ହୋଟେଲ ମାଲିକଙ୍କୁ ତଣ୍ଟିକାଟି ହତ୍ୟା

ନୂଆପଡ଼ା ସହରର ଜଣେ ହୋଟେଲ ମାଲିକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ (୩୭)। ପିଙ୍କୁ ନୂଆପଡ଼ା ତହସିଲ ଅଫିସ ସମ୍ମୁଖରେ ଥିବା ଏକ ହୋଟେଲକୁ ଭଡ଼ାରେ ଚଳାଉଥିଲେ। ସେ ନିଜ ଘର ମାଣ୍ଡୋସିଲରୁ ଯିବାଆସିବା କରୁଥିଲେ। ଆଜି ରାତି ପ୍ରାୟ ୯ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାର ଏକ ଚାଷଜମିରେ କିଛି ଯୁବକ ପିଙ୍କୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ। ସେ ଗୁରୁତର । ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ | ରାତିରେ ପରିବାର ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ନେଇଥିଲେ। ସେଠାରେ ଡାକ୍ତର ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁଁ ମୁଣ୍ଡ ଓ ତଣ୍ଟିରେ କ୍ଷତ ଚିହ୍ନ ରହିଛି। ଖବର ଲେଖାଯିବା ସମୟରେ ମୃତଦେହକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାଥାଉକି, ପୂର୍ବରୁ ପିଙ୍କୁ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଏବଂ ତାଙ୍କ ଗୋଷ୍ଠୀ ଦୁଇ ଭାଗ ହୋଇଥିବା ଜଣାଯାଇଛି। ଏହି ଗଞ୍ଜେଇ କାରବାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପାଇକମାଲ ପୁଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *