
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିଜି ମୋଟର୍ସ ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଦୁଇ ମୃତ ଜଣେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ। ସୂଚନା ମୁତାବକ ଘସିପୁରା ଥାନା ଅଧିନସ୍ଥ ନଦୁଆଁ ଗ୍ରାମରୁ ତିନି ଜଣ ଏକ ବାଇକ ଯୋଗେ ଗୋହିରା ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ପଛରେ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ତିନି ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ଗୁରୁତର ମଧ୍ୟରୁ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତରକୁ ଦୀପକ ଦେହୁରୀ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଘସିପୁରା ପୁଲିସ ପହଞ୍ଚି ଉଭୟ ବାଇକ ଓ ହାଇୱାକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।