ଓଣ୍ଡା ଷ୍ଟେସନରେ ଦୁଇ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ପୁଣି ଦୁଇ ଟ୍ରେନ ଭିତରେ ଦୁର୍ଘଟଣା।  ରବିବାର ଭୋର ୪ଟାରେ ପଶ୍ଚିମବଙ୍ଗର ବାଙ୍କୁରାରେ ଦୁଇ ମାଲବାହୀ ଟ୍ରେନ ଭିତରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

ଓଣ୍ଡା ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ରେଳ ସେବା ପ୍ରଭାବିତ ହୋଇଛି। ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ। କେବଳ ଜଣେ ଟ୍ରେନ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି କି, ଦୁର୍ଘଟଣା ବେଳେ ଉଭୟ ମାଲବାହୀ ଟ୍ରେନ ଖାଲି ରହିଥିଲା। ତେବେ କେଉଁ କାରଣରୁ ଧକ୍କା ଘଟିଲା ତାହା ଜଣାପଡି ନ ଥିଲା ବେଳେ କାରଣ ଖୋଜା ଚାଲିଛି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।

ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *