୮୪ ବର୍ଷରେ ପଦାର୍ପଣ କଲା ମତୋ ଗଜଲକ୍ଷ୍ମୀ ପୂଜା

୧୯୪୧ ମସିହା ରୁ ୨୦୨୫ ,ଦୀର୍ଘ ୮୪ବର୍ଷ ଧରି ଚାନ୍ଦବାଲି ବ୍ଲକର ମତୋ ରେ ଖୁବ ଧୁମଧାମରେ ପାଳିତ ହେଉଛି ଧନଦାତ୍ରୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ମାଆଙ୍କର ପୂଜା ହେଉଥିଲେ ମଧ୍ୟ ମତୋରେ ଅନୁଷ୍ଠିତ ପୂଜା ହେଉଛି ସର୍ବପୁରାତନ ।

ମାଆଙ୍କ ପୂଜା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ସୁଅ ଛୁଟେ । ମାଆକୁ ମୁଣ୍ଡିଆ ମାରି ନିଜ ପରିବାରର ଶୁଭ ମନାସିବା ସହ ମିନାବଜାର ବୁଲି ମଜା ନେଇଥାନ୍ତି ଶ୍ରଦ୍ଧାଳୁ । ତା ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅପେରା ପାର୍ଟିର ଦେଖି ପୂଜାକୁ ଉପଭୋଗ କରିଥାନ୍ତି ଲୋକେ ।

ଲଘୁଚାପଜନିତ ବର୍ଷା ଯୋଗୁ ସାମାନ୍ୟ ଫିକା ପୂଜା ମଣ୍ଡପ । ଧୀରେ ଧୀରେ ପାଗ ପରିବର୍ତ୍ତନ ହେଉଥିବାରୁ ଅଧିକ ଭିଡ ହେବାକୁ ଲାଗିଛି ପୂଜା ମଣ୍ଡପ । ଭିଡ ନିୟନ୍ତ୍ରଣ ପାଇଁ ମତୋ ଫାଣ୍ଡି ପୋଲିସ ଓ ଚାନ୍ଦବାଲି ଥାନା ପୋଲିସ ସଜାଗ ରହିଛି ବୋଲି ଥାନାଧିକାରୀ ପରେଶ ମହାନ୍ତି ପ୍ରକାଶ କରିଛନ୍ତି ।