ବୀରମହାରାଜପୁର ପୋଲିସକୁ ମିଲା ବଡ ସଫଳତା । ଉଦ୍ଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି । ଏଥିସହିତ ୪ ଟି ବାଇକ, ୬ ଟି ଟ୍ୟାବ, ୯ ଟି ଏଟିଏମ ଓ ଗୋଟିଏ ସ୍ମାର୍ଟ ବୋର୍ଡ ଉଧାର କରିଥିବାବେଳେ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।




କିଛି ଦିନ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ ସୁନାପାଳି ଜଙ୍ଗଲରେ ହୋଇଥିବା ଲୁଟ ଘଟଣାର ତଦନ୍ତ କରି ଏହି ସବୁ ସାମଗ୍ରୀ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଏହି ୬ ଜଣିଆ ଡକାୟତ ଗ୍ୟାଙ୍ଗ ରାହାଜାନି ସହ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା କହିଛି ପୋଲିସ । ଏନେଇ ବୀରମହରାଜପୁର ଥାନା ପରିସରରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାମ ପ୍ରସାଦ ସାହୁ ।