Month: July 2023

  • ନିଖୋଜ ସଫେଇ କର୍ମଚାରୀ ଙ୍କର ଝୁଲନ୍ତା ଶବ ଉଦ୍ଧାର

    ନିଖୋଜ ସଫେଇ କର୍ମଚାରୀ ଙ୍କର ଝୁଲନ୍ତା ଶବ ଉଦ୍ଧାର

    ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଖଲ୍ଲିକୋଟ ଏନ୍ ଏ ସି ହରିଜନ ସାହିରେ ବାସିନ୍ଦା ଯୋଗୀ ନାୟକଙ୍କ ପୁଅ ସ୍ଵାଧୀନ ନାୟକ (୨୫) ତିନି ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ବହୁଆଡେ ଖୋଜା ଖୋଜି ସତ୍ତ୍ବେ ପୁଅକୁ ପାଇନଥିଲେ । ତେବେ ଏନେଇ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳୁ ମୃତ ଶରୀର ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ପୋଲସି କୁ ଖବର ଦେଇଥିଲେ ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।

  • ରାସ୍ତା ଅଛି କିନ୍ତୁ ତାହା ପାଲଟିଛି ମରଣଯନ୍ତା

    ରାସ୍ତା ଅଛି କିନ୍ତୁ ତାହା ପାଲଟିଛି ମରଣଯନ୍ତା

    ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ରାସ୍ତା ।ରାସ୍ତାରେ ଜମିଛି ଆଣ୍ଠୁଏ ଲେଖାଏଁ ପାଣି । ସ୍ଥାନେ ସ୍ଥାନେ ଖାଲ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଠାରୁ ଲେମ୍ଭାଇ ତିନିଛକିଆ ରେ । ପ୍ରତିଦିନଏହି ରାସ୍ତା ଦେଇ ୩ଟି ପଞ୍ଚାୟତ ଲେମ୍ଭାଇ, ଗେରେଡ଼ା ଏବଂ କ୍ଷେତମୁଣ୍ଡାଳି ର ୪୦ ରୁ ୪୫ ଗାଁର ଲୋକମାନେ ଯାତାୟାତ କରୁଥିବା ବେଳେ ବିଭିନ୍ନ ବ୍ୟବସାୟୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏହି ଖାଲ ଖମା ଭର୍ତି ରାସ୍ତା ଦେଇ ଯିବା ଆସିବା କରଥାନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆସିଛି । ତେବେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

    ସୂଚନା ଅନୁଯାୟୀ ଆର୍ଥିକ ବର୍ଷ ୨୦୧୭-୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ଗୋଟିଏ ପଟେ କାର୍ଯ୍ୟ ଶେଷ ଆଉ ଅନ୍ୟପଟେ ପିଚୁ ଉଠିବା ଆରମ୍ଭ । ତେବେ ବର୍ଷ ୨୦୨୩ ପର୍ଯ୍ୟନ୍ତ ଏହାର ରକ୍ଷଣ ବେକ୍ଷଣା ପାଇଁ ନିର୍ଦ୍ଧାରିତ ସମୟ ଥିଲେ ମଧ୍ୟ ଥରୁଟିଏ ବି ମରାମତି ହୋଇନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଜମ ଯନ୍ତ୍ରଣା ଭୋଗୁଛନ୍ତି ଅଂଚଳବାସୀ । ଏଥିପାଇଁ ଦାୟୀ କିଏ ? ଠିକାଦାରଙ୍କ ମନମାନି ? ନା ପ୍ରଶାସନର ଅବହେଳା ?

    ଜଗନ୍ନାଥ ପ୍ରସାଦ ବ୍ଲକ୍ ରୁ ଭଂଜନଗର ବ୍ଲକ୍ କୁ ସଂଯୋଗ କରୁଥିବାରୁ ବିଭିନ୍ନ ସମୟରେ ସରକାରୀ ବାବୁ ମାନେ ଏ ରାସ୍ତା ଦେଇ ଯାଉଥିବା ବେଳେ କେମିତି କାହାର ନଜର ପଡୁନି ? ତାହା ସ୍ଥାନୀୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ମାତ୍ର ୯ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ୧୫ ମିନିଟ୍ ବଦଳରେ ଯିବାକୁ ପଡ଼ୁଛି ୧ ଘଣ୍ଟା । ତେବେ ଦେଖିବାକୁ ବାକି ରହିଲା କେତେଦୂର ରାସ୍ତାର ଶୋଚନୀୟ ଅବସ୍ଥା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନଉଛି ପ୍ରଶାସନ।

  • ଗଣମାଧ୍ୟମ ପ୍ରତିନିଧି ସହ ବିବାଦ ପରେ ମୁହଁ ଖୋଲିଲେ IIC, କହିଲେ ଆମେ ବହୁତ ଡିସିପ୍ଲିନ୍

    ଗଣମାଧ୍ୟମ ପ୍ରତିନିଧି ସହ ବିବାଦ ପରେ ମୁହଁ ଖୋଲିଲେ IIC, କହିଲେ ଆମେ ବହୁତ ଡିସିପ୍ଲିନ୍

    ସାମ୍ବାଦିକ ଏବଂ ଆଇଆଇସିଙ୍କ ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକୁ ନେଇ ପାଟି ଖୋଲିଛନ୍ତି ଆଇଆଇସି ଯ୍ୟୋତିର୍ମୟୀ ସେଠୀ । ଗଣମାଧ୍ୟମ ଆଗରେ ସଫେଇ ରଖି ତାଙ୍କୁ ଫସେଇ ଦିଆଯାଇଛି ଏବଂ ଜଣେ ମହିଳା ପୋଲିସ ହିସାବରେ ତାଙ୍କ ଆତ୍ମସମ୍ନାନ ନଷ୍ଟ ହୋଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ତଳେ ଡେରାବିଶ ଆଇଆଇସି ଥିବା ଯ୍ୟୋତିର୍ମୟୀ ସେଠୀଙ୍କୁ ନେଇ ବିବାଦ ଉଠିଥିଲା । ଖବର ସଂଗ୍ରହ ବେଳେ ତତ୍କାଳୀନ ଡେରାବିଶ ଥାନା ଅଧିକାରିଣୀ ଯ୍ୟୋତିର୍ମୟୀ ସେଠୀ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପରେ କୌଣସି କାରଣ ବଶତଃ ଯ୍ୟୋତିର୍ମୟୀ ସେଠୀଙ୍କର ନିକିରେଇ ଥାନାକୁ ବଦଳି ହୋଇଥିଲା । କିନ୍ତୁ, ଆଜି ଆଇଆଇସି ଗଣମାଧ୍ୟମ ଆଗରେ ନିଜର ପକ୍ଷ ରଖିଛନ୍ତି ।

    ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରିଣୀ ଭାବେ ନିଜର କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇବା ସହ ଲୋକଙ୍କ ସେବାରେ ନିଜକୁ ବ୍ରତି କରିଥିବା ଯ୍ୟୋତିର୍ମୟୀ କହିଛନ୍ତି । ଅନ୍ୟପଟେ ଯ୍ୟୋତିର୍ମୟୀ ଡେରାବିଶ ଥାନାରେ ଇନଚାର୍ଜ ଥିବା ସମୟରେ ଲୋକମାନେ ସଠିକ ନ୍ୟାୟ ପାଆନ୍ତି ବୋଲି ଡେରାବିଶ ଅଞ୍ଚଳର ଲୋକେ ମତ ଦେଇଛନ୍ତି । ଯ୍ୟୋତିର୍ମୟୀ ଜଣେ ଭଦ୍ର, ମିଷ୍ଟଭାସି ଓ ସରଳ ପ୍ରବୃତିର ମଣିଷ । ସେ ଡେରାବିଶ ଥାନାରୁ ବଦଳି ହେବା ପରେ ଡେରାବିଶ ଅଞ୍ଚଳ ଜଣେ ଦକ୍ଷ ଥାନା ଅଧିକାରିଣୀଙ୍କୁ ହରାଇଥିବା କହିଛନ୍ତି ସାଧାରଣ ଲୋକେ । ତେବେ ବିବାଦ ଯାହା ହେଉ ନା କାହିଁକି, ଆଇଆଇସି ଯ୍ୟୋତିର୍ମୟୀ ପୂର୍ବରୁ କାମ କରିଥିବା ଡରାବିଶ ଅଞ୍ଚଳର ଲୋକେ ତାଙ୍କ କାମରେ ବେଶ ଖୁସି ଥିବା ବ୍ୟକ୍ତ କରିଛନ୍ତି । ଯଦି ଜଣେ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ଜନସାଧାରଣ ଖୁସୀ ତେବେ ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇବା ନିହାତି ନିନ୍ଦନୀୟ ।

  • ରାସ୍ତାର ଶିଳାନ୍ୟାସ ପାଇଁ ଆସି ମନ୍ତ୍ରୀ ହେଲେ ହଟହଟା

    ରାସ୍ତାର ଶିଳାନ୍ୟାସ ପାଇଁ ଆସି ମନ୍ତ୍ରୀ ହେଲେ ହଟହଟା

    ଚକରୋଡାରେ ନୂଆ ସଡ଼କ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଆସି ବିଧାୟକ ହେଲେ ଶିଶୁପାଳ। ଗ୍ରାମବାସୀଙ୍କ ବିରୋଧ , ଅଟକ ପରେ ବିନା ଶିଳାନ୍ୟାସରେ ଫେରିଲେ ନିମାପଡା ବିଧାୟକ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ଚକରୋଡା ଗ୍ରାମରେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଆସି ହେଲେ ହଟହଟା । ଦୀର୍ଘ ଦିନର ଦାବି ପରେ ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗ୍ରାମକୁ ରାସ୍ତାର ନିର୍ମାଣ ର ପ୍ରଥମ ପର୍ଯ୍ୟାୟର କାମ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାରେ ହେବାକୁ ଥିବା କାମବନ୍ଦ କରି ଗ୍ରାମ ଶେଷ ମୁଣ୍ଡରେ ଥିବା କେଉଟ ସାଳଦା ଗ୍ରାମଠାରୁ କରିବା ପାଇଁ ବିଧାୟକ କହିଥିଲେ । ଯେତେବେଳେ ନିର୍ଦେଶ ମୁତାବକ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହେଲା ଓ ମହାଡ଼ମ୍ବରେ ବିଧାୟକ ସେଠାରେ ପହଂଚିଲେ ଚକରୋଡ଼ାବାସୀ ପହଂଚି ଏହାକୁ ବିରୋଧ କରିଥିଲେ । ବିଧାୟକ ପାଣ୍ଠି ଯୋଗାଡ଼ କରିବାକୁ ତଥା ରାଜନୀତି ରୁଟି ସେକିବାକୁ ଏପରି କରୁଥିବା ଅଭିଯୋଗ ହୋଇଥିଲା ।

    ସେପଟେ ବିଧାୟକଙ୍କୁ ବିରୋଧ ଏମିତି ହୋଇଥିଲା କି କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଶିଳାନ୍ୟାସସ୍ଥଳି. ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ ଓ ବିରୋଧକାରୀଙ୍କ ଭିତରେ ହାତାହାତି ପରି ସ୍ଥିତି ସୃଷ୍ଟି ହୋଇଥିଲା । ବିଧାୟକ ଦାଶ ଯେତେ ବୁଝାଇଥିଲେ ଵି ଲୋକେ କିଛି ଵି ଶୁଣିବାକୁ ନାରାଜ ଥିଲେ । ଶେଷରେ ସେଠାରୁ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ ବିଧାୟକ ।

    ଚାରିଛକ ଗୋପ ରାସ୍ତାରୁ ଚକାରୋଡ଼ା ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ କଲେଜ ଯିବା ଆସିବାରେ ବହୁ ସମସ୍ୟା ହେଉଥିଲା ଓ ରୋଗୀଙ୍କୁ ନେବା ଆଣିବାକୁ ଗାଁକୁ ଆମ୍ବୁଲାନ୍ସ ଯିବା ଅସମ୍ଭବ ଥିଲା । ତେଣୁ ଦୀର୍ଘ ଦିନର ଆନ୍ଦୋଳନ ପରେ ଏହି ରାସ୍ତା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ ଓ ଦୁଇଟି ପର୍ଯ୍ୟାୟରେ କାମ ପାଇଁ ଅର୍ଥ ଆସିଥିଲା ।

  • ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ବୈଠକ

    ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ବୈଠକ

    ଯାଜପୁର ଶାନ୍ତି ମଣ୍ଡପରେ ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ଆବାହକ ସନ୍ତୋଷ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ଅଂଚଳ ଦାସ,ପଦ୍ମାକର ଗୁରୁ,ସନ୍ତୋଷ ନନ୍ଦ,ପ୍ରଫୁଲ୍ଲ ନାୟକ ପ୍ରମୁଖ ଯୋଗ ଦେଇ ଯାଜପୁରକୁ ରେଳପଥରେ ସଂଯୋଗ କରିବା ପାଇଁ ଦାବି କରିଥିଲେ। ଏହି ପ୍ରକଳ୍ପଟି ଭାରତୀୟ ରେଳପଥ ଦ୍ୱାରା ସର୍ଭେ କରାଯାଇଥିଲା ଏବଂ ଏହା ଅତ୍ୟନ୍ତ ଲାଭ ଦାୟକ ହେବ ବୋଲି ରିପୋର୍ଟ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କୁ ମଞ୍ଜୁରୀ ମିଳୁନଥିବାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା। ଏହି ବୈଠକରେ ନୂଆ ଦିଲ୍ଲୀସ୍ଥିତ ସଂସଦ ସମ୍ମୁଖରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗରେ ଆସନ୍ତା ଅଗଷ୍ଟ ୪ତାରିଖରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

    ଏହି ରେଳପଥ ନିର୍ମାଣ ଦ୍ୱାରା ଆଗାମୀ ଦିନରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାବାସୀ ଉପକୃତ ହେବେ ଓ ଏହା ଲୋକଙ୍କ ରୋଜଗାର ପାଇଁ ବାଟ ଫିଟାଇବ ବୋଲି ମଦ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଏକାଧିକ ବାର ଏହି ଦାବି ନେଇ ସଂଗଠନ ବୈଠକ କରିଥିବା ବେଳେ ଆଜିର ବୈଠକ କେତେ ଫଳପ୍ରଦ ହେବ ଓ ଏହି ଦିଗରେ ରେଳପଥ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା
    ଯାଜପୁରରୁ ସନ୍ଦିପ୍ତ ରୟଙ୍କ ରିପୋର୍ଟ