୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

ବାଡ଼ ଯେବେ ଫସଲ ଖାଏ,ଗୁହାରି କାହାକୁ ଆଉ ଜଣାଇବା । ବର୍ତ୍ତମାନ ଆମ ସମାଜ କଳୁଷିତ ହେବାରେ ବସିଲାଣି ଦୟାମାୟା କ୍ଷମା ସବୁ ଭୁଗଲାଣି ଏହି ସମାଜରେ ବାସ କରୁଥିବା ମଣିଷ I ଏମିତିକି ଜୁଇରେ ପୋଡାହେଉଥିବା ନିଜ ଝିଆରୀର ପୋଡା ମାଂସ ମଧ୍ୟ ଖାଇବାରେ ପଛାଇନଥିଲା ନିଜ କାକା I ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ I ପାରିବାରିକ କଳହର କରୁଣ ପରିଣତି । ପିଶାଚ ବାପାର ନାରକୀୟ କାଣ୍ଡ । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ।

ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଧରମବନ୍ଧା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *