୨୯ ଯାଏ ପଶ୍ଚିମା ଝଡ଼ ପ୍ରଭାବ.. ଆଜି ପାଇଁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବ (effects of West Cyclone)ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା(rain) ହେବା ଆଶଙ୍କା ରହିଛି । ଆଜି ୧୩ ଜିଲ୍ଲାରେ ଘଡ଼ଘଡ଼ି(Thunderstorm) ସହ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ଏ ନେଇ ପୂର୍ବାନୁମାନ କରିଛି ।

ଆଜି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବା ନେଇ ସୂଚନା ମିଳିଛି । ସେଥିପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ(yellow warning) ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ପୁରୀ,ବାଲେଶ୍ୱର,ଗଞ୍ଜାମ,ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ । ଗତକାଲି ମଧ୍ୟାହ୍ନ ସମୟରେ ଟାଣ ଖରା ହେବା ସହ ଗୁଳୁଗୁଳି ଅନୁଭୂତ ହୋଇଥିଲ। ତେବେ ଅପରାହ୍ଣରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିଭିନ୍ନ ଜିଲ୍ଲାରେ ବିଜୁଳି(lightning),ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆସନ୍ତା ଦିନ ଗୁଡ଼ିକରେ ତାପମାତ୍ରାରେ(temperature) ସାମାନ୍ୟ ହ୍ରାସ(slight drop) ଘଟିବା ସହ ବର୍ଷା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *