ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ଖଣି ଖାଦାନ ଭରା ଅନୁଗୋଲ ଜିଲ୍ଲାରେ ଅତି ଶୋଚନୀୟ ହୋଇ ପଡିଛି ୫୫ନଂ ଜାତୀୟ ରାଜପଥ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ପରିବହନ ଗାଡି ଯାଆସ କରୁଥିବାରୁ ରାସ୍ତାର ଦୁରବସ୍ଥା ନ କହିଲେ ଭଲ । ରାଜସ୍ବ ଦେଉଥିବା ରାସ୍ତା ନିଜେ ଦୁର୍ବିସହ ହୋଇ ପଡିଛି । ଏହା ସହ ମହାନଦୀ କୋଇଲା ଖଣିର ବିସ୍ଥାପିତଙ୍କ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଅନୁଗୋଳ ପିଟିସି ଛକ ଠାରେ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ରାଜପଥ ନିର୍ମାଣ, ମରାମତି ତଥା ମହାନଦୀ କୋଇଲା ଖଣି ଦ୍ବାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ଯା ସମାଧାନ ପାଇଁ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ରାସ୍ତା ରୋକ ତଥା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ବିଧାୟକ, ଢେଙ୍କାନାଳ ଲୋକସଭା ସାଂସଦ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ପରିଷଦ ଅଧ୍ୟକ୍ଷ, ସମବାୟ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବୃନ୍ଦ, ବ୍ଲକ ପୌରପାଳିକା ଅଧ୍ୟକ୍ଷ, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *