୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

ମାତ୍ର ଦେଢ଼ ଘଣ୍ଟାରେ କଟକ ଓ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା, କେବଳ ଭୁବନେଶ୍ୱରରେ ୭୧ ମିମି ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଟୁଇନ୍‌ ସିଟିରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଛି । ପ୍ରାୟ ୨ ଘଣ୍ଟା କାଳ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହୋଇଛି। ସ୍କୁଲ ଓ ଅଫିସ ଛୁଟି ସମୟ ହୋଇଥିବାରୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଯାଇଥିଲେ । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ଜମି ରହିଛି । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। କଟକ ସହରର ପଟାପୋଲ, ବକ୍ସି ବଜାର, ରାଉସାପାଟଣା, ଫ୍ରେଣ୍ଡସ କଲୋନୀ ଓ ମହାନଦୀ ବିହାର ଆଦି ଅନେକ ସ୍ଥାନରେ ପାଣି ଜମି ରହିଥିବାବେଳେ ବାଦାମବାଡି ସମେତ ଅନେକ ସ୍ଥାନରେ ପାଣି ଜମି ରହିଛି ।

Leave a Reply

Your email address will not be published. Required fields are marked *