Month: July 2023

  • ନାଚୁ ନାଚୁ ମାଲିକାଣିଙ୍କୁ ନଚେଇ ଚାଲିଗଲା

    ନାଚୁ ନାଚୁ ମାଲିକାଣିଙ୍କୁ ନଚେଇ ଚାଲିଗଲା

    ପେଶାରେ ଜଣେ ଡ୍ୟାନ୍ସର । କିନ୍ତୁ ତାଙ୍କ କାଣ୍ଡ ଯଦି ଆପଣ ଶୁଣିବେ ଆପଣ ମଧ୍ୟ ଚକିତ ହୋଇଯିବେ । ନିଜେ ନାଚୁ ନାଚୁ ମାଲିକାଣିଙ୍କୁ ମଧ୍ୟ ନଚେଇ ଦେଇ ଚାଲିଗଲା ଡ୍ୟାନ୍ସର। ମେଲୋଡି ପାଟି ମାଲିକାଣିଙ୍କ ଘରେ ରହି କଳାକନା ବୁଲାଇ ଫେରାର ହୋଇଯାଇଥିଲେ ଏହି ମହିଳା ଡ୍ୟାନ୍ସର। ଖାଲି ସେତିକି ନୁହେଁ ଚୋରୀ ଜିନିଷ ଫେରାଇବା ପାଇଁ ଫୋନ କଲେ କିନ୍ତୁ ନିଜେ ଗାଏବ ହୋଇଗଲେ । ଏଭଳି ଘଟଣା ଘଟିଛି ପାଟକୁରା ଥାନା ପୁନ୍ଦାଳ ସ୍ଥିତ ବାଦଲ ଡ୍ୟାନ୍ସ ଗ୍ରୁଫର ମାଲିକାଣି ମଞ୍ଜୁଲତା ନାୟକ ଙ୍କ ଘରେ । ସୁପ୍ରଭା ଦାସ(ପାପାଲୀ) ମଞ୍ଜୁଲତା ଙ୍କ ଘରେ ରହି ନୃତ୍ୟ ଶିଖୁଥିଲେ। ଗତ ଶୁକ୍ରବାର ଦିନ ସୁଯଗ ଦେଖି ଘର ଲୋକ ଙ୍କ ଆଖି ଆଢୁଆଳ ରେ ଗଡ଼ରେଜ ଭାଙ୍ଗି ପଈଁଚାଳିଶି ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ପିନ୍ଧା ବସ୍ତ୍ର ଓ ଡ୍ୟାନ୍ସ କଷ୍ଟିଉମ ଆଦି ନେଇ ନିଜ ପୁରୁଷ ବନ୍ଧୁ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପରେ ପୁଣି ଫୋନ କରି ଚୋରି କରିଥିବା ଜିନିଷ ଫେରାଇ ଦେବ ବୋଲି ମାଲିକ କୁ ପ୍ରତିଶୃତି ଦେଇ ଗରା ପୁର ଛକ କୁ ଡାକି ଥିଲା। କିନ୍ତୁ ସେ ସ୍ଥାନ କୁ ଯିବା ପରେ ସେଠାରେ କେହି ନଥିବା ବେଳ ପରବର୍ତୀ ମୁହୂର୍ତ୍ତ ରେ ମାଲିକାଣି ମଞ୍ଜୁଳତା ନାୟକ ସୁପ୍ରଭା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଶ୍ୟାମସୁନ୍ଦର ପୁର ଅଞ୍ଚଳରେ ପାଇଥିଲେ । ଏବଂ ସଙ୍ଗେ ସଙ୍ଗେ ସଦର ଥାନା ତାଙ୍କୁ ଜିମା ଦେଇଥିଲେ । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।

  • ସ୍ୱାମୀର ଜୀବନ ନେଲା ସ୍ତ୍ରୀ

    ସ୍ୱାମୀର ଜୀବନ ନେଲା ସ୍ତ୍ରୀ

    ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ୨ଜଣଙ୍କୁ ଉଦ୍ଧାର କରି ପୋଲିସ ଅଟକ ରଖିଛି । ତେବେ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ଅଘଟଣ ।

    ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା । ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ । ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିଲା । ସ୍ତ୍ରୀ ସଞ୍ଜୁଲତା ସ୍ୱାମୀ ସୁରେଶକୁ ଛୁରିରେ ଭୁସି ଦେଇଥିଲା । ଏଥିରେ ତାକୁ ନାବାଳକ ପୁଅ ସହଯୋଗ କରିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ସୁରେଶର ମୃତ୍ୟୁ ଘଟିଥିଲା ।

    ଗ୍ରାମବାସୀଙ୍କ କହିବା ଅନୁଯାୟୀ ସୁରେଶ ମହଲାଙ୍କ ସ୍ତ୍ରୀ ସଂଜୁଲତା ମହଲା ଓ ନାବାଳକ ପୁଅ ସହ ରହୁଥିଲେ । ଆଜି ଭୋରୁ ଭୋରୁ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ । ପରେ ସେ ରାସ୍ତାରେ ପଡ଼ି ଯାଇଥିଲେ । ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ । ପରେ ସୁରେଶର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଜଣାଯିବା ପରେ ଗ୍ରାମବାସୀ ଉଭୟ ମା ଓ ପୁଅକୁ ଗଛରେ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ ।

  • ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷର ଲାଭାଂଶ ବାବଦରେ ୫ କୋଟି ୨ ଲକ୍ଷ ୬୬ ହଜାର ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି ।

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଲିମିଟେଡ ଏକ ରୌପ୍ୟ ବର୍ଗର ସାର୍ବଜନୀକ କ୍ଷେତ୍ରର ରାଜ୍ୟ ସରକାରଙ୍କ ଉଦ୍ୟୋଗ, ଯାହାକି କ୍ଷୁଦ୍ରଶିଳ୍ପର ପ୍ରତିଷ୍ଠା, ପ୍ରଚାର ଏବଂ ପ୍ରସାର ନିମନ୍ତେ ଅଂଗୀକାରବଦ୍ଧ । ସରକାରଙ୍କ ନିମନ୍ତେ ବିଭିନ୍ନ ସାମଗ୍ରୀର କ୍ରୟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ତଥା ନିର୍ମାଣ କାର୍ଯ୍ୟରେ ନିଜର ଅବଦାନ ମଧ୍ୟ ଦେଇଆସୁଅଛି।
    
    
    ଏତଦ୍ବ୍ୟତୀତ କମ୍ପାନୀ ମାନଙ୍କର ସାମାଜିକ ଦାୟିତ୍ବ ପାଣ୍ଠିର ସୁବିନିଯୋଗରେ ସ୍କୁଲ ନିର୍ମାଣ, ପଶୁଧନ କେନ୍ଦ୍ର ନିର୍ମାଣ, ସ୍କୁଲ ଉପକରଣ କ୍ରୟ, ଜଳ ବିଶୋଧନ ଉପକରଣ କମ୍ପ୍ୟୁଟର କ୍ରୟ, ଫ୍ରିଜ ତଥା ବିଭିନ୍ନ କ୍ରୟ ମୋ ସ୍କୁଲ ଅଭିଯାନ। ଆଜି ବିଭିନ୍ନ କଲ୍ୟାଣ ଓ ବିକାଶ କାର୍ଯ୍ୟକ୍ରମ ମଧ୍ୟ ନିଗମ ପକ୍ଷରୁ କରାଯାଉଅଛି ।
  • ଆମ ଓଡିଶା ଓ ଆଞ୍ଚଳିକ  ଡ୍ରାଇଭର ମହାସଂଘ ଓରବରସିଂ ପଞ୍ଚାୟତ ପକ୍ଷରୁ ରକ୍ତଦାନ  ଶିବିର

    ଆମ ଓଡିଶା ଓ ଆଞ୍ଚଳିକ  ଡ୍ରାଇଭର ମହାସଂଘ ଓରବରସିଂ ପଞ୍ଚାୟତ ପକ୍ଷରୁ ରକ୍ତଦାନ  ଶିବିର

    ସମ୍ବାଦ-ଆମ ଓଡିଶା ଓ ଡ୍ରାଇଭର ମହାସଂଘ ଓ ରବରସିଂ ପଞ୍ଚାୟତର  ମିଳିତ ଆନୁକୂଲ୍ୟରେ ଗାନ୍ଧୀକୁଟୀର ସମ୍ମୁଖ ଗୋସେବା କେନ୍ଦ୍ର ଠାରେ  ଆଜି ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଦୟାନିଧି ବେହେରା ଓ ଡ୍ରାଇଭର ମହାସଂଘର ସଭାପତି ବସନ୍ତ ଜୟସିଂ ପ୍ରଥମେ ରକ୍ତଦାନକରି ଶିବିରର ଉଦଘାଟନ କରିଥିଲେ । ଅତିଥିଭାବେ ବିଜେଡିର ରାଜ୍ୟ ମହିଳା ବରିଷ୍ଠ ଉପ-ସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ରକ୍ତଦାନ ମହାନ ଦାନ । ତେଣୁ ସମ୍ବାଦ-ଆମ ଓଡିଶା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିବା ସହ ସ୍ଵେଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

    ଏହି ଶିବିରରୁ ମୋଟ ୧୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଖୋର୍ଦ୍ଧା ବ୍ଲଡ଼ବ୍ୟାଙ୍କର ଡାକ୍ତର ସୌରଭ ରାୟ, ଏଲଟି ଅରୁଣ କୁମାର ସାହୁ, ଝାନ୍ସୀରାଣୀ ପାତ୍ର, ଅନିରୁଦ୍ଧ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବାଦ-ଆମଓଡ଼ିଶା ଭୁବନେଶ୍ୱର ସଂସ୍କରଣର ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ସଙ୍ଘର ସଭାପତି ବସନ୍ତ ଜୟସିଂ, ସଙ୍ଘର ସଂଯୋଜକ ଗୁଲା ସିଂ, ଦୁର୍ୟୋଧନ ଜୟସିଂ, , ଜାପାନୀ ମହାପାତ୍ର, କୃଷ୍ଣ ଚନ୍ଦ୍ର ସୁନ୍ଦରାୟ, ସୁବାସ ଚନ୍ଦ୍ର ସାମନ୍ତସିଂହାର, , ରବୀନ୍ଦ୍ର ସାମନ୍ତସିଂହାର, ବଳରାମ ଛୋଟରାୟ, , ପ୍ରଶାନ୍ତ ବଳିୟାରସିଂ, ଅବନୀ ବେହେରା, ପ୍ରଦୀପ ଦାସ, ଆନନ୍ଦ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

    ଶେଷରେ ନିରାକାରପୁର ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ଆମଓଡ଼ିଶାର ସଂଯୋଜକ ଉମେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵେଛାକୃତ ରକ୍ତଦାତା ଜୀବନ ଦାତା :ବସନ୍ତ ଜୟସିଂ,ଦୟାନିଧି ବେହେରା, ସଂଗ୍ରାମ କେଶରୀ ସାମନ୍ତରାୟ, ସୁଶୀଲ ମଙ୍ଗରାଜ, ଆଶିଷ ସାମନ୍ତରାୟ, ଚିରଂଜିବୀ ରାଉତରାୟ, ସୌମ୍ୟ ରଞ୍ଜନ ସାମନ୍ତରାୟ, ବିଶାଳ ବଳିୟାରସିଂହ, ଦୀନବନ୍ଧୁ ପ୍ରଧାନ, ନିହାର ରଞ୍ଜନ ଜୟସିଂ, ବିଷ୍ଣୁ ଚରଣ ଭୋଳ, ସୁରେଶ ସୁନ୍ଦରାୟ, ରଞ୍ଜନ କୁମାର ବଳିୟାରସିଂହ, ପ୍ରଦୀପ କୁମାର ଦାସ, ସୁନୀଲ ରାଉତରାୟ, ଅରଣ୍ୟ ବେହେରା, ଅବନୀ ବେହେରା ।

  • କିନ୍ନରଙ୍କୁ ବାହାହେଲେ ଯୁବକ

    କିନ୍ନରଙ୍କୁ ବାହାହେଲେ ଯୁବକ

    ଇନଷ୍ଟାଗ୍ରାମରେ ଚିହ୍ନା ପରିଚୟ । ଚାଟିଂ କରୁ କରୁ କିନ୍ନରଙ୍କ ପ୍ରେମରେ ପଡିଗଲେ ପାଟନାର ରବି କୁମାର । ଇନଷ୍ଟାରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ନିବିଡ ହେଲା । ପରିବାର, ସମାଜକୁ ଖାତିର ନକରି ମନ୍ଦିରରେ ପ୍ରେମିକା ଆଧିକାଙ୍କୁ(କିନ୍ନର) ବିବାହ କଲେ । ହେଲେ ଏହି ନିଆରା ଲଭଷ୍ଟୋରୀରେ ଏବେ ଭିଲିଆନ ସାଜିଛନ୍ତି ରବିଙ୍କ ଘର ଲୋକେ । କିନ୍ନରଙ୍କୁ ବୋହୂ ଭାବେ ଗ୍ରହଣ ତ କରୁନାହାନ୍ତି ଓଲଟା ପୁଅକୁ ମାରପିଟ୍ କରିବା ସହ ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚୁଛନ୍ତି । ଯାହାଫଳରେ ହତାଶ ହୋଇ ଶେଷରେ ନିଜର ପତ୍ନୀଙ୍କୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ରବି ।

    ବିହାର ରାଜଧାନୀ ପାଟନା ଅନ୍ତର୍ଗତ ଆର୍ଯ୍ୟ ସମାଜ ରୋଡ ଅଞ୍ଚଳରେ ରହୁଥିବା ରବି ଦରଭଙ୍ଗା ଅଞ୍ଚଳର ଟ୍ରାନ୍ସଜେଣ୍ଡର ଆଧିକା ଚୌଧୁରୀଙ୍କ ସହ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ହୋଇଥିଲେ । ୨ ବର୍ଷରେ ଦୁହିଁଙ୍କ ସମ୍ପର୍କ ପ୍ରେମର ରୂପ ନେଇଥିଲା । ଜନ୍ମ ଜନ୍ମର ସାଥି ହେବାକୁ କଥା ଦେଇ ଚଳିତ ବର୍ଷ ଜୁନ ୨୫ରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ଏହାପରେ ରବି ନିଜ ପତ୍ନୀଙ୍କୁ ନେଇ ଘରକୁ ଯାଇଥିଲେ । କିନ୍ତୁ ଘର ଲୋକେ ତାଙ୍କୁ ଧମକ ଚମକ ଦେବା ସହ ମାରପିଟ୍ କରିଥିଲେ ।

    ଯାହାକି ରବି ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ରବି ନିଜ ବାପା, ମାଆ ଓ ବଡ ଭାଇ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ”ଘର ଲୋକେ ଆମ ବିବାହକୁ ଗ୍ରହଣ କରୁନାହାନ୍ତି । ଭାଇ ମୋତେ ଧମକ ଦେଉଛନ୍ତି । ବାପାମାଆ ବି ମାରପିଟ୍ କରୁଛନ୍ତି । ମୋ ପତ୍ନୀଙ୍କୁ କିନ୍ନର ଶବ୍ଦ କହି ଅପମାନ କରୁଛନ୍ତି । ମିଛ କେସରେ ଫସାଇବାକୁ ଧମକାଉଛନ୍ତି ।

    ଏମିତିକି ଦୁହିଁଙ୍କୁ ଅପହରଣ କରି ଜୀବନରୁ ମାରିଦେବାକୁ ବି ଷଡଯନ୍ତ୍ର ରଚୁଛନ୍ତି । ଆଧିକା ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ତାଙ୍କୁ ୬୦ ଲକ୍ଷ ଟଙ୍କା ଯୌତୁକ ମାଗୁଛନ୍ତି । ତୁ ଆମ ସମାଜର ନୁହେଁ ବୋଲି କହି ହତ୍ୟା ଧମକ ଦେଉଛନ୍ତି । ଗତ ୧୩ ତାରିଖରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଗ୍ୟବଶତଃ ସେ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ।