୫୨୦ ଲିଟର ଦେଶୀ ମଦ ସହ କାର ଜବତ ଓ ଦୁଇ ଗିରଫ

ଗୋଟେ ପରେ ଗୋଟେ ସଫଳତା ସାଉଁଟୁଛନ୍ତି ଡୋଲୀପୁର ଅବକାରୀ ବିଭାଗ | ଦିନ ରାତି ପରିଶ୍ରମ କରି ଚୋରା ମଦ ବେପାରୀଙ୍କ ନିଦ ହଜାଇଦେଉଛନ୍ତି ଡୋଲୀପୁର ଅବକାରୀ ଅଧିକାରୀ | ଡୋଲୀପୁର ଅବକାରୀ ଅଫିସର ସମସ୍ତ କର୍ମଚାରୀ ଏବେ ଚୋରା ବେପାରୀଙ୍କ ଉପରେ କଡା ନଜର ରଖିଥିବା ଦେଖିବାକୁ ମିଳୁଛି | ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଦିବ୍ୟକିଶୋର ତଣ୍ଡେଲଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ସୁପେରିଟେଣ୍ଡେଣ୍ଟ ଅନିତା ଓଝାଙ୍କ ତତ୍ଵାବଧାନରେ ଡୋଲୀପୁର ଅବକାରୀ ଅଧିକାରୀ ଶ୍ରୀକାନ୍ତ କୁମାର ପଣ୍ଡା ଏବଂ ତାଙ୍କ ଟିମ ସହ ରଗଡି ଛକରେ ପାଟ୍ରୋଲିଂ କରୁଥିଲେ |

ଏତିକିବେଳେ ଆନନ୍ଦପୁର ଆଡୁ ଯାଜପୁର ଅଭିମୁଖେ ଆସୁଥିବା ଏକ ହ୍ୟୁଣ୍ଡାଇ କାର ଯାହାର ନମ୍ବର 0D16C9100 ରେ ଦେଶୀ ମଦ ଆସୁଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ | ଏହି ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରୁ 520ଲିଟର ଦେଶୀ ମଦ ଜବତ କରିଥିଲେ | ଏଥିସହିତ ଦୁଇ ଅଭିଯୁକ୍ତ ଗିରଫ କରି କେଶ ନମ୍ବର 270/24-25ରେ କୋର୍ଟ ଚାଲାଣ କରାଯାଇଅଛି | ଏହି ଚଢ଼ାଉରେ ଡୋଲୀପୁର ଅବକାରୀ ବିଭାଗର ଏ ଏସ ଆଇ ରଞ୍ଜନ ପାତ୍ର, ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ଚଗଲା ମଲିକ ପ୍ରମୁଖ ସାମିଲ ହୋଇଥିଲେ | ଏଭଳି ଚଢ଼ାଉ ଆଗକୁ ଆହୁରି ଜୋରଦାର ହେବ ବୋଲି ଶ୍ରୀକାନ୍ତ ପଣ୍ଡା କହିଛନ୍ତି |