Month: May 2023

  • ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ସିବିଆଇ ଆଜି ୧୯୮୪ ଶିଖ ବିରୋଧୀ ଦଙ୍ଗାରେ ପୁଲ ବଙ୍ଗସ ଗୁରୁଦ୍ୱାର ଅଗ୍ନକାଣ୍ଡ ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ଜଗଦୀଶ ଟାଇଟଲର ଏକତ୍ରିତ ଲୋକଙ୍କୁ ଉସୁକାଇଥିଲେ, ଦଙ୍ଗା ସୃଷ୍ଟି କରିଥିଲେ, ଏହି ଲୋକମାନେ ପୁଲ ବଙ୍ଗଶ ଗୁରୁଦ୍ୱାରରେ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ତିନି ଜଣ ଶିଖ ପୋଡି ଯାଇଥିଲେ । ସିବିଆଇ ସେକ୍ସନ ୧୪୭, ୧୪୮, ୧୪୯, ୧୫୩(ଏ), ୧୮୮ ଆଇପିସି ଏବଂ ୧୦୯, ୩୦୨, ୨୯୫, ଏବଂ ୪୩୬ ସହିତ ଅନ୍ୟକେତେକ ସେକ୍ସନ ଅଧୀନରେ ଚାର୍ଜସିଟ୍ ଦାଖଲ କରିଛି ।

    ଗତ ଏପ୍ରିଲରେ ଜଗଦୀଶ ଟାଇଟଲର ଦିଲ୍ଲୀରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ ଏବଂ ୧୯୮୪ ମସିହାରେ ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ସହ ଜଡିତ ପୁଲ ବଙ୍ଗଶ ଗୁରୁଦ୍ୱାର ମାମଲାରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) କଣ୍ଠ ନମୁନାର ପରୀକ୍ଷା କରିବ ।

    ଲାବୋରେଟୋରୀରୁ ବାହାରକୁ ଆସି ଟାଇଟଲର୍ କହିଥିଲେ ଯେ, ଯଦି ମୋ ବିରୁଦ୍ଧରେ ଗୋଟିଏ ବି ପ୍ରମାଣ ଅଛି, ତେବେ ମୁଁ ଫାଶୀ ପାଇବାକୁ ପ୍ରସ୍ତୁତ ଅଛି । ସିବିଆଇ ଏହି ମାମଲାରେ କଂଗ୍ରେସ ନେତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଥିଲା କିନ୍ତୁ ଡିସେମ୍ବର ୪, ୨୦୧୫ରେ ପୁନଃ ଯାଞ୍ଚ ଆରମ୍ଭ କରିଥିଲା । ଜଗଦୀଶ ଟାଇଟଲର ୨୦୦୪ରେ ମନମୋହନ ସିଂ ସରକାରରେ ଜଣେ ମନ୍ତ୍ରୀ ଥିଲେ କିନ୍ତୁ ବିରୋଧ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ବର୍ଷ ବର୍ଷ ଧରି ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କଂଗ୍ରେସ ଦଳ ଟାଇଟଲରଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲା ।

    ଗତ ବର୍ଷ ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ତାଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁଥିରେ ବିରୋଧୀ ଦଳ ଗୁଡିକ କଂଗ୍ରେସକୁ ଘେରିପକାଇଥିଲେ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯତ୍ରା ଦିଲ୍ଲୀରେ ଚାଲିଥିବା ବେଳେ ଯୋଗ ଦେବାର ଥିଲା, କିନ୍ତୁ ପରେ ବିବାଦକୁ ଏଡାଇବା ପାଇଁ ସେ ଯାତ୍ରା ଠାରୁ ଦୂରରେ ରହିଥିଲେ ।

  • ହିନ୍ଦୁ ଧର୍ମରେ କାହିଁକି ପୂଜା କରାଯାଏ ଓସ୍ତ ଗଛ ?

    ହିନ୍ଦୁ ଧର୍ମରେ କାହିଁକି ପୂଜା କରାଯାଏ ଓସ୍ତ ଗଛ ?

    ଭାରତର ଅନେକ ସ୍ଥାନରେ ଓସ୍ତ ଗଛ ପୂଜା କରାଯିବାର ଆପଣ ଅନେକ ଥର ଦେଖିଥିବେ। କିନ୍ତୁ କାହିଁକି ? ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଏହାର କଣ ରହିଛି କାରଣ। ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ମାନିଥାନ୍ତି।  ଓସ୍ତ ଗଛକୁ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ପୂଜା କରାଯାଏ। କାରଣ ଶନିବାର ଦିନ ଓସ୍ତ ଗଛରେ ଅନେକ ଦେବାଦେବୀ ବାସ କରିଥାନ୍ତି। ହିନ୍ଦୁ ଧର୍ମରେ କୁହାଯାଏ ଯେ ରିଷ୍ଟ ଦୂର କରିବା ପାଇଁ ଓସ୍ତ ଗଛ ପୂଜା କରାଯାଇଥାଏ। ଖାଲି ଏତିକି ନୁହେଁ ଯେଉଁମାନଙ୍କର ଶନି ଦୋଷ ରହିଥାଏ ସେମାନେ ଓସ୍ତ ଗଛ ମୂଳେ ଦୀପ ଜାଳିଲେ ଶନି ଦୋଷ ଦୂର ହୋଇଥାଏ। କିନ୍ତୁ ଏହି ଗଛକୁ ପୂଜା କରିବା ପାଇଁ ଅନେକ ନୀତି ନିୟମ ରହିଛି। ନୀତି ନିୟମ ସହ ପୂଜା କଲେ ନିଶ୍ଚିତ ଶୁଭ ଫଳ ମିଳିଥାଏ।

    ଆସନ୍ତୁ ଜାଣିବା ଓସ୍ତ ଗଛ ପୂଜା କାହିଁକି କରାଯାଏ….

    କୁହାଯାଏ ଯେ ଦେବତାମାନେ ଓସ୍ତ ଗଛରେ ରୁହନ୍ତି। ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀ ଓସ୍ତ ଗଛରେ ରୁହନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଖାଲି ଦେବାତାମାନେ ନୁହଁନ୍ତି ଏଠାରେ ପିତୃ ପୁରୁଷମାନେ ମଧ୍ୟ ବାସ କରିଥାନ୍ତି। ସେଥିପାଇଁ ଓସ୍ତ ଗଛକୁ ପୂଜା କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।ଓସ୍ତ ଗଛର ମୂଳରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି।

    ସେହିପରି ଗଛର ଶାଖାରେ ନାରାୟଣ ରହିଥାନ୍ତି, ପତ୍ରରେ ଭଗାବାନ ହରି ଏବଂ ଫଳରେ ସମସ୍ତ ଦେବତା ବାସ କରନ୍ତି। କୁହାଯାଏ ଯେ ଓସ୍ତ ଗଛ ହେଉଛି ସାକ୍ଷାତ ଭଗାବାନ ବିଷ୍ଣୁଙ୍କ ରୂପ। ଯେଉଁଥିପାଇଁ ଅନେକ ମୁନି ଋଷି ଏହି ଗଛ ମୂଳେ ବସି ତପସ୍ୟା କରିଥାନ୍ତି ଓ ସିଦ୍ଧି ଲାଭ କରିଥାନ୍ତି। ଏହି ଗଛ ମୂଳରେ ଗୌତମ ବୁଦ୍ଧତ୍ୱ ପ୍ରାପ୍ତି କରିଥିଲେ। ଏହି ଗଛ ତଳେ ବସି ମହାବୀର, ନାନକ ପ୍ରମୁଖ ମଧ୍ୟ ଜ୍ଞାନଲାଭ କରିଥିଲେ।

    ଓସ୍ତ ଗଛ ପୂଜାର ଉପକାରିତା…

    ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ, ପ୍ରତିଦିନ ଓସ୍ତ ଗଛର ମୂଳରେ ପାଣି ଦିଆଯାଏ। ଏହା  ଅତ୍ୟନ୍ତ ଶୁଭକାରୀ ଓ ମଙ୍ଗଳକାରୀ ବୋଲି କୁହାଯାଏ। ଏହା ସହିତ ଓସ୍ତ ଗଛ ଲଗାଇବା ମଧ୍ୟ ଅନେକ ଲାଭଦାୟକ। ପ୍ରତିଦିନ ଓସ୍ତ ଗଛକୁ ପୂଜା କଲେ ପିତୃଦୋଷରୁ ମୁକ୍ତି ମିଳାଥାଏ ବୋଲି ବିଶ୍ବାସ ରହିଛି।

    ପୁରାଣରେ କଣ ରହିଛି ମହତ୍ତ୍ବ-

    ସ୍କନ୍ଦ ପୁରାଣରେ ଓସ୍ତ ଗଛ ବିଷୟରେ ଉଲ୍ଲେଖ କରାଯାଇଛି କି. ଭଗବାନ ବିଷ୍ଣୁଙ୍କ ରୂପ ହେଉଛି ଓସ୍ତ ଗଛ। ଏହି ବୃକ୍ଷର ସେବା କଲେ ମନୁଷ୍ୟର ପାପ ସବୁ ଦୂର ହୋଇଯାଏ।

    କିପରି ପରିବେ ପୂଜା…

    ସାଧାରଣତଃ ଶନି ଦଶା ପଡିଥିଲେ ପ୍ରତି ଶନିବାର ଦିନ ଓସ୍ତ ଗଛ ମୂଳରେ ମାଟି ଦୀପରେ କିଛି କଳା ରାଶି ଗୋଟିଏ ଲୁହା କଣ୍ଟା ପକାଇ  ରାଶି ତେଳର ଦୀପ ଦେଲେ ଦଶାରୁ ମୁକ୍ତି ମିଳିଥାଏ। ଏଥିସହ ଗଛ ଚାରିପଟେ ପ୍ରଦକ୍ଷିଣା କରିବା ମଧ୍ୟ ସୁଫଳ ଦେଇଥାଏ।

  • ସିବିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ଟିଏମସି ନେତା ଅଭିଷେକ ବାନାର୍ଜୀ

    ସିବିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ଟିଏମସି ନେତା ଅଭିଷେକ ବାନାର୍ଜୀ

    ଟିଏମସି ଜାତୀୟ ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ଶନିବାର କୁନ୍ତଲ ମନିଫେଷ୍ଟୋ ମାମଲାରେ ପଚରାଉଚରା ପାଇଁ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବାନାର୍ଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା, ଯେଉଁଥି ପାଇଁ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡିଥିଲା । ଏହି ସମୟରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯିବେ ଯେଉଁଥିରେ, କୁନ୍ତଲ ଘୋଷ ଚିଠି ମାମଲାରେ ଇଡି ଏବଂ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ଅନୁମତି ଦେଇଥିଲେ ।

    ସିବିଆଇ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ ପାଇଁ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି । ସିବିଆଇର ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ହରିଶ ମୁଖାର୍ଜୀ ସ୍ଥିତ ଅଭିଷେକଙ୍କ ବାସଭବନକୁ ସମନ ପଠାଯାଇଥିଲା । ସମନରେ ଅଭିଷେକଙ୍କୁ ଶନିବାର ଦିନ ୧୧ଟା ସୁଦ୍ଧା ସିବିଆଇ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ସମନକୁ ସ୍ବିକାର କରି ଅଭିଷେକ ଟ୍ୱିଟ୍ କରିଛନ୍ତି ଯେ, ଏହି ଘଟଣାକୁ ଧାନ ନଦେଇ ମୁଁ ଲୋକଙ୍କ ସେବା ଜାରି ରଖିବାକୁ ଚେଷ୍ଟା କରିବି । ଶୁକ୍ରବାର ଦିନ ସିବିଆଇକୁ ଚ୍ୟାଲେଞ୍ଜ କରି ଅଭିଷେକ କହିଥିଲେ, ଯଦି ତାଙ୍କ ବିରୋଧରେ ଦୁର୍ନୀତି କିମ୍ବା ଅସଦାଚରଣର କୌଣସି ପ୍ରମାଣ ରହିଛି ତେବେ ତାଙ୍କୁ ଗିରଫ କରାଯାଉ ।

    ବାଂକୁଡା ଠାରେ ଆୟୋଜିତ ଏକ ରାଲିରେ ଅଭିଷେକ ବାନାର୍ଜୀ କହିଥିଲେ ଯେ, ମୁଁ ସିବିଆଇକୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ଗତ କିଛି ବର୍ଷ ହେବ ବେଙ୍ଗଲରେ ଅନେକ ମାମଲାର ତଦନ୍ତ କରୁଛନ୍ତି । ଯଦି ମୋ ବିରୁଦ୍ଧରେ ଦୁର୍ନୀତିର କୌଣସି ପ୍ରମାଣ ଅଛି, ତେବେ ସେମାନେ ମୋତେ ଗିରଫ କରିବା ଉଚିତ୍ ।

    କଲିକତା ହାଇକୋର୍ଟର ଏକ ବେଞ୍ଚ ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଏକ ଆବେଦନର ତତ୍କାଳ ଶୁଣାଣୀ କରିବାକୁ ମନା କରିଦେଇଥିଲେ, ଯେଉଁଥିରେ ସେ ସିଙ୍ଗଲ ବେଞ୍ଚର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟକୁ ଯିବା ବିଷୟରେ କହିଥିଲେ । ଏହି ମାମଲାରେ ସିଙ୍ଗଲ୍ ବେଞ୍ଚ କହିଛି ଯେ, ଅଭିଷେକଙ୍କୁ ଦିଆଯାଇଥିବା ବିଜ୍ଞପ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

    ଏହି ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ କୁନ୍ତଲ ଘୋଷଙ୍କ ଅଭିଯୋଗରେ ଅଭିଷେକଙ୍କ ନାମ ସାମ୍ନାକୁ ଆସିଥିଲା । ଏଥିସହିତ ଘୋଷ ଅଭିଯୋଗ କରିଛନ୍ତି ଯେ, ନିଯୁକ୍ତି ସ୍କାମରେ ଅଭିଷେକଙ୍କ ନାମ ରଖିବାକୁ କେନ୍ଦ୍ରୀୟ ଏଜେନ୍ସି ମାନେ ଚାପ ପକାଉଛନ୍ତି ।

  • ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ଆମେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଶେଷରେ ଆମ ନିଷ୍ପତ୍ତି  ଆମକୁ ଗଢିଥାଏ। ଯିଏ ବ୍ୟକ୍ତିଗତ ସ୍ୱାର୍ଥ, ଭାବାବେଗ, ଭୟକୁ ପଛରେ ପକାଇ ସାମୂହିକ ସ୍ୱାର୍ଥ ଦିଗରେ ନିଷ୍ପତ୍ତି ନେଇଥାନ୍ତି ସେହି ନିଷ୍ପତ୍ତି ତାଙ୍କୁ ଚିରସ୍ମରଣୀୟ କରି ଗଢିତୋଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ କାଳରେ ମଙ୍ଗଳବାର ଦିନ ଓଡିଆ ସମୁଦାୟକୁ ସମ୍ୱୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିବାକୁ ଯାଇ ଏହା କହିଥିଲେ ପାଣ୍ଡିଆନ।

    ଭିକେ ପାଣ୍ଡିଆନ କହିଥିଲେ, ପୁରୀ ସ୍ୱର୍ଗଦ୍ୱାର ସହ ରାଜ୍ୟବାସୀଙ୍କର ଧର୍ମୀୟ ବିଶ୍ୱାସ ଜଡିତ ରହିଛି। ଓଡିଆଙ୍କ ବିଶ୍ୱାସ  କି, ଏହି ସ୍ଥାନରେ ଆତ୍ମୀୟ  ପରିଜନଙ୍କ ଅନ୍ତିମ ସଂସ୍କାର କରାଗଲେ ସେମାନଙ୍କୁ ମୋକ୍ଷ ମିଳିଥାଏ। ତେଣୁ ବହୁ ଲୋକ ସେମାନଙ୍କ ଆତ୍ମୀୟଙ୍କ ଶେଷକୃତ ପାଇଁ ସ୍ୱର୍ଗଦ୍ୱାରକୁ ଯାଇଥାନ୍ତି। କିନ୍ତୁ ସେଠାରେ ଜାଗାର ଅଭାବ ହେଉଥିଲା। ଏହାକୁ ଦେଖି ସ୍ୱର୍ଗଦ୍ୱାର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦେଖାଇଥିଲି ସେ ତତ୍କ୍ଷଣାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଶୁଣି ନିଜ କାନକୁ ବିଶ୍ୱାସ କରି ପାରିନଥିଲେ ବ୍ୟକ୍ତିଗତ ସଚିବ। କାରଣ ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଯାଇଥାନ୍ତି। ସେଠାରେ କିଛି କ୍ଷଣ ବିତାଇବାକୁ ଭଲପାଇଥାନ୍ତି। ଅଥଚ ବାପାଙ୍କ ସମାଧି ଭାଙ୍ଗିବା ପରି ଏକ କଠୋର ନିଷ୍ପତ୍ତି ନେବାକୁ କିପରି କ୍ଷଣଟିଏ ସମୟ ନେଇ ନ ଥିଲେ ମୁଖ୍ୟମନ୍ତ୍ରୀ ?

    ପରେ ପାଣ୍ଡିଆନ ବୁଝିଥିଲେ କି, ଯେଉଁ ରାଜ୍ୟବାସୀ ବିଜୁ ବାବୁଙ୍କୁ ଏତେ ଭଲ ପାଉଥିଲେ ସେମାନଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବାରେ କରିନଥିଲେ କାଳ ବିଳମ୍ବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍ବୋପରେ ଥିଲା ଓଡିଶା ଓ ଓଡିଆଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ।  ସେଥିପାଇଁ ସେହି ଡେଙ୍ଗା ମଣିଷଙ୍କ ସମାଧି ଶ୍ମଶାନର ଗୋଟିଏ କୋଣକୁ ଅବରୋଧ କରି ରଖିଥିବାରୁ ତାକୁ ଭାଙ୍ଗି, ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ସ୍ୱର୍ଗଦ୍ୱାର ସମର୍ପିତ କରିଥିଲେ ନବୀନ। ତାଙ୍କ ଚିନ୍ତାଧାରାରେ, ବାଲି, ସିମେଟ ଓ ପଥରରେ ନିର୍ମିତ ସମାଧିରେ ବିଜୁ ପଟ୍ଟନାୟକ ବାସ ନୁହେଁ. ବରଂ ରାଜ୍ୟବାସୀଙ୍କ ହୃଦୟରେ।

    ଏଥିସହ ସମାଧିକୁ ଭୋରୁ ଭୋରୁ ଭାଙ୍ଗିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଜାଣିଥିଲେ, ବିଜୁ ବାବୁଙ୍କ ସମାଧି ସହ ରାଜ୍ୟବାସୀଙ୍କ ଭାବାବେଗ ଜଡିତ ରହିଛି। ସାଧାରଣ ଜନତା ସମାଧି ଭାଙ୍ଗିବାକୁ ଦେବେ ନାହିଁ। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତେଣୁ ନିର୍ଦ୍ଦେଶ ମୁତାବକ ତାହା ହିଁ କରାଯାଇଥିଲା। ରାତି ନ ପାହୁଣୁ ସେଠାରୁ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ଏବେ ସେଠାରେ କେବଳ ଏକ ପ୍ରସ୍ତର ଫଳକ ରହିଛି। ଏହା ଓଡିଶା ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ପରିଯୋଜନା ଥିଲା  ବୋଲି ପାଣ୍ଡିଆନ କହିଥିଲେ। ଏଠାରେ କହିରଖୁଛୁ କି, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ନିଧନ ପରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷଙ୍କ ସମାଧି ନିର୍ମାଣ ହୋଇଥିଲା।

    ସ୍ୱର୍ଗଦ୍ୱାର ପୁରୀର ଦକ୍ଷିଣ ପଶ୍ଚିମକୁ ବଙ୍ଗୋପସାଗର କୂଳରେ କାହିଁ କେଉଁ କାଳରୁ ରହି ଅସିଛି। ବର୍ତ୍ତମାନ ଏହା ଏକ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଥିବା ବେଳେ ଏହାର ଆଖପାଖର ପ୍ରାୟ ୧୫ ଏକର ଜମି ରହିଛି। ଏହା ହେଉଛି ଓଡିଆଙ୍କ ମୋକ୍ଷର ବାଟ ବୋଲି ବିଶ୍ୱାସ ରହିଛି। ଏହି ସ୍ଥାନକୁ ମା’ କାଳୀ ଜଗୁଥିବା କୁହାଯାଏ।

  • ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆମେରିକାକୁ ନେଇ ରୁଷ ତାର କଡା ଆଭିମୁଖ୍ୟ ଦେଖାଇଛି । ରୁଷ ଆଉ ଆମେରିକା ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ବାରମ୍ବାର ଚୀନ ଏବଂ ଅନ୍ୟାନ୍ୟ ଦେଶକୁ ପରିସ୍ଥିତି ବିଗିଡିଛି । ଆଉ ଏବେ ରୁଷ ଏକ ବଡ ପଦକ୍ଷେପ ନେଇଛି । ରୁଷ କହିଛି ଏଣିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷ ମନା । ରୁଷ ଯିବା ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହନ୍ତି ତାଙ୍କ ସହ ୫୦୦ ଜଣ ଅନ୍ୟ ଆମେରିକା ନାଗରିକଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି ।

    ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଜବାବ ଦେଇ ରୁଷ ସରକାର ଏପରି ନିଷ୍ପତି ନେଇଛନ୍ତି । ଆପଣ ଜାଣିଛନ୍ତି ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । ପରିସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ କରିଥିଲା । ଯୁଦ୍ଧ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକ ଥର ପକାଇଛି ।

    ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ୟୁକ୍ରେନକୁ ଯୁଦ୍ଧରେ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ରୁଷ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ଗଣମାଧ୍ୟମକୁ ଆମେରିକା ଯାତ୍ରା ପାଇଁ ଭିସା ଦେବାକୁ ଗତ ମାସରେ ଆମେରିକା ମନା କରିଦେଇଥିଲା । କେବଳ ସେତିକି ନୁହେଁ ଶୁକ୍ରବାର ଦିନ ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଏହାପରେ ପ୍ରତିଶୋଧ ନେବା ପାଇଁ ମସ୍କୋ ଅନାଇ ବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ଭାବେ ରୁଷ ବିରୋଧରେ କଟକଣା ଜାରି ରଖିଛି । ଯାହାର ଜବାବ ଦେବାକୁ ଯାଇ ଏବେ କାଯ୍ୟାନୁଷ୍ଠାନ ନେଇଥିବା କହିଛି ରୁଷ ମନ୍ତ୍ରାଳୟ । ତେଣୁ ଏ ବିବାଦ କେତେବାଟ ଆଗେଇ ପାରେ ତାହା ଉପରେ ସମସ୍ତଙ୍କ ନଜର । କାରଣ ଆଜି ବି ଲକମାନେ ଆମେରିକା-ରୁଷିଆ ଭିତରେ ହୋଇଥିବା ଶୀତଳ ଯୁଦ୍ଧକୁ ଭୁଲିପାରି ନାହାନ୍ତି ।

  • ଜାଣିଛନ୍ତି କି ଆମ ମୁଖ୍ୟମନ୍ତ୍ରୀଙ୍କ ପାଖେ କେତେ ଟଙ୍କା ରହିଛି?

    ଜାଣିଛନ୍ତି କି ଆମ ମୁଖ୍ୟମନ୍ତ୍ରୀଙ୍କ ପାଖେ କେତେ ଟଙ୍କା ରହିଛି?

    ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବରର ଏସ୍‌ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍‌ ଏସ୍‌ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍‌ରେ ୧୪ ହଜାର ଟଙ୍କା ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌ ରହିଛି। ଏହା ବାଦ୍ ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ରହିଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି।

    ସେହିପରି ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିଲା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍‌ କାର୍‌ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ ବୋଲି ତଥ୍ୟ ପ୍ରକାଶ ପାଇଛି ।

  • ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ଆଧିକାରିକ ୱେବ ସାଇଟର ଟ୍ରାଫିକ ଜାମ ହୋଇଯାଇଛି। ଫଳରେ ୱେବ ସାଇଟ ଡାଉନ ହୋଇଯାଇଛି। ସକାଳୁ ସକାଳୁ ଆରବିଆଇର ୱେବ ସାଇଟ ସମ୍ପୂର୍ଣ୍ଣ ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା। ଫଳରେ ବହୁ ସଂଖ୍ୟାରେ ଲୋକ ୱେବ ସାଇଟ ସର୍ଚ୍ଚ କରିବା ଅରମ୍ଭ କରିଦେଇଥିଲେ। ମାତ୍ରାଧିକ ବ୍ୟବହାର ଦ୍ୱାରା ପୂରା ଠପ ଅବସ୍ଥାକୁ ଚାଲି ଆସିଛି ସାଇଟ।

    ତେବେ ଏତେ ଭୟଭୀତ ହେବାର କାରଣ କିଛି ନାହିଁ। ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ସୁରକ୍ଷିତ ଅଛି। ଟଙ୍କା କୁ ଅନ୍ୟ ନୋଟରେ ପରିବର୍ତ୍ତନ କରିବାକୁ ମଧ୍ୟ ସରକାର ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ବଜାରରେ ଏହି ଟଙ୍କାର ପ୍ରଚଳନ ବନ୍ଦ  ହେଲେ ମଧ୍ୟ ବ୍ୟାଙ୍କକୁ ଯାଇ ଏହାକୁ ୨୦୨୩ ସେପ୍ଟେମ୍ବର ୩୦ ଭିତରେ ବଦଳାଇ ପାରିବେ ବା ଜମା କରି ପାରିବେ। ଏଥିପାଇଁ ଏକ ସୀମା ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ଥରରେ ୧୦ଟି ୨୦୦୦ ଟଙ୍କା ବଦଳାଇ ପାରିବେ। ଏହା ବ୍ୟତୀତ ଆରବିଆଇ ସମସ୍ତ ବ୍ୟାଙ୍କକୁ ୨୦୦୦ ଟଙ୍କିଆ ନୋଟ ଉପଭୋକ୍ତାଙ୍କୁ ଦେବା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।  କିନ୍ତୁ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ।

    ସରକାର କଳା ଧନ ବାହାର କରିବାକୁ ଏହି ନୋଟର ଚଳନରୁ ବାଦ ଦେଇଥିବା କୁହାଯାଉଛି। ଏପରି କରିବା ଦ୍ୱାରା ଅଧିକ କଳା ଧନ ବାହାରକୁ ଆସିବ ଓ ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ। କାରଣ ଏହି ଶ୍ରେଣୀର ଗଚ୍ଛିତ ଟଙ୍କା ବିଭିନ୍ନ ସମୟରେ ଇଡି ଚଢାଉ କାଳରେ ବାହାରକୁ ଆସିଛି। ସେ ଶିକ୍ଷକ ଭର୍ତ୍ତି ମାମଲାରେ ଟିଏମସିର ମନ୍ତ୍ରୀ ହୁଅନ୍ତୁ, ଅବା କର୍ଣ୍ଣାଟକ ବିଜେପିର ବିଧାୟକ। ଏମାନଙ୍କ ଘରେ ଚଢାଉ କାଳରେ ବିପୁଳ ପରିମାଣର ୨୦୦୦ ଟଙ୍କା ଜବତ ହୋଇଛି। ସେହିପରି ବିଭିନ୍ନ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଚଢାଉ କାଳରେ ମଧ୍ୟ ଅଧିକ ଏହି ଶ୍ରେଣୀର ନୋଟ ମିଳିଛି। ତେଣୁ ଏହି ଶ୍ରେଣୀର ଟଙ୍କାକୁ ବନ୍ଦ କରି ସରକାର ଲୁଚାଇ ରଖାଯାଇଥିବା ମୋଟା ଅଙ୍କକୁ ବାହାରକୁ ଆଣିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି।  

  • ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ଇତିହାସ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ବଜାରରୁ ଉଠାଇ ନେବାକୁ ହେଇଛି ବଡ ନିଷ୍ପତ୍ତି। ଏନେଇ ଶୁକ୍ରବାର ରାତିରେ ଆରବିଆଇ ଘୋଷଣା କରିଛି। ଏହି ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ କରି ରଖିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଥିବ। ତେବେ ଏହି ନୋଟର ପ୍ରଚଳନ ବଜାରରେ ନ ହେଲେ ମଧ୍ୟ ଏହାକୁ ବଦଳାଯାଇପାରିବ।

    ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଉଠାଇ ନେବାକୁ ଘୋଷଣା କରିଥିଲେ ମଧ୍ୟ ଏହି ଟଙ୍କାକୁ ବଦଳାଇବାକୁ ଦେଇଛି ମହଲତ।  ମେ ୨୩ ତାରିଖରୁ ନିଜ ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇବାର ପ୍ରାବଧାନ ମଧ୍ୟ ରହିଛି। ମେ ୨୩ରୁ ସେପ୍ଟମ୍ବର ଶେଷ ତାରିଖ ସୁଦ୍ଧା ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ହେବ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଜଣେ ବ୍ୟକ୍ତି ଏକକାଳୀନ ୨୦,୦୦୦ ପର୍ଯ୍ୟନ୍ତ ବଦଳାଇପାରିବେ। 

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।

    କିନ୍ତୁ ଯେତିକି ଟଙ୍କା ବଜାରକୁ ଛଡାଗଲା, ତାହାର ଦର୍ଶନ ସାଧାରଣ ଲୋକଙ୍କୁ ମିଳିନଥିଲା। କାରଣ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ ।

    ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ। ଟଙ୍କା ଯେମିତି ବଜାରକୁ ଆସିଥିଲା ସେମିତି ହଜିଗଲା। ଅନେକ ଏହି ନୋଟର ଦର୍ଶନ ମଧ୍ୟ ପାଇ ନ ଥିଲେ। ସରକାର କଳାବଜାରୀ, ଦୁର୍ନୀତି ରୋକିବାକୁ ଏହାର ପ୍ରଚଳନ କରିଥିବା କହିଥିଲେ ମଧ୍ୟ ଏହି ଶ୍ରେଣୀର ନୋଟରେ ହୋଇଛି ସର୍ବାଧିକ ଘୋଟାଲା। କାରଣ ୧୦୦ ଟଙ୍କିଆ ୨୦ଟି ନୋଟ ବା ୫୦୦ ଟଙ୍କାର ୪ଟି ନୋଟର ସ୍ଥାନ ନେଇଥିଲା ଗୋଟିଏ ୨୦୦୦ଟଙ୍କାର ନୋଟ, ଯାହାକୁ ଗଚ୍ଛିତ କରିବା ସହଜ ଥିଲା। ଏହା ଇଡିର ରେଡ ସମୟରେ ବିଭିନ୍ନ ଧନୀକ, ରାଜନେତା, ଅଧିକାରୀଙ୍କ ଘରୁ ଜବତ ଟଙ୍କାରୁ ଜଣାପଡିଛି। ଟେବୁଲ ତଳ କାମ ପାଇଁ ୨୦୦୦ ଟଙ୍କା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।