
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମକୁ ଚ୍ୟାଲେଞ୍ଜ କରି ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି | ବୁଧବାର ଏହି ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ଶୀର୍ଷ ଅଦାଲତ ସମ୍ମତି ପ୍ରଦାନ କରିଛନ୍ତି |
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଆବେଦନକାରୀ ପକ୍ଷରୁ ଦାବି କରାଯାଇଛି ଯେ ୟୁଜିସିର ଏହି ନୂଆ ନିୟମ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରାଯାଉଛି |ଏହାକୁ ନେଇ ଦେଶସାରା ତୀବ୍ର ପ୍ରତିବାଦ କରୁଛି | ଗତ ଜାନୁଆରି ୧୩ ତାରିଖରେ ୟୁଜିସି ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ ନୂଆ ନିୟମକୁ ଦର୍ଶାଇଥିଲା | ଏହି ନିୟମ ଅନୁଯାୟୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ ଓ ନିୟନ୍ତ୍ରଣ କରିବା ପାଇଁ ଟିମ୍ ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏହି କମିଟିଗୁଡ଼ିକରେ ଏସ୍ସି, ଏସ୍ଟି, ଓବିସି ଓ ପିଡବ୍ଲ୍ୟୁଡି ବର୍ଗର ସଦସ୍ୟଙ୍କ ସହିତ ମହିଳା ସଦସ୍ୟଙ୍କୁ ମଧ୍ୟ ସାମିଲ କରିବାକୁ କୁହାଯାଇଛି | ଏହି ନୂଆ ନିୟମ ୟୁଜିସିର ପୂର୍ବ ନିୟମକୁ ଉପସ୍ଥାପନ କରିବ |