Month: May 2023

  • ରାହୁଲ-ଦିଶାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି

    ରାହୁଲ-ଦିଶାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି

    ଗାୟକ ରାହୁଲ ବୈଦ୍ୟ ଏବଂ ଟିଭି ଅଭିନେତ୍ରୀ ଦିଶା ପରମାର 2021 ମସିହାରେ ବିବାହ କରିଥିଲେ। ଉଭୟ ବିବାହ ପରେ ବହୁ ଚର୍ଚ୍ଚାରେ ଥିବା ବେଳେ ଏବେ ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ତେବେ ଉଭୟ ମା ବାପା ହେବାକୁ ଯାଉଥିବା କହିଛନ୍ତି । ଆଉ ଏହି ଦମ୍ପତିଙ୍କ ସୂଚନା ପରେ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

    ଏହାସହ ସେଲିବ୍ରିଟିମାନେ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଶା ପରମାର ଏହି ଖୁସି ଖବରକୁ ତାଙ୍କ ସ୍ୱାମୀ ରାହୁଲ ବୈଦ୍ୟଙ୍କ ସହ ଅତି ସୁନ୍ଦର ଭାବରେ ସେୟାର କରିଛନ୍ତି। ଦିଶା ପରମାର ଏବଂ ରାହୁଲ ବୈଦ୍ୟ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମାନ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟର ପ୍ରଥମ ଛବିରେ, ଦମ୍ପତି ମମି ଏବଂ ବାପାଙ୍କ ଉପରେ ଲେଖାଯାଇଥିବା ଏକ ସ୍ଲେଟ ଧରିଛନ୍ତି | ତା ସହ ସୋନୋଗ୍ରାଫି ଫଟୋ ସେୟାର କରିଛନ୍ତି |ଖାଲି ଫୋଟ ନୁହେଁ ସୋନୋଗ୍ରାଫିର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି

  • ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ଓଡ଼ିଶା ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ରହିଛି । ଏନେଇ ସ୍ପେଶାଲ ଟାସ୍କ ଫୋର୍ସକୁ ସାଂଘାତିକ ତଥ୍ୟ ମିଳିଛି । ତେଣୁ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି STF ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କା ରିମାଣ୍ଡରେ ଯିବ । ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ୍ ବାବଦରେ ଖୋଳତାଡ଼ କରିବ ଏସଟିଏଫ୍ । ଦିଲ୍ଲୀ,ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜାଲ ବିଛାଇଥିଲା ପଠାଣି ସାମନ୍ତ । ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ସୂଚନା ମିଳିଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା । ସେ ନେଇ ତଦନ୍ତ ଜାରି ରଖିଛି ସ୍ପେଶାଲ ଟାସ୍କ ଫୋର୍ସ । ପୂର୍ବରୁ ପଠାଣିଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡ଼ି ଥାନାରେ ଅଭିଯୋଗ ହୋଇଥିଲା ।

    ପୂର୍ବରୁ ମଧ୍ୟ ପାକିସ୍ତାନ ଲିଙ୍କ୍ ନେଇ ଅନେକ ମାମଲା ଆସିଛି । ବିଭିନ୍ନ ରାଜ୍ୟରେ ଅଧିକାରୀ, ଦଲାଲମାନେ ସାମାନ୍ୟ ଅର୍ଥ ଲୋଭରେ ଦେଶର ଗୁପ୍ତ ତଥ୍ୟ ଦେବାକୁ ପଛାଇ ନାହାଁନ୍ତି । ବିଭିନ୍ନ ସ୍ଥାନର ଦୁର୍ବଳତା, ସେନା ଏବଂ ପୋଲିସର ପଦକ୍ଷେପ ସହ ଅନନ୍ୟା ଗୁପ୍ତ ତଥ୍ୟ ଦେଇଥିବା ଜଣାପଡ଼ିଛି । ବିଳମ୍ବଳରେ ହେଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସିମ୍ କାର୍ଡରେ ପାକିସ୍ତାନ ଲିଙ୍କ୍ ଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି ।

  • ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତର କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଛି । ରାହୁଲ ଗାନ୍ଧୀ ତାଙ୍କର ୧୦ ଦିନିଆ ଆମେରିକା ଯାତ୍ରା ମେ ୨୮ ତାରିଖରୁ ଆରମ୍ଭ କରିବ । ଏହାପୂର୍ବରୁ ତାଙ୍କର ମେ ୩୧ ତାରିଖରେ ଆମେରିକା ଗସ୍ତ କରିବାର ଥିଲା । ରାହୁଲ ଗାନ୍ଧୀ ମେ ୨୯-୩୦ ତାରିଖରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିବେ ।

    ରାହୁଲ ଗାନ୍ଧୀ ମେ ୩୦ରେ କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ଏକ ପ୍ରେମର ଦୋକାନ ଖୋଲିବାକ କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ନାମ ମୋହବତ୍ କି ଦୁକାନ୍ ରଖାଯାଇଛି । ଏହାର ପୋଷ୍ଟର ମଧ୍ୟ ଜାର କରାଯାଇଛି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଗସ୍ତ ଅନୁଷ୍ଠିତ ହେଉଛି । ପିଏମ ମୋଦୀ ୨୨ ଜୁନରେ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

    ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ ଭାରତ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ଥିବା କହିଥିଲେ । ଯାହାକୁ ନେଇ ବିଜେପି ରାହୁଲଙ୍କୁ ଅଯଥାରେ ଘେରିଥିଲା ।

    କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ସମସ୍ତଙ୍କୁ ଏହା ଜଣା ଯେ ଭାରତୀୟ ଗଣତନ୍ତ୍ର ଚାପରେ ରହିଛି ଏବଂ ବାରମ୍ବାର ଆକ୍ରମଣର ଶିକାର ହେଉଛି । ମୁଁ ଭାରତରେ ବିରୋଧୀ ଦଳର ନେତା, ଆମେ ସେହି ବିରୋଧୀର ସ୍ଥାନ ଖୋଜୁଛୁ। “

    ରାହୁଲ ଗାନ୍ଧୀ ଲଣ୍ଡନରେ କହିଥିଲେ ଯେ, ଆମ ଦେଶରେ ଗତ ନଅ ବର୍ଷ ଧରି ଲୋକଙ୍କ ସ୍ୱର ଅର୍ଥାତ୍ ଗଣମାଧ୍ୟମକୁ ଦମନ କରାଯାଉଛି । ଆମ ଦେଶରେ ସାମ୍ବାଦିକ ମାନେ ଭୟଭୀତ ହୋଇପଡିଛନ୍ତି । ସେମାନଙ୍କୁ ଆକ୍ରମଣ କରାଯିବା ସହିତ ଧମକ ଦିଆଯାଛି । ସେହିପରି ସରକାରଙ୍କ ସପକ୍ଷରେ କହୁଥିବା ସାମ୍ବାଦିକ ମାନଙ୍କୁ ପୁରସ୍କାର ଦିଆଯାଉଛି ।

  • ଥାଇରଏଡ୍ ସମସ୍ୟା ଭୋଗୁଛନ୍ତି କି ? ଜାଣିବା ସମସ୍ୟାରୁ ମୁକୁଳିବା ରାସ୍ତା

    ଥାଇରଏଡ୍ ସମସ୍ୟା ଭୋଗୁଛନ୍ତି କି ? ଜାଣିବା ସମସ୍ୟାରୁ ମୁକୁଳିବା ରାସ୍ତା

    ଲୋକଙ୍କ ପାଇଁ ଏବେ ଥାଇରଏଡ୍ ଏକ ଗୁରୁତର ସମସ୍ୟା ପାଲଟିଛି । ଏହି ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ତେବେ ଏହାକୁ ନିୟନ୍ତ୍ରଣ କରି ଆପଣ ସୁସ୍ଥ ଜୀବନଯାପନ କରିପାରିବେ । ଥାଇରଏଡ୍ ହେଉଛି ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ନିର୍ମିତ ଏକ ହରମୋନ୍ । ଏହି ହରମୋନ ଅତ୍ୟଧିକ ହେଲେ କିମ୍ବା କିମ୍ବା କମିଗଲେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେଣୁ ସବୁବେଳେ ଏଥିପ୍ରତି ଧ୍ୟାନ ଦେବା ଉଚିଛି । ହାଇପରଥାଇରଏଡିଜିମ୍ ହେଉଛି ଏକ ଅବସ୍ଥା ଯେଉଁଥିରେ ଏହି ହରମୋନ୍ ଅଧିକ ମାତ୍ରାରେ ଉତ୍ପନ୍ନ ହୋଇଥାଏ । ଅନ୍ୟପଟେ, ହାଇପୋଥାଇରଏଡିଜିମ୍ ହେଉଛି ଏକ ଅବସ୍ଥା ଯେଉଁଥିରେ ବହୁତ କମ୍ ହରମୋନ ତିଆରି ହୋଇଥାଏ କିମ୍ବା ତିଆରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ତେଣୁ ଥାଇରଏଡକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଇବାପିଇବାରେ ଯତ୍ନ ନେବା ଆବଶ୍ୟକ ..। ଜଣେ ଥାଇରଏଡ୍ ସମସ୍ୟାରେ ଭୋଗୁଥିବା ରୋଗୀ କ’ଣ ଖାଇଲେ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିବେ ।

    କଖାରୁ ମଞ୍ଜି: ଏହା ଦେହ ପାଇଁ ଅନେକ ଉପକାରୀ । ତେବେ ଏହା T4କୁ ସକ୍ରିୟ T3ରେ ରୂପାନ୍ତର କରିବା ପାଇଁ ଆବଶ୍ୟକ । ଯଦି ଆପଣ ଥାଇରଏଡ୍ ରୋଗୀ, ତେବେ ତୁରନ୍ତ ଏହାକୁ ଡାଏଟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ।

    ଭୃସଙ୍ଗପତ୍ର : ଭୃସଙ୍ଗପତ୍ର ତମ୍ବାର ଏକ ଉତ୍ତମ ଉତ୍ସ ଯାହା ଥାଇରକ୍ସାଇନ୍ ହରମୋନ୍ T4 ଉତ୍ପାଦନକୁ ବଢ଼ାଇଥାଏ । ଶରୀରର କ୍ୟାଲସିୟମ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ । ରକ୍ତ କୋଷରେ T4ର ଅଧିକ ଅବଶୋଷଣକୁ ରୋକିଥାଏ ଏହି ପତ୍ର ।

    ନାଣ୍ଡିବାଗୁଲି: ଏଥିରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ରହିଛି ଯାହା ଭଲ ମେଟାବୋଲିଜିମ୍ ବଜାୟ ରଖେ । କେବଳ ଏତିକି ନୁହେଁ,ଏହି କ୍ଷୁଦ୍ର ମଞ୍ଜି ଥାଇରଏଡ୍ ଗ୍ରନ୍ଥି କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

    ଦହି: ଏହା ଆୟୋଡିନର ଏକ ଉତ୍ତମ ଉତ୍ସ । ଏହା ଏକ ପ୍ରୋବାୟୋଟିକ୍ ସୁପରଫୁଡ୍ । ଏହାର ଗୁରୁତ୍ବପୁର୍ଣ୍ଣ କାରଣ ଅନେକ । ଥାଇରଏଡ୍ ସମସ୍ୟା ଅଟୋଇମ୍ୟୁନ ରୋଗ ଦ୍ୱାରା ହୋଇଥାଏ । ମନେ ରଖିବା ଉଚିତ ଯେ ରୋଗ ପ୍ରତିରୋଧକ ଶକ୍ତି ଉପଶମ କରିବା ପାଇଁ ଆପଣ ପ୍ରଥମେ ଅନ୍ତନଳୀକୁ ଭଲ କରିବା ଆବଶ୍ୟକ ।

    ଡାଳିମ୍ବ : ଡାଳିମ୍ବରେ ପଲିଫେନୋଲ ଥିବାରୁ ଏହା ଶରୀରରୁ ମୁକ୍ତ ରେଡିକାଲ୍ ଅପସାରଣ କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବ ଖାଇଲେ ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟ ଆହୁରି ବୃଦ୍ଧି ହୋଇଥାଏ । ତେବେ ଖାଇବା ଉପରେ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ସମ୍ପୂର୍ଣ୍ଣ ରୂପେ ଏହାର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ ।

  • ଦିଲ୍ଲୀରେ ନିର୍ମାଣ ହେବ ଆଉ ଦୁଇଟି ସହର, ୨୦୨୪ ସୁଦ୍ଧା ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

    ଦିଲ୍ଲୀରେ ନିର୍ମାଣ ହେବ ଆଉ ଦୁଇଟି ସହର, ୨୦୨୪ ସୁଦ୍ଧା ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

    ନୋଏଡା ଏବଂ ଗ୍ରେଟର ନୋଏଡା କର୍ତ୍ତୃପକ୍ଷ ଆଗାମୀ ତିନି ମାସ ମଧ୍ୟରେ ନ୍ୟୁ ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କରିବେ । ସେମାନେ ଆଗାମୀ ଦୁଇଟି ସହର ପାଇଁ ମାଷ୍ଟରପ୍ଲାନ ଚୂଡାନ୍ତ କରିବେ । ଏହାପରେ ସେମାନେ ଜମି କିଣିବା ଆରମ୍ଭ କରିବେ । ସିଇଓ ରିତୁ ମହେଶ୍ୱରୀ ଜୁଲାଇରୁ କାର୍ଯ୍ୟ ଆରମ୍ଭ କରିବାର ଏକ ସମୟସୀମା ସ୍ଥିର କରିଛନ୍ତି । ଉଭୟ ସହର ପାଇଁ ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଛି ।

    ନୋଏଡା ଏବଂ ଗ୍ରେଟର ନୋଏଡାରେ ସମ୍ଭାବ୍ୟ ଜମି ଅଭାବ ହେତୁ ଏହି ଦୁଇଟି ସହରର ବିକାଶ କରାଯାଉଛି । ଗ୍ରେଟର ନୋଏଡାରେ କିଛି ଜମି ଖାଲି ଅଛି କିନ୍ତୁ ନୋଏଡା ପ୍ରାୟ ସଂପୂର୍ଣ୍ଣ ବିକଶିତ ହୋଇଛି । ରାଜ୍ୟର ବିକାଶକୁ ନଜରରେ ରଖିବାକୁ ଅଧିକାରୀମାନେ ଏହି ଦୁଇଟି ସହରକୁ ଯୋଜନା କରୁଛନ୍ତି । ଏହି ଦୁଇଟି ସହରରେ ଜମି ମୂଲ୍ୟ ନୋଏଡା ଏବଂ ଗ୍ରେଟର ନୋଏଡା ଠାରୁ କମ୍ ରହିବ ।

    ଦାଦରି ଏବଂ ଖୁର୍ଜାର ଜମି ମଧ୍ୟରେ ନୂଆ ନୋଏଡା ନିର୍ମାଣ ହେବ । ୮୭ଟି ଗ୍ରାମରୁ ଅଧିଗ୍ରହଣ ହୋଇଥିବା ଜମି ବ୍ୟବହାର କରି ନୂଆ ନୋଏଡା କୁହାଯାଉଥିବା ଦାଦ୍ରି-ନୋଏଡା-ଗାଜିଆବାଦ ନିବେଶ ଅଞ୍ଚଳ ନିର୍ମାଣ କରାଯିବ । ଅଧିକାରୀମାନେ ସ୍କୁଲ ଅଫ ଟ୍ରେନିଂ ଆଣ୍ଡ ଆର୍କିଟେକ୍ଟକୁ ବାଛିଛନ୍ତି । ଏହା ସହିତ ଏହାକୁ ମୂଳରୁ ମଜବୁତ କରିବା ପାଇଁ ନୋଏଡା ପ୍ରାଧିକରଣକୁ ଦାୟିତ୍ବ ଦିଆଯାଇଛି ।

    ନ୍ୟୁ ଗ୍ରେଟର ନୋଏଡା ହେଉଛି ଗ୍ରେଟର ନୋଏଡାର ଦ୍ୱିତୀୟ ପର୍ଯ୍ୟାୟ । ଗ୍ରେଟର ନୋଏଡା ପ୍ରାଧିକରଣ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି । ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ସେ ଏକ ଘରୋଇ କମ୍ପାନୀକୁ କହିଛନ୍ତି । ଗୌତମ ବୁଦ୍ଧ ନଗର ବ୍ୟତୀତ ହାପୁଡ, ବୁଲନ୍ଦସହର ଏବଂ ଗାଜିଆବାଦର ୧୫୦ଟି ଗ୍ରାମକୁ ନ୍ୟୁ ଗ୍ରେଟର ନୋଏଡାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାର କ୍ଷେତ୍ରଫଳ ୨୮୦୦୦ ହେକ୍ଟର ରହିବ ।

    କନେକ୍ଟିଭିଟି ଅଭାବ ହେତୁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି । ବାସ୍ତବରେ, ଗ୍ରେଟର ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ମଧ୍ୟରେ ଦିଲ୍ଲୀ-ହାଓ୍ବଡା ରେଳ ଲାଇନ ଏବଂ ଜାତୀୟ ରାଜପଥ ୯୧ ଥିଲା । ଟ୍ରାଇସିଟି ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ନ୍ୟୁ ନୋଏଡା ଏବଂ ନ୍ୟୁ ଗ୍ରେଟର ନୋଏଡା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

  • ଆଇଏସ ଦାଏସର ଦମନଲୀଳା, ଯୌନକ୍ରୀତଦାସଙ୍କୁ ବିକ୍ରି କରି କରୁଛନ୍ତି ରୋଜଗାର

    ଆଇଏସ ଦାଏସର ଦମନଲୀଳା, ଯୌନକ୍ରୀତଦାସଙ୍କୁ ବିକ୍ରି କରି କରୁଛନ୍ତି ରୋଜଗାର

    ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅମାନବିକତାର ଚରମ ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ କ୍ରୋଧିତ ହେବା ସହ ଭୟଭୀତ ମଧ୍ୟ ହୋଇଯିବେ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ନକହିବା ଭଲ । ମହିଳା ମାନଙ୍କୁ ସମ୍ଭୋଗ ପାଇଁ କ୍ରିତଦାସ ବନାଇ ରଖାଯାଉଛି । ଟ୍ବିଟରରେ ସଫାଇ ଡାରୟା ନାମକ ଜଣେ ମହିଳା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଅନେକ ତଥ୍ୟ ଉଲ୍ଲେଖ କରିଛନ୍ତି । ସଫାଇ ଲେଖିଛନ୍ତି, ଏହା ଏମିତି ଏକ ବଜାର ଯେଉଁଠାରେ ଇସଲାମିକ ଷ୍ଟେଟର ଦାଏସ, ମହିଳାଙ୍କୁ ଯୌନ କ୍ରିତଦାସ କରି ସେମାନଙ୍କୁ ବିକ୍ରି କରୁଛନ୍ତି ।

    ଭିଡିଓରେ ଦେଖିବାକୁ ମିଳୁଛି, କିଛି ମହିଳା ଧାଡିରେ ଠିଆ ହୋଇଛନ୍ତି ଆଉ ହାତକୁ ଚେନରେ ବନ୍ଧା ହୋଇଛି । ମହିଳାଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ହିଜାବ ରହିଛି । ସେମାନଙ୍କ ମୁହଁ ସେଇମାନେ ଦେଖିପାରିବେ ଯେଉଁମାନେ ତାଙ୍କୁ କିଣିବାକୁ ଚାହିଁବେ । ଏକବିଂଶ ଶତାବ୍ଦୀରେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମହିଳାଙ୍କୁ ଯୌନ ଦାସ ପରି ବ୍ୟବହାର କରନ୍ତି, ଯାହା ଅତ୍ୟନ୍ତ ଘୃଣ୍ୟ ଏବଂ ଭୟଙ୍କର ଅଟେ ।

    ସଫାଇ ଲେଖିଛନ୍ତି, କିନ୍ତୁ ମୁଁ ଆହୁରି ଦୁଃଖିତ ହୁଏ ଯେତେବେଳେ ମୁଁ ଚିନ୍ତା କରେ ପାଶ୍ଚାତ୍ୟର ଲୋକମାନେ କିପରି ଏହା ଉପରେ କଳା ପରଦା ପକାଇ ଦେଉଛନ୍ତି । ନାରୀ ମନଙ୍କର ସ୍ବତନ୍ତ୍ରତା ବୋଲି କିଛି ନାହିଁ । ପୁରୁଷ ମାନେ ସର୍ବଦା ନାରୀଙ୍କୁ ଭୋଗବିଳାଶର ସାମଗ୍ରୀ ଭଳି ବ୍ୟବହାର କରୁଛନ୍ତି । ଆମ ଦେଶରେ ମଧ୍ୟ ରହିଥିବା ସେହି ଲୋକ, ଯେଉଁମାନେ ସଂସ୍କୃତି ଆଳରେ ନାରୀ ବିରୋଧି ପୋଷାକକୁ ଠିକ୍ କହୁଛନ୍ତି ସେମାନେ ଚେତିବା ଦରକାର । ଆଉ ଭେଦଭାବପୂର୍ଣ୍ଣ ବିଚାରଧାରା ରଖୁଥିବା ଲୋକେ ଏହାକୁ ବନ୍ଦ କରିବା ଆକବଶ୍ୟକ ।

  • ଅଭିଯୁକ୍ତର ସ୍ଥାନାନ୍ତରଣ ସୂଚନା ଲିକ୍,IPS ନିଲମ୍ବିତ

    ଅଭିଯୁକ୍ତର ସ୍ଥାନାନ୍ତରଣ ସୂଚନା ଲିକ୍,IPS ନିଲମ୍ବିତ

    କେରଳ ଏଲାତୁର୍‌ ଟ୍ରେନ୍‌ ପୋଡ଼ି ମାମଲାର ଅଭିଯୁକ୍ତକୁ ମହାରାଷ୍ଟ୍ରର ରତ୍ନଗିରିରୁ କେରଳର କୋଝିକୋଡ଼ ଜିଲ୍ଲାକୁ ସ୍ଥାନାନ୍ତରଣ କରାଯାଇଥିଲା । ଏହି ସୂଚନା ଲିକ୍‌ ହେବା ପରେ ଆକ୍ସନ ନେଇଛନ୍ତି କେରଳ ସରକାର । ବରିଷ୍ଠ ଆଇପିଏସ୍ ଅଫିସର୍‌ ତଥା ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ପି.ବିଜୟନ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

    ଆଇନ୍‌ ଶୃଙ୍ଖଳା ଏଡିଜିପି ଏମ୍‌.ଆର୍‌.ମାଥୁର ଦାଖଲ କରିଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇଛି । ଅଭିଯୁକ୍ତର ସ୍ଥାନାନ୍ତରଣ ସଂକ୍ରାନ୍ତ ସୂଚନା ଲିକ୍ କରିବା ସାଙ୍ଘାତିକ ନିରାପତ୍ତା ତ୍ରୁଟି ଯାହା ରିପୋର୍ଟରେ କୁହାଯାଇଛି । ତେଣୁ ବରିଷ୍ଠ ଆଇପିଏସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜୟନ୍‌ ଏବଂ ଟ୍ରେନ୍‌ ପୋଡ଼ି ମାମଲା ତଦନ୍ତକାରୀ ଟିମ୍‌ରେ ସାମିଲ ହୋଇନଥିବା ଗ୍ରେଡ୍‌ ଏସ୍‌ଆଇ ମନୋଜ କୁମାର, ଅଭିଯୁକ୍ତଙ୍କୁ ସ୍ଥାନାନ୍ତରଣ କରୁଥିବା ପୋଲିସ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ଥିଲେ । ତେଣୁ ତାଙ୍କ ବିରୋଧରେ ଆକ୍ସନ ନେବା ଯୁକ୍ତିଯୁକ୍ତ । ଏହି ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିଜୟନ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଆସନ୍ତା ଦିନରେ ପୋଲିସ ମୁଖ୍ୟାଳୟ ଏଡିଜିପି କେ.ପଦ୍ମକୁମାର ଏହି ମାମଲାର ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

    ଟ୍ରେନ୍‌ପୋଡ଼ି ମାମଲାର ସନ୍ଦିଗ୍ଧ ଶାହାରୁଖ ସୈଫିଙ୍କୁ ଗୋଟାଏ ଘରୋଇ ଏସ୍‌ୟୁଭିରେ ସଡ଼କ ପଥରେ ନେବା ପାଇଁ କେରଳ ପୋଲିସ ଯୋଜନା କରିଥିଲା । ହେଲେ ଟାୟାର୍‌ ଲିକ୍‌ କାରଣରୁ ଏସ୍‌ୟୁଭି ରାସ୍ତାକଡ଼ରେ ଅଟକି ରହିଥିଲା । ସେଠାରେ ମାତ୍ର ୩ ଜଣ ପୋଲିସ ଅଧିକାରୀ ପହରା ଦେଉଥିବାବ‌େଳେ ଅଭିଯୁକ୍ତକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଏହା ସନ୍ଦେହ ଘେରକୁ ଆସିଥିଲା । ଏପ୍ରିଲ୍‌ ୨ ତାରିଖ ରାତିରେ କୋଝିକୋଡ୍‌ ଜିଲ୍ଲାର ଏଲାତୁର ନିକଟ କୋରାପୁଝା ସେତୁରେ ଟ୍ରେନ୍‌ ପହଞ୍ଚିଥିଲା । ପେଟ୍ରୋଲ୍‌ ଢାଳି ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୯ ଜଣ ଯାତ୍ରୀ ପୋଡ଼ି ଆହତ ହୋଇଥିବାବ‌େଳେ ଟ୍ରେନ୍‌ରୁ ଡେଇଁ ପଡ଼ି ଆଉ ୩ ଜଣ ପ୍ରାଣ ହରାଇଥିଲେ ।

  • OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    OPSCକୁ ଝଟକା, ପୁଣି ଥରେ ASO ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ

    ଶେଷରେ ASO ନିଯୁକ୍ତି ନେଇ OPSCର ମେରିଟ୍ ଲିଷ୍ଟ ଖାରଜ ହୋଇଛି । ଏହାକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

    ଓପିଏସସି ପକ୍ଷରୁ ASO ପରୀକ୍ଷା କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ । ଏଥିରେ ଅର୍ଥ କାରବାର ନେଇ ଅଭିଯୋଗ ପରେ ଆନ୍ଦୋଳନର ରୂପ ନେଇଥିଲା । ଆଶାୟୀମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ବାରମ୍ବାର ମାମଲା କୋର୍ଟରେ ପହଞ୍ଚିଥିଲା । ଏବେ ପ୍ରକାଶିତ ମେରିଟ୍ ଲିଷ୍ଟ ରଦ୍ଦ କରିଛନ୍ତି କୋର୍ଟ ।

    ଅନିୟମିତତା ମାମଲା ରିଟ୍ ଆବେଦନରେ ପିଟିସନରଙ୍କ ପକ୍ଷରୁ ଯାହା ଦର୍ଶାଯାଇଥିବା ଯୁକ୍ତି ବୈଧ ବୋଲି କହିଛନ୍ତି କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ଲାଗି ପରୀକ୍ଷା ଆୟୋଜନ କରିଥିଲା ଓପିଏସସି ।

  • କୁନୋ ପାର୍କରେ ବାରମ୍ବାର ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

    କୁନୋ ପାର୍କରେ ବାରମ୍ବାର ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

    ମାତ୍ର ଦୁଇ ମାସରେ ତିନି ତିନିଟି ଚିତାଙ୍କ ମୃତ୍ୟୁ । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର କୁନୋ ପାର୍କରେ ଥିବା ଅତିଥିଙ୍କୁ ତୁରନ୍ତ ରାଜସ୍ଥାନ ସ୍ଥାନାନ୍ତର କରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି ।

    ଜଷ୍ଟିସ B.R.ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ, ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି କହିଛନ୍ତି କୋର୍ଟ । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଅଧିକ ସଂଖ୍ୟାକ ଚିତା ରହିପାରିବେ ନାହିଁ । ଏହା ସ୍ଥାନ ଚିତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି କହିଛନ୍ତି ।

    ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାର ମୃତ୍ୟୁ ଘଟିଥିଲା । କିଡନୀ ଖରାପ ଯୋଗୁଁ ଚିତା ପ୍ରାଣ ହରାଇଥିଲା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କ ଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ସେହିପରି ହୃଦରୋଗ ସମସ୍ୟା ଯୋଗୁଁ ଏପ୍ରିଲ ୨୩ରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଉଦୟ’ର ମୃତ୍ୟୁ ହୋଇଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ରେ ଦକ୍ଷିଣ ଆଫ୍ରିକାର ମାଈ ଚିତା ଦକ୍ଷା ମଧ୍ୟ ପ୍ରାଣ ହରାଇଥିଲା । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

    ଆମ ଦେଶରେ ୧୯୪୭-୪୮ରୁ ଚିତା ପ୍ରାୟତଃ ବିଲୁପ୍ତ ହୋଇଯାଇଥିଲେ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେହିପରି ଗତ ଫେବ୍ରୁଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଆସିଥିଲା । ସେମାନଙ୍କ ମଧ୍ୟରେ ୭ଟି ମାଈ ଓ ୫ଟି ଅଣ୍ଡିରା ଚିତା ଅଛନ୍ତି । ଏବେ ମଧ୍ୟପ୍ରଦେଶର କୁନୋ ପାର୍କରୁ ରାଜସ୍ଥାନ ସ୍ଥାନାନ୍ତର ପାଇଁ କୋର୍ଟ, କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।