Month: July 2023

  • ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ ଏକ ପୋଲ ଭୁଷୁଡି ପଡିବା ଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା । ସ୍ଥାନୀୟ ଲୋକେ ଆସି ଦେଖିଲା ବେଳକୁ ପୋଲଟି ଧସି ଯାଇଛି । ତେବେ ସୌଭାଗ୍ୟବଶତଃ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବ୍ରିଜ୍‌ ଭୁଷୁଡ଼ିବା ଯୋଗୁଁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

    ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି । ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା । ପୋଲଟି ସେତିକି ମଜବୁତ ଭାବେ ତିଆରି ହୋଇନଥିବାରୁ ଆଜି ସକାଳେ ପୋଲଟି ଭୁଷୁଡୁ ପଡ଼ିଛି । ନିମ୍ନମାନର କାମ ଯୋଗୁଁ ପୋଲଟି ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଷୁଡ଼ି ପଡ଼ିଛି । ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁ ପହଞ୍ଚିଛି । ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା । ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

  • ନଳକୂପ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଗ୍ରାମବାସୀ

    ନଳକୂପ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଗ୍ରାମବାସୀ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ସାଉଡି ପଞ୍ଚାୟତରେ ସରକାରୀ ଯୋଜନାରେ ବ୍ୟାପକ ହେରଫେର ଓ ଦୁର୍ନୀତି ଅଭିଯୋଗ । ବାରଣ ସତ୍ତ୍ୱେ ତରବରିଆ ଭାବେ ରାତାରାତି ପାଇପ ବସାଇବାକୁ ନେଇ ତାତିଲେ ଲୋକେ । ସୂଚନା ଅନୁଯାୟୀ, ସାଉଡି ପଞ୍ଚାୟତର ପାଞ୍ଚ ନମ୍ବର ୱାର୍ଡର ବିରେନ ଛକ ଠାରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଏକ ଗଭୀର ନଳକୂପ ଖନନ ପାଇଁ ସରକାରୀ ଅନୁମତି ମିଳିଥିଲା ।

    ସ୍ଥାନୀୟ ଅଞ୍ଚଳ ସମୁଦ୍ର କୂଳିଆ ହୋଇଥିବାରୁ ଏଠାରେ ଲୁଣି ପାଣି ମିଳିଥାଏ । ତେଣୁ, ନଳକୂପକୁ ଅଧିକ ଗଭୀର ଭାବେ ଖନନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ, ଠିକାଦାର ଉପରଠଉରିଆ ଭାବେ ବିନା ଗ୍ରାମବାସୀ ଓ ୱାର୍ଡମେମ୍ବରଙ୍କ ଉପସ୍ଥିତିରେ ୩-୪ ଦିନରେ ଖନନ ଓ ପାଇ ପୋତା କାମ ସାରିଦେଇଛନ୍ତି । ତା ଉପରେ ପୁଣି ୪୯୫ ଫୁଟ ପର୍ଯ୍ୟନ୍ତ ଖନନ ଓ ପାଇପ ବିଛା ଯାଇଥିବା ବେଳେ ୯୦୦ ଫୁଟ ଗଭୀରତାର ବିଲ କରାଯାଇଥିଲା । ଏପରି ଅନିୟମିତତାକୁ ନେଇ ବିଜେପି ସରପଞ୍ଚ ଧରଣୀଧର ମଲ୍ଲିକଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ୱାର୍ଡ ସଭ୍ୟ ଦୋଣାଙ୍କ ନେତୃତ୍ବରେ ଗ୍ରାମର ବହୁ ଲୋକେ ବିଡିଓ ବିନୋଦ କୁମାର ପଣ୍ଡାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ନଳକୂପ ବସାଯାଇଥିଲେ ମଧ୍ୟ ଲୁଣା ପାଣି ପାଇଁ ଏହା ଗ୍ରାମବାସୀଙ୍କ କୌଣସି କାମରେ ଆସିପାରିବ ନାହିଁ । ତେଣୁ, ବିଲ ଅର୍ଥ ରିଲିଜ ନକରିବାକୁ ଦାବି ହୋଇଛି ।

  • ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ

    ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ

    () ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ । ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକର ସତାଧିକ ହୋ ସମ୍ପ୍ରଦାୟର ଲୋକେ ଏକ ରାଲି ମାଧ୍ୟମ ରେ, ବିଭିନ୍ନ ପ୍ରକାର ଦାବି ନେଇ ତିରିଙ୍ଗ ବ୍ଲକ BDO ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ହୋ ଭାଷାଭାଷୀ ବହୁଳ MTL ଅଙ୍ଗନବାଡି ଗୁଡିକୁ “ମୁଣ୍ଡା” ପରିବର୍ତ୍ତେ “ହୋ” କରିବା, ତିରିଙ୍ଗ ବ୍ଲକ SSD ବିଦ୍ୟାଳୟ ଗୁଡିକରେ ହୋ ଭାଷାରେ MLE ଶିକ୍ଷକ ନିଯୁକ୍ତି, ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚି ରେ ସାମିଲ ତଥା ଓଡିଶା ରେ “ହୋ” ଭାଷା କୁ ଦ୍ଵିତୀୟ ରାଜ ଭାଷା ମାନ୍ୟତା ପ୍ରଦାନ ଭଳି ରହିଥିବା ବେଳେ ଆଗାମୀ ଦିନରେ ସରକାର ଏଥି ପ୍ରତି ଧ୍ୟାନ ନଦେଲେ ଆନ୍ଦୋଳନ ଜୋରଦାର୍ ହେବ ବୋଲି ଚେତାବନି ଦେଇଛନ୍ତି ହୋ ସମ୍ପ୍ରଦାୟର ଲୋକେ । ଆନ୍ଦୋଳନରେ ବୀର୍ଷା କାଣ୍ଡେକାଲ, ଯୁବ ନେତା ଜଲେନ ବାର୍ଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ, ମନୋରଞ୍ଜନ ତିରିଆ, ଯେମାମଣି ଷୁଣ୍ଢି,ମଟକା ବିରୁଆ, ପାର୍ବତୀ ବିରୁଆ, ପୂର୍ଣ୍ଣିମା ପୂର୍ତୀ ପ୍ରମୁଖ ସାମିଲ ହୋଇଥିଲେ ।

  • ଏଠାରେ ହୁଏ ସାପ ଚାଷ, ଯାହା ଦିଏ ଅନେକ ଫାଇଦା

    ଏଠାରେ ହୁଏ ସାପ ଚାଷ, ଯାହା ଦିଏ ଅନେକ ଫାଇଦା

    ଲୋକମାନେ ବଗିଚାରେ ବିଭିନ୍ନ ଫଳ ଚାଷ କରିବାକୁ ପସନ୍ଦ କରନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ପ୍ରାୟତ ଆମ୍ବ, ଲିଚି ଏବଂ ଜାମୁନ୍ ବଗିଚାରେ ଲଗାଇଥାନ୍ତି । ଯେହେତୁ ସହରାଞ୍ଚଳଗୁଡିକ କୃଷି ଉଦ୍ୟାନ ଥାଏ ଲୋକମାନେ ନିଜ ନିଜ ଉଦ୍ୟାନରେ ତାଜା ଫଳ ଚାଷ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କେବେ ସାପ ବଗିଚା ବିଷୟରେ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସାପର ଉଦ୍ୟାନ ରହିଛି । ଭିଏତନାମରେ ଏକ ନିଆରା ସାପ ବଗିଚା ଅଛି, ଯାହା ଟ୍ରାଇ ରନ୍ ଡୋଙ୍ଗ୍ ତାମ୍ ଭାବରେ ଜଣାଶୁଣା । ଏହି ଚାଷ ୧୨ ହେକ୍ଟର ଜମିରେ କରାଯାଇଛି ଏବଂ ସାପମାନଙ୍କର ପାଳିବା ଏବଂ ଔଷଧୀୟ ସାମଗ୍ରୀ ପାଇଁ ଏହି ଚାଷ କରାଯାଏ । ଏହି ଫର୍ମଟି ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । କାରଣ ଏହାର ଶାଖାଗୁଡ଼ିକରେ ଫଳ ବଦଳରେ ଗଛରେ ଓହଳି ଥାନ୍ତି ସାପ ।

    ଶାଖା ଉପରେ ଝୁଲୁଛନ୍ତି ସାପ , ଯାହା ପରିଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ଉଦ୍ୟାନରେ ୪୦୦ ରୁ ଅଧିକ ପ୍ରଜାତିର ବିଷାକ୍ତ ସାପ ବାସ କରନ୍ତି । ଏହି ସାପଗୁଡିକୁ ସେମାନଙ୍କର ବିଷ ପାଇଁ ସଗୃହୀତ କରାଯାଇଛି,ଯାହା ଔଷଧୀୟ ଏବଂ ଆଣ୍ଟିଡୋଟ୍ ଉତ୍ପାଦନରେ ବ୍ୟବହୃତ ହୁଏ । ସାପ ଅନୁସନ୍ଧାନରେ ଏହି ଫାର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ସାପ କାମୁଡ଼ିବା ପାଇଁ ପ୍ରଭାବଶାଳୀ ଆଣ୍ଟିଡୋଟ୍ ବିକଶିତ କରିବା ପାଇଁ ପ୍ରତିଦିନ ପରୀକ୍ଷଣ କରାଯାଏ । ଫାର୍ମରେ ମିଳୁଥିବା ଅଧିକାଂଶ ସାପ ପ୍ରଜାତି ପାଇଁ ଆଣ୍ଟିଡୋଟ୍ ସଫଳତାର ସହିତ ପ୍ରସ୍ତୁତ ହୋଇଛି ।

    ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଗଛ ଡାଳରେ ଝୁଲୁଥିବା ସାପମାନଙ୍କ ପରିଦର୍ଶନରେ ଡୋଙ୍ଗ ତାମ ସାପ ଫାର୍ମକୁ ଆସିଥାନ୍ତି । ଏହି ଫାର୍ମ ପରିଦର୍ଶକ ମାନଙ୍କ ରହିବା ପାଇଁ ଅନେକ ସୁବିଧା ଯୋଗାଇଛି, ଯାହା ବିଷାକ୍ତ ଜୀବମାନଙ୍କ ମଧ୍ୟରେ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି । ପ୍ରତିବର୍ଷ ପ୍ରାୟ ୧,୫୦୦ ଲୋକ ସାପ ଆକ୍ରମଣର ଶିକାର ହେଉଛନ୍ତି । ଏହାପରେ ଡୋଙ୍ଗ ତାମ ସାପ ଫାର୍ମରେ ଚିକିତ୍ସା ପାଇଁ ଚେଷ୍ଟା କରନ୍ତି। ଏଠାରେ ସ୍ୱତନ୍ତ୍ର ଚିକିତ୍ସାର ଉପଲବ୍ଧତା ଏବଂ ଏହି କ୍ଷେତ୍ରରେ ଚାଲିଥିବା ଅନୁସନ୍ଧାନ ସାପକାମୁଡା ଘଟଣାର ମୁକାବିଲା କରିବାରେ ଏହାର ଭୂମିକା ରହିଛି ।

  • ଲୋକପ୍ରିୟ ୟୁଟୁବର ଧୃବ୍ ରାଠି ଖୁବଶିଘ୍ର ବିଗବସରେ ଏଣ୍ଟ୍ରି କରିବେ

    ଲୋକପ୍ରିୟ ୟୁଟୁବର ଧୃବ୍ ରାଠି ଖୁବଶିଘ୍ର ବିଗବସରେ ଏଣ୍ଟ୍ରି କରିବେ

    ଲୋକପ୍ରିୟ ୟୁଟୁବର ଧୃବ୍ ରାଠି ଏକ ନୂଆ ଇନିଙ୍ଗସ ଆରମ୍ଭ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଧୃବ ସର୍ବଦା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ତାହାର ପୋଷ୍ଟମର୍ଟମ କରନ୍ତି । ଦେଶ ବିଦେଶର ଘଟଣାବଳୀ, ଦୁନିଆର ରହସ୍ୟ ଏବଂ ବିଭିନ୍ନ ପ୍ରକାର ପୌରାଣିକ ଆଉ ବୈଜ୍ଞାନିକ କଥାବସ୍ତୁକୁ ବିଶ୍ଳେଷଣ କରି ଧୃବ ଲୋକପ୍ରିୟତା ହାସଲ କରିଛନ୍ତି । ଜଣେ ପଲିଟିକାଲ କ୍ରିଟିକ୍ସ ସହିତ ବିଭିନ୍ନ ଦେଶ ବୁଲି ଅନେକ ବ୍ଲଗ କରିଛନ୍ତି ଧୃବ ରାଠି । ଏତେସବୁ ସଫଳାତା ପରେ ଏବେ ସେ ରିଆଲିଟି ଶୋ’ ବିଗବସରେ ପାଦ ରଖିବାକୁ ଯାଉଛନ୍ତି ଧୃବ ।

    ଏପିସୋଡ୍ ବଢିବା ସାଙ୍ଗକୁ ମଜାଦାର ହୋଇଚାଲିଛି ରିଆଲିଟି ଶୋ’ ବିଗବସ୍ ଓଟିଟି-୨ । ଏବେ ଏହି ଶୋ’କୁ ଆହୁରି ମଜାଦାର କରିବାକୁ ଏଣ୍ଟ୍ରି କରିବେ ଲୋକପ୍ରିୟ ଯୁଟ୍ୟୁବର ଧୃବ ରାଠି । ଖୁବ୍ ଶୀଘ୍ର ସେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ବନିବେ ବୋଲି ଶୁଣିବାକୁ ମିଳୁଛି । ଏନେଇ ଶୋ’ ମ୍ୟାନେଜମେଣ୍ଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଶୋ’ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ରହିଛି । ରାଜନୀତି ସହ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଲୋକପ୍ରିୟ କଣ୍ଟେଣ୍ଟ ବନାଇବାରେ ପାରଙ୍ଗମ ଧୃବଙ୍କର ୟୁଟ୍ୟୁବରେ ୧୧.୮ ମିଲିଅନ୍ ସବସ୍କ୍ରାଇବର ଅଛନ୍ତି ।

  • ଭୁଶୁଡିଲା ପୋଲ,ଯାତାୟତ ବାଧାପ୍ରାପ୍ତ

    ଭୁଶୁଡିଲା ପୋଲ,ଯାତାୟତ ବାଧାପ୍ରାପ୍ତ

    ଧସିଲା ପୋଲ , ଯାତାୟତ ବାଧାପ୍ରାପ୍ତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ। ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକେ ଆସି ଦେଖନ୍ତିତ ପୋଲ ଧସି ଯାଇଛି। ତେବେ ସୌଭାଗ୍ୟବଶତ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବ୍ରିଜ୍‌ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି। ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି। ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା। ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା।

  • ସାଙ୍ଗ ସାଜିଲା ସୈତାନ, କଲା ଏମିତି କିଛି…..

    ସାଙ୍ଗ ସାଜିଲା ସୈତାନ, କଲା ଏମିତି କିଛି…..

    ଯିଏ ସୁରକ୍ଷା ଦେବା କଥା ସିଏ ହିଁ ଲୁଟି ନେଲେ ଇଜ୍ଜତ ।ଏପରି ଏକ ଅମାନବୀୟ କାଣ୍ଡ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି। ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ଏପରିକି ଏକୁଟିଆ ପାଇ ଗଣବଳାତ୍କାର କରିବାକୁ ପଛାଇଲେ ନାହିଁ।

    ଏହି ଘଟଣା ଗତ ସୋମବାରର ବୋଲି ଜଣାଯାଇଛି। ରାଞ୍ଚି ପୁଲିସ୍‌ ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜଣେ ନାବାଳିକା ଓ ଜଣେ ଯୁବତୀ ନିଜର ୩ ପୁରୁଷ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ। ସେଠାରୁ ହସଖୁସିରେ ଫେରିବା ବେଳେ ସେମାନଙ୍କ ସାଙ୍ଗମାନେ ସେମାନଙ୍କୁ ଧମକାଇ ଗଣବଳାତ୍କାର କରିଥିଲେ।

    ଘଟଣା ସମ୍ପର୍କରେ ପୀଡ଼ିତାଦ୍ୱୟ ଥାନରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ସେମାନଙ୍କ ଡାକ୍ତରୀ ମାଇନା କରାଇଥିଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

    ଏହି ଘଟଣାରେ ରାଜ୍ୟ ବିଜେପି ଟାର୍ଗେଟ କରିଛି ଝାଡଖଣ୍ଡର ସରକାରଙ୍କୁ । ବିଜେପି ଅଭିଯୋଗ କରିଛି ନାବାଳିକା ଓ ଯୁବତୀ ହେମନ୍ତ ସୋରେନଙ୍କ ଶାସନ କାଳରେ ସୁରକ୍ଷିତ ନୁହନ୍ତି । ଏଥିସହ କହିଛନ୍ତି ରାଜ୍ୟରେ ଗତ ସାଢେ ୩ ବର୍ଷ ମଧ୍ୟରେ ୫,୫୦୦ ବଳାତ୍କାର ମାମଲା ଘଟି ସାରିଲାଣି। ହେଲେ ପୁଲିସ୍‌ ଆଖିରୁ ନିଦ ଭାଙ୍ଗୁନି ।