Month: July 2023

  • ଖଡ଼ଙ୍ଗ ନଦୀରେ ପ୍ରକଳ୍ପକୁ ନେଇ ଚାଷୀ ଖୁସି

    ଖଡ଼ଙ୍ଗ ନଦୀରେ ପ୍ରକଳ୍ପକୁ ନେଇ ଚାଷୀ ଖୁସି

    ଆଉ ମରିବନି ଚାଷୀଙ୍କ ଫସଲ। ନଦୀଗର୍ଭ ଜଳାଶୟ ଯୋଜନାରେ ଖଡଗ ନଦୀରେ ନିର୍ମାଣ ହେବ ପ୍ରକଳ୍ପ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କଲାପରେ ଏବେ ଖୁସିବ୍ୟକ୍ତ କରିଛନ୍ତି ଚାଷୀ । ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଖୁସି। ଆଗାମୀ ଦିନରେ ଚାଷୀଙ୍କ ଦୁଃଖ ଦୂର ହୋଇଯିବ ବୋଲି ଆଶା ରଖିଛନ୍ତି ଚାଷୀକୂଳ।

    କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ। ସୂଚନାଯୋଗ୍ୟ ଯେ ଚଳିତ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଙ୍ଗ ନଦୀରେ ଏକ ବ୍ୟାରେଜ ନର୍ମାଣ ପାଇଁ ଦାବୀ ପତ୍ର ଦେଇଥିଲେ । ଏ ସଂପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବୀ ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ।

    Alla posizione di postura ha anche la sua opzione di luce. Stare di fronte al muro e leggermente solletico in avanti. Tenere il muro o per mobili di equilibrio, gambe di donna matura e giovane amante pro e contro Lascia che il partner ti faccia dietro di te dietro la schiena e vedrà il mio recinto inumidito con un lubrificante tra i fianchi.

  • ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ରାଜ୍ୟରେ ବଢିଚାଲିଛି କଳାଜହର କାରବାର । ଏହାକୁ ନିପାତ କରିବା ପାଇଁ ଅନେକ ଯୋଜନା କଲାପରେ ବି ଥମୁନି କାରବାର । ରାଜ୍ୟରେ ଗଢ୍ଜେଇ ତାଲାଣ ଘଟଣା ଏକ ପ୍ରକାର ଚିରାଚରିତ ହୋଇଗଲାଣି । ଆଇନ ଆଖିରେ ଧୁଳି ଦେଇ ନିଶା ମାଫିଆ ମାନେ ରାଜ୍ୟ, ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ କରୁଛନ୍ତି ଗଢ୍ଜେଇ ଚୋରା ଚାଲାଣ । ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଗରିବ ନିରୀହ ଖଟି ଖିଆଙ୍କ ଦ୍ଵାରା ଅବାଧରେ ଜହର ଚାଷ ହେଉଥିବା ବେଳେ , ଗଞ୍ଜେଇର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବଢ଼ିବାରେ ଲାଗିଛି । ତେବେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ ଅଂଟା ଭିଡ଼ିଛି ଅବକାରୀ ବିଭାଗ।

    ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ବଢୁଥିବା ବେଳେ । ସୋନପୁର ଜିଲ୍ଲାର ଶରଧାପାଲି ଛକରୁ ଏକ ବୋଲେରୋ ରୁ 30 କେଜି ଗଞ୍ଜେଇ ଜବତ କରିଛି ସୁବର୍ଣ୍ଣପୁର ଅବକାରୀ ବିଭାଗ । ତେବେ ବିହାର ନୱାଡା ର ସୋନି କୁମାର, ମୁକେଶ କୁମାର ଙ୍କ ସହ ଝାରଖଣ୍ଡ ର ଅନିଲ ପାଣ୍ଡେ କୁ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେବା ସହ ଆଜି ସମସ୍ତଙ୍କୁ କୋଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି

    ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ଲୋକସେବା ଭବନରେ ବସୁଥିବା ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯିବ । ୧୨ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି। ତେବେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ବିଭାଗର ୧୨ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି।

    ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କୃଷି ଓ କୃଷକଙ୍କୁ କିଭଳି ଅଧିକ ସଶକ୍ତୀକରଣ କରାଯାଇ ପାରିବ ତାକୁ ନେଇ ବିଭାଗ ପକ୍ଷରୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ନିଲାମ ଅଣାଯିବାକୁ ରହିଥିବାବେଳେ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବମାନ ଆସିବ। ଏହାସହିତ କେତେକ ବିଭାଗର କ୍ୟାଡର ସଂଶୋଧନ ସରକାର ଆଣିବାକୁ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

  • ଇଣ୍ଡିଆର ସ୍ଥାୟୀତ୍ବକୁ ନେଇ ଠିଆ ହେଲାଣି ପ୍ରଶ୍ନବାଚୀ

    ଇଣ୍ଡିଆର ସ୍ଥାୟୀତ୍ବକୁ ନେଇ ଠିଆ ହେଲାଣି ପ୍ରଶ୍ନବାଚୀ

    ଏବେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଭିତରେ ଇଣ୍ଡିଆ ଓ ଇଣ୍ଡିଆର ସ୍ଥାୟୀତ୍ୱକୁ ନେଇ ଚର୍ଚ୍ଚା। ୟୁପିଏ ନାମ ବଦଳାଇ ବିରୋଧୀ ମେଳିକୁ ଇଣ୍ଡିଆ ତ କରିଦିଆ ହେଲା, ହେଲେ ଘରେ ନ ପଶୁଣୁ ଚାଳ ମୁଣ୍ଡରେ ବାଜିବା ପରିସ୍ଥିତି।କେନ୍ଦ୍ରରୁ ବିଜେପିର ମୂଳୋତ୍ପାଟନ, ଗଣତନ୍ତ୍ରର ରକ୍ଷା ନାରା ଦେଇ ବେଙ୍ଗାଲୁରୁରେ ଆୟୋଜିତ ମେଳିରେ ଭାଗ ନେଲେ ୨୬ ଦଳ। ହେଲେ କୋଉଠି ନା କୋଉଠି ରହିଗଲା ଫାଟ। ଉପରେ ସବୁ ବିରୋଧୀ ଏକଜୁଟ ହୋଇଥିଲେ। କିନ୍ତୁ ଭିତରେ ନିଜ ଉଚ୍ଚାକାଂକ୍ଷା ମେଣ୍ଟ ପାଇଁ ଘାତକ ହେବ ବୋଲି ଚର୍ଚ୍ଚା ହେଲାଣି। ଶ୍ରେୟ ଦୌଡରୁ ନିଜକୁ ଅଲଗା କରି ପାରୁ ନାହାନ୍ତି ଇଣ୍ଡିଆର ଭାଗିଦାର ଦଳ ସବୁ।

    ବେଙ୍ଗାଲୁରୁ ବିରୋଧୀ ଦଳଗୁଡିକର ବୈଠକକରେ ମେଣ୍ଟର ନାମକରଣ ହେଲା ଇଣ୍ଡିଆନ ନାସନାଲ ଡେଭେଲପମେଣ୍ଟ ଇନକ୍ଲୁସିଭ ଆଲିଆନ୍ସ ବା ଇଣ୍ଡିଆ। ନାମକରଣ ପରେ ରାହୁଲ କହିଲେ ଏହି ଲଢେଇ ଏନଡିଏ ଓ ଇଣ୍ଡିଆ ଭିତରେ। ଏହା ନରେନ୍ଦ୍ର ମୋଦି ଓ ଇଣ୍ଡିଆ ମଧ୍ୟରେ। ବୈଠକରେ ସବୁ ଦଳର ନେତୃମଣ୍ଡଳୀଙ୍କ ମୁଖମଣ୍ଡଳରେ ହସର ଲହରୀ ଖେଳୁଥିବା ବେଳେ କିନ୍ତୁ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ ଟିଏମସି ସହ କୌଣସି ବି ପ୍ରକାରର ମେଣ୍ଟ ସମ୍ଭବ ନୁହେଁ ବୋଲି ରୋକଠୋକ କହିବାକୁ ପଛେଇ ନ ଥିଲେ। ଆହୁରି ମଧ୍ୟ କହିଥିଲେ କି, ବିଜେପି,କଂଗ୍ରେସ ଓ ଟିଏମସି ବିରୋଧରେ ସିପିଆଇ (ଏମ) ଲଢିବ। ପଶ୍ଚିମ ବଙ୍ଗରେ ଲେପ୍ଟ ଭର୍ସେସ କଂଗ୍ରେସ ବନାମ ଟିଏମସି ଭର୍ସେସ ବିଜେପି। ତେବେ ଏହା ରାଜ୍ୟସ୍ତରୀୟ ନିର୍ବାଚନକୁ ନେଇ ଥିଲା ୟେଚୁରୀଙ୍କ ମତ। ବିରୋଧୀ ମେଣ୍ଟ ଇଣ୍ଡିଆର ଭାଗିଦାରୀ ପାଇଁ ନିଜର ପ୍ରତିସ୍ପର୍ଧା କମ କରିବାକୁ ପ୍ରୟାସ କରିବେ ବୋଲି କହିବାକୁ ଭୁଲି ନ ଥିଲେ ୟେଚୁରୀ।
    ଅନ୍ୟପଟରେ ଦିଲ୍ଲୀ ଓ ପଞ୍ଜାବରେ କଂଗ୍ରେସ ଓ ଆପ ଭିତରେ ହେଉଛି ଲଢେଇ। ଉଭୟ ଦଳ ପରସ୍ପର ସହ ହାତ ମିଳାଇବାକୁ ନାରାଜ। ଯାହା ଗତ ଦିଲ୍ଲୀ ଓ ପଞ୍ଜାବ ବିଧାନସଭା ନିର୍ବାଚନ କାଳରେ ଦେଖିବାକୁ ମିଳିଛି ତଥା ବର୍ତ୍ତମାନ ମଧ୍ୟ ଆପ ସରକାରକୁ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ କାଠଗଡାରେ ଠିଆ କରିବାର କୌଣସି ମୌକା ହାତ ଛଡା କରିବାକୁ ଚାହୁଁ ନାହିଁ। ଏଥିରୁ ମେଣ୍ଟ ଦଳ ଭିତରେ ରହିଥିବା ରାଜ୍ୟସ୍ତରୀୟ ମତପାର୍ଥକ୍ୟ ସତ୍ତ୍ୱେ କେମିତି ଜାତୀୟସ୍ତରରେ ଏକମନ ହୋଇ କାମ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

    ସେହିପରି ଇଣ୍ଡିଆର ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଚେହେରାକୁ ଆଗକୁ ଅଣାଯାଇନାହିଁ ଓ ଯିବ ନାହିଁ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଆର ସମସ୍ତ ଦଳ ମତ ରଖିଛନ୍ତି। ସବୁ ଦଳ ଏହି ପ୍ରସଙ୍ଗରେ ନିରବତା ରକ୍ଷା କରିବାକୁ ଚାହୁଁଛନ୍ତି ମଧ୍ୟ। ହେଲେ ମମତା ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବାରେ ଲାଗିଗଲାଣି ଟିଏମସି। ଟିଏମସି ସାଂସଦ ଶତାବ୍ଦୀ ରାୟ କହିଲେଣି କି କଂଗ୍ରେସ ୨୦୨୪ ନିର୍ବାଚନରେ ପିଏମ ପଦ ଦୌଡରେ ନାହିଁ ତ ମମତା ହେବେ ପିଏମ ଚେହେରା। ଆମେ ଚାହୁଁଛୁ କି ଆମ ପ୍ରଦେଶର ସିଏମ ବସନ୍ତୁ ପିଏମ ଆସନରେ। ଏଥିପାଇଁ ଆମର ପରବର୍ତ୍ତୀ ପଦକ୍ଷେପ କିଛି ହଟକେ ହେବ ବୋଲି କହିଛନ୍ତି ରୟ।

    ଅନ୍ୟପଟେ ଇଣ୍ଡିଆ ନାମକରଣର ଶ୍ରେୟ ନେବାକୁ ବିରୋଧୀ ମେଣ୍ଟରେ ଆରମ୍ଭ ହୋଇଗଲାଣି ଟଣା ଓଟରା। ଟିଏମସି କହୁଛି ମମତା ଇଣ୍ଡିଆ ନାଁର ପ୍ରସ୍ତାବ ଦେଇଥିବା ବେଳେ ରାହୁଲ ଗାନ୍ଧୀ ଏହାକୁ ସମର୍ଥନ ଦେଇଥିଲେ। ସେପଟେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କହିଛନ୍ତି କି, ମୋତେ ଲାଗୁନି ନାମକରଣର କୌଣସି ଶ୍ରେୟ ଆମେ ନେଉଛୁ। କିନ୍ତୁ ଏହି ବିଚାର ରାହୁଲଙ୍କର ଥିଲା। ନାମକରଣର ଶ୍ରେୟ ନେବାକୁ ଟିଏମସି ଓ କଂଗ୍ରେସ ଟଣାଓଟରା ହେଉଥିବା ବେଳେ କିନ୍ତୁ ଇଣ୍ଡିଆ ନାଁ ଉପରେ ନୀତିଶଙ୍କର ଥିଲା ଆପତ୍ତି। ତାଙ୍କ ଆପତ୍ତି ଥିଲା ଇଂଗ୍ରାଜୀ ନାମକୁ ନେଇ ବୋଲି କୁହାଯାଇଥିଲା। ହେଲେ ବୈଠକ ପରେ ଆୟୋଜିଚ ପ୍ରେସ କନଫେରେନ୍ସରେ ନୀତିଶ କୁମାର, ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା। ଏମିତି କିଛି ବିବିଧତାକୁ ନେଇ ଇଣ୍ଡିଆର ସ୍ଥାୟୀତ୍ୱ ଉପରେ ଉଠୁଛି ପ୍ରଶ୍ନବାଚୀ।

  • ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଏଏସଆଇ

    ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଏଏସଆଇ

    ଭିନିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅଧିକାରୀଙ୍କ ସହ ଜଣେ ଏଏସଆଇ । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତିଙ୍କୁ ହେପାଜତକୁ ନେଇଛି। ଚାନ୍ଦିପୁର ଥାନା ଅଧୀନରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ମାସିକିଆ ବଟି ହିସାବରେ ଦୁଇ ପୋଲିସ ବାବୁ ୫୦ ହଜାର ଟଙ୍କା ଦାବି କରିଥିଲେ। ସରକାରୀ ବିଦେଶୀ ମଦ ଦୋକାନର ମାଲିକ ଏହାକୁ ପ୍ରତ୍ୟାଖାନ କରିଥିଲେ। ମାତ୍ର ସ୍ଥାନୀୟ ପୋଲିସର ତାଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପକାଇଥିଲେ। ପୋଲିସର ଏପରି ଚାପରେ ମଦ ଦୋକାନ ମାଲିକ ୫୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ମଧ୍ୟ ଭିଜିଲାନ୍ସକୁ ଏନେଇ ସୂଚିତ କରିଦେଇଥିଲେ। ପୂର୍ବ ଯୋଜନା ମୁତାବକ ମଦ ଦୋକାନ ମାଲିକ ଦୁଇ ପୋଲିସ ବାବୁଙ୍କୁ ନିର୍ଦ୍ଧାରିତ ପରିମାଣର ଟଙ୍କା ଦେବା ବେଳକୁ ଭିଜିଲାନ୍ସ ମାଡି ବସିଥିଲା ଉଭୟଙ୍କୁ।


    ତେବେ ଚାନ୍ଦିପୁର ଥାନାରେ ଥିବା ପୂର୍ବତନ ଆଇଆଇସି ନିଶାସକ୍ତ ଅବସ୍ଥାରେ ନିଜ କାର ଦୁର୍ଘଟଣା ଘଟାଇବା ଯୋଗୁଁ ତାଙ୍କୁ ବଦଳି କରାଯାଇ ଟ୍ରାଫିକ ଥାନା ଅଧିକାରୀ ଥିବା ଗଣେଶ୍ୱର ପ୍ରଧାନଙ୍କୁ ଚାନ୍ଦିପୁର ଥାନାକୁ ପଠାଯାଇଥିଲା। ମାତ୍ର ମାସିଟିଏ ନ ଯାଉଣୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଲାଞ୍ଚ ନେବା ମାମଲାରେ ଛନ୍ଦି ହୋଇ ଯାଇଛନ୍ତି। ଏହାସହ ଲାଞ୍ଚ ନେବାରେ ସହଯୋଗ କରିଥିବା ଏଏସଆଇ ପ୍ରଦୀପ କୁମାର ମହାନ୍ତି ଓରଫ ବଳୀ ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅନ୍ୟପଟେ ବାଲେଶ୍ଵର ଏସ୍ପି ସାଗରିକା ନାଥ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାରେ ବେଶ ସକ୍ଷମ ହେଉଥିବା ବେଳେ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟ ପୁରା ପୋଲିସ ବିଭାଗର ସ୍ଵଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଦୁଇ ପୋଲିସ ବାବୁ ଗିରଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

  • ଅଧିମାସରେ ଏହି ଦେବତାଙ୍କୁ ପୂଜାକଲେ ମିଳିଥାଏ ସିଦ୍ଧି

    ଅଧିମାସରେ ଏହି ଦେବତାଙ୍କୁ ପୂଜାକଲେ ମିଳିଥାଏ ସିଦ୍ଧି

    ଜୁଲାଇ ୧୮ ତାରିଖରୁ ଆରମ୍ଭ ହେଉଛି ମଳମାସ । ମଳମାସକୁ ଅଧିମାସ ଓ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଇଥାଏ। ଏହି ଅଧିମାସ ପାଇଁ ଚଳିତ ବର୍ଷ ଶ୍ରାବଣ ଏକ ମାସ ପରିବର୍ତ୍ତେ ଦୁଇମାସ ବା ୫୯ ଦିନ ପଡୁଛି। ମଳମାସରେ କୌଣସି ଶୁଭ ଓ ମାଙ୍ଗଳିକ କାର୍ଯ୍ୟକୁ ବାରଣ ରହିଥିବା ବେଳେ କିନ୍ତୁ ଭଗବାନ ବିଷ୍ଣୁଙ୍କ ପୂଜା ବହୁ ମାନସିକ ପୂରଣରେ ହୋଇଥାଏ ସହାୟକ। ବିଶ୍ୱାସ ଅନୁଯାୟୀ, ଧାର୍ମିକ କାର୍ଯ୍ୟ ପାଇଁ ମଳମାସ ହେଉଛି ସର୍ବୋତ୍ତମ ସମୟ । ଏହି ସମୟରେ ବିଷ୍ଣୁଙ୍କ ପୂଜା ଆରାଧନାରେ ସିଦ୍ଧି, ଶାନ୍ତି, ମୋକ୍ଷ ମିଳିଥାଏ। ଏଥିପାଇଁ ଏହି ମାସରେ ବିଷ୍ଣୁ ସହସ୍ରନାମ, ବିଷ୍ଣୁ ପୂଜା, ରାମ କଥା ଓ ଗୀତା ପାଠ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ ।


    ଏଥିସହ, ଭଗବାନ ନରସିଂହ ଏବଂ ଶ୍ରୀକୃଷ୍ଣ କଥା ମଳମାସରେ କରିବା ଲାଭଦାୟୀ ହୋଇଥିବା କୁହାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ମାସରେ ପ୍ରଦୀପ ଦାନର ବିଶେଷ ଗୁରୁତ୍ୱ ରହିଛି। ଅଧିମାସରେ ମନ୍ଦିରକୁ ଯାଇ ମନ୍ଦିର ପରିସରରେ ଗଛ ଲଗାଇବା ମଧ୍ୟ ଶୁଭ ହୋଇଥିବା ବିଶ୍ବାସ ରହିଛି। ଏହି ମାସରେ ବାର୍ଲି, ଚାଉଳ, ଜିରା, ଗୋଟା ଲୁଣ, କାକୁଡି, ବଥୁଆ, ମଟର, କଦଳୀ, କ୍ଷୀର ଏବଂ ତେଲ ଇତ୍ୟାଦି ଖାଇବାକୁ ପରାମର୍ଶ ଦିଆଯାଇଛି । ଅଭାବୀ ଲୋକଙ୍କୁ ଏହି ସମୟରେ ଖାଦ୍ୟ ଦାନକୁ ମହାପୂର୍ଣ୍ଣ ଭାବେ ପରିଗଣିତ କରାଯାଏ ଅଧିମାସରେ।


    ଏସବୁ ଗଲା ମଳମାସରେ କଣ କରିବା ଭଲ। ଏବେ ଆସନ୍ତୁ ଜାଣିବା ମଳ ମାସରେ କଣ କରିବା ପାଇଁ ରହିଛି ବାରଣ।
    ସାଧାରଣତଃ ମଳମାସକୁ ଅଶୁଭ ମାସ ଭାବେ ଗଣାଯାଏ। ତେଣୁ ଏହି ମାସରେ ତିଲକ, ମୁଣ୍ଡନ, କାନ ଫୋଡା, ଗୃହ ପ୍ରବେଶ ପରି ଶୁଭ କାମ ନ କରିବାକୁ ବାରଣ କରାଯାଇଛି। ସେହିପରି ମଳମାସରେ ନୂଆ କିଛି କାମ ଆରମ୍ଭ, ଘର, ଦୋକାନ, ଯାନ ବାହନ କିଣିବା ଅଶୁଭ ବୋଲି କୁହାଯାଇଛି।
    ମାଂସ, ମାଛ, ଉରାଡ, ପିଆଜ, ରସୁଣ ପରି ତାମସିକ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। ଏହି ଖାଦ୍ୟ ସାମଗ୍ରୀ ଖାଇବା ଠାରୁ ଦୂରେଇ ରହିବାକୁ କୁହାଯାଏ ।