Month: May 2023

  • ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ୪୩ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଘରୁ ବାହାରକୁ ବାହାରିବ ମୁସ୍କିଲ ହୋଇପଡିଥିବା ବେଳେ କଳା ଚିକଚିକ ପିଚୁ ରାସ୍ତାରେ ବିନା ଚପଲରେ ପାଦ ଥୋଇବା ମୁସ୍କିଲ ବେପାର । ଏପରି ସ୍ଥିତିପେ ଜଗା ଡୋରିରେ ବନ୍ଧା ଜଣେ ଭକ୍ତ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀକୁ ଦଣ୍ଡବତ ହୋଇ ଯାଉଛନ୍ତି ଜଣେ ଭକ୍ତ ।

    କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି ଦାସିଆ ବାଉରୀଙ୍କ ଭଳି ଜଣେ ଭକ୍ତ । ରାଜସ୍ଥାନରୁ ପୁରୀ ଅଭିମୁଖେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦଣ୍ଡ ପ୍ରଣାମ କରି ଆସିଥିବା ଭକ୍ତ ବୌଦ୍ଧ ଜିଲ୍ଲାକୁ ଅତିକ୍ରମ କରିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣି, ବୌଦ୍ଧ ସହର, ପୁରୁଣାକଟକ, ଚାରିଛକ, ଆଡେଣିଗଡ଼ ଦେଇ ପ୍ରାୟ ୧୩୦ କି.ମି ବାଟ ଦଣ୍ଡ ପ୍ରଣାମ କରି ଅତିକ୍ରମ କରିଛନ୍ତି । ଏଥିପାଇଁ ଲାଗିଛି ତାଙ୍କୁ ୧୫ ଦିନ । ବୌଦ୍ଧ ଜିଲ୍ଲାରେ ପ୍ରବେଶ କରିବା ପରେ ଏଭଳି ଜଣେ ଭକ୍ତଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଛନ୍ତି ଲୋକେ । କାଳିଆ ଦର୍ଶନ କରିବାକୁ ଭକ୍ତ ମାନେ ଏତେ ବ୍ୟାକୁଳ ଯେ, ଧୁ..ଧୁ ଖରାକୁ ମଧ୍ୟ ଖାତିର ନାହିଁ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ । ଏଇକଥା ପ୍ରଚାର ହେବା ପରେ ତାଙ୍କୁ ଦେଖିବାକୁ ରାସ୍ତାରେ ଜମୁଛି ଭିଡ ।

    ରାଜସ୍ତାନରୁ ଜଗନ୍ନାଥ ଧାମ ପୁରୀ, ସିଏ ପୁଣି ଦଣ୍ଡପ୍ରଣାମ କରି କରି । ମାସେ କି ୨ ମାସ ନୁହେଁ ବରଂ ଗତ ବର୍ଷରୁ ନିଜ ଘରୁ ଜଗାକୁ ଦର୍ଶନ କରିବାକୁ ବାହାରିଥିଲେ ବିଜୟ । ଇଚ୍ଛା ଥିଲା ଗାଡି କି ଟ୍ରେନ୍‌ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଚକାନୟନର ଦର୍ଶନ କରିବେ । ସେଇଥି ପାଇଁ ତ ନିଜ ଇଚ୍ଛାକୁ ପୂରଣ କରିବା ଲାଗି ଏମିତି ପ୍ରଣାମ କରି କରି ଶ୍ରୀକ୍ଷେତ୍ର ଯାଉଛନ୍ତି ବିଜୟ । ବିଜୟଙ୍କ କହିବା ଅନୁସାରେ, ଜଗା ଦର୍ଶନ ଲାଗି ଗତ ବର୍ଷ ଅର୍ଥାତ୍‌ ଡିସେମ୍ବର ମାସରୁ ସେ ଘରୁ ବାହାରିଛନ୍ତି । ଜଗା ଦର୍ଶନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ, ଘରୁ ବାହାରିବା ଦିନ ଠାରୁ ଆଜଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକିଯାଇ ନାହାନ୍ତି । ବିଜୟଙ୍କ ଗାଁ ଠାରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୧୫୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୫୦ କିଲୋମିଟର ଯାତ୍ରା କରି ବୌଦ୍ଧ ଜିଲ୍ଲା ଅତିକ୍ରମ କରିଛନ୍ତି ବିଜୟ । ଆଉ ମାତ୍ର ୨୬୨ କିଲୋମିଟର ଯାତ୍ରା ରହିଛି । ତେଣୁ, ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ଆଶା ନେଇ ଆଗକୁ ବଢୁଛନ୍ତି ବିଜୟ । କଥାରେ ଅଛି ଭାବ ଯାହାର ଅଛି ସିଏ ଜଗାକୁ ପାଇଛି । ତେଣୁ, ନିଜ ମନରେ ଥିବା ଭକ୍ତି ପାଇଁ ଆଜି ମାଇଲ ମାଇଲ୍‌ ବାଟ ଏମିତି ରାସ୍ତାରେ ଦଣ୍ଡ ପ୍ରଣାମ କରି ଯାଉଛନ୍ତି ବିଜୟ । ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି । କେମିତି ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

  • ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା

    ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା

    ରାଜଧାନୀରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି ଭୁବନେଶ୍ୱର । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଦ୍ୱାରା କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଭୁବନେଶ୍ୱର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

    କିଛି ସ୍ଥାନରେ ଚାଳ, ଛପର ଉଡ଼ାଇ ନେଇଛି । ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଛି । ଆଜି ଅପରାହ୍ଣ ସାଢ଼େ ୨ଟାରୁ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ରାସ୍ତାରେ ପାଣି ପ୍ରବାହିତ ହୋଇଥିବା ବେଳେ ବର୍ଷା ଯୋଗୁଁ ଆଗାମୀ ଦୁଇ ତିନି ଦିନ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

    ସେହିପରି ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ଭଳି ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଲେ ମଧ୍ୟ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏହାର ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି ।

  • ପଛୁଆ ବ୍ଲକଗୁଡିକରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ କଲେଜ

    ପଛୁଆ ବ୍ଲକଗୁଡିକରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ କଲେଜ

    ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ ହୋଇଛି। ଏହାର ବିବରଣୀ ଦେବାକୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରୋହିତ ପୂଜାରୀ ରାଜ୍ୟର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ରାଜ୍ୟ ସରକାର ଆଗାମୀ ଦିନରେ ଏହି କ୍ଷେତ୍ରରେ ନେଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସୂଚିତ କରିଥିଲେ। ମନ୍ତ୍ରୀ କହିଥିଲେ କି, ଆଗାମୀ ଦିନରେ ରାଜ୍ୟ ସରକାର ପ୍ରାୟ ସମସ୍ତ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟରେ କେଲଜ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବିଗତ ୨୩ ବର୍ଷରେ ବ୍ୟାପକ ପରିବର୍ତ୍ତନ ଆସିଛି।

    * ୨୦୦୦ ମସିହାରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା. ଯାହା ଏବେ ୧୦୧୪ ରେ ପହଁଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ ରୁ ୨୫ରେ ପହଁଚିଛି। ଛାତ୍ରୀଙ୍କ ସଂଖ୍ୟା ୧.୬୯ ଲକ୍ଷରୁ ୩.୮୪ ଲକ୍ଷରେ ପହଁଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇଥିବା ବେଳେ ୨୦୨୩ ରେ ଏହା ୬.୫ ଲକ୍ଷ ହୋଇଛି।

    * ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ ମନବୃତ୍ତି ଆଣିବାକୁ ତଥା କ୍ରିଡା କ୍ଷେତ୍ରରେ କ୍ୟାରିୟର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟ୍ସ ପଲିସୀ ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ପଲିସୀ ଆରମ୍ଭ ହେବ।

    * ଏଥିସହ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି କି ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ ହେବ, ଯାହା ସବୁ କଲେଜରେ ଆୟୋଜନ ହେବ।

    * ଉତ୍କଳ ବିଶ୍ଵବିଦ୍ୟାଳୟର NAAC ଗ୍ରେଡ଼ A ପ୍ଲସ ରୁ A କୁ ଖସିବା ପ୍ରସଙ୍ଗର, NAAC ପାଖରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରୁଛନ୍ତି। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଆପତ୍ତି ଉଠାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ।  ତେବେ ୩.୧୬ ରେଟିଂ ଏତେ ଖରାପ ନୁହେଁ। ହେଲେ ଏହା କମିବା ଯୋଗୁଁ ଆମେ ଖୁସି ନୁହନ୍ତି ବୋଲି କହିଛନ୍ତି   ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ,ଅଶୋକ ଦାସ।

    * ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  ମିଳିବ ମାଗଣା ୱାଇଫାଇ ଓ ୧ଜିବି ଡାଟା । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ୧ଜିବି ଡାଟା ଯୋଗାଇଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

  • ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ। ଗୁରୁବାର ଭୋର ସମୟରେ ଜେଲ୍‌ର ବାଥରୁମ୍‌ ଯାଇଥିବା ବେଳେ ସେଠାରେ ବେହୋସ ହୋଇ ପଡ଼ିଲେ ସତ୍ୟେନ୍ଦ୍ର। ତାଙ୍କୁ ତୁରନ୍ତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।

    ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି । ଆଜି ସେ ଜେଲର ଶୌଚାଳୟକୁ ସକାଳୁ ଯାଇଥିବା ବେଳେ ସେଠାରେ ଅଚେତ ହୋଇ ପଡିଯାଇଥିଲେ।  ସେଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଲୋକନାୟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି। ସେ ଗାଧୁଆ ଘର ପଡିଯିବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ଆପ ପକ୍ଷରୁ ସୂଚନା ଦିଆଯାଇଛି।

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେଜରିୱାଲ ଟୁଇଟ କରି ଲେଖିଛନ୍ତି କି, ଭଗବାନ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତି ସହ ଲଢିବାକୁ ଶକ୍ତି ଦିଅନ୍ତୁ। ସେ ଆହୁରି ଲେଖିଛନ୍ତି କି, ଜଣେ ଲୋକଙ୍କୁ ସୁସ୍ୱାସ୍ଥ୍ୟ ଓ ଭଲ ଚିକିତ୍ସା ସେବା ଯୋଗାଇଦେବାକୁ ଦିନରାତି କାମ କରୁଥିବା ବେଳେ ଜଣେ ଏକଛତ୍ରବାଦୀ ତାଙ୍କୁ ଦଣ୍ଡିତ କରିବାରେ ଲାଗିଛନ୍ତି।ଭଗବାନ ସବୁ ଦେଖୁଛନ୍ତି ଓ ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି କେଜରିୱାଲ।

    ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୁହାଯାଇଛି କି, ଆଜି ସେ ସକାଳ ପ୍ରାୟ ୬ଟାରେ ଗାଧୁଆ ଘରେ ଖସିପଡିଥିଲେ। ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଡାକ୍ତରଙ୍କ ନିରିକ୍ଷଣରେ ରହି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥ ଥିବା ଜଣାଇଥିଲେ। ୨ ଦିନ ତଳେ ଜୈନ୍ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ପରେ ଜେଲ୍‌ ଫେରିଥିବା ବେଳେ ଆଜି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି।

    ସତ୍ୟେନ୍ଦ୍ର ଜୈନ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲେ କି, ବର୍ତ୍ତମାନ ଜୈନ ଅସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଉଛି। ଏକ ବର୍ଷ ଭିତରେ ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳସାର ହୋଇଗଲେଣି।

    ଏହାକୁ ନେଇ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଜୈନ ୨ ଥର ଅସୁସ୍ଥ ହୋଇ ହେଲେଣି।

    ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୦ରେ ଇଡି ଦିଲ୍ଲୀର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି। ଦିଲ୍ଲୀର

  • ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    କ୍ରୋଧର ସୀମା ଟପିଲା ସ୍ୱାମୀ । ଉତକ୍ଷିପ୍ତ ହୋଇ ସାତ ଜନମର ସାଥୀ, ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ନିଜର କରିଥିଲା, ତାକୁ ହିଁ ହତ୍ୟା କଲା ଜହ୍ଲାଦ ସ୍ୱାମୀ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗାଁରେ ।

    ପବିତ୍ର ସମ୍ପର୍କରେ ଦାଗ ଲଗାଇଲା ସ୍ୱାମୀ ଚନ୍ଦ୍ରଶେଖର କାର୍ଜି । ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳାଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର । ଟାଙ୍ଗିଆରେ ହାଣି ଗଣ୍ଡି ଓ ମୁଣ୍ଡ ଅଲଗା କରିଦେଇଛି । ଆଜି ସକାଳେ ଦୁହେଁ ବିଲକୁ କାମ କରିବାକୁ ଯାଇଥିଲେ । ଜମିବାଡ଼ି ଘଟଣାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ହତ୍ୟା କଲା ସୈତାନ ସ୍ୱାମୀ । ବିଲରେ ସ୍ତ୍ରୀର ମୃତଦେହ ପଡ଼ିଥିଲା । କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରିଛି । ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।

    ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଉର୍ମିଳା, ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ଦ୍ବିତୀୟ ପତ୍ନୀ । ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଥିପାଇଁ ପ୍ରଥମ ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଛି । ଏବେ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ । ସେମାନଙ୍କ ଏକ ଦୁଇବର୍ଷୀୟ ଶିଶୁ ଥିବା ସୂଚନା ମିଳିଛି ।

    କୁହାଯାଏ ରାଗ ପରମ ଚଣ୍ଡାଳ । ସାତ ଜନମର ସାଥୀ ନିଜ ପତ୍ନୀର ମୁଣ୍ଡଗଣ୍ଡି ଅଲଗା କରିବା ପରେ ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଗାଁ ଲୋକେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ୪ ବର୍ଷ ପୂର୍ବ ବିବାହ କରିଥିଲେ ଉର୍ମିଳା । ବିବାହ ପରଠାରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ନେଇ ପଡ଼ୋଶୀ କହିଛନ୍ତି ।

  • ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

    ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍


    ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ ଏବେବି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ ।ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ମସ୍କୋଠାରୁ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରର । ଦିନକୁ ଦିନ ଏଠାରେ ତାପମାତ୍ରା କମି କମି ଯାଉଥିବା କହିଛନ୍ତି ଲୋକେ । ଏଠାରେ ବିନା ଫ୍ରିଜରରେ ହିଁ ମାଛ ବିକ୍ରି ହେଉଛି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରସ୍ତ ପରସ୍ତ ଗରମ ପୋଷାକ ପିନ୍ଧିବା ପାଇଁ ପଡ଼ୁଛି । ଟୋପି ଉପରେ ଟୋପି, ଗ୍ଲୋବସ୍ ଉପରେ ଗ୍ଲୋବସ୍ ପିନ୍ଧୁଛନ୍ତି ଲୋକେ ।ଏଠାକାର ଲୋକ ଏପରି ପାଣିପାଗ ସହ ଅଭ୍ୟସ୍ତ ଥିଲେ ସୁଦ୍ଧା କେତେକ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି । କାରଣ ଜାନୁଆରୀ ମାସ ସେଠାରେ ସବୁଠାରୁ ଥଣ୍ଡା ମାସ ।

  • ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

    ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

    କର୍ଣ୍ଣାଟକର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ରାଷ୍ଟ୍ରିୟ ସ୍ବୟମସେବକ ସଙ୍ଘ (ଆରଏସଏସ)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ ଗୁରୁବାର ଦିନ କହିଛନ୍ତି ଯେ, ଧାର୍ମିକ, ରାଜନୈତିକ ବା ସାମାଜିକ, ଯେଉ ସଂଗଠନ କର୍ଣ୍ଣାଟକରେ ଅଶାନ୍ତିର ମଞ୍ଜି ବୁଣିବ ତାକୁ ବରଦାସ୍ତ କରାଯିବ ନାହିଁ । ଆରଏସଏସ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖଡଗେ ଏହି ବିବୃତ୍ତି ଦେଇଛନ୍ତି ।

    ରାଜ୍ୟରେ ପିଏଫ୍ଆଇ ଏବଂ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଆରଏସଏସ ବିଷୟରେ ପଚରାଯିବାରୁ ପ୍ରିୟାଙ୍କ ଖାଡଗେ ଏହା କହିଛନ୍ତି । ଆମେ ଆଇନ ଅନୁଯାୟୀ ଏବଂ ସାମ୍ବିଧାନିକ ଭାବରେ ସେମାନଙ୍କ ସହ ମୁକାବିଲା କରିବୁ, ସିଏ ବଜରଙ୍ଗ ଦଳ, PFI କିମ୍ବା ଅନ୍ୟ ଯେକୌଣସି ସଙ୍ଗଠନ ହେଉ । ସେ କହିଛନ୍ତି ଯେ, ଯଦି ସେମାନେ କର୍ଣ୍ଣାଟକରେ ଆଇନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ ।

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜ ମୋଫେଷ୍ଟୋରେ ବଜରଙ୍ଗ ଦଳ ଏବଂ ପିଏଫଆଇ ଉପରେ ବ୍ୟାନ କରିବାକୁ ପ୍ରତିଶୃତି ଦେଇଥିଲା । ଯାହାକୁ ବିଜେପି ହାଇଜାକ କରିବା ସହିତ ବଜ୍ରଙ୍ଗ ଦଳକୁ ବଜ୍ରଙ୍ଗବଲି ସହିତ ତୁଳନା କରିଥିଲା ।

    ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସକୁ ଆକ୍ରମଣ କରି କହିଥିଲେ ଯେ, ପ୍ରଥମେ କଂଗ୍ରେସ ପ୍ରଭୁ ରାମଙ୍କୁ ବନ୍ଦ କରି ଦେଇଥିଲେ ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି ଜପ କରୁଥିବା ଲୋକଙ୍କୁ ମଧ୍ୟ ବନ୍ଦ କରିବାକୁ ଶପଥ ନେଇଛନ୍ତି ।

  • ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

    କର୍ଣ୍ଣାଟକର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ରାଷ୍ଟ୍ରିୟ ସ୍ବୟମସେବକ ସଙ୍ଘ (ଆରଏସଏସ)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ ଗୁରୁବାର ଦିନ କହିଛନ୍ତି ଯେ, ଧାର୍ମିକ, ରାଜନୈତିକ ବା ସାମାଜିକ, ଯେଉ ସଂଗଠନ କର୍ଣ୍ଣାଟକରେ ଅଶାନ୍ତିର ମଞ୍ଜି ବୁଣିବ ତାକୁ ବରଦାସ୍ତ କରାଯିବ ନାହିଁ । ଆରଏସଏସ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖଡଗେ ଏହି ବିବୃତ୍ତି ଦେଇଛନ୍ତି ।

    ରାଜ୍ୟରେ ପିଏଫ୍ଆଇ ଏବଂ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଆରଏସଏସ ବିଷୟରେ ପଚରାଯିବାରୁ ପ୍ରିୟାଙ୍କ ଖାଡଗେ ଏହା କହିଛନ୍ତି । ଆମେ ଆଇନ ଅନୁଯାୟୀ ଏବଂ ସାମ୍ବିଧାନିକ ଭାବରେ ସେମାନଙ୍କ ସହ ମୁକାବିଲା କରିବୁ, ସିଏ ବଜରଙ୍ଗ ଦଳ, PFI କିମ୍ବା ଅନ୍ୟ ଯେକୌଣସି ସଙ୍ଗଠନ ହେଉ । ସେ କହିଛନ୍ତି ଯେ, ଯଦି ସେମାନେ କର୍ଣ୍ଣାଟକରେ ଆଇନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ ।

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜ ମୋଫେଷ୍ଟୋରେ ବଜରଙ୍ଗ ଦଳ ଏବଂ ପିଏଫଆଇ ଉପରେ ବ୍ୟାନ କରିବାକୁ ପ୍ରତିଶୃତି ଦେଇଥିଲା । ଯାହାକୁ ବିଜେପି ହାଇଜାକ କରିବା ସହିତ ବଜ୍ରଙ୍ଗ ଦଳକୁ ବଜ୍ରଙ୍ଗବଲି ସହିତ ତୁଳନା କରିଥିଲା ।

    ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସକୁ ଆକ୍ରମଣ କରି କହିଥିଲେ ଯେ, ପ୍ରଥମେ କଂଗ୍ରେସ ପ୍ରଭୁ ରାମଙ୍କୁ ବନ୍ଦ କରି ଦେଇଥିଲେ ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି ଜପ କରୁଥିବା ଲୋକଙ୍କୁ ମଧ୍ୟ ବନ୍ଦ କରିବାକୁ ଶପଥ ନେଇଛନ୍ତି ।

  • ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଶାବାଦୀ ଆଡ଼େଣିଗଡ଼ ପଞ୍ଚାୟତବାସୀ

    ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଶାବାଦୀ ଆଡ଼େଣିଗଡ଼ ପଞ୍ଚାୟତବାସୀ

    ବୌଦ୍ଧ ଜିଲ୍ଲାର ଦୁର୍ଗମ ତଥା ଘାଟି ପାହାଡିଆ ଉପାନ୍ତ ଅଂଚଳ ଭାବେ ଜଣାଶୁଣା ଆଡ଼େଣିଗଡ଼ ଗ୍ରାମପଂଚାୟତରେ ଆଶାର ସଂଚାର । କାରଣ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମକୁ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ସମୁଦ୍ର ପତନ ଠାରୁ ବହୁ ଉଚରେ ଥିବା ଏହି ଆଦିମ ଜାତି ଜନଜାତି ସାମ୍ପ୍ରଦାୟର ଲୋକେ ବସବାସ କରୁଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚିଥିବାରୁ ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି।

    ଆଜେଣିଗଡ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମ ବୌଦ୍ଧ ଜିଲ୍ଲାର ଦୁଇଟି ଦୁର୍ଗମ ଗ୍ରାମ। ପାହାଡ ଉପରେ ସ୍ଥାପିତ ଏହି ଗାଁରେ ରହିଛି ବହୁ ସମସ୍ୟା। ଗାଁକୁ ନାଁ ଅଛି ରାସ୍ତା ନାହିଁ ଅଛି ହାଟ ବଜାର। ତେଣୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସବୁ ସୁବିଧା ସୁଯୋଗ ପାଇଁ ଲୋକଙ୍କୁ ପାଖ ହାଟ ବଜାର ଉପରେ ନିର୍ଭର କରିବାକୁ ହୋଇଥାଏ। ଏହି ସବୁ ସମମ୍ୟା ଭିତରେ ଛନ୍ଦି ହୋଇପଡିଥିବା ଲୋକଙ୍କ ପାଇଁ ଆଶାର ସଞ୍ଚାର କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଏହି ଅଞ୍ଚଳକୁ ଗସ୍ତ କରିଛନ୍ତି। ଅଧିକାରୀଙ୍କ ଉପସ୍ଥିତିରେ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ପ୍ରଶାସନକୁ ଅବଗତ କରାଯାଇଛି।  

    ଏହା ସହିତ ଉପରେ ଥିବା ପ୍ରାୟ ୫ ଖଣ୍ଡ ଗ୍ରାମକୁ ଯାତାୟାତ କରିବା ପାଇଁ କିମ୍ବା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ନିତିଦିନିଆ ରାସ୍ତା ନ ଥିବାରୁ ଅଂଚଳର ବିକାଶରେ ବାଧକ ସାଜିଥିବା କହିଛନ୍ତି ଜିଲ୍ଲାପାଳ। କିଭଳି ମନରେଗା ଯୋଜନାରେ ଅଞ୍ଚଳକୁ ରାସ୍ତା କରାଯିବ ସେ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

    ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲାପାଳମାନେ  ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ ପାଇଁ କହି ଆସୁଥିଲେ ମଧ୍ୟ ତାହା ଏଯାବତ ସମାଧାନ ହୋଇପାରିନାହିଁ। ତେଣୁ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ନା ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିବ, ତାହା ସମୟ କହିବ ବୋଲି ମତଦିଅନ୍ତି ଗ୍ରାମବାସୀ।