Month: July 2023

  • ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି

    ଆଜିକାଲି ଦୈନଦିନ ଜୀବନର ମୁଖ୍ୟ ହେଉଛି ମୋବାଇଲ,ବାଟରେ ଘରେ ବାହାରେ ଯିଏ ଯେଉଁଠି ପାଇଲା ମୋବାଇଲରେ ବ୍ୟସ୍ତ ରହିଲା ଏମିତିକି ସେଲ୍ଫି ନେବାବେଳେ କେଉଁଟା ସଠିକ ଜାଗା ତାହା ମଧ୍ୟ ଭୁଲି ଯାନ୍ତି ଯାହା ଫଳରେ ଅନେକଙ୍କ ଜୀବନ ମଧ୍ୟ ଏହି ମୋବାଇଲ ଯୋଗୁ ଯାଇଛି। ସେମିତି ଏକ ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି ଛତିଶଗଡ଼ରୁ ଆସିଛି ।

    ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି। ଏପରିକି ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ଗାଁ ନିକଟସ୍ଥ ଜଳ ପ୍ରପାତ ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲେ। ମାତ୍ର ସୌଭାଗ୍ୟବଶଃତ ପାଣି ମଝିରେ ତାଙ୍କର ବୁଦ୍ଧି ଉଦୟ ହୋଇଥିଲା। ଏହାପରେ ସେ ନିଜେ ଚେଷ୍ଟା କରି କୂଳକୁ ଆସି ନିଜ ଜୀବନ ରକ୍ଷା କରି ପାରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରେ ଘଟିଛି।

    ଛତିଶଗଡ଼ର ଚିତ୍ରକୋଟ ୱାଟରଫଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି। ଏହି ୱାଟରଫଲରେ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବତୀଜଣକଙ୍କ ନାମ ୨୧ ବର୍ଷୀୟା ସରସ୍ୱତୀ ମୌର୍ଯ୍ୟ ବୋଲି ଜଣାଯାଇଛି।

    ଚିତ୍ରକୋଟ ୱାଟରଫଲ ନିକଟସ୍ଥ ଏକ ଗାଁର ବାସିନ୍ଦା ହେଉଛନ୍ତି ସରସ୍ୱତୀଙ୍କ ପରିବାର। ସେ ଅଧିକାଂଶ ସମୟ ଫୋନ୍‌ରେ ବିତାଉଥିବାରୁ ପରିବାର ଲୋକେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ସରସ୍ୱତୀ ଗାଁ ନିକଟସ୍ଥ ଚିତ୍ରକୋଟ ଜଳପ୍ରପାତକୁ ଚାଲିଯାଇଥିଲେ।

    ସେଠାରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ମାତ୍ର ରାଗି ନିଜ ହିତାହିତା ଜ୍ଞାନ ହରାଇ ବସିଥିବା ସରସ୍ୱତୀ କାହା କଥା ନ ଶୁଣି ହଠାତ୍‌ ଜଳପ୍ରପାତରୁ ତଳକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିରେ ପଡ଼ିବା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ। ଏହାପରେ ପହଁରି ପହଁରି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତରେ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା।

  • ତ୍ରିପୁରା ସିପିଆଇ (ଏମ୍) ବିଧାୟକ ସାମସୁଲ ହକଙ୍କର ହୃଦଘାତରେ ଦେହାନ୍ତ

    ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜିବିବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

    ସାମସୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସାମସୁଲଙ୍କ ମୃତ୍ୟୁ ପରେ ଏବେ ତ୍ରିପୁରାର ସୋନାମୁରା ଉପମଣ୍ଡଳରେ ୪ଟି ବିଧାନସଭା ଆସନରୁ ୨ଟି ଖାଲି ରହିଛି । ଧନପୁର ଓ ବକ୍ସନଗର ଆସନରେ ଆଗାମୀ ଦିନରେ ନିର୍ବାଚନ କରାଯିବ ।

    ୨୦୨୩ ନିର୍ବାଚନରେ ସାମସୁଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତଫଜଲ ହୋସୈନଙ୍କୁ ୪୮୪୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସାମସୁଲଙ୍କ ଅଚାନକ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନୈତିକ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମକର୍ତ୍ତା ଓ ତାଙ୍କର ପ୍ରଶଂସକ ତଥା ଶୁଭେଚ୍ଛୁମାନେ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସାମସୁଲଙ୍କ ଅଚାନକ ବିୟୋଗରେ ତାଙ୍କର ପରିବାରବର୍ଗ ମର୍ମାହତ ହୋଇପଡ଼ିଛନ୍ତି ।

  • ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ଜଣେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରି ମାରିଦେବା ଘଟଣା ନୂଆପଡା ଜିଲ୍ଲା କୋମନା ରେଞ୍ଜରେ ଆତଙ୍କ ସୃଷ୍ଟି କରିଛି । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି।

    ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି।

    ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୁରକ୍ଷା ଦାବିରେ କୋମନା ମେଡିକାଲ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଥିଲା। ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।

  • ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

    ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

    ବିଜେଡି ସରକାରର ହୀନ ଷଡଯନ୍ତ୍ର କାରଣରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ସହିତ ରସାତଳଗାମୀ ହେବାରେ ଲାଗିଛି । ୫-ଟି ନାମରେ ଶିକ୍ଷାନୁଷ୍ଠାନଗୁଡିକରେ ରଙ୍ଗ ଲଗାଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି । ବିଭିନ୍ନ ଆଳ ଦେଖାଇ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରି ଦିଆଯାଉଛି । ସେହି ଷଡଯନ୍ତ୍ରର ଶିକାର ହେବାକୁ ଯାଉଛି ଶତ ପ୍ରତିଶତ ଫଳାଫଳ ଦେଉଥିବା ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ଓ ଏକତରଫା ନିଷ୍ପତିକୁ ନେଇ ଅଧ୍ୟାୟନରତ ଛାତ୍ରୀ, ପୂର୍ବତନ ଛାତ୍ରୀ ଏବଂ ଅଭିଭାବକ ସମସ୍ତେ ଚିନ୍ତିତ ଓ ମର୍ମାହତ । ରାଜ୍ୟ ସରକାର କ’ଣ ପାଇଁ ଷଡଯନ୍ତ୍ର କରୁଛନ୍ତି? ଛାତ୍ରୀମାନଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ନିଜେ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
    ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତିକୁ ବିରୋଧ କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହିତ ଅଧ୍ୟୟନରତ ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ । ଅତୀତ ଦିନମାନଙ୍କରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମସ୍ତ ଆଇନ କାନୁନକୁ ଖିଲାପ କରି ଶହ ଶହ ଏକର ଜମି ଦେବାର ଦୃଷ୍ଟାନ୍ତ ରହିଛି । ୧୯୬୭ ମସିହାରେ ସ୍ଥାପିତ ହୋଇଥିବା ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ତମାନ ପାଖାପାଖି ୪୦୦ ଛାତ୍ରୀ ପାଠ ପଢୁଛନ୍ତି । ମିଶ୍ରଣ ହେବାକୁ ଥିବା ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୁମି ଅଭାବ ସତ୍ୱେ ୯୦୦ ଛାତ୍ର ପାଠ ପଢୁଛନ୍ତି । ଯଦି ମିଶ୍ରଣ ହୁଏ, ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୁମିର ବିରାଟ ସମସ୍ୟା ସୃଷ୍ଟି ହେବ । ଏ ସବୁ ସତ୍ୱେ ରାଜ୍ୟ ସରକାର ପାଖାପାଖି ୪.୫ ଏକର ପରିବ୍ୟାପ୍ତ ଓ ସୁନ୍ଦର ଶିକ୍ଷା ପରିବେଶଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ବିରାଟ ଷଡଯନ୍ତ୍ର କରୁଛନ୍ତି । ରାଜଧାନୀର ମଝି ଅଂଚଳରେ ଥିବା ଏହି ଜମିକୁ ତୃତୀୟ ମହଲା ଇଙ୍ଗିତରେ ହଡପ୍ କରାଯାଉଥିବାର ଧରା ପଡିବା ପରେ ବର୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟ କଥା କହି ଭ୍ରମିତ କରାଯାଉଛି । ସ୍କୁଲ ବଂଚିଲେ ଯାଇ କଲେଜ ବଂଚିବ । ତେଣୁ ରାଜ୍ୟ ସରକାର କୋମଳମତି ଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
    ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଜୀବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

  • ଦୁନିଆର ଅଦ୍ଭୁତ ନଦୀ,  ଦେଖିବାକୁ ଇନ୍ଦ୍ରଧନୁ ପରି

    ଦୁନିଆର ଅଦ୍ଭୁତ ନଦୀ, ଦେଖିବାକୁ ଇନ୍ଦ୍ରଧନୁ ପରି

    କଲମ୍ବିଆରେ ଥିବା କାନୋ କ୍ରିଷ୍ଟାଲେସ୍ ନଦୀ ଏକ ସୁନ୍ଦର ଏସ୍କେପ୍ । କାନୋ କ୍ରିଷ୍ଟାଲେସ୍ ନଦୀ ନେଚର ଲଭର ମାନଙ୍କ ପାଇଁ ଏକ ଫରଫେକ୍ଟ ହଲିଡେ ଡେଷ୍ଟିନେସନ୍ । ଏହି ନଦୀ ଏତେ ରଂଗୀନ ଯେ, ଏହାକୁ ଆକାଶ ମାର୍ଗରୁ ଦେଖିଲେ, ସତେ ଯେପରି ଇନ୍ଦ୍ରଧନୁର ଶଯ୍ଯା ପୃଥିବୀ ପୃଷ୍ଟରେ ପାରି ଦେବା ଭଳି ଅନୁଭବ ହୁଏ । ନଦୀର ଶଯ୍ଯାଟି ପରସ୍ତ ପରସ୍ତ ରଂଗୀନ ରଂଗରେ ସଜାଇ ହୋଇ ରହିବା ଭଳି ଲାଗେ । ତେବେ କ’ଣ ଏହାକୁ କଲେଡୋସ୍କୋପିକ୍ ବା କଲରଫୁଲ୍ କରିଥାଏ ?

    ନଦୀରେ ଥିବା ଜଳଜ ଉଦ୍ଭିଦର ପ୍ରଜନନ ପ୍ରକ୍ରିୟା ସମୟରେ ଏହି ରଙ୍ଗ ଉତ୍ପନ୍ନ ହୁଏ । ଏହାକୁ ମାକେର୍ନିଆ କ୍ଲେଭିଗେରା କୁହାଯାଏ । ଏହି ଉଦ୍ଭିଦ ପୋଡୋଷ୍ଟେମାସି ପରିବାରର ଏକ ପ୍ରଜାତିର । ଜୁଲାଇରୁ ନଭେମ୍ବର ମଧ୍ୟରେ,ଶୈବାଳ, ଜଳୀୟ ଉଦ୍ଭିଦ ଏବଂ ପ୍ରବାଳ ଏବଂ ନାଲି ରଙ୍ଗର ଉଦ୍ଭିଦ ଗୁଡିକ ନଦୀଗର୍ଭରେ ଥିବା ପଥର ସହିତ ଦ୍ରୁତ ଗତିରେ ବଢିଥାଏ । ତେଣୁ, ଜଳ ପୃଷ୍ଠ ତଳେ ଏହି ଉଦ୍ଭିଦ ରଙ୍ଗର ମିଶ୍ରଣ ସୃଷ୍ଟି କରେ । ନାଲି, ନୀଳ, ସବୁଜ, କଳା ଓ ହଳଦିଆ ରଙ୍ଗର ରଙ୍ଗ, ଏହି ନଦୀକୁ ‘ତରଳ ଇନ୍ଦ୍ରଧନୁ’ ଭଳି ଦୃଶ୍ୟମାନ କରାଇଥାଏ ।

    ମୌସୁମୀ ସମୟରେ ଏହା ମନୋରମ ଦର୍ଶନୀୟ ସ୍ଥାନ ପାଲଟେ ଏହି ନଦୀ । ସ୍ଥାନୀୟ ଲୋକଙ୍କ ମତରେ ରଙ୍ଗବେରଙ୍ଗର ଜଳଚର ସୃଷ୍ଟିକୁ ଦେଖିବାର ଉପଯୁକ୍ତ ସମୟ ହେଉଛି, ବାତ୍ୟାର ଠିକ୍ ପରେ ଯେତେବେଳେ ସମସ୍ତ ରଙ୍ଗ ସ୍ପଷ୍ଟ ଦେଖାଯାଏ । ଏହି ନଦୀର ଭୂସଂସ୍ଥାନ ପଛପଟେ ରହିଛି ପଙ୍କ ଏବଂ ଏହା ତଳେ ରହିଛି ୧.୨ ବିଲିୟନ ବର୍ଷ ପୂରୁଣା ଚଟାଣ । ଯେତେବେଳେ ଏହି ସମସ୍ତ ଉପାଦାନ ନଦୀର ବିବିଧ ରଙ୍ଗର ଉଦ୍ଭିଦ ଜୀବନ ସହିତ ମିଶ୍ରିତ ହୁଏ, ଯାହା ଉତ୍ପନ୍ନ କରେ ତାହା ହେଉଛି ଏକ ବିଷ୍ମୟଜନକ ରଙ୍ଗର କ୍ଷେତ୍ର । ବର୍ଷର ଅବଶିଷ୍ଟ ସମୟ ପାଇଁ, ନଦୀଟି କେବଳ ଉଜ୍ଜ୍ୱଳ ଧୂସର ରଙ୍ଗ ଏବଂ ସେଠାରେ କେତେକ ସବୁଜ ରଙ୍ଗରେ ଅବଶୋଷିତ ହୋଇଥାଏ ।

    ୬୨.୧ ମାଇଲ୍ ଲମ୍ବ ଏହି ନଦୀ କଲମ୍ବିଆର ସେରାନିଆ-ଡି-ଲା-ମାକାରେନା ଜାତୀୟ ଉଦ୍ୟାନରେ ରହିଛି । ଏହା ମେଟା ପ୍ରଦେଶରେ ଅବସ୍ଥିତ । ଏହାକୁ ପାଞ୍ଚଟି ରଙ୍ଗର ନଦୀ ବୋଲି କୁହାଯାଏ । ଏହି ତରଳ ଇନ୍ଦ୍ରଧନୁ ବା ନଦୀର ଜୀବନ୍ତ ରଙ୍ଗ ପାଇଁ, ଦକ୍ଷିଣ ଆମେରିକୀୟ ଦେଶର ସବୁଠାରୁ ଦର୍ଶନୀୟ ପ୍ରାକୃତିକ ବିସ୍ମୟ ମଧ୍ୟରୁ ଅନ୍ୟତମ । ବର୍ଷା ଋତୁରେ ନଦୀ ଦ୍ରୁତ ଗତିରେ ଓ ଉଚ୍ଚରେ ପ୍ରବାହିତ ହୁଏ, ଅର୍ଥାତ୍ ସୂଯ୍ୟ ନଦୀ ଶୟ୍ୟାର ଉଦ୍ଭିଦକୁ କ୍ଷତି କରିପାରେ ନାହିଁ । ଏଭଳି ଘଟଣା ପୃଥିବୀରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହି ଅଞ୍ଚଳ ଜୈବ ବିବିଧତା ପାଇଁ ଏକ ହଟସ୍ପଟ୍, ଯେଉଁଠାରେ ଆଣ୍ଡିଜ୍ ପର୍ବତ, ଆମାଜନ ଏବଂ ଓରିନୋକୋ ଅବବାହିକା ଏକତ୍ରୀତ ହୋଇଥାଏ ।

    ମହାମାରୀ ପୂର୍ବରୁ ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ପଯ୍ୟଟକଙ୍କ ସମାଗମ ହେଉଥିଲା । ତେବେ ଦେଶର ପଯ୍ୟଟନ ବୋର୍ଡର ସୂଚନା ଅନୁସାରେ, ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ ୨୦୦ ପଯ୍ୟଟକଙ୍କୁ ଅନୁମତି ଦେଇଛି । ଏହି ଅଞ୍ଚଳକୁ ଆସୁଥିବା ପଯ୍ୟଟକଙ୍କ ସଖ୍ୟା ଏତେ ଅଧିକ ଥିଲା ଯେ, କ୍ୟାପ୍ ପରିବେଶ କର୍ତ୍ତୃପକ୍ଷ ନଦୀ ସୁରକ୍ଷା ପାଇଁ ୨୦୧୯ ଡିସେମ୍ବରରେ ଗନ୍ତବ୍ୟ ସ୍ଥଳକୁ ବନ୍ଦ କରିଦେଇଥିଲେ ।