ହାତୀ ଆକ୍ରମଣରେ ମହିଳା ଗୁରୁତର

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ତୋଟା ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି | ନିୟମଗିରି ପାହାଡ଼ ଅନ୍ତର୍ଗତ ଲାଖପଦର, ଡ଼ଙ୍ଗାମାଠି, ଗୁମା, ପଟାଙ୍ଗପଦର, ବୁଡୁଣୀ, ଚାଟିକଣା, ଭଳି ଅନେକ ଗ୍ରାମରେ ହାତୀଙ୍କ ଉତ୍ପାତ ଯୋଗୁ ଅଞ୍ଚଳବାସୀ ପଦାକୁ ବାହାରି ପାରୁନାହାନ୍ତି | ହାତୀ ଯୋଗୁ ନିଜ ଜୀବନ ଜୀବିକା ହରାଇ ବସିଛନ୍ତି ବୋଲି ଡାଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ପାହାଡ଼ ଉପରୁ ନିଜଘରକୁ ଫେରିବା ରାସ୍ତାରେ ହାତୀପୋଲ ମହିଳାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କୁ ଦେଖି ଗ୍ରାମବାସୀ ଘରକୁ ଆଣିଥିଲେ |

ନିକଟସ୍ଥ ଜଙ୍ଗଲରେ ହାତୀପୋଲ ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିନପାରିବାରୁ ମହିଳା ଗୁରୁତର ହୋଇପଡିଥିଲେ।ମହିଳାଙ୍କୁ ଡାକ୍ତର ଖାନା ଆଣିବା ପାଇଁ ଗ୍ରାମବାସୀ ଓ ବନ ବିଭାଗ ଚେଷ୍ଟା କରି ପର ଦିନ ସକାଳୁ କଲ୍ୟାଣସିଂହପୁର ମେଡିକାଲକୁ ଆଣି ଚିକିତ୍ସା କରିଥିଲେ | ଗତ ୩ ମାସରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ ଉପରେ ତିନିଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା | ରେଞ୍ଜରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ବେଳେ ହାତୀ ଗାର୍ଡ ନିଯୁକ୍ତି ନଥିବାରୁ ଲୋକଙ୍କୁ ସଚେତନା ସୃଷ୍ଟି ହେଉନଥିବାରୁ ଲୋକଙ୍କର ଅକାରଣେ ଜୀବନ ଯାଉଛି ବୋଲି କହିଛନ୍ତି ଗ୍ରାମବାସୀ |