“ହିନ୍ଦି ପାଇଁ ସ୍ଥାନ ନାହିଁ” – ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ହିନ୍ଦି ଭାଷା ବିରୋଧୀ ବୟାନକୁ ନେଇ ଦେଶରେ ପୁଣିଥରେ ରାଜନୀତି ତେଜିଛି ଉଠିଛି | ଷ୍ଟାଲିନ୍ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି , ତାମିଲନାଡ଼ୁରେ ହିନ୍ଦି ଭାଷା ପାଇଁ କୌଣସି ସ୍ଥାନ ନାହିଁ, ପୂର୍ବରୁ ମଧ୍ୟ ନଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରହିବ ନାହିଁ |

ରବିବାର ଚେନ୍ନାଇରେ ଡିଏମକେ ପକ୍ଷରୁ ‘ଭାଷା ସହିଦ ଦିବସ’ ପାଳନ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ଅତୀତର ହିନ୍ଦୀ ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଅ କିନ୍ତୁ କୌଣସିଠାରେ କେବଳ ହିନ୍ଦି ପଢ଼ାଯିବାକୁ ବାଧ୍ୟତାମୂଳକ କରାଯାଇନାହିଁ |
ଏପଟେ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ମତଭେଦ ଚାଲିଆସୁଛି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଇପି ୨୦୨୦କୁ ନେଇ ତାମିଲନାଡ଼ୁ ସରକାର ରାଜନୀତି କରୁଛନ୍ତି | ତେବେ ଷ୍ଟାଲିନଙ୍କ ଏହି ଆଭିମୁଖ୍ୟ ଆଗାମୀ ଦିନରେ ବଡ଼ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି |