Month: August 2023

  • ଚିକେନ ଥାଳିରୁ ବାହାରିଲା ମଲା ମୂଷା

    ଚିକେନ ଥାଳିରୁ ବାହାରିଲା ମଲା ମୂଷା

    ମୁମ୍ବାଇର ଜଣେ ବ୍ୟକ୍ତି ବ୍ୟାଙ୍କରେ କାମ କରୁଥିବା ରବିବାର ରାତିରେ ଶପିଂ କରିବା ପରେ ଉପନଗର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ ଅର୍ଡର କରିଥିଲେ ଚିକେନ ହେଲେ ରେଷ୍ଟୁରାଣ୍ଟରେ ଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରିଛି । ପୋଲିସର ସୂଚନାନୁସାରେ, ରବିବାର ରାତିରେ ଅନୁରାଗ ସିଂ ଏବଂ ତାଙ୍କ ବନ୍ଧୁ ଅମିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ପଞ୍ଜାବୀ ଖାଦ୍ୟ ପରିବେଷଣ କରୁଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ। ଉଭୟ ବନ୍ଧୁ ଦୁଇଟି ଥାଳି ଅର୍ଡର କରିଥିଲେ। ଗୋଟିଏ ମଟନ ଥାଳି ପାଇଁ ଏବଂ ଅନ୍ୟଟି ଚିକେନ ଥାଳି ଥିଲା। ଖାଦ୍ୟ ପହଞ୍ଚିବା ପରେ ସିଂ ଚିକେନ ତରକାରୀ ଖାଇବା ଆରମ୍ଭ କରି କହିଥିଲେ। ତେବେ, ଯେତେବେଳେ ସେ ଏକ ଛୋଟ ମାଂସ ଖାଇଲେ, ସେତେବେଳେ ସେ ଅନୁଭବ କଲେ ଏହା ଚିକେନ ନୁହେଁ । ଏହାକୁ ସେ ନିରିଖେଇ ଯାଞ୍ଚ କରିବାରୁ ଏହା ଏକ ଛୋଟ ମୂଷା ବୋଲି ଜଣାପଡିଥିଲା। ସୋସିଆଲ ମିଡିଆ ଏକ୍ସରେ ଆମିନ ଏହି ବିଷୟରେ ଟୁଇଟ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ପ୍ରାରମ୍ଭରେ ଗ୍ରାହକ ଏହାକୁ ଥାଳିରେ କ’ଣ ଅଛି ଜାଣି ନ ଥିଲେ ଏବଂ ସେଥିରୁ କିଛି ଚିକେନ ଭାବି ଖାଇଥିଲେ। ଯେତେବେଳେ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନେ ତାଙ୍କ ନିକଟରେ କ୍ଷମା ମାଗିଥିଲେ, କିନ୍ତୁ ମୂଷା ଖାଇବା ପରେ ଗ୍ରାହକ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରି ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ରେଷ୍ଟୁରାଣ୍ଟର ମ୍ୟାନେଜର ଏବଂ ଦୁଇ ଜଣ କୁକଙ୍କୁ ଗିରଫ କରାଯାଇ ଭାରତୀୟ ପେନାଲ କୋଡର ବିଭିନ୍ନ ବିଭାଗ ଅନୁଯାୟୀ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୨୭୨ (ବିକ୍ରୟ ଖାଦ୍ୟରେ ଅପମିଶ୍ରଣ) ଏବଂ ୩୩୬ (ଜୀବନ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ) ଲାଗୁ କରାଯାଇଛି । ପରେ ସେମାନେ ଜାମିନରେ ଖଲାସ ହୋଇଛନ୍ତି।

  • ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ

    ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ

    ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୫ମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲକୁ ଯାଇ ତାଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ସ୍ମୃତିକୁ ମନେ ପକାଇଥିଲେ ।


    ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଜୀ ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନି ଯିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ । ଅଟଳୀଙ୍କ ପାଇଁ ଓଡ଼ିଶା ପରେ ବର୍ତମାନ ଦେଶର ଏକାଧିକ ରାଜ୍ୟରେ ଏମ୍ସ ହସ୍ପିଟାଲ ନିର୍ମାଣ ହେଉଥିବାରୁ ସାଧାରଣ ଲୋକେ ଚିକିତ୍ସାର ସୁବିଧା ପାଉଛନ୍ତି । ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ ସଡକ କ୍ରାନ୍ତିର ଜନକଭାବେ ପରିଚିତ ।

    ଅଟଜୀ ତାଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତନ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତକୁ ନୂଆ ଦିଶା ଦେଇଛନ୍ତି ଅଟଜୀ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମେଡିକାଲ କଲେଜ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜର ପ୍ରତିଷ୍ଠା ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ୧୯୯୯ ମହାବାତ୍ୟା ପରେ ଓଡିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ ।

    ଗ୍ରାମ ସଡକ ଯୋଜନା, ଗାଁ ଗାଁରେ ମୋବାଇଲ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ । ଭାରବର୍ଷର ଯୁବପିଢୀ ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।


    ଏହି ଅବସରରେ ଏମ୍ସ ମେଡିକାଲ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ମେଡିକାଲ ସୁପରିଟେଣ୍ଡେଂଟ ଡ. ଦିଲୀପ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ହିତେଶ ମହାପାତ୍ର ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତଃ ଅଟଳଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

  • ଘର ଭିତରେ ଚୋରା ମଦ କାରବାର ବେଳେ କାବୁ କଲେ ଗ୍ରାମବାସୀ

    ଘର ଭିତରେ ଚୋରା ମଦ କାରବାର ବେଳେ କାବୁ କଲେ ଗ୍ରାମବାସୀ

    ଦୀର୍ଘ ଦିନରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଚାଲିଥିଲା ଚୋରା ମଦ କାରବାର। ଶେଷରେ ଗ୍ରାମବାସୀ ମେଳି ହୋଇ ଦୁଇ ଚୋରା ମଦ ମାଫିଆଙ୍କୁ କରିଛନ୍ତି କାବୁ। ବହୁ ଦିନରୁ ବଡ଼କୁଳ ଗାଁ ଭିତରେ ଦୁଇ ଚୋରା ମଦ ମାଫିଆ ଚଳାଇଥିଲେ ବେଧଡକ ଭାବେ ମଦ ବେପାର। ଫଳରେ ଗାଁରୁ ସହର ସବୁଠି ଲୋକେ ନିଶାରେ ଉବୁଡୁବ ରହୁଛନ୍ତି ଓ ବିଭିନ୍ନ ନାରକୀୟ କାଣ୍ଡ ଘଟାଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ଅସନ୍ତୋଷ। ଆଉ ବଡ଼କୁଳ ଗାଁ ଲୋକେ ଏକତ୍ରିତ ହୋଇ ମଦ ସହିତ ମଦ ମାଫିଆ ଭଗବାନ ସାମଲ ଓ କନ୍ଧିଆ ବେହେରାଙ୍କୁ କାବୁ କରିଥିଲେ। ସୂଚନା ପାଇଁ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଁଚି ୨ ଜଣକୁ ନିଜ କବଜାକୁ ନେବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

  • କେବଳ ଶୁଭ କାମ, ପୂଜାରେ ବ୍ୟବହାର ହୁଏନି ପାନ, ଏହାର ରହିଛି ଅନେକ ଔଷଧୀୟ ଗୁଣ

    କେବଳ ଶୁଭ କାମ, ପୂଜାରେ ବ୍ୟବହାର ହୁଏନି ପାନ, ଏହାର ରହିଛି ଅନେକ ଔଷଧୀୟ ଗୁଣ

    ପାନ ଆମେ ସମସ୍ତେ ଜାଣିଛେ ତାର ବ୍ୟବହାର । ସମସ୍ତ ଭାରତୀୟଙ୍କ ଘରେ ଏହାର ବ୍ୟବହାର ଅଳ୍ପ ବହୁତ ତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ ।

    ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଖାଲି ସେତିକି ନୁହେଁ ଏହାର ମଧ୍ଯ ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ବି ରହିଛି, ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହିତକର ।

    ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରକୁ ଲାଭ ପହଞ୍ଚାଇବା ସହ କେତେକ ଗମ୍ଭୀର ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ଏହା ଆମ ଶରୀରକୁ ମଧ୍ୟ ରୋଗମୁକ୍ତ କରିଥାଏ ।

    ପାନ ପତ୍ରରେ ଅନେକ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ । ତେବେ ଆସନ୍ତୁ ଜାଣିବା ପାନରେ ଥିବା ଔଷଧୀୟ ଗୁଣ ବିଷୟରେ…

    ପାନ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ । ଏହା ସାଲିଭେରୀ ଗ୍ଲାଣ୍ଡକୁ ସତେଜ କରି ଲାଳ ସୃଷ୍ଟି କରିବାରେ ସହଯୋଗ କରିବା ସହ ଖାଇବା ପଦାର୍ଥକୁ ଛୋଟ ଛୋଟ ଖଣ୍ଡ କରିବା ଭଳି କାମ କରେ ।

    ଯୁବତୀ ଓ ମହିଳାମାନେ ନିୟମିତ ପାନପତ୍ରକୁ ଚୋବାଇ ଖାଇବା ଭଲ । ଏଥିରେ ଥିବା ଆଣ୍ଟି ଡାଇବେଟିସ୍ ତ୍ଵଚାରେ ଭାଙ୍ଗ ପକାଇ ନଥାଏ । ସେହିପରି କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ପାନ ପତ୍ର ଚୋବେଇବା ବେଶ ଭଲ ହୋଇଥାଏ ।

    ପାନରେ ଆଣ୍ଟି ଡାଇବେଟିସ୍ ଗୁଣ ଥିବାରୁ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ । ଯଦି ଆପଣଙ୍କର ଗ୍ୟାସଟିକ ଏବଂ ଅଲସର ସମସ୍ୟା ରହିଛି ତେବେ ଆପଣ ପାନ ଖାଇବା ଉଚିତ୍‌ । ପାନ ପତ୍ରରେ ଏମିତି କିଛି ଔଷଧିୟ ଗୁଣ ଅଛି ଯାହା ବେକ୍ଟେରିଆର ପ୍ରଭାବକୁ କମ କରିବାରେ ସହଯୋଗ କରିଥାଏ ।

    ଯଦି ଆପଣଙ୍କ ଆଖି ଲାଲ ହେଉଛି, ତେବେ ଆପଣ ପାନ ପତ୍ରର ଉପଯୋଗ କରିପାରିବେ । ଏଥିପାଇଁ ପାନ ପତ୍ରକୁ ପାଣିରେ ଫୁଟାନ୍ତୁ । ଆଉ ସେହି ଫୁଟା ପାଣିରେ ଆଖିକୁ ଧୁଅନ୍ତୁ । ଏପରି କିରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

    ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରର ପେଷ୍ଟକୁ ମଥାରେ ଲଗାଇ ଶୁଖିଲା ପରେ ଧୋଇଦେବେ । କିଛି ସମୟ ମଧ୍ୟରେ ଦେଖିବେ ମୁଣ୍ଡା ବିନ୍ଧା କମିଯିବ । ସେହିପରି ପାନକୁ ଆମେ ଆଣ୍ଟିସେପ୍ଟିକ ରୂପେ ବ୍ୟବହାର କରିପାରିବା ।

    ଯଦି ଆପଣଙ୍କ ଶରୀରରେ କୌଣସି କୌଣସି କ୍ଷତ ହୋଇଛି ତେବେ ଉକ୍ତ ସ୍ଥାନରେ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଆରାମ ମିଳିଥାଏ । ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ । ପାନରେ ଥିବା ଏନାଲଜେସିକ୍‌ ଗୁଣ ମୁଣ୍ଡ ବିନ୍ଧା ଦୂର କରେ ।

  • ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୯ ଟି ନାଗ ସାପ ।ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର କରାଯାଇଛି ୨୯ ଟି ନାଗ ସାପ । ଏହି ମାମଲାରେ ୩ ଜଣଙ୍କୁ ଅଟକ ଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା,। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା ସୁଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଥିଲେ । ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରାଯାଇଥିବା କହିଛନ୍ତି । ଏହି ରେଡ ସମୟରେ ୨୯ ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ତେବେ ଏହି ରାକେଟରେ ଆହୁରି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

  • କମିଲା ସୁନା ଦର

    କମିଲା ସୁନା ଦର

    ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୫୧୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୭୦୦ଟଙ୍କା ଓ ୫୯,୬୬୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୫୦ଟଙ୍କା ଓ ୫୯,୫୧୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୨,୮୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।ରେକର୍ଡ ହୋଇଛି।

  • ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

    ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।

    ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

    ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।