Month: August 2023

  • ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ

    ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ

    ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପ୍ରସ୍ତୁତ କରୁଛି ନୂଆ ଢଙ୍ଗରେ ନୂଆ ଗାଇଡ଼ଲାଇନ । ଘରୁ କିମ୍ୱା ଅଫିସରୁ ମଶା ବାହାରିଲେ ଫାଇନ କଟାଯିବ ବୋଲି ଗତକାଲି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା ବିଏମସି । ସେହିପରି ଆଜି ଆଉ ଏକ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରିବାକୁ ଯାଉଛି ।

    ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନିଆଯିବ । ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଏଭଳି କିଛି ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ କାର୍ୟ୍ୟାଳୟ ବା ବିଏମସି । ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ନେଇ ବିଏମସିର ନୂଆ ଗାଇଡଲାଇନ୍ କରାଯାଇଛି ।

    ବୁଲା ଗାଈଗୋରୁଙ୍କ ପାଇଁ ସହରରେ ଯାନବାହନ ଚଳାଚଳରେ ବାଧା, ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଏମସି ।

    ବିଏମସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟାନୁଷ୍ଠାନ କରିବା ଲାଗି ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

  • ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀର ଗଲା ଜୀବନ

    ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀର ଗଲା ଜୀବନ

    ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ। ତାଙ୍କୁ ୪୫ ବର୍ଷ ହୋଇଥିଲା।

    ଗଙ୍ଗାଧରଙ୍କର ପେଟ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା। ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

  • ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

    ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

    ସମ୍ବଲପୁର ଗୋଶାଲା ସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୮୦ ରୁ ୯୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଘଟଣା ଘଟିଛି କାଲି ରାତିରେ । ଛାତ୍ରଛାତ୍ରୀ ମାନେ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ପେଟ ବ୍ୟଥା ସହ କିଛି ଛାତ୍ରଛାତ୍ରୀଙ୍କର ଝାଡା ହୋଇଥିଲା ତ କିଛି ଜଣଙ୍କର ବାନ୍ତି ହୋଇଥିଲା । ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍‌ଓଙ୍କୁ ଜଣାଇଥିଲେ।

    ତୁରନ୍ତ ଏକ ଡାକ୍ତରୀ ଟିମ ସ୍କୁଲ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛ । ସେପଟେ କାହିଁକି ଏଭଳି ହେଲା ଏନେଇ ମେଡିକାଲ ଟିମ ଯାଞ୍ଚ ଆରମ୍ଭ କରିଛି। ଖାଦ୍ୟ ନା ପାଣିରୁ ଇନଫେକ୍ସନ ହୋଇଛି ସେନେଇ ତଦନ୍ତ ଚାଲିଛି ।

  • ମାଓ ଆକ୍ରମଣରେ ଓଡିଆ ସିଆରପିଏଫ୍ ଯବାନ ସହିଦ

    ମାଓ ଆକ୍ରମଣରେ ଓଡିଆ ସିଆରପିଏଫ୍ ଯବାନ ସହିଦ

    ଝାଡଖଣ୍ଡରେ ମାଓ ହମଲାରେ ଓଡିଆ ସିଆରପିଏଫ୍ ଯବାନ ସହିଦ । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି। ସିଆରପିଏଫ୍‌ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନ୍ନା ଲାଲ ଯାଦବ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଉତ୍ତର ପ୍ରଦେଶରେ। ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • ଏ କେମିତିକା ପୁଅଝିଅ,ନିଜ ମା’ କୁ ….

    ଏ କେମିତିକା ପୁଅଝିଅ,ନିଜ ମା’ କୁ ….

    ବୟସ ୮୦ ବର୍ଷାରେ ଜୁଡ଼ୁସୁଡ଼ୁ ଓଦା ଓ ତା’ ସାଙ୍ଗକୁ କଇଁକଇଁ ହୋଇ କାନ୍ଦ । ଅନେକ ଦେଖୁଥାନ୍ତି ଓ ନିଜ ବାଟରେ ଚାଲିଯାନ୍ତି । ହେଲେଆମେ ଜାଣୁ ଯାହାର କେହି ନାହାନ୍ତି ତାର ଈଶ୍ବର ଅଛନ୍ତି । ଏହାର ସମୟ ଉତ୍ତାରେ କିଛି ସହୃଦୟ ଲୋକଙ୍କ ଆଖିରେ ପଡିଥିଲା ବୃଦ୍ଧାଙ୍କ ଦୁଃଖ ଏବଂ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପରେ ଜଣେ ଥାନାଧିକାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ବୃଦ୍ଧାଙ୍କୁ ପ୍ରଥମେ ଖାଇବାକୁ ଦେଇ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇ ପଚରାଉଚୁରା କରିଥିଲେ । ଆଉ ଯାହା ଶୁଣିଥିଲେ ସେଥିରେ ପାଖରେ ଥିବା ଅନ୍ୟ ପୁଲିସ କର୍ମୀଙ୍କ ଆଖି ବି ଓଦା ହୋଇଯାଇଥିଲା ।

    ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ସୁରସା ଥାନା ଅଧିନରେ ଥିବା ଖରଜୁରହା ଗାଁର ଏହି ବୃଦ୍ଧା ନା ହେଉଛି ରାମବେଟି ମିଶ୍ରା । ତାଙ୍କ ସ୍ୱାମୀ ହେଉଛନ୍ତି ରାମବାହାଦୁର ମିଶ୍ରା । ତାଙ୍କର ୨ ପୁଅ ଓ ଗୋଟିଏ ଝିଅ । ସମସ୍ତେ ବିବାହିତ । ସ୍ୱାମୀ କେବେଠୁ ଆରପାରିକୁ ଚାଲିଗଲେଣି । ଆଉ ତା’ ପରେ ବୃଦ୍ଧାଙ୍କ ଦୁଃଖ । ପୁଅମାନେ ଘରଦ୍ୱାର ବିକି ମା’କୁ ଅସହାୟ ଅବସ୍ଥାରେ ଛାଡିଦେଇ କେଉଁଆଡେ ଚାଲିଯାଇଛନ୍ତି ଯେ ତାଙ୍କର ଠିକଣା ମିଳୁନି । ଏପରି ଅବସ୍ଥାରେ ମା’ ଭିକାରୀ ଭଳି ରାସ୍ତାରେ ଘୁରି ବୁଲୁଛି । ଏହା ଜାଣିବା ପରେ କୃଷ୍ଣାନଜର ପୁଲିସ ତାଙ୍କୁ ଉଦ୍ଧାର କରିଛି । ପୁଅମାନଙ୍କ ସହ କିଛି ଯୋଗାଯୋଗ ହୋଇନପାରିବାରୁ ଝିଅ ସହ ଯୋଗାଯୋଗ କରିଥିଲା । ହେଲେ ମା’କୁ ରଖିପାରିବ ନାହିଁ ବୋଲି ଝିଅ ରୋକଠୋକ୍ ମନାକରିଦେବାରୁ ଏକ ବୃଦ୍ଧାଶ୍ରମରେ ବୃଦ୍ଧାରାମବେଟିଙ୍କୁ ସ୍ଥାନାନ୍ତର କରିଛି ପୁଲିସ ।