Month: August 2023

  • ଜନସାଧାରଣଙ୍କ ପଇସାକୁ ଲୁଟିଖାଉଛନ୍ତି JE ମନୋଜ ନାୟକ !

    ଜନସାଧାରଣଙ୍କ ପଇସାକୁ ଲୁଟିଖାଉଛନ୍ତି JE ମନୋଜ ନାୟକ !

    ଭୁବନେଶ୍ୱର : ଭୁବନେଶ୍ୱରକୁ ସରସ ସୁନ୍ଦର କରିବାପାଇଁ ସରକାର ବିଡିଏ ବିଏମସିକୁ କୋଟିକୋଟି ଟଙ୍କା ମଂଜୁର କରୁଛନ୍ତି । ମାତ୍ର ସିଆରପି ଛକରେ କାମ ହେଉଥିବା ମୋ ବସ ଯାତ୍ରୀ ବିଶ୍ରାମ ସ୍ଥାନ ପାଖରୁ ସିଆରପି ଛକ ରାସ୍ତା କଡ଼ରେ ଲାଗୁଛି ପୁରୁଣା ପେଭର ବ୍ଲକ୍ । ଜନସାଧାରଣରେ ଚର୍ଚ୍ଚା କି ସରକାର ଉନ୍ନତି କରିବା ପାଇଁ ଭୁବନେଶ୍ୱର ଭଳି ଜାଗାରେ ନୂତନ ସବୁ ପଦାର୍ଥ ଲାଗିବାପାଇଁ ଅନୁମତି ଥିବାବେଳେ ପ୍ରଶ୍ନ ଉଙ୍କିମାରିବା ସ୍ୱାଭାବିକ କି ଏପରି ନିର୍ମାଣ କାମ ତଦାରଖ କରୁଥିବା ଉକ୍ତ ଡିଭିଜନର ଜୁନିଅର ଇଞ୍ଜିନିୟର ମନୋଜ ନାୟକ କେମିତି ସ୍ୱୀକୃତି ଦେଲେ ତାହା ଚିନ୍ତାର ବିଷୟ ସାଜିଛି । କାରଣ ଭୁବନେଶ୍ୱରର ରାସ୍ତାପାର୍ଶ୍ଵ କେମିତି ସୁନ୍ଦର ହେବ ତାହା ସରକାର ଚିନ୍ତା କରୁଛନ୍ତି । ମାତ୍ର JE ମନୋଜ ନାୟକଙ୍କୁ ଦେଖାଗଲାନି କେମିତି ରାଜରାସ୍ତା କଡରେ କେମିତି ଲାଗୁଛି ପୁରୁଣା ପେଭର ବ୍ଲକ୍ ? ତେବେ ନୂଆ ନିର୍ମାଣ ବେଳେ ପୁରୁଣା ସମାଗ୍ରୀ ବ୍ୟବହାର କରିବା କେତେଦୂର ଠିକ ତାହା ଜନସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି । ସାଧାରଣରେ ଚର୍ଚ୍ଚା JE ମନୋଜ ନାୟକ ମଧ୍ୟ ଏହି ଦୁର୍ନୀତିରେ ସାମିଲ ହୋଇଛନ୍ତି ।

    ସେପଟେ ସିଆରପି ଠୁ ଜୟଦେବ ବିହାର ଯିବାକୁ ଥିବା ପ୍ରଥମ ମୋ ବସ ଷ୍ଟାଣ୍ଡ ପାଖରେ ନିମ୍ନ ମାନର R&D ବିଭାଗ କାମ କରୁଥିବା ଖବର ପାଇ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାଶ ଆଜି ସିଆରପି ଛକରେ ପହଂଚିଥିଲେ । ଏବଂ R&D ବିଭାଗର JE ମନୋଜ ନାୟକ କାମକୁ ତଦାରଖ କରୁଛନ୍ତି ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ସହିତ ଫୋନରେ କଥାହୋଇ 75 ମିଟର କାମ ହୋଇଥିବା ପୁରୁଣା ପେଭର ବ୍ଲକ୍ ତୁରନ୍ତ କାଢି ନୁଆ ଲଗେଇବାକୁ ତାଗିଦ କରିଥିଲେ । ମେୟର କହିଥିଲେ ସରକାର ଭୁବନେଶ୍ୱରକୁ ସୁନ୍ଦର କରିବାକୁ 100 କୋଟି ଦେଇଛନ୍ତି ମାତ୍ର JE ମନୋଜ ନାୟକ କାହା ସାହସରେ ନୂଆ ବଦଳରେ ପୁରୁଣା ଜିନିଷ ଲଗାଉଛନ୍ତି, ଜନସାଧାରଣଙ୍କ ପଇସାରେ ଭୁବନେଶ୍ୱରର ଉନ୍ନତି କାର୍ଯ୍ୟ ଚାଲୁ ରହିଛି ।

  • ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

    ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

    ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା, ରାକେଟର ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ। ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ପୂର୍ବରୁ ଏହି ମାମଲାରେ ଏସଟିଏଫ୍ ନକଲି ସରକାରୀ RTI ଅଧିକାରୀ କିଶୋର ମିଶ୍ରକୁ ଗିରଫ କରିଥିଲା।

    ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ବାସିନ୍ଦା, କିନ୍ତୁ ଭୁବନେଶ୍ୱରରେ ରୁହେ। ପେସାରେ ମଦ ବେପାରୀ। କାହ୍ନୁ ର ଏକ ବିଦେଶୀ ମଦ ଦୋକାନ ରହିଛି । ସେ ଏହାର ମାଲିକ। ଏହା ସହ କାହ୍ନୁ ଏକ ଗ୍ରାଜୁଏଟ୍ । କାହ୍ନୁ ଚରଣ ପ୍ରଧାନ ନାମରେ ପ୍ରଥମେ ଏକ ମାମଲା କୋରାପୁଟରେ ଅଛି। ପରେ ଏସଟିଏଫକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଅତୀତରେ କାହ୍ନୁ ଚରଣ ବିରୋଧରେ ଅନେକ ମାମଲା ବି ରହିଛି। ସେ ଅତି କମରେ ଚାରିଟି ଠକେଇ ମାମଲାରେ ଜଡ଼ିତ ଥିବା ଜଣା ପଡିଛି। ଅନେକ ସାଧାରଣ ଲୋକ କାହ୍ନୁର ନାଁକୁ ସଚିବ / ଅତିରିକ୍ତ ସଚିବ ଇତ୍ୟାଦି ଭାବରେ ନିଜ ମୋବାଇଲରେ ଷ୍ଟୋର୍ କରିଥିବା ଜଣାଯାଇଛି।

    ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନଠାରୁ ଦାମି ମୋବାଇଲ୍ ଫୋନ୍, ଜାଲ୍ ସରକାରୀ ବିଜ୍ଞପ୍ତି / ଅର୍ଡର ଆଦି ଅପରାଧିକ ଦଲିଲ ଜବତ କରାଯାଇଛି। କିଛି ଖବରକାଗଜରେ କିଛି ନକଲି ଚାକିରି ବିଜ୍ଞାପନ ପ୍ରକାଶ କରି ସେ ଠକୁଥିଲା। ସେପଟେ କାହ୍ନୁର ସହଯୋଗୀ କିଶୋର ମିଶ୍ର ନିଜକୁ ଜଣେ ସୂଚନା ଅଧିକାର କର୍ମୀର ପରିଚୟ ଦେଇ ତାର ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ଅଛି କହି କ୍ରସର ଲାଇସେନ୍ସ, ମଦ ଲାଇସେନ୍ସ, ସ୍ଥାନାନ୍ତର / ପୋଷ୍ଟିଂ ଆଦି ମାମଲାରେ କୋଟିକୋଟି ଟଙ୍କା ଠକେଇ କରିଥିବା ଜଣାଯାଇଛି। ତାର ଆକାଉଣ୍ଟରୁ କୋଟି କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାଯାଇଛି। ସେ ଥାଇଲ୍ୟାଣ୍ଡକୁ ପଳାଇ ଯାଇଥିଲା। ନିକଟରେ ଓଡ଼ିଶା ଫେରିଥିଲା। ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଏହା ସହ ଗତ ଚାରି ବର୍ଷ ମଧ୍ୟରେ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ନେଣଦେଣ ହୋଇଛି ତାହା ଜାଣିବା ପାଇଁ RBI କୁ ଚିଠି ଲେଖିଛି STF।

  • ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗ ବେରୋଜଗାର

    ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗ ବେରୋଜଗାର

    ଏକ ଆକଳନ ଅନୁସାରେ ୧୬ ରୁ ୨୪ ବର୍ଷ ବୟସର ୨୧.୩ ପ୍ରତିଶତ ଯୁବକ କେବଳ ଜୁନ ମାସରେ ଚାଇନାରେ ବେକାର ହୋଇଯାଇଛନ୍ତି।

    ଚାଇନାରେ ବର୍ତମାନ ଯୁବକମାନଙ୍କର ବଡ଼ ସମସ୍ୟା ହେଉଛି ରୋଜଗାର, କାରଣ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍କ ଆଖିରୁ ରାତିର ନିଦ ହଜି ଯାଇଛି। ଏକ ଆକଳନ ଅନୁସାରେ ୧୬ ରୁ ୨୪ ବର୍ଷ ବୟସର ୨୧.୩ ପ୍ରତିଶତ ଯୁବକ କେବଳ ଜୁନ ମାସରେ ଚାଇନାରେ ବେକାର ହୋଇଯାଇଛନ୍ତି। ଏହି ସଂଖ୍ୟା ପ୍ରତି ମାସରେ ରେକର୍ଡ ସ୍ତରରେ ପହଞ୍ଚୁଛି । ଶନିବାର ବେଜିଂରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ଲୋକମାନେ ଚ୍ୟାଲେଞ୍ଜିଂ ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। ଦେଶରେ କୋଭିଡ ପରବର୍ତ୍ତୀ ମନ୍ଥରତାକୁ ସୂଚାଇ ଚାଇନା ଗତ କିଛି ମାସ ମଧ୍ୟରେ ଅନେକ ସୂଚକ ପ୍ରକାଶ କରିଛି। କୁହାଯାଉଛି କମ ଗ୍ରାହକଙ୍କ ଚାହିଦା ଯୋଗୁ କମ୍ପାନୀଗୁଡିକ ଲୋକଙ୍କୁ ନିଯୁକ୍ତି ଦେଉନାହାଁନ୍ତି।

  • ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ରାଜଧାନୀରେ ଛାଞ୍ଚଲ୍ୟ..


    ମଞ୍ଚେଶ୍ବର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରିଛି।  ଯୁବକ ଜଣକ ବେକରେ ଗାମୁଛା ଦେଇ ଫ୍ୟାନ୍‌ରେ ଝୁଲି ପଡିଥିବା ଜଣାପଡ଼ିଛି। ପୁଲିସ କବାଟ ଭାଙ୍ଗି ଭିତରକୁ ପଶି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନା ଦୀପକ ଦାସ (୨୬)। ଘର କେନ୍ଦ୍ରାପଡା ଅଞ୍ଚଳର ରାଜକନିକା। ସେ ଏସ୍‌ବିଆଇ ଫାଇନାନ୍ସରେ କାମ କରୁଥିଲେ। ପ୍ରାଚୀବିହାର ଅଞ୍ଚଳରେ ରୁମ ଭଡ଼ା ନେଇ ରହୁଥିଲେ। ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ତାଙ୍କର ରୁମ୍‌ ମେଟ୍‌ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧର କରିଛି।

  • ୪୦ ଦିନ ପରେ ବି ପୋଲିସ ହାତ ଖାଲି, ଝିଅ ପାଇଁ ବାପା ମାଙ୍କ ଆଖିରେ ଶୁଖୁନି ଲୁହ

    ୪୦ ଦିନ ପରେ ବି ପୋଲିସ ହାତ ଖାଲି, ଝିଅ ପାଇଁ ବାପା ମାଙ୍କ ଆଖିରେ ଶୁଖୁନି ଲୁହ

    ସେ ଥିଲା ପାପା କି ପରି । ଘରର ଲାଡଲି । ସେ ଜନ୍ମ ହେବା ପରେ ଘରେ ଖେଳିଯାଇଥିଲା ଖୁସିର ଲହରୀ । ବାପା ମାଙ୍କର ଆନନ୍ଦର ସୀମା ନଥିଲା । ଶସିକଳା ପରି ବଢିଥିଲା ସେ । ହେଲେ ଆଜି ତା ବିନା ଘର ଖାଁଖାଁ ଲାଗୁଛି… ଶୂନଶା ସବୁକିଛି । ଦିନେ ହସଖୁସିରେ ଥିବା ଏହି ପରିବାରେ ଆଜି ଖେଳିଯାଇଛି ବିଷାଦର କଳା ବାଦଲ । ଦିର୍ଘ ୪୦ ଦିନ ହେଲାଣି ନିଖୋଜ ରହିଛି ନାବାଳିକା । 40 ଦିନ କାଳ ଥାନାକୁ ଦଉଡିବା ପରେ ମଧ୍ୟ ମିଳୁନି ତାର ସନ୍ଧାନ । ହେଲେ ଆଶା ହାରିନାହାନ୍ତି ବାପା ମା । ଭୃକ୍ଷେପ କରିନାହାନ୍ତି ସେମାନେ ସମାଜର କଟାକ୍ଷ । ନିଜ ଝିଅର ସନ୍ଧାନ ନେବା ପାଇଁ ଅଣ୍ଟା ଭିଡି ବାହାରିଛନ୍ତି । ବାପା ମାଙ୍କ ସ୍ନେହ ସାମ୍ନାରେ କେବଳ ପ୍ରଶାସନିକ ଉଦାସିତା ବାଧା ସାଜିଛି ।

    ନାବାଳିକା ଅପହରଣ ଘଟଣାକୁ ବିତିଛି ୪୦ ଦିନ, ହେଲେ ପୋଲିସ ହାତ ଖାଲି। ଥାନାରେ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତର ଟେର ପାଉନି ପୋଲିସ। ଏମିତି ଘଟଣା ରାଜ୍ୟର କୌଣସି ଦୁର୍ଗମ ଇଲାକାର ନୁହେଁ, ଖୋଦ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳର। ଶେଷରେ ହତାଶ ବାପା ମା ଶନିବାର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଏଠାରେ ନାବାଳିକାର ଅପହରଣକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଯଦି ତାଙ୍କୁ ଅପହରଣ କରାଯାଇଛି, ତେବେ ସେହି ସମୟରେ କେହି ଜାଣିପାରିଲେ ନି କେମିତି । ତାଙ୍କୁ ଉଠାଇ ନେଲା ବେଳେ ସେ ଜୋରରେ ପାଟି କରି ଲୋକଙ୍କୁ କହିଲାନି କାହିଁକି । ତେଣୁ ଏହା ଅପହରଣ ନା ଏଥିରେ ସେହି ଝିଅ ସହମତି ରହିଛି ତାହା ସନ୍ଦେହ ସୃଷ୍ଟି କରିଛି ।

    ସେପଟେ ଭୁବନେଶ୍ୱର କମିଶନରେଟ ପୋଲିସ ନିଜ କାର୍ଯ୍ୟଦକ୍ଷତା ପାଇଁ ପିଠି ନିଜେ ଥାପୁଡାଉଛି । ଅନ୍ୟପଟେ ସିପି ନିୟନ୍ତ୍ରଣାଧୀନ ଅଞ୍ଚଳରୁ ଜଣେ ନାବାଳିକା ଅପହରଣ ଘଟଣାକୁ ୪୦ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ। ପୋଲିସ ପ୍ରଶାସନର ଏପରି ସମ୍ବେଦନହୀନତା ଭୁବନେଶ୍ୱରବାସୀଙ୍କ ମନରେ ସୃଷ୍ଟି କରୁଛି ଅନେକ ପ୍ରଶ୍ନବାଚୀ। ରାଜଧାନୀର ମହିଳା ଅସୁରକ୍ଷିତ ମଣୁଛନ୍ତି ନିଜକୁ ।

  • ହୃଦଘାତରେ ଯୁବ ଅଭିନେତାଙ୍କ ପରଲୋକ

    ହୃଦଘାତରେ ଯୁବ ଅଭିନେତାଙ୍କ ପରଲୋକ

    ସିନେ ଜଗତରେ ସତେ ଯେମିତି ଦୁଃଖର ପାହାଡ଼ ଢଳି ପଡିଛି, କାହିଁକିନା କ୍ରମାଗତ ଭାବେ ଦୁଃଖଦ ଖବରମାନ ସାମ୍ନାକୁ ଆସୁଛି। କିଛିଦିନ ହେବ ହୃଦଘାତର ଶିକାର ହେବା ହେତୁ କଳାକାରଙ୍କ ମୃତ୍ୟୁ ହେଉଥିବାର ଖବର ମିଳୁଛି। ନିକଟରେ ହୃଦଘାତର ଶିକାର ହୋଇ କନ୍ନଡର ଲୋକପ୍ରିୟ ଅଭିନେତା ପୁନିଥ ରାଜକୁମାରଙ୍କ ପରଲୋକ ‌ହୋଇଥିଲା। ଏହି ଦୁଃଖ ଖବରକୁ ଲୋକେ ଭୁଲି ନଥିବା ବେଳେ ପୁଣିଜଣେ କଳାକାରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଉଭୟ ହିନ୍ଦୀ ଓ ତାମିଲ ଟେଲିଭିଜନରେ ଅଭିନେତା ଭାବେ କାମ କରୁଥିବା ପବନ ସିଂହ ହୃଦଘାତର ଶିକ‌ାର ହୋଇଥିଲେ। ଫଳରେ ଅଗଷ୍ଟ ୧୮ ତାରିଖରେ ପବନ ସିଂହ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ୨୫ବର୍ଷ ବୟସର ପବନ ଆଗକୁ ଅନେକ କିଛି କାମ କରିବା ପାଇଁ ଯୋଜନା ରଖିଥିଲେ। ସେସବୁ ଅଧାରେ ରହିଗଲା ବୋଲି ଅଭିନେତାଙ୍କ ପରିବାରଲୋକେ କହିଛନ୍ତି।

    ପବନ ସିଂହଙ୍କ ହଠାତ ଏଭଳି ମୃତ୍ୟୁ ଖବରକୁ ଶୁଣି ଅଭିନୟ ଦୁନିଆ ସହିତ ଜଡ଼ିତ ଥିବା ସମସ୍ତ କଳାକାର ସ୍ତବ୍ଧ ‌ହୋଇଯିବା ସହିତ ଅଭିନେତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପବନଙ୍କ ମୃତ୍ୟୁ ଖବରକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହା ଗୁଜବ ହୋଇଥାଉ ବୋଲି କେହିକେହି କହୁଛନ୍ତି ।କିଛିଦିନ ତଳେ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ଯାଇଥିବା ବେଳେ ହୃତଘାତର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

  • ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ରଜନୀ ଭୋଇ ବୟସ ଚାଳିଶି ଘର ଯୁଜୁମୁରା ବ୍ଲକ ଜାମତାଲ ଗାଁରେ, ଶିକ୍ଷାର ଗୁରୁତ୍ବକୁ ବୁଝିଥିବା ରଜନୀ ଅର୍ଥାଭାବରୁ ପାଠ ଠାରୁ ଦୂରେଇଯାଉଥିବା ଛାତ୍ରାଛାତ୍ରୀଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ବଡ଼ ପ୍ରୟାସ କରିଛନ୍ତି । ଗାଁର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହିତ ସେ ଏବେ ତାଙ୍କ ଗାଁରେ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି।ସେ ସ୍ବେଚ୍ଛାସେବୀ ସଂଗଠନ ‘ଶିକ୍ଷା’ର ଜଣେ ସଦସ୍ୟ ହୋଇଥିବା ବେଳେ ପ୍ରଥମେ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପାଠପଢ଼ା ସହିତ ନୃତ୍ୟ, ଗୀତ, ଅଭିନୟ, କ୍ରୀଡ଼ା ମଧ୍ୟ ସେ ଶିଖାଇଥାନ୍ତି। ଫଳରେ ଶିଶୁମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ହୋଇପାରୁଛି। ପିଲାମାନଙ୍କୁ ସ୍ବେଚ୍ଛାସେବୀ ସଂଗଠନ ଆଡୁ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେ ପ୍ରତିଦିନ ସକାଳ ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି।

  • ଖାଇକୁ ଖସିପଡିଲା ସେନା ଗାଡି,୯ ଯବାନ ମୃତ

    ଖାଇକୁ ଖସିପଡିଲା ସେନା ଗାଡି,୯ ଯବାନ ମୃତ

    ଶନିବାର ସନ୍ଧ୍ୟାରେ ଲଦାଖରେ ଏକ ସେନା ଗାଡି ସୈନ୍ୟବାହିନୀର ଏକ ଗାଡ଼ି ନଦୀକୁ ଖସିପଡିବାରୁ ​​ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦକ୍ଷିଣ ଲଦାଖର ନିଓମାସ୍ଥିତ କିଆରି ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ନେତା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୫ ଟ୍ରକ୍ ଏକା ସାଙ୍ଗରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିଥିବା ଟ୍ରକ୍‌ରେ ୧୦ ଜଣ ଯବାନ ଥିଲେ । ସହିଦ ମାନଙ୍କ ମଧ୍ୟରେ ଜଣେ ଜୁନିଅର କମିସନ୍ ଅଫିସର(ଜେସିଓ) ଏବଂ ଆଠ ଜଣ ସାଧାରଣ ଯବାନ ରହିଥିଲେ, ଯେଉଁ ମାନଙ୍କର ମୃତ ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସେନା ପକ୍ଷରୁ ବଡ଼ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କାରୁରୁ କିୟାରୀ ଆସୁଥିଲେ। ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    1. NB SUB RAMESH LAL
    2. HAV MAHENDRA SINGH
    3. HAV VIJAY KUMAR
    4. NK N CHANDRA SEKHAR
    5. NK TEJPAL
    6. GNR MAN MOHAN
    7. GNR ANKIT
    8. GNR TARANDEEP SINGH
    9. GNR VAIBHAV