୫୦ ହଜାର ଲାଞ୍ଚ ବେଳେ ପିଏଚଓଙ୍କୁ ଘେରିଲା ସିବିଆଇ

ପାରାଦୀପ ପବ୍ଲିକ ହେଲଥ ଅଫିସରେ ସିବିଆଇ ରେଡ । ପୋର୍ଟର ପବ୍ଲିକ ହେଲଥ ଅଫିସର ଡାକ୍ତର ଆର.ଏନ ପାଣିଗ୍ରାହୀଙ୍କ ନିକଟରୁ ଜବତ ହେଲା ପୁଳାପୁଳା ଟଙ୍କା । କଲିକତାର ଏମିଏନସ୍ସ ସିପିଂ ଏଜେନ୍ସି ଠାରୁ ସେ ନେଇଥିଲେ ୫୦ ହଜାର ଟଙ୍କା । ଗୋଟିଏ ଜାହାଜର ନାବିକଙ୍କ ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଜଣକ ପିଛା ଦେଢ ହଜାର ଟଙ୍କା ଦାବି କରିଥିଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ଜାହାଜରେ ଥିଲେ ମୋଟ ୮୦ ଜଣ ନାବିକ । ଏକା ସାଙ୍ଗରେ ପାରାଦୀପର ତିନୋଟି ସ୍ଥାନ ଯଥା, ଜେବିରେ ଥିବା ଘର, ହାଉସିଂ ବୋର୍ଡରେ ଥିବା ଘର ସମେତ ଭୂୟାଁ ଛକରେ ଥିବା ଅଫିସ ଘରେ ହୋଇଥିଲା ଚଢ଼ାଉ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହିତ ବିଡା ବିଡା ଟଙ୍କା, ବିଦେଶୀ ଡଲାର ସମେତ ଦାମୀ ମଦ ଓ ସିଗାରେଟ ଜବତ କରିଛି ସିବିଆଇ ।

ଗତକାଲି ୫୦ ହଜାର ଟଙ୍କା ଲାଞ୍ଜ କାରବାର ବେଳେ ଧରିଥିଲା ସିବିଆଇ । ପୋର୍ଟ ହେଲଥ ଅଫିସର ଡ ଆର ଏନ ପାଣିଗ୍ରାହୀ ଙ୍କ ନିକଟରୁ ଜବତ ହୋଇଥିଲା ଟଙ୍କା। ଗୋଟିଏ ସିପିଂ ଏଜେନ୍ସୀ ଠାରୁ ନେଉଥିଲେ ୫୦ ହଜାର ଟଙ୍କା। ତେବେ ଆଜି ସକାଳୁ ସିବିଆଇ ଟିମ ଡଃ ଆର.ଏନ ପାଣିଗ୍ରାହୀଙ୍କୁ ଅଟକ ରଖି ଅଧିକ ତଥ୍ୟ ସଂଗ୍ରହ ପାଇଁ ଭୁବନେଶ୍ବର ସିବିଆଇ ଅଫିସକୁ ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *