ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ | ପାରାଦୀପ ଇଫକୋ ଛକରେ ଦୃର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ଗାଡ଼ିରୁ ଓହ୍ଲାଇ କାମ କରିବା ପାଇଁ ଯାଉଥିବା ବେଳେ ଚଢ଼ିଗଲା ହାଇୱା । ମୃତ ଯୁବକ ଜଣଙ୍କ ହେଲେ ଭୁତୁମୁଣ୍ଡାଇ ଗ୍ରାମର ପ୍ରଫୁଲ୍ଲ ବାରିକ| ପ୍ରଫୁଲ୍ଲ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି | ଆଜି ସକାଳୁ ଇଫକୋ କମ୍ପାନୀ ଢଳେଇ କାମ ପାଇଁ ଲାଗି ଘରୁ ବାହାରି ଆସୁଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ | ପଡିଯିବା ପରେ ଗାଡ଼ିର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା |

ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରିଛନ୍ତି । ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ଇଫକୋ କମ୍ପାନୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।