
ପାରାଦୀପରେ କାଳ ବୈଶାଖୀ ଯୋଗୁ ସମୁଦ୍ରକୁ ମାଛ ଧରିବା ପାଇଁ ସୋମବାର ପର୍ଯ୍ୟନ୍ତ ରୋକ ଲଗାଇଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଝଡ ତୋଫାନ ସହିତ ପାଖାପାଖି ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ତେଣୁ ୨୪ ତାରିଖ ପର୍ଯ୍ୟନ୍ତ କୈାଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।

ମତ୍ସ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀଙ୍କ ବସ୍ତି , ଚଉମୁହାଣୀ ମାଛଧରା ଘାଟ ଓ ଅଠରବାଙ୍କି ବାଲିପ୍ଲଟ ମାଛଧରା ବେସରେ ପ୍ରଚାର କରାଯାଇ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି, ସେମାନେ ତୁରନ୍ତ କୂଳକୁ ଫେରି ଆସିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।