
ସରପଞ୍ଚଙ୍କ ନାଁରେ ଅଭିଯୋଗ ଆଣି ଧାରଣା ଦେଲେ ୱାର୍ଡ ମେମ୍ବର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡର ପଂଚାୟତରେ । ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ଓ ପଞ୍ଚାୟତର ପିଓଙ୍କ ମଧୁଚନ୍ଦ୍ରିକା ଦ୍ୱାରା ପଞ୍ଚାୟତରେ ଚାଲିଥିବା ନାନାଦି ଦୁର୍ନୀତି ଓ ଚଞ୍ଚକତାକୁ ବିରୋଧ କରି ପଞ୍ଚାୟତର ୨୦ ୱାର୍ଡ ମଧ୍ୟରୁ ୧୭ ୱାର୍ଡର ସମସ୍ତ ୱାର୍ଡ ସଭ୍ୟ-ସଭ୍ୟା ଅନିର୍ଦ୍ଧିଷ୍ଟ କାଳ ପାଇଁ ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଇଥିଲେ । ଏଣ୍ଡର ପଞ୍ଚାୟତରେ ‘ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଥିବା ବେଳେ ଡେରାବିଶ ବିଡ଼ିଓ ଓ ସମସ୍ତ ବ୍ଲକ ସ୍ତରୀୟ ପଞ୍ଚାୟତ ଅଧିକାରୀ ପଞ୍ଚାୟତ ଗୃହ ରେ ଉପସ୍ଥିତ ଥିଲେ । ବିଡ଼ିଓ ଧାରଣା ରତ ୱାର୍ଡ ସଭ୍ୟାଙ୍କୁ ଡାକି ଘଟଣା ସମ୍ପର୍କୀତ ପଚାରି ବାରୁ ସେମାନେ ନିଜ ଅଭିଯୋଗ ଜଣାଇବା ସମୟରେ ଆଣ୍ଠେଇ ଆଣ୍ଠେଇ ହାତ ଯୋଡି ନିଜ ଦାବି ପୁର୍ଣ ପାଇଁ ଅଭିଯୋଗ କରିଥିଲେ ।
କିନ୍ତୁ ଏଣ୍ଡର ପଂଚାୟତର ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ନିଜ ନାମରେ ଆସିଥିବା ଅଭିଯୋଗ ଖଣ୍ଡନ କରିଛନ୍ତି । ତେବେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କ ନିକଟ ରେ ଏନେଇ ଅଭିଯୋଗ ହୋଇଛି ଓ ଏନେଇ ଖୁବ ଶୀଘ୍ର ତଦନ୍ତ ହେବ ବୋଲି ଡେରାବିଶ ବିଡ଼ିଓ ଦାସରଥୀ ଜେନା ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଡେରାବିଶ ଏବିଡ଼ିଓ ଧାରଣା ସ୍ଥଳ କୁ ଯାଇ ଧାରଣା ରତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ବୁଝାଇବା ପରେ ସେମାନେ ଧରଣାରୁ ଉଠିଥିଲେ।
Can you be more specific about the content of your article? After reading it, I still have some doubts. Hope you can help me.