ବିଦେଶରୁ ଚୋରା ଚାଲାଣ ବେଳେ ୨.୪୬୫ କେଜି ସୁନା ଜବତ

ଭୁବନେଶ୍ବରରୁ ଜବତ ହେଲା ଅଢ଼େଇ କେଜି ସୁନା। ବିଦେଶରୁ ନୂଆଦିଲ୍ଲୀ ହୋଇ ଭୁବନେଶ୍ବରକୁ ବେଆଇନ୍ ଭାବେ ଆସିଥିବା ଏହି ସୁନା ଅଳଙ୍କାର ଓ ବିସ୍କୁଟକୁ ଜବତ କଲା ଡିପାର୍ଟମେଣ୍ଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ( DRI)। ଜବତ ସୁନା ବିସ୍କୁଟରେ ରହିଛି ବିଦେଶୀ ଷ୍ଟାମ୍ପ। ଟ୍ୟାକ୍ସ ଫାଙ୍କିବାକୁ ଏହି ସବୁ ସୁନାର ଚୋରା ଚାଲାଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସୁନାର ଓଜନ ୨.୪୬୫ କେଜି। ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ବିଭାଗ ପକ୍ଷରୁ ଗିରଫ ବ୍ୟକ୍ତିଙ୍କୁ ପଚରା ଉଚାରା କରାଯାଉଛି। ଏତେ ପରିମାଣର ସୁନା କେଉଁଠୁ ଓ କିପରି ଭୁବନେଶ୍ବରରେ ପହଞ୍ଚିଲା ତାକୁ ନେଇ ଚାଲିଛି ତନାଘନା।

Comments

Leave a Reply

Your email address will not be published. Required fields are marked *