ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ହାଟ ପଡ଼ିଆ ନିକଟରେ ଗତକାଲି ସନ୍ଧ୍ୟାରେ ପଛପଟୁ ହାଇୱାକୁ ଧକ୍କା ଦେଲା ଟ୍ରକ୍ । ଚାପି ହୋଇ ଟ୍ରକ ଡ୍ରାଇଭର ଗୁରୁତର । ସୁଚନା ଅନୁସାରେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଟ୍ରକ୍ ସୁଆଁପଦା ହାଟ ରାସ୍ତାରେ ଠିଆହୋଇଥିବା ହାଇୱା ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର କେବିନରେ ଚାପିହୋଇଯିବାରୁ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି କଟରରେ ଟ୍ରକ୍ କେବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରି ସାଇଁକୁଳ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଯାଜପୁର ଟାଉନ ଅଞ୍ଚଳର ରାଜେନ୍ଦ୍ର କୁମାର ପୃଷ୍ଟି ବୋଲି ସୁଚନା ମିଳିଛି ।