ହୋ ଭାଷାଭାଷୀଙ୍କୁ ସଚେତନ କରିବାକୁ ପ୍ରୟାସ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସମସ୍ତ ହୋ ସମାଜର ଲୋକଙ୍କୁ ସଚେତନ କରେଇବା ପାଇଁ ଘଟଗାଁ ତାରିଣୀ ଠାକୁରାଣୀ ମୋହା ବିଦ୍ୟାଳୟ ପଡିଆଠାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ହୋ ସମାଜର ସଭାପତି ରାମରାଇ ମୁଣ୍ଡୁଳିଆଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ବିରାଟ ସମାବେଶ। ସମାଜର ଲୋକମାନଙ୍କ ମୌଳିକ ଅଧିକାର ପ୍ରତି ସମସ୍ତ ହୋ ଭାଷାଭାଷୀଙ୍କୁ ସଚେତନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ନିବାରଣ ଦିଗରେ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।

ହୋ ଭାଷା, ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଶିକ୍ଷା, ଦିକ୍ଷା ଲାଭକରି ସମାଜର ମୁଖ୍ୟସ୍ରୋତରେ ଏହି ଜନଜାତିଙ୍କୁ ଏଠାରେ ସଚେତନ କରାଯାଇଥିଲା। ଏଥିସହ ଏହି ସଭାରେ ବିର୍ଷା ହୋ ଭାଷାକୁ ସମ୍ବିଧାନରେ ହୋ ଭାଷାର ଷଷ୍ଠ ଭାଷା ଭାବେ ମାନ୍ୟତା ଦାବି କରାଯାଇଛି। ସେହିପରି ଓଡ଼ିଶାରେ ହୋ ଭାଷାର ସାଂସ୍କୃତିକ ପରମ୍ପରାକୁ ଦ୍ୱିତୀୟ ସ୍ଥାନ ଦେବାକୁ ଦାବି ହୋଇଛି। ହୋ ଜୁମୁର ଭାଷାଭାଷୀ ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

3 thoughts on “ହୋ ଭାଷାଭାଷୀଙ୍କୁ ସଚେତନ କରିବାକୁ ପ୍ରୟାସ

Leave a Reply

Your email address will not be published. Required fields are marked *