୩ ଦୋକାନ ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି | ପାରାଦ୍ଵୀପ ଦୋଛକି ନିକଟରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି | ସୂଚନା ଅନୁଯାୟୀ, ଏକ ଗ୍ୟାରେଜରେ ଥିବା ପୋଡ଼ା ମୋବିଲ ତେଲରେ ପ୍ରଥମେ ନିଆଁ ଲାଗିଯାଇଥିଲା | ଫଳରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା |

ସେଠାରେ ଥିବା ବ୍ୟବସାୟୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ହେଲେ ଅଗ୍ନିଶମ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ନିକଟରେ ଥିବା ଅନ୍ୟ ଦୋକାନ ଘର ଓ ଏକ କେବିନ୍କୁ ନିଆଁ ଧରି ଯାଇଥିଲା। ନିଆଁର ତ୍ରିବତା ଏତେ ଅଧିକ ଥିଲା ଯେ ପାଖରେ ଥିବା ୩ଟି ଯାକ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଗଲା | ତେବେ ଗ୍ୟାରେଜରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ଲିଭାଇବାକୁ ଯାଇ ଦୁଇଜଣ ବ୍ୟବସାୟୀ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି | ପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା |