କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଚଟି ପୋଲ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା | ଯେଉଁଥିରେ ଶ୍ରଦ୍ଧାଞ୍ଜଳି ପୃଷ୍ଟି ନାମକ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ୮ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଛି |

ସୂଚନା ମୁତାବକ, କେନ୍ଦ୍ରାପଡ଼ା ପୌରପାଳିକା 20 ନମ୍ବର ୱାର୍ଡ ମହୀପାଳର ଦୁର୍ବାସା ସାହୁଙ୍କ ବୋହୁ ଶ୍ରଦ୍ଧାଞ୍ଜଳି ପୃଷ୍ଟି ସକାଳୁ ନିଜ ପୁଅକୁ ଗୁରୁକୁଳକୁ ଛାଡିବା ପାଇଁ ସ୍କୁଟି ସାହାଯ୍ୟରେ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଦ୍ରୁତ ଗତିରେ କଟକ ଆଡୁ ଆସୁଥିବା ହାଇୱା ଶ୍ରଦ୍ଧାଞ୍ଜଳିଙ୍କ ଗାଡିକୁ ପଛଆଡୁ ପିଟିଥିଲା |

ଶ୍ରଦ୍ଧାଞ୍ଜଳି ଗାଡି ଚକା ତଳେ ପଡ଼ିଯିବା ଫଳରେ ହାଇୱା ଚକ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇଥିଲା | ଯାହା ଫଳରେ ଶ୍ରଦ୍ଧାଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିଲା | ଭଗବାନଙ୍କ କରୁଣାରୁ ସ୍କୁଟିରେ ବସିଥିବା ପୁଅର ଜୀବନ ବଞ୍ଚିଯାଇଥିବା ବେଳେ ହାତ ଭାଙ୍ଗିଯାଇଛି |

ଏହି ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ |

ମୃତକ ପରିବାର କ୍ଷତିପୂରଣ ଦାବି କରିବା ସଙ୍ଗେ ସଙ୍ଗେ ହାଇବା ଡ୍ରାଇଭରକୁ କଠିନରୁ କଠିନ ଦଣ୍ଡ ଦିଆଯିବା ପାଇଁ ଦାବି କରିଛନ୍ତି | ଘଟଣା ସ୍ଥଳରେ ତହସିଲଦାର ଏବଂ ପୋଲିସ ପ୍ରଶାସନ ପହଞ୍ଚି ମୃତକ ପରିବାର ଲୋକଙ୍କୁ ବୁଝାବୁଝି କରିବା ସହ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବା ପାଇଁ ନିବେଦନ କରିଛନ୍ତି |