୫୦ ଲିଟର ଆସ୍କା ଫର୍ଟି ସହ କାର ଜବତ

୫୦ ଲିଟର ଆସ୍କା ଫର୍ଟି ମଦ ସହ କାର ଜବତ କରିଛି ଅଭୟଚାନ୍ଦପୁର ପୋଲିସ । ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। କାରର ପଛ ଡିକିରୁ ୫୦ ଲିଟରର ଚୋରା ଆସ୍କା ଫର୍ଟି ମଦ ଜବତ କରାଯାଇଥିଲା। ଅଭିଯୁକ୍ତ ଦୁଇଜଣ ଏରସମା ବ୍ଲକ୍ ଆମ୍ବିକି ଅଞ୍ଚଳର ବିକ୍ରମ ଭୁଇଁଆ ଓ ଅଜୟ କାଣ୍ଡିଙ୍କୁ ଗିରଫ କରାଯାଇଛି ।

ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନେ ଏରସମା ଆମ୍ବିକିରୁ ଚୋରାରେ ଆସ୍କା ଫର୍ଟି ମଦ ଆଣି ଗଡ଼କୁଜଙ୍ଗ, ଭୁଇଁଆପାଳ, ବାୟାନାଳକନ୍ଦା ପ୍ରଭୃତି ଅଞ୍ଚଳରେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୟ କରୁଥିବା ଆଇଆଇସି ସମୀର ରାଉତ ପ୍ରକାଶ କରିବା ସହିତ ଏହି ବ୍ୟବସାୟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *