Month: August 2023

  • ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୁମ୍ଭାରପ଼ଡା ଥାନା ଅନ୍ତର୍ଗତ ଉପର ମାଳିସାହିରେ । | ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ | ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
    ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା ,ଏହି ଘଟଣା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଅଭିଯୁକ୍ତ ସ୍ବାମୀ ନୃସିଂହ ଘଟଣା ଦିନ ଶଶୁର ଘରକୁ ଯାଇ ପତ୍ନୀ ନନ୍ଦିନୀ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲା । ସେଠାରେ ଉପସ୍ଥିତ ଥିବା ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁ ନୃସିଂହଙ୍କ ପାଖରୁ ନନ୍ଦିନୀକୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନୃସିଂହ ଏକ ଧାରୁଆ ଛୁରିରେ ସମସ୍ତଙ୍କୁ ଅ।କ୍ରମଣ କରିଥିଲା । ଏକ ଛୁରିରେ ଆକ୍ରମଣ କରିଥଲେ, ଏଥିରେ 4ଜଣ ଅ।ହତ ହୋଇଥିବା ବେଳେ ପୁତୁରା ସୌମ୍ୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି ।

    ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ନୃସିଂହ ମହାନ୍ତି ଓ ତାଂକ ବଡ଼ ଭାଈ କାଶୀନାଥ ମହାନ୍ତି। ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ନୃସିଂହଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ବଡ ଭାଇ କାଶୀନାଥ ମହାନ୍ତି । ଦୁଇ ଫେରାର ହେବାକୁ ଯୋଜନା କରୁଥୀବା ବେଳେ ପୁରୀ ସଦର ଅଂଚଳ ସମଗରା ଗ୍ରାମରୁ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହା ରଡ଼ ଓ ଏକ ହାତୁଡି ଜବତ କରିଛି ପୋଲିସ୍।

  • ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ

    ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ

    ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି । ଏପର୍ଯ୍ୟନ୍ତ ନିଆଁ ୩୬ଜଣଙ୍କ ଜୀବନ ନେଲାଣି। ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହାଇନା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି ।

    ବାତ୍ୟାରେ ଭୀଷଣ ପବନ ଯୋଗୁ ନିଆଁ ବଢିବାରେ ଲାଗିଛି । ବହୁ ଲୋକଂକୁ ଘର ଛାଡିବାକୁ ପଡିଛି । ପ୍ରଶାସନ ପକ୍ଷରୁ ସର୍ଚ୍ଚ ଓ ରେସକ୍ୟୁୁ ଅପରେସନ ଚାଲିଛି । କିଛି ଲୋକଙ୍କ ଏବେ ବି ନିଖୋଜ ଅଛନ୍ତି ।

    ନିଜ ସହର ଜଳୁଥିବା ଦେଖି ଭାଙ୍ଗିପଡିଛନ୍ତି ଅନେକ । ଆଶ୍ରୟ ସ୍ଥଳୀରେ ବହୁ ଲୋକଂକୁ ସ୍ଥାନାନ୍ତର କରାଯାଇଛି । ପର୍ଯ୍ୟଟକଂକୁ ଲାହାଇନା ସହରକୁ ଆସିବାକୁ ବାରଣ କରାଯାଇଛି। ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭା ଯାଉଛି ।

    ହାୱାଇର ଜରୁରୀକାଳୀନ ପରିଚାଳନା ଏଜେନ୍ସି ଏକ ବୟାନରେ କହିଛି ଯେ ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡରେ ଘର, ବ୍ୟବସାୟ, ସର୍ଭିସ ତଥା ମାଉଇ ଦ୍ୱୀପରେ ରହୁଥିବା ୩୫,୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

    ରାଜ୍ୟ ଏଜେନ୍ସି କହିଛି ଯେ ଏହି ଅଗ୍ନିକାଣ୍ଡରେ ୨,୦୦୦ ଏକରରୁ ଅଧିକ (୮୦୦ହେକ୍ଟର) ଜଳିଯାଇଛି। ଜଙ୍ଗଲରେ ଯେଉଁ ନିଆଁ ଲାଗିଛି ତାହା ଏବେବି ନିୟନ୍ତ୍ରଣରେ ନାହିଁ।

    ପ୍ରବଳ ପବନ ଏବଂ ଶୁଷ୍କ ଅବସ୍ଥା ହାୱାଇର ଅନେକ ଅଂଶକୁ ଲାଲ ଜୋନ ଭିତରକୁ ଠେଲି ଦେଇଛି, କିନ୍ତୁ ବର୍ତ୍ତମାନ କିଛି ଆଶ୍ୱସ୍ତି ମିଳିଛି। ଏହା ବ୍ୟତୀତ ବିଗ ଆଇଲ୍ୟାଣ୍ଡ ଏବଂ ମାଉଇରେ ଭୟଙ୍କର ନିଆଁ ଜଳୁଛି।

    ଭୟଭୀତ ଲୋକମାନେ ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି ଯେ ଲାହାଇନା ସହରରେ ୨୭୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି କିମ୍ବା ନଷ୍ଟ ହୋଇଯାଇଛି।

  • ନୂଆ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

    ନୂଆ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏଥିରେ ୧୯ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର। ଏଥିମଧ୍ୟରେ ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗ କୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ। ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ- ଇ ପାଠ୍ୟକ୍ରମ ରଖାଯିବ।

    ଏହାଛଡ଼ା ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ। ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ। ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ। ଏଥିଲାଗି ୪୮.୮୪୨ ଏକର ଜମି ପ୍ରଦାନ କରିବେ ସରକାର। ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ।


    ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି। ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରି, ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରି ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା ଦିଆଯିବ। ରାଜ୍ୟର ୪୩୭୩ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ପ୍ରସ୍ତାବରେ ମୋହର ଲାଗିଛି। ଆହୁରି ଆଗେଇବ ମିଲେଟ ମିଶନ । ଆସନ୍ତା 3 ବର୍ଷ ପାଇଁ 2 ହଜାର 6 କୋଟି ଟଙ୍କା ମଂଜୁର ।

  • ଦଶରଥପୁରର ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ

    ଦଶରଥପୁରର ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ

    ଯାଜପୁର ଦଶରଥପୁର ବ୍ଳକ ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ। ଦତ୍ତପୁର ଦେଇ ପ୍ରବାହିତ ବୈତରଣୀ ନଦୀବନ୍ଧ ଧସି ଅତଡା ଖସିବା ନେଇ ଗ୍ରାମବାସୀ ମାନେ ଆତଙ୍କିତ ଅଛନ୍ତି। ଦତ୍ତପୁର ପଂଚାୟତ ତାରିଣୀ ମନ୍ଦିର ଠାରୁ ଡଙ୍ଗାଘାଟ ସଂଯୋଗ କରୁଥିବା ନଦୀବନ୍ଧ ପ୍ରାୟ ୧୦୦ଫୁଟ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି।ବୈତରଣୀରେ ଆସିଥିବା

    ପ୍ରଥମ ବନ୍ୟାରେ କୌଣସି ନଦୀବନ୍ଧ ଭାଙ୍ଗି ନଥିବା ବେଳେ ବନ୍ୟାଜଳ ହ୍ରାସ ପାଇବା ପରେ ଆଜି ନଦୀବନ୍ଧ ଧସିଥିବାର ଚିତ୍ର ସାମ୍ନାକୁ ଆସିଛି। ପ୍ରତିବର୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମରାମତି ନାମରେ କୋଟି କୋଟି ଟଙ୍କା ହଡପ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଥି ସହ ପଂଚାୟତର ବିଭିନ୍ନ ସ୍ଥାନରେ ମଧ୍ୟ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି।

    ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଛନ୍ତି। ବର୍ତ୍ତମାନ ବନ୍ଧର ଅବସ୍ଥା ଯାହା ଅଛି ଯଦି ପୁଣି ବନ୍ୟା ଆସେ ନିଶ୍ଚିତ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ତୁରନ୍ତ ନଦୀବନ୍ଧର ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ବନ୍ୟା ଆସିବା ପୂର୍ବରୁ ଜଳସଂପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଅଭାବରୁ ଏଭଳି ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

  • ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ସିନେପ୍ରେମୀଙ୍କ ଅପେକ୍ଷାର ଦିନ ସରିଲା କାହିଁକିନା ଆଜି ଗୋଯିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇ ସୁପରଷ୍ଟାରଙ୍କ ବହୁ ପ୍ରତିକ୍ଷୀତ ସିନେମା । ଗୋଟି ପଟେ ସନ୍ନି ଦେଓଲଙ୍କ ‘ଗଦର ୨’ ରିଲିଜ ହେଉଥିବା ବେଳେ ଅନ୍ୟ ପଟେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ‘ଓଏମଜି ୨’ । ଉଭୟ ଚଳଚ୍ଚିତ୍ରରେ ଏହି ଦୁଇ ସୁପରଷ୍ଟାର ଭିନ୍ନ ଏବଂ ଦମଦାର ଚରିତ୍ରରେ ନଜର ଆସିଛନ୍ତି । ସନ୍ନି ନିଜର ୨୧ ବର୍ଷ ପୁରୁଣା ଅବତାର ତାରା ସିଂହ ଭୂମିକାରେ କମବ୍ୟାକ କରୁଥିବାବେଳେ ଅକ୍ଷୟ କୁମାର ‘ଓଏମଜି ୨’ ସିନେମାରେ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ଘରେ ଉଭୟ ସିନେମାକୁ ଲୋକଙ୍କ ଭଲ ପାଇବା ମିଳିଛି ।

    ଆଜି ବଲିଉଡର ଦୁଇ ସୁପରହିଟ ଚଳଚ୍ଚିତ୍ରର ସିକ୍ୱେଲ ଏକା ଦିନରେ ରିଲିଜ ହେଉଛି । ଯେଉଁଥିପାଇଁ ଫିଲ୍ମ କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଏବଂ ଅଭିନେତାଙ୍କ ନଜର ମଧ୍ୟ ବକ୍ସ ଅଫିସ ଉପରେ ରହିଛି । ତେଣୁ କେଉଁ ସିନେମା କାହା ଉପରେ ଭାରୀ ପଡ଼ିବ ତାହାର କଲେକ୍ସନ ଜାଣିବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ପ୍ରାରମ୍ଭରୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦମଦାର ଆରମ୍ଭ କରିଛି ‘ଗଦର ୨’ । ଅର୍ଥାତ୍ ବର୍ତ୍ତମାନ ସିନେମା ଘରେ ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଆଗରେ ତାରା ସିଂହ(ସନ୍ନି ଦେଓଲ) ଖୁବ ଆଗରେ ରହିଛନ୍ତି । ଅକ୍ଷୟ କୁମାର ଅଭିନୀତ ‘ଓଏମଜି ୨’ ଆଡଭାନ୍ସ ବୁକିଙ୍ଗରେ ପ୍ରାୟ ୧ ଲକ୍ଷ ଟିକେଟ ବିକ୍ରି ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦-୧୧ କୋଟି ଇନକମ୍ କରିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେପଟେ ସନ୍ନିଙ୍କ ‘ଗଦର ୨’ ପାଇଁ ୪ ଲକ୍ଷ ପାଖାପାଖି ଆଡଭାନ୍ସ ଟିକେଟ ବୁକିଂ ହୋଇଯାଇଛି । ତେଣୁ ଏହି ରେକର୍ଡ ଅନୁସାରେ, ‘ଗଦର ୨’ ସିନେମାର ପ୍ରଥମ ଦିନର କଲେକ୍ସନ ପ୍ରାୟ ୩୦-୩୫ କୋଟିରେ ପହଞ୍ଚିପାରେ ।