ପାରାଦୀପ ଗଡ ପଞ୍ଚାୟତରେ ଥିବା ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ପାରାଦୀପ ଗଡରେ ଶ୍ରେଣୀ ଗୃହର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସିଏସଆର ଫଣ୍ଡ୍ ମାଧ୍ୟମରେ ପାଖାପାଖି ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ କରି ଶ୍ରେଣୀଗୃହ ନିର୍ମାଣ କରିଛନ୍ତି ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ । କେବଳ ନୂତନ ଶ୍ରେଣୀ ଗୃହ ନୁହେଁ ପୂର୍ବରୁ ଏହି ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର, ଛାତ୍ରୀମାନଙ୍କ ପାଇଁ ଆଦାନୀ ଭେନଚର୍ ପକ୍ଷରୁ ପରିଶ୍ରାଗାର ସହିତ ପାଚେରୀ କାର୍ଯ୍ୟ ମଧ୍ୟ କରାଯାଇଥିଲା ।
ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ ର ସିଏସଆର ର ଏକ ସ୍ବତନ୍ତ୍ର ଟିମ ଶ୍ରୀମା ବିଦ୍ୟାଳୟକୁ ଆସି ଶିକ୍ଷା କୁ ଆଗକୁ ନେବା ପାଇଁ ଯାହା ଯାହା ଆବଶ୍ୟକ ତାହାର ଅନୁଧ୍ୟାନ କରିବା ପରେ ନୂତନ କରି ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପରେ ଶ୍ରେଣୀଗୃହକୁ ହସ୍ତାନ୍ତର କରିବା ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପାରାଦୀପ ଗଡ ପଂଚାୟତର ସରପଞ୍ଚ ଙ୍କ ସମେତ ଇଣ୍ଡିଆନ ଅଏଲ ଆଦାନୀ ଭେନଚର ର ଅଧିକାରୀ ମାନେ ଯୋଗ ଦେଇ ଶ୍ରେଣୀଗୃହକୁ ସ୍କୁଲ କୁ ହସ୍ତାନ୍ତର କରିଥିଲେ । ଆଗାମୀ ଦିନରେ ଏହି ସଂସ୍ଥା ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବଂ ସମାଜ ପାଇଁ ଯାହା ଆବଶ୍ୟକ ତାହା କରିବ ବୋଲି ଇଣ୍ଡିଆନ ଅଏଲ ଆଦାନୀ ଭେନଚର ପକ୍ଷରୁ କୁହାଯାଇଛି ।