୪୨୦ ସେବିକା ମାଲିକଙ୍କ ଆକାଣ୍ଟରୁ ଲୁଟିନେଲା ୧୩ ଲକ୍ଷ

ଚାର୍-ଶୋ-ବିସ୍ ଗୃହ ସେବିକା। ଘରେ କାମ କରିବାକୁ ଆସି ମାଲିକଙ୍କ ଆକାଉଣ୍ଟରୁ ଉଭାନ କରିଦେଲା ୧୩ ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ସାମ୍ନାକୁ ଆସିଛି। ଅଭିଯୋଗ ପାଇବା ପରେ ବାଣପୁର ପୋଲିସ ଉକ୍ତ ଚାର୍-ଶୋ-ବିସ୍ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ୭୦ ବର୍ଷିଆ ବୃଦ୍ଧ ଲକ୍ଷ୍ମୀ କାନ୍ତ ମହାପାତ୍ରଙ୍କ ଘରେ। ଖୋର୍ଦ୍ଧା ନାଚୁଣି ଅଞ୍ଚଳର ରେଖା ବେହେରା ନିଜକୁ ଜଣେ ଅସହାୟ ଗରିବ କହି ମହାପାତ୍ରଙ୍କ ଘରେ ରୋଷେୟା କାମ କରୁଥିଲେ। ୨ ମାସ କାର୍ଯ୍ୟ କରିବା ମଧ୍ୟରେ ଗୃହ ମାଲିକ ମହାପାତ୍ରଙ୍କ ଅଗୋଚରରେ ମୋବାଇଲ ଫୋନ ନେଇ ଅତି ଚତୁରତାର ସହିତ ତାଙ୍କର ବିଭିନ୍ନ ବ୍ୟାଙ୍କରେ ଗଛିତ ଥିବା ୧୩ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ହଠାତ୍ ଦିନେ ମହାପାତ୍ର ଜାଣିବାକୁ ପାଇଥିଲେ କି ତାଙ୍କ ଆକାଣ୍ଟରେ କିଛି ବି ଟଙ୍କା ନାହିଁ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଅନ୍ୟପଟେ ଏହି ରୋଷେୟା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ୍-ଚମକ୍ ଦେଇଥିଲେ ।

ଏନେଇ ସେ ବାଣପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ରେଖା ସ୍କାନରକୁ ଆସିଥିଲା। ତାକୁ ଜେରା କରିବା ସମୟରେ ସେ ନିଜ ଭୁଲ ମାନି ନେବା ସହ ଦୁଇ ମାସ ଭିତରେ ସବୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି। ତେବେ ପୋଲିସ ଅଭିଯୁକ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ଆଉ କିଏ -କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଯୋରଦାର କରିଛି।

Leave a Reply

Your email address will not be published. Required fields are marked *