୪୫୦୦ କେଜି ମହୁଲି ପୋଚ ଏବଂ ୨୫୦ ଲିଟର ଦେଶୀ ମଦ ନଷ୍ଟ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ ଅବକାରୀ ବିଭାଗ ଓ ଝାଡ଼ଖଣ୍ଡ ପୋଲିସ ମିଳିତ ଭାବରେ ଚଢାଉ କରି ୪୫୦୦ କେଜି ମହୁଲି ପୋଚ ଏବଂ ୨୫୦ ଲିଟର ଦେଶୀ ମଦକୁ ନଷ୍ଟ କରିଛନ୍ତି ।

ସୀମାନ୍ତରେ ଥିବା ବୈତରଣୀ ନଦୀ କୂଳରେ ଚୋରା ଦେଶୀ ମଦର ଏକ ପ୍ରକାର କୁଟୀର ଶିଳ୍ପ ଚାଲିଥିଲା । ଏଠାରେ ମଦ ରନ୍ଧାଯାଇ ଚମ୍ପୁଆ ଓ ଆଖପାଖ ଅଞ୍ଚଳକୁ ଚୋରା ଚାଲାଣ ହୋଇଆସୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଅବକାରୀ ବିଭାଗ ଆଜି ଝାଡ଼ଖଣ୍ଡ ପୋଲିସ ସହ ମିଳିତ ଭାବେ ଚଢାଉ କରିଥିଲେ ମଧ୍ୟ ଜଣେ ହେଲେ ମଦ ମାଫିଆ ଧରା ପଡ଼ିନାହାନ୍ତି ।