Month: August 2023

  • ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ -୩ ‘ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୩ ରେ ସନ୍ଧ୍ୟା ୦୬.୦୪ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି।

    ISRO ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ ଚନ୍ଦ୍ରୟାନ -3 ର ରୋଭର ପ୍ରୟାଗନରେ ଲଗାଯାଇଥିବା ଏକ ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ସ୍ପଷ୍ଟ କରିଛି। ISRO ଏହି ପୋଷ୍ଟରେ କହିଛି, ବୈଜ୍ଞାନିକ ପରୀକ୍ଷଣ ଚାଲିଛି … ରୋଭରରେ ଲଗାଯାଇଥିବା ଲେଜର ଡ୍ରାଇଭ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍ (LIBS) ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ସଲଫର ଥିବାର ସ୍ପଷ୍ଟି କରଣ କରିଛି। ଆଶାନୁଯାୟୀ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନର ମଧ୍ୟ ସନ୍ଧାନ ମିଳିଛି | ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। “ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।

  • ଆସନ୍ତାକାଲି ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

    ଆସନ୍ତାକାଲି ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

    ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତିରେ ଉଦୟ ପର୍ବକୁ ନେଇ ହିଁ ସମସ୍ତ ନୀତି କାନ୍ତି ସେବା ପର୍ବ ପର୍ବାଣୀ ପାଳନ ହୋଇଥାଏ l ଶ୍ରୀମନ୍ଦିରରେ ତା ୩୧ ରିଖ ଗୁରୁବାର ଦିନ ହିଁ ବଳଭଦ୍ରଙ୍କ ଜନ୍ମ ନୀତି ଏବଂ ଆମ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ପାଳିତ ହେବ l ଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ଓଡିଶାର ସଂସ୍କୃତି ପରମ୍ପରା ଏୌତିହ ଏବଂ ନୀତି ନିୟମ ପୂଜା ଆଦି ପାଳନ କରଯାଇଥାଏ l ଯେହେତୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ୩୧ ତାରିଖ ଗୁରୁବାର ଦିନ ରକ୍ଷାବନ୍ଧନ ନୀତି ପାଳିତ ହେବ ଆମେ କିପରି ଭାବେ ୩୦ ତାରିଖ ବୁଧବାର ଦିନ ଏହା ପାଳନ କରିବା ?

      ମହାପ୍ରଭୁ ହେଉଛନ୍ତି ଆମଘରର ମୁରବି  କଣ ଏ ଓଡ଼ିଆ ଆଜି କିଛି ବ୍ୟକ୍ତିଙ୍କ କଥାରେ ଭ୍ରମିତ ହେଇଗଲା ! କଣ ସିଏ ଭୁଲିଗଲା ତାର ଇଷ୍ଟ ମହାପ୍ରଭୁଙ୍କୁ ! ସିଏ କଣ ଭୁଲିଗଲା ବାଡ଼ିରେ ନଡ଼ିଆ ଟିଏ ହେଲେ ଆଗ ସିଏ ମହାପ୍ରଭୁଙ୍କୁ ଦିଏ l  ଘରେ ଶୁଭକାମ ଟିଏ ହେଲେ ଆଗ ଗୁଆଟିଏ ନିମନ୍ତ୍ରଣ ଭାବେ ମହାପ୍ରଭୁଙ୍କୁ ପଠାଏ l ଶୁଦ୍ଧିକାମ ବେଳେ ଆଗ ସିଏ ନିର୍ମାଲ୍ୟ ଲୋଡାକରେ l କଣ ସିଏ ଭୁଲିଗଲା ମହାପ୍ରଭୁ ଉପାସ ରହିଜାଉଥିବା ସମୟରେ ସିଏ ଭି ଉପାସ ରହି ଯାଉଥିଲା l କଣ ଆଜି ଓଡ଼ିଆ ଭୁଲିଗଲା ନଅଁଙ୍କ ଦୃଭିକ୍ଷ ର କଥା  ନିଜେ ଭୋକ ଉପାସ ରେ ଝଟପଟ ହେଇକି ମରୁଥିଲା ହେଲେ ମହାପ୍ରଭୁଙ୍କୁ ଭୋକିଲା ରଖୁନଥିଲାl ଏସବୁ ଇତିହାସ ଆଉ ବର୍ତ୍ତମାନ ର କଥା l ଆମ ମହାପ୍ରଭୁ ଙ୍କ ପାଖରେ ଯାହା ହୁଏ ଏ ଓଡ଼ିଆ ତାକୁ ଅନୁକରଣ କରେ l ଆଜି ଏମିତି କଣ ହେଇଗଲା ଯେ ସିଏ ଭୁଲିଗଲାl ଆଜି ଏମିତି କଣ ହେଇଗଲା ସିଏ ଆଗ ସବୁ ନିଜେ କରିବାକୁ ବସିଛି l ମହାପ୍ରଭୁଙ୍କଠୁ ହିଁ ଆମେ ଜାତ ହୋଇଛୁ ତାଙ୍କୁ ନେଇ ଆମେ ଚଳିବା ତାଙ୍କର ଯେଉଁଦିନ ନୀତି ହେବ ଆମେ ସେଦିନ ସେହି ନୀତି ପାଳିତ କରିବା ଏହା ହିଁ ଶାସ୍ତ୍ର ସମତ୍ତ ଅଟେ l ଏଣୁ ପ୍ରତ୍ୟେକ ବ୍ୟକ୍ତି ର ପ୍ରଧାନ କର୍ତ୍ତବ୍ୟ ଯେ ଆମ ମହାପ୍ରଭୁ ଯେଉଁଦିନ ରାକ୍ଷୀ ବାନ୍ଧିବେ ଆମେ ମଧ୍ୟ ସେଦିନ ରାକ୍ଷୀ ବାନ୍ଧିବା ଉଚିତ ଅର୍ଥାତ ୩୧ ତାରିଖ ଗୁରୁବାର ଦିନ ଏହା ହିଁ ରାକ୍ଷୀବାନ୍ଧିବା ର ଉଚିତ ବିଧି ଆଉ ବିଧାନ ଅଟେ l ଏହି ଦିନ ଆପଣ ପୁରାଦିନ ନିଜ ଭାଇ ହାତରେ ରକ୍ଷାସୁତ ବାନ୍ଧିପାରିବେ ସମ୍ପୂର୍ଣ୍ଣ ଦିନ ଏହା ପାଳିତ ହେବ l ଏଥିରେ କୌଣସି ଦୌମତ୍ତ ପ୍ରକାଶ ନକରି ଆମ ମହାପ୍ରଭୁଙ୍କ ପରି ଆମେ ମାନେ ମଧ୍ୟ ୩୧ ତାରିଖ ଗୁରୁବାର ଦିନ ହିଁ ଆମେ ରକ୍ଷାବନ୍ଧନ ପାଳନ କରିବା l
  • ଏଣିକି ରନ୍ଧନ ଗ୍ୟାସ୍‌ରେ ୨୦୦ ଟଙ୍କାର ସବସିଡି

    ଏଣିକି ରନ୍ଧନ ଗ୍ୟାସ୍‌ରେ ୨୦୦ ଟଙ୍କାର ସବସିଡି

    ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଆଜି କେନ୍ଦ୍ର କ୍ୟାବିନେଟ ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି। ଏଣିକି ରନ୍ଧନ ଗ୍ୟାସ୍‌ କିଣିଲେ ହିତାଧିକାରୀଙ୍କୁ ୨୦୦ ଟଙ୍କାର ସବସିଡି ମିଳିବ। ଆଜି ଏପରି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି।

    କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ସବୁ ଲୋକଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳିବ। ଏହା ରାକ୍ଷୀ ପୂର୍ଣ୍ଣିମା ଓ ଓନାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର। ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଏହି ସବସିଡି ବ୍ୟବସ୍ଥା ଲାଗୁ ହେବ। ଉଜ୍ଜ୍ୱଳା ହିତାଧିକାରୀ ପୂର୍ବରୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳୁଥିଲା। ଏବେ ସେମାନେ ୪୦୦ ଟଙ୍କାର ସବସିଡି ପାଇବେ ବୋଲି ସେ କହିଛନ୍ତି। 

  • ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।

    ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ ।ଏଥି ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।

    ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଏ ଏସ ଆଇ ଏହି ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ଓ ସାର୍ବଜନିକ କରିବାପାଇଁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।

  • କିଛିଦିନ ଶାନ୍ତ ପରେ ପୁଣି ବୁଲିଲା ରାଜଧାନୀରେ ଖଣ୍ଡା

    କିଛିଦିନ ଶାନ୍ତ ପରେ ପୁଣି ବୁଲିଲା ରାଜଧାନୀରେ ଖଣ୍ଡା

    ରାଜଧାନୀରେ ପୁଣି ଦ୍ରୁବୁତଙ୍କ ଆତଙ୍କରାଜ ଗୋଡ଼ାଇ ଗୋଡ଼ାଇ ହାଣିଲେ,ତିନି ଜଣ ଗୁରୁତର ଅବସ୍ଥାରେଡାକ୍ତରଖାନାରେ ଭର୍ତି Iଘଟଣାଟି ଘଟିଛି ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଗତ କାଲି ରାତିରେ କିଛି ଅସାମାଜିକ ଯୁବକ ସ୍ଥାନୀୟ ଅଞ୍ଚଳରେ ଖଣ୍ଡା ବୁଲାଇ ୪ ଜଣ ଦ୍ରୁବୁତ ଆତଙ୍କ ଖେଳାଇ ଦେଇଥିଲେ I

    କମିଶସନରେଟ ପୋଲିସକୁ ଚାଲେଞ୍ଜ ଦେଇ ଏପରି ଅପରାଧିକ କାଣ୍ଡ ଘଟାଇଛନ୍ତି ଏହି ଆକ୍ରମଣରେ ୫ ରୁ ଉର୍ଦ୍ଧ ଯୁବକ ଆହତ ହୋଇଛନ୍ତି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇ ପ୍ରୟ ଦେଢ଼ଘଣ୍ଟାରୁ ଉର୍ଦ୍ଧ ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା.

    ସୂଚନା ଅନୁଯାୟୀ, ରାତି ୯.୩୦ ସମୟରେ ୪ ଜଣ ଯୁବକ ଦୁଇଟି ବାଇକରେ ଶିଶୁପାଳଗଡ଼ ଅଞ୍ଚଳକୁ ଯାଇଥିଲେ. ସେମାନେ ପ୍ରଥମ ଖଣ୍ଡା ବୁଲାଇ ଲୋକଙ୍କୁ ଭୟବିତ କରିଥିଲେ. ଏହି ସମୟରେ ସେଠାରେ ଥିବା ଏକ କ୍ଲବ ଘରେ ବସିଥିବା ଯୁବକମାନେ ସେମାନଙ୍କୁ ବିରୋଧ କରିଥିଲେ. ଫଳରେ ଉଭୟଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ର ରୂପ ନେଇଥିବାରୁ ୩ ରୁ ଉର୍ଦ୍ଧ ଯୁବକ ଆହାତ ହୋଇଥିଲେ. ସେଠାରେ ଥିବା ଗାଡିଟିକୁ ଖଣ୍ଡାରେ ଛୋଟ ପରେ ଛୋଟ ମାରି ଦ୍ରୁବୁତମାନେ ଭାଙ୍ଗି ଦେଇଥିଲେ ତେବେ ଗାଁ ଲୋକ ମାନେ ରୁଣ୍ଡ ହୋଇଯିବାରୁ ଅପରାଧୀମାନେ ସେଠାରୁ ଚାଲି ଯାଇଥିଲେ I

    ଗୋଟେପଟେ କମିସନରେଟ ପୋଲିସ ଟ୍ୱିନସିଟି କୁ ଅପରାଧ ମୁକ୍ତ କରିବାପାଇଁ ଦୃଢ଼ ପଦକ୍ଷେପ ନେଉଥିବାବେଳେ ପୋଲିସକୁ ଖୁଲମ ଖୁଲା ଚାଲେଞ୍ଜ କରୁଛନ୍ତି ଅପରାଧୀ I

  • ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ତଳଗଡ଼ ଗ୍ରାମର ଛବିନ୍ଦ୍ର ବିଶ୍ୱାଳ ଓ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ନିଜ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଛନ୍ତି।

  • ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଛୁଆଟି ଦିନରୁ ସେ ବାପ-ମା’ଙ୍କୁ ହରାଇ ହୋଇଥିଲା ଅନାଥ। ପେଟ ଚାଖଣ୍ଡକ ପାଇଁ କୁନି ହାତରେ ଧରିଥିଲା ଠେଙ୍ଗା ଓ ପାଲଟି ଯାଇଥିଲା ଗାଈଆଳ। ତେବେ ତାର ସୌଭାଗ୍ୟରୁ ତା ଉପରେ ପଡିଥିଲା ଜଣେ ଦେବଦୂତ ସମ ବ୍ୟକ୍ତିଙ୍କ ସୁଦୃଷ୍ଟି ଓ ସେ କୋଳେଇ ନେଇଥିଲେ ଏହି ବାପ ମା ଛେଉଣ୍ଡ ଅନାଥ ଶିଶୁଟିକୁ। ଆଜି ସେହି ଶିକ୍ଷକଙ୍କ ସହାୟତାରୁ ୯ମ ଶ୍ରେଣୀରେ ଅଧ୍ୟୟନ କରୁଛି ଅତୀତର ସେହି ଗାଈଆଳ ପିଲାଟି । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଅନ୍ତର୍ଗତ ଟିଲୁ ସାହିର ରାମଚନ୍ଦ୍ର ବାନରା କଥା। ସେ ୬-୭ ବର୍ଷର ହୋଇଥିଲେ, ବାପା ଓ ମା ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ତାକୁ ଏକା କରି। ଘରେ ଆଉ କେହି ନ ଥିଲେ। ଅନାଥ ହୋଇଯାଇଥିଲା ରାମ। କେହି ଆଗେଇ ଆସିନଥିଲେ ଛୋଟ ଛୁଆଟିକୁ କୋଳେଇ ନେବାକୁ। ସେପଟେ ଭୋକର ଜ୍ୱାଳାରେ କୁନି ପିଲାଟି ଆଉଟୁ ପାଉଟୁ ହୋଇ ଉଠିଥିଲା। ତେଣୁ କୁନି କୁନି ପାଦରେ ସ୍ଥାନୀୟ ସ୍ଥିତିବାନ ଲୋକଙ୍କ ଗୋରୁ ଚରାଇବାକୁ ବାହାରିଥିଲା। ଏମିତି ଏମିତି ବିତୁଥିଲା ତାର ଜୀବନ। ଏଥିରେ କାହାରିକୁ କିଛି ଫରକ ବି ପଡି ନ ଥିଲା। କିନ୍ତୁ ଛୋଟ ଛୁଆଟିର ଏହି ସଂଘର୍ଷମୟ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ମନୋହରପୁରର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଆରୁକ। କାଳ ବିଳମ୍ବ ନ କରି ରାମଚନ୍ଦ୍ରକୁ ଜିଲ୍ଲାପାଳଙ୍କ ‘ମୁଁ ବି ପଢିବି’ ଅଭିଯାନରେ ପରିଚାଳିତ ନିଜ ସ୍କୁଲରେ ନାମ ଲେଖାଇ ଦେଲେ। ସେ ରାମଚନ୍ଦ୍ରର ସବୁ ଦାୟିତ୍ୱ ନେଇଥିଲେ। ଅରୁଣ ସାରଙ୍କ ତତ୍ୱାବଧାନରେ ସେ ପାଠରେ ଭଲ ପ୍ରଦର୍ଶନ କରିଛି। ୭ମ ଶ୍ରେଣୀ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରିଛି। ଯାହାକୁ ନେଇ ରାମଚନ୍ଦ୍ର ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷକ ରାମର ପାରଦର୍ଶିତାକୁ ନେଇ ଖୁସି ବ୍ୟକ୍ତ କରି ତାର ଶୁଭକାମନା କରିଛନ୍ତି।

    ତେବେ ପ୍ରଧାନ ଶିକ୍ଷକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ତାଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ ସର୍ବଦା ଏହିପରି କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଦେବଦୂତ କହିବାକୁ ପଛେଇ ନାହାନ୍ତି ସ୍ଥାନୀୟ ବାସିନ୍ଦା।

    ଅନ୍ୟପଟେ ଏବେ ରାମଚନ୍ଦ୍ର ୮ମ ଶ୍ରେଣୀ ପାସ କରିସାରିଛି। ପ୍ରଧାନ ଶିକ୍ଷକ ତାକୁ ନିକଟସ୍ଥ ନୂଆବେଡ଼ା ପଞ୍ଚାୟତ ହାଇସ୍କୁଲରେ ନାମ ଲେଖାଇ ଦେଇଛନ୍ତି। ସେ ତାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଅନ୍ୟପଟରେ ରାମଚନ୍ଦ୍ର ବହୁତ ଭଲ ପଢି ବଡ ମଣିଷ ହେବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ସେ ଉପକୃତ ହୋଇପାନ୍ତା ବୋଲି ଆଶାବାଦୀ ଅଛି।

  • ହିଂସା ପରେ ପ୍ରଥମ ଥର ପାଇଁ ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ

    ହିଂସା ପରେ ପ୍ରଥମ ଥର ପାଇଁ ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ

    ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ବିଧାନସଭାର ବଜେଟ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚମ ସତ୍ୟବ୍ରତ ସିଂ କହିଛନ୍ତି ଯେ ଏକ ଦିନିଆ ବିଧାନସଭା ଅଧିବେଶନରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହେବ। ଏହି ସମୟ ମଧ୍ୟରେ କୌଣସି ପ୍ରଶ୍ନକାଳ କିମ୍ବା ବ୍ୟକ୍ତିଗତ ସଦସ୍ୟଙ୍କ ପ୍ରସ୍ତାବ ଅଣାଯାଇପାରିବ ନାହିଁ |

    ଅଧିବେଶନ ସମ୍ପର୍କରେ କଂଗ୍ରେସ ଦଳ କହିଛି ଯେ, ଏହି ଅଧିବେଶନ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ନୁହେଁ। ସୂଚନାଯୋଗ୍ୟ, କୁକି-ଜୋମି ଆଦିବାସୀ ସଂଗଠନ ଗୋଟିଏ ଦିନିଆ ଅଧିବେଶନକୁ ପ୍ରତ୍ୟାହାର କରିଛନ୍ତି ଏବଂ କୁକି-ଜୋମି ସମ୍ପ୍ରଦାୟର ୧୦ ବିଧାୟକ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ। ତେବେ ନାଗା ବିଧାୟକଙ୍କ ଅଧିବେଶନରେ ଯୋଗଦେବାର ସମ୍ଭାବନା ରହିଛି।

    କୁକି ସମ୍ପ୍ରଦାୟକହିବା କଥା ଯେ କୁକି ବିଧାୟକମାନେ ମେଟେଇ ପ୍ରାଧାନ୍ୟ ଇମ୍ଫାଲ ଉପତ୍ୟକା (ଯେଉଁଠାରେ ମଣିପୁର ବିଧାନସଭା ଅବସ୍ଥିତ) କୁ ଯିବା ଅସୁରକ୍ଷିତ ହେବ। କୁକି ସମ୍ପ୍ରଦାୟ ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସରକାର ମନା କରିଦେଇଥିଲେ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଅଧିବେଶନ ସମୟରେ ମଣିପୁରରେ ସାଂପ୍ରତିକ ଜାତି ସଂକଟ ସଂପର୍କରେ କେତେକ ସଂକଳ୍ପ ଗ୍ରହଣ କରାଯିବାର ସମ୍ଭାବନା ରହିଛି |