମତ୍ସ୍ୟଜୀବୀମାନେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରି ପରିବାର ଜିମା ଦେଇଛନ୍ତି। ତେବେ ମହିଳାଙ୍କର ପାରିବାରିକ ସମସ୍ୟା ଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣା ପଡିଛି। ଭୁତୁମୁଣ୍ଡାଇ ଅଞ୍ଚଳର ଜନୈକ ମହିଳା ପାରିବାରିକ କଳହରେ ଅତିଷ୍ଠ ହୋଇ ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡି ଜୀବନ ହାରିବାକୁ ଚାହିଁଥିଲେ। କିନ୍ତୁ ମହାନଦୀର ପ୍ରଖର ସୁଅ ତାଙ୍କୁ ବୋହି ନେଇଥିଲା ଭୁତୁମୁଣ୍ଡାଇଠାରୁ ୫ କିଲୋମିଟର ଦୂର ନେହେରୁବଙ୍ଗଳା ମୁହାଣ ଯାଏ। ମୁହାଣ ନିକଟରେ କିଛି ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲେ ମହିଳା ଜଣକ। ମତ୍ସ୍ୟଜୀବୀମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ସାଷ୍ଟାଙ୍ଗ କରିଥିଲେ ଓ ତାଙ୍କଠାରୁ ତାଙ୍କ ଠିକଣା ବୁଝି ତାଙ୍କ ଘରରୁ ପଠାଇଥିଲେ। ବର୍ତମାନ ମହାନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଛି। ବିଭିନ୍ନ ସମୟରେ ବହୁ ଅଘଟଣ ମଧ୍ୟ ଘଟୁଛି ପାଣିରେ ବୁଡି। କିନ୍ତୁ ଏଠି ମହିଳା ଜୀବନ ହାରିବାକୁ ଯାଇ ଦୀର୍ଘ ୫ କିଲୋମିଟର ଭାସି ମଧ୍ୟ ଜୀବିତ ରହିଛନ୍ତି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ କହୁଛନ୍ତି, ରଖେ ହରି ମାରେ କିଏ…

  • ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି।

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତଲାପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟଗ୍ରହଣ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

    ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

    ସୂଚନାନୁଯାୟୀ , ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

  • ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି ।

    କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି।

    ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ ପରେ ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।