କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ବିରୋଧ କରି ବୁଧବାର ଶିକ୍ଷକ ସଙ୍ଘ ସଭାପତି ମଧୁସୂଦନ ପ୍ରଧାନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ଙ୍କ ନେତୃତ୍ୱ ରେ ସଦର ବ୍ଲକ ର ତିନିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଭବାନୀପାଟଣା ସଦର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଚାରୀ ଶବର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ |ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରୁଛନ୍ତି ସ୍ୱାଗତ ଯୋଗ୍ୟ | ହେଲେ ବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନ କରି ସରକାର ଅଣଶୈଖିକ କାର୍ଯ୍ୟ କୁ ଶିକ୍ଷକ ମାନଙ୍କ ଉପରେ ଲଦି ଦେଉଛନ୍ତି | ତେଣୁ ପ୍ରାଥମିକ ଶିକ୍ଷକ ମହଳ ରେ ଅସନ୍ତୋଷ ଦେଖା ଦେଇଛି | ତେବେ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ବିଦ୍ୟାଳୟ ମାନଙ୍କ ରେ ଚଳିତ ବର୍ଷ ଶିଶୁ ବାଟିକା ସ୍କୁଲ ରେ ମିଶ୍ରଣ କରିଛନ୍ତି ହେଲେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହିଁ |ସେହିପରି ଅନେକ ସ୍କୁଲ ରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି | ଏତିକି ବେଳେ ବିଦ୍ୟାଳୟ ରେ ୟୁ ଏ ଏ ଏସ ଲାଗୁ ହେଲେ ଶିକ୍ଷକ ମାନେ ଅଧିକାଂଶ ବ୍ୟସ୍ତ ରହିବେ ଫଳରେ ଶିକ୍ଷାଦାନ ବ୍ୟାଘ୍ରାତ ହେବ ବୋଲି ଶିକ୍ଷକ ମାନେ ଅଶାନ୍ତି ପ୍ରକାଶ କରିଛନ୍ତି | ତେବେ ସରକାର ଙ୍କ ପକ୍ଷରୁ ଯେଉଁ ଟାବଲେଟ ଦିଆଯାଇଛି ତାହା ଠିକ ସେ କାମ କରୁନଥିବା ବେଳେ ନିଜସ୍ୱ ମୋବାଇଲ କାମ କରିବା ଶିକ୍ଷକ ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି |ତେବେ ଭାରତ ବର୍ଷ ର ସର୍ବନିମ୍ନ ଗ୍ରେଡ଼ ପେ ହାରରେ ଦରମା ପାଉଥିବା ଶିକ୍ଷକ ଙ୍କୁ ମାନସିକ ଓ ଆର୍ଥିକ ଚାପଗ୍ରସ୍ତ କରାନଯାଇ ସରକାର ପୁନର୍ବାର ଏହି ବିଷୟ କୁ ବିଚାର କୁ ନେଇ ସ୍କୁଲ ୟୁଏଏସ ପୋର୍ଟାଲ ଲାଗୁ କରିବାକୁ ଶିକ୍ଷକ ମହଳ ଦାବୀ ହୋଉଛି | ଏଥିରେ ରାଜ୍ୟ ସଭାପତି ଏ ୟୁ ପି ଟି ଏଫ ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆଶ୍ଵାସନା ଦେଇଥିଲେ | ଏହି ଶୋଭାଯାତ୍ରା ରେ ସଦର ବ୍ଲକ ଉପ ସଭାପତି ବେଣୁଧର ବିଶ୍ଵାଳ, ଉପ ସଭାନେତ୍ରୀ ସୁପ୍ରଭା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ, ଉପସଭାନେତ୍ରି ବସୁମତୀ ସାହୁ, କୋଷାଧକ୍ଷ କୁଞ୍ଜବିହାରୀ ମିଶ୍ର, ବ୍ଲକ ସଂଯୋଜକ ଦୁଷ୍ମନ୍ତ ସାହୁ , ଜିଲ୍ଲା ପୋର୍ କମିଟି ସଦସ୍ୟ ସୋଗେଶ୍ୱର୍ ମିଶ୍ର ଓ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |